ଉପେକ୍ଷିତ ଐତିହ୍ୟ: ଅଲୋଡ଼ା ହୋଇ ପଡ଼ିରହିଛି ବାଷ୍ପଚାଳିତ ରେଳ ଇଞ୍ଜିନ

ବାରିପଦା ଅଫିସ,୨୫।୧୧(ରବି ନାରାୟଣ ଚଲାନ)- କଳା, ସଂସ୍କୃତି ଓ ଐତିହ୍ୟର ସହର ବାରିପଦା। ରାଜରାଜୁଡା ଶାସନ କାଳରୁ ରେଳସେବା ଭଳି ବିକାଶର ସ୍ବାଦ ଚାଖିଛନ୍ତି ସହରବାସୀ। ଗଡ଼ଜାତ ଶାସନ ସମୟରେ ପ୍ରଥମେ ୧୯୦୪ରେ ଏଠାରେ ଆରମ୍ଭ ହୋଇଥିଲା ରେଳ ସେବା। ବାରିପଦା ରେଳ ଷ୍ଟେଶନ ଆଦି ସ୍ଥାନରେ ଥିବା କେତେକ ସ୍ମାରକୀ ଏହି ଗୌରବ ଗାଥା ଶୁଣାଇ ଆସୁଛି। ଏଠାକାର ଷ୍ଟେଶନକୁ ଗଲେ ଏହା ପଛ ପଟେ ଥିବା ଏକ ବାଷ୍ପଚାଳିତ ରେଳ ଇଞ୍ଜିନ ଦୃଷ୍ଟିରେ ପଡ଼େ। ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ରେଳସେବା ଆରମ୍ଭ ସମୟରେ ୧୯୦୫ ମସିହାରେ ଏହି ଇଞ୍ଜିନକୁ ସ୍କଟଲାଣ୍ଡର ନର୍ଥ ବ୍ରିଟିଶ ଲୋକୋମୋଟିଭ କମ୍ପାନିଠାରୁ ଆଣିଥିଲେ। ଏହା ସହିତ ସୁନ୍ଦର କାଠ ଓ ଲୁହାରେ ରେଳଡବା ଯୋଡା ଯାଇଥିଲା। ବାଷ୍ପଚାଳିତ ରେଳସେବା ବନ୍ଦ ହେବା ପରେ ପୁରୁଣା ରେଳ ଇଞ୍ଜିନ ଓ ଡବା ବାରିପଦା ରେଳ ଷ୍ଟେଶନ ପଛ ପଟେ ଅଲୋଡ଼ା ତଥା ପରିତ୍ତ୍ୟକ୍ତ ହୋଇ ପଡ଼ିରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଏହା କ୍ରମେ ଭାଙ୍ଗିରୁଜି ଯାଉଛି।
ସମଗ୍ର ଭାରତ ବର୍ଷରେ କାଁ ଭାଁ ରେଳପଥ ଥିବାବେଳେ ବାରିପଦାବାସୀ ରେଳସେବା ସୁବିଧା ପାଇ ଟ୍ରେନରେ ଯିବା ଆସିବା କରୁଥିଲେ। ସ୍କଟଲାଣ୍ଡରୁ ଅଣାଯାଇଥିବା ରେଳ ଇଞ୍ଜିନ ଚାଳିତ ଟ୍ରେନରେ ସେତେବେଳେ ଭାରତର ଅନେକ ବିଶିଷ୍ଟ ବ୍ୟକ୍ତି, ରାଜ ପରିବାର ସଦସ୍ୟ, ବ୍ରିଟିଶ ସରକାରଙ୍କ ଉଚ୍ଚ ଅଧିକାରୀଙ୍କ ସମେତ ମୟୂରଭଞ୍ଜ ଜିଲାର ସାଧାରଣ ବ୍ୟକ୍ତିି ମଧ୍ୟ ଯାତ୍ରା କରିଥିଲେ। ଗଡ଼ଜାତ ଶାସନ ବେଳେ ସ୍ଥାନୀୟ ସହରର ବାରିପଦା ଓ ଭଞ୍ଜପୁରଠାରେ ଦୁଇଟି ରେଳଷ୍ଟେଶନ ଗଢି ଉଠିଥିଲା ଯାହା ବିଦ୍ୟମାନ ରହିଛି। ବର୍ତ୍ତମାନ ଏଠାରୁ ଭୁବନେଶ୍ୱର, କଲିକତା, ବାଲେଶ୍ୱର, ରୂପସା, ବାଙ୍ଗିରିପୋଷିକୁ ରେଳ ଚଳାଚଳ କରୁଛି। ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ, ଭଞ୍ଜପୁର-ଶାଲିମାର ଇଣ୍ଟରସିଟି ଏକ୍ସପ୍ରେସ ଓ ଅନ୍ୟ ୬ଟି ଡିଏମୟୁ ଯାତ୍ରୀଙ୍କୁ ସେବା ଯୋଗାଉଛି। ବାରିପଦାରେ ରେଳସେବା ଆରମ୍ଭ ହେବାର ଶହେ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ବି ବିକାଶ କାର୍ଯ୍ୟ ଆଶାନୁରୂପ ହୋଇପାରି ନାହିଁ। ଖଡ୍‌ଗପୁର ଡିଭିଜନ ଅଧୀନରେ ଥିବା ଏହି ରେଳପଥର ବିକାଶ ପାଇଁ କେନ୍ଦ୍ର ସରକାର ବାରମ୍ବାର ଅବହେଳା କରିଆସୁଥିବାରୁ ରେଳପଥ ସମ୍ପ୍ରସାରଣ ଭଳି ଅନେକ କାର୍ଯ୍ୟ ଯୋଜନାରେ ଅଟକି ରହିଛି। ସର୍ବୋପରି ଭାରତୀୟ ରେଳ ଇତିହାସର ମୂକସାକ୍ଷୀ ବାଷ୍ପଚାଳିତ ଟ୍ରେନ ଇଞ୍ଜିନକୁ ସୁରକ୍ଷିତ ରଖିବା ଲାଗି ସହରବାସୀ ଦାବି କରି ଆସୁଥିଲେ ମଧ୍ୟ ଏଥିପ୍ରତି କାହାରି ନଜର ପଡ଼ୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଅପହଞ୍ଚ ଗାଁ ପାଣିଖିଆକୁ ମିଳିବ ମୌଳିକ ସେବା: ୯ ଅଭିଯୋଗର ତ୍ୱରିତ ସମାଧାନ

ମହାକାଳପଡ଼ା, ୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ୍‌ ସଭାଗୃହରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାର ଯୋଗଦେଇ ମିଳିତ ଜନଶୁଣାଣି କରିଥିଲେ। ୮୫ ଅଭିଯୋଗ ହୋଇଥିଲା। ସାମୂହିକ ୧୦…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?