ଏଇ ଭାରତରେ

ପୋଲିସ ଆଖିରେ ଧୂଳି ଦେଇ ଅପରାଧୀ ଖସିଯାଉଥିବାବେଳେ ଦୁଇଟି ଛେଳି ପୋଲିସ ହାବୁଡ଼ରେ ପଡି ଗିରଫ ହୋଇ ଥାନାକୁ ଆସିବା ଖବର ଶୁଣି ଟିକେ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଏମିତି ଘଟଣା ଘଟିଛି ତେଲେଙ୍ଗାନାର କରିମନଗର ଜିଲା ହୁଜୁରାବାଦ ସହରରେ। ଦୁଇଟି ଛେଳିଙ୍କ ନାଁରେ ଚାରା ଖାଇଥିବା ଅଭିଯୋଗ ହେବା ପରେ ହୁଜୁରାବାଦ ପୋଲିସ ଛେଳି ଦୁଇଟିକୁ ଗିରଫ କରି ଆଣି ଥାନାରେ ବାନ୍ଧିଛି। ଅଭିଯୋଗ ହେଉଛି ଦୁଇଟିିଯାକ ଛେଳି ଚାରା ଖାଇଯାଇଛନ୍ତି। ହୁଜୁରାବାଦ ସହରରେ ‘ସେଭ୍‌ ଦି ଟ୍ରିଜ୍‌’ ନାମକ ଏକ ସ୍ବଚ୍ଛାସେବୀ ସଂଗଠନ ଚାରା ରୋପଣ କରିଥିଲା। ସଂଗଠନ ଚାରା ରୋପଣ କରିବା ପରେ ଏହି ଛେଳି ଦୁଇଟି ଚାରା ଖାଇଦେଇଥିଲେ। ଏହାପରେ ‘ସେଭ୍‌ ଦି ଟ୍ରିଜ୍‌’ର ଦୁଇଜଣ ସଦସ୍ୟ ସଂପୃକ୍ତ ଦୁଇ ଛେଳି ନାଁରେ ବାରମ୍ବାର ଚାରା ଖାଇଯାଉଛନ୍ତି ବୋଲି ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ସଂଗଠନ ସହରରେ ୯୦୦ ଚାରା ରୋପଣ କରିଥିଲେ ବି ସେଥିରୁ ୨୦୦ ଚାରା ଏମାନେ ଖାଇଦେଇଥିଲେ। ଏହି ଅଭିଯୋଗ ଆସିବା ପରେ ପୋଲିସ ଛେଳି ଦୁଇଟିକୁ ଖୋଜି ଗିରଫ କରିବାକୁ ବାଧ୍ୟ ହୋଇଥିଲା। ଛେଳିର ମାଲିକ ହୁଜୁରାବାଦ ନଗର ନିଗମକୁ ୧ ହଜାର ଟଙ୍କା ଜରିମାନା ଦେବା ପରେ ଥାନାରୁ ଛେଳି ଦୁଇଟି ମୁକୁଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri