ଏଇ ଭାରତରେ

ଏଡ୍‌ସ ଏକ ମାରାମତ୍କ ରୋଗ ହେଲେ ମଧ୍ୟ ଏଥିରେ ପୀଡିତ ବ୍ୟକ୍ତି ସମାଜରେ ଅଛୁଁଆ ନୁହନ୍ତି। ସାଧାରଣ ଜୀବନଶୈଳୀରେ ବଞ୍ଚିବା ସହ ସମାଜର ସବୁ କାର୍ଯ୍ୟରେ ଏମାନଙ୍କ ଯୋଗଦାନ ରହିଛି ବୋଲି ବାର୍ତ୍ତା ଦେଇଛି କୋଲକାତାର ଏକ ଦୁର୍ଗାପୂଜା ମଣ୍ଡପ। ୧୦ ଜଣ ଏଡ୍‌ସ ପୀଡିତ ମହିଳା ଦୁର୍ଗାପୂଜା ମଣ୍ଡପ ନିର୍ମାଣ କରିଛନ୍ତି। ପୂର୍ବ କୋଲକାତାର କମରଟାଙ୍ଗା ସାଧାରଣ ଦୁର୍ଗୋତ୍ସବ ସମିତି ସହିତ ପରାଧୀନ ଭାରତର ଇତିହାସ ଯୋଡି ହୋଇ ରହିଛି। ଟେଙ୍ଗରାର ପାଣ୍ଟରୀ ରୋଡସ୍ଥିତ ଦୁର୍ଗା ମୈଦାନରେ ଏହି ପୂଜା ପ୍ରଥମେ ଆରମ୍ଭ ହୋଇ ଏଥର ଶହେବର୍ଷରେ ପଦାର୍ପଣ କରିଛି। ପୂଜା ମଣ୍ଡପକୁ ଏଡ୍‌ସ ପୀଡିତ ମହିଳାମାନେ ‘ଅପରୂପ ବଙ୍ଗଳା’ ଥିମ୍‌ରେ ନିର୍ମାଣ କରିଛନ୍ତି। ମଣ୍ଡପରେ ବଙ୍ଗଳାର ସଭ୍ୟତା, ସଂସ୍କୃତି ଓ ସୌନ୍ଦର୍ଯ୍ୟକୁ ପ୍ରଦର୍ଶନ କରାଯାଇଛି। ସମସ୍ତ ଏଡ୍‌ସ ପୀଡିତା ଉତ୍ତର ୨୪ ପ୍ରଗଣାରେ ରହନ୍ତି। ମଣ୍ଡପରେ ୧୧୦ କିଲୋ ରୁପାରେ ନିର୍ମିତ ମା’ ଦୁର୍ଗାଙ୍କ ୧୫ ଫୁଟ ଉଚ୍ଚା ମୂର୍ତ୍ତି ପୂଜା ପାଇବ। ମା’ଙ୍କ ମୂର୍ତ୍ତିକୁ ଉତ୍ତର ୨୪ ପ୍ରଗଣା ଜିଲା ହାଓ୍ବଡାସ୍ଥିତ ବାଣୀପୁରରେ ପ୍ରାୟ ୬ ମାସ ହେବ ୧୦ ଜଣ କାରିଗର ନିର୍ମାଣ କରୁଛନ୍ତି। ଏଥିରେ ୬୦ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି। କିନ୍ତୁ ଏଥର ମା’ ଦୁର୍ଗା ହାତରେ ଅସ୍ତ୍ରଶସ୍ତ୍ର ନ ଧରି ପ୍ରଜ୍ୱଳିତ ଦୀପ ଧରିବେ। ଏହା ଶାନ୍ତିର ପ୍ରତୀକ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭେନେଜୁଏଲା ତୈଳ

ଭନେଜୁଏଲାର ତତ୍କାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ସ୍ତ୍ରୀଙ୍କୁ ୮ ମାସ ତଳେ ଆମେରିକା ସେନା ଉଠାଇ ନେଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ…

ଏଇ ଭାରତରେ

ଅଭାବୀ ପରିବାରର ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି ବେଙ୍ଗାଲୁରୁର ହରେକାଲା ହଜାବ୍ବା। ଏଥିପାଇଁ ତାଙ୍କୁ ଜୀବନରେ ଅନେକ କଷ୍ଟ ସ୍ବୀକାର…

ସବୁକିଛି ବଦଳାଇବା ଠିକ୍‌ କି

ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହା ସବୁବେଳେ ପୂର୍ବଜଙ୍କ କାନ୍ଧରେ ପାଦ ରଖିଥାଏ। ମୂଳଦୁଆ ଦୁର୍ବଳ ହେଲେ ଆମର ଅସ୍ତିତ୍ୱ ଦୁର୍ବଳ ହୁଏ। ସେହିପରି ପରିବର୍ତ୍ତନ ମଧ୍ୟ…

ଶିକ୍ଷାରେ ନେତୃତ୍ୱ, ନେତୃତ୍ୱରେ ଶିକ୍ଷକ

କୁରୁକ୍ଷେତ୍ର ରଣଭୂମିରେ ଅର୍ଜୁନ ଯେତେବେଳେ ନିଜ କର୍ତ୍ତବ୍ୟ, ସମ୍ପର୍କ ଓ ଭବିଷ୍ୟତକୁ ନେଇ ଗଭୀର ଦ୍ୱନ୍ଦ୍ୱରେ ପଡ଼ିଥିଲେ, ସେତେବେଳେ ଭଗବାନ୍‌ କୃଷ୍ଣ ତାଙ୍କ ହାତରୁ ଗାଣ୍ଡୀବ ନେଇ…

ହିମାଳୟକୁ ଜଗ

ଗୋଟେ ଧାରଣା ଥିଲା ଯେ, ପାହାଡ଼ କିମ୍ବା ପର୍ବତ ଅତ୍ୟନ୍ତ ମଜଭୁତ ଓ ଝୁଙ୍କିବା ଲାଗି ଅନେକ ଶହ ବର୍ଷ ଲାଗେ। ତିବ୍ବତ ସୀମାନ୍ତ କେନ୍ଦ୍ରୀୟ ନେପାଳର…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri