ଏଇ ଭାରତରେ

ଈଶ୍ୱର ଏକ। ତାଙ୍କ ନାମରେ ଯେଉଁଠି ଯେତେ ପ୍ରକାର ରଙ୍ଗ-ରୂପ- ଆକାରର ପୀଠ ହୋଇଥାଉନା କାହିଁକି ତାହା ଶାଶ୍ୱତ ଓ ସମସ୍ତଙ୍କ ପାଇଁ ସମାନ। ଏହି ମର୍ମକୁ ଭଲଭାବେ ଉପଲବ୍ଧି କରିଛନ୍ତି ଝାଡ଼ଖଣ୍ଡ କୋଡରମାର ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଥିବା ରାଜାବର ସିଆର୍‌ପିଏଫ୍‌ କ୍ୟାମ୍ପର କମ୍ପାନୀ କମାଣ୍ଡର ମହମ୍ମଦ ଇଜାଜ ଖାନ୍‌। ସେ ଯେଉଁ ସନ୍ଦେଶ ଦେଇଛନ୍ତି ତାହା ସୁଦୂରପ୍ରସାରୀ। ଇଜାଜ ସର୍ବଧର୍ମ ସଦ୍‌ଭାବର ପ୍ରତୀକ ପାଲଟିଯାଇଛନ୍ତି। ମହମ୍ମଦ ଇଜାଜ ଜଣେ ମୁସଲମାନ ହୋଇ ବି ସେଠାକାର ଗ୍ରାମବାସୀଙ୍କ ସହଯୋଗରେ ସିଆର୍‌ପିଏଫ୍‌ କ୍ୟାମ୍ପସ ମଧ୍ୟରେ ଏକ ଭବ୍ୟ ରାମମନ୍ଦିର ନିର୍ମାଣ କରିଛନ୍ତି। ଏହି ମନ୍ଦିରରେ ଭଗବାନ ରାମ, ରାଧା-କୃଷ୍ଣ ଓ ହନୁମାନଙ୍କ ସହ ଅନ୍ୟ ଦେବଦେବୀଙ୍କୁ ସ୍ଥାପନା କରାଯାଇଛି। ଯଥାବିଧି ଯବାନମାନେ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ନିୟମିତ ପୂଜାର୍ଚ୍ଚନା କରୁଛନ୍ତି। ଇଜାଜ ସିଆର୍‌ପିଏଫ୍‌ କମାଣ୍ଡର ବିଷ୍ଣୁ ଗୌତମଙ୍କ ଅନୁମତି ନେଇ ଏହି ମନ୍ଦିର ନିର୍ମାଣ କରିଥିବାରୁ ମନ୍ଦିର କାନ୍ଥରେ ବିଷ୍ଣୁ ଗୌତମଙ୍କ ସହ ମହମ୍ମଦ ଇଜାଜଙ୍କ ନାମ ବି ଲେଖାଯାଇଛି। ଏହି ମନ୍ଦିରରେ ସବୁ ଧର୍ମର ଯବାନ ପୂଜା କରିଥାନ୍ତି। ଇଜାଜ ଅବସର ନେଇ ବିହାରର ସାସାରାମରେ ରହୁଥିଲେ ବି ସେ ହିନ୍ଦୁ ମୁସଲମାନ ଏକତାର ଯେଉଁ ମଶାଲ ଜଳାଇଦେଇଛନ୍ତି ତାହା ଜ୍ଞାନାଲୋକ ବାଣ୍ଟି ଚାଲିବ,ଏଥିରେ ସନ୍ଦେହନାହିଁ। ଏହି ମନ୍ଦିରକୁ ପୂଜାକରିବା ପାଇଁ ଯାଉଥିବା ଶ୍ରଦ୍ଧାଳୁମାନେ ସର୍ବଧର୍ମ ସମନ୍ବୟର ଶିକ୍ଷା କରିବା ସହ ଇଜାଜଙ୍କୁ ମନେପକାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri