ଏଇ ଭାରତରେ

ଛୋଟ ପିଲାଙ୍କ ମନ ଓ ହୃଦୟ ଅଲେଖା ସ୍ଲେଟ୍‌ ପରି ନିର୍ମଳ। ସେମାନଙ୍କ ମଧ୍ୟରେ କୌଣସି ଧର୍ମ, ଜାତି, ସମ୍ପ୍ରଦାୟ ଜ୍ଞାନ ନ ଥାଏ। ଛତିଶଗଡ଼ ରାୟପୁରରେ ଏଭଳି ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଏଠାରେ ବାସ କରୁଥିବା ରମ୍‌ଜାନ ଓ ମୁବାରକ ଘରୁ ଲୁଚି ସ୍ଥାନୀୟ ରେଲ୍‌ଓ୍ବେ ଫାଟକଠାରେ ପ୍ରଭୁ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରିଛନ୍ତି। ରମଜାନ୍‌ ସ୍ବପ୍ନରେ ଗଣେଶଙ୍କୁ ଦେଖିଥିବା କଥା ତାଙ୍କ ସାଙ୍ଗ ମୁବାରକଙ୍କୁ କହିଥିଲେ। ଏହାପରେ ଦୁଇ ସାଙ୍ଗ ଗଣେଶ ପୂଜା କରିବା ପାଇଁ ଘରୁ ଲୁଚି ପଳାଇଥିଲେ। ସ୍ଥାନୀୟ ଶାରଦା ବିହାର କଲୋନୀରେ ଗଣେଶ ପୂଜା ଲାଗି ସେମାନେ ଘର ଘର ବୁଲି ଚାନ୍ଦା ସଂଗ୍ରହ କରିଥିଲେ। ରେଲଓ୍ବେ ଫାଟକ ନିକଟରେ ବାଉଁଶ ତାଟିରେ ଛୋଟ ପେଣ୍ଡାଲ ତିଆରି କରି ସେଠାରେ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ। ଲୋକେ ପେଣ୍ଡାଲ ଦେଖି ସେଠାରେ ପୂଜା କରିବାକୁ ଆସିଥିଲେ। ଦୁଇ ନାବାଳକଙ୍କୁ ସ୍ଥାନୀୟ ଲୋକେ ଖାଇବାକୁ ମଧ୍ୟ ଦେଇଥିଲେ। ତେବେ ଦୁଇଦିନ ଧରି ଘରୁ ରମଜାନ୍‌ ଏବଂ ମୁବାରକ ନିଖୋଜ ହେବା ପରେ ପରିବାର ସଦସ୍ୟ ପୋଲିସ ଥାନାରେ ଖବର ଦେଇଥିଲେ। ପୋଲିସ ସହରସାରା ଦୁଇ ନାବାଳକଙ୍କୁ ଖୋଜିବା ପରେ ରେଲଓ୍ବେ ଫାଟକ ପାଖରୁ ସେମାନଙ୍କୁ ଉଦ୍ଧାର କରିଥିଲେ। ପଚରାଉଚରା ପରେ ଦୁଇ ନାବାଳକ ସତକଥା ପ୍ରକାଶ କରିଥିଲେ। ତେବେ ଦୁଇଜଣଙ୍କ ଉତ୍ତର ସମସ୍ତଙ୍କୁ ଯେତିକି ଖୁସି କରିଥିଲା ସେତିକି ବିସ୍ମିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

ଭୁଲ୍‌ ପ୍ରସଙ୍ଗ

ନିଜର ଭୁଲ୍‌ ପ୍ରାୟ ସବୁବେଳେ ମଲ୍ଲୀ, ହେନା, କିଆ, କେତକୀ, ଶେଫାଳୀ, ରଜନୀଗନ୍ଧା ଫୁଲର ବାସ ପରି ମହମହ ବାସେ ! ସାଧାରଣତଃ ଆମେ ନିଜ ଭୁଲ୍‌କୁ…

ଭିଡ଼ହିଂସା କାରଣ ଓ ନିରାକରଣ

ଭିଡ଼ହିଂସା ଏଇ କିଛିମାସ ହେଲା ଓଡ଼ିଶାର ବିଭିନ୍ନ ଜାଗାରେ ଯେପରି କ୍ରମାଗତ ଭାବରେ ସୃଷ୍ଟିହୋଇଛି, ହୁଏତ ତାହାର ଉଦାହରଣ ଆଗରୁ ଏତେ ନ ଥିଲା। ଏକ ଅନିୟନ୍ତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri