ଉଦ୍‌ବେଗଜନକ ସ୍ଥିତିରେ ସଡ଼କ ଦୁର୍ଘଟଣା: ୨୦୧୮ରେ ୫୩୧୫ଙ୍କର ମୃତ୍ୟୁ

କଟକ ଅଫିସ, ୧ା୬: ରାଜ୍ୟରେ ସଡ଼କ ଦୁର୍ଘଟଣା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚତ୍ଛି। ୨୦୧୮ରେ ରାଜ୍ୟରେ ମୋଟ୍‌ ୧୧,୨୬୨ଟି ସଡ଼କ ଦୁର୍ଘଟଣା ଘଟିଥିବାବେଳେ ସେଥିମଧ୍ୟରେ ୫୩୧୫ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୧୭,୧୦୯ ଆହତ ହୋଇଥିବା ବେଳେ ମୃତ୍ୟୁ ହାର ୨୦୧୭ ତୁଳନାରେ ୧୦.୦୬ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ସଡ଼କ ଦୁର୍ଘଟଣାକୁ ନେଇ କରାଯାଇଥିବା ଏକ ଅନୁଶୀଳନରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଛି।
ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ୩୬.୪୪ ପ୍ରତିଶତ ସଡ଼କ ଦୁର୍ଘଟଣା ଘଟିଥିବା ଦର୍ଶାଯାଇଛି। ମୁଖ୍ୟତଃ ଡିସେମ୍ବରରେ ସର୍ବାଧିକ ୧୦୭୨ଟି ଦୁର୍ଘଟଣା ଘଟିଥିବା ବେଳେ ୫୩୨ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ସଡ଼କ ଦୁର୍ଘଟଣା ହାର ଅଧିକ ଥିବା ଦେଖାଯାଇଛି। କାରଣ ସମୁଦାୟ ଦୁର୍ଘଟଣାର ୬୬.୯୧ ପ୍ରତିଶତ ଗ୍ରାମାଞ୍ଚଳରେ ଘଟିଥିବାବେଳେ ୩୩.୦୮ ପ୍ରତିଶତ ସହରାଞ୍ଚଳରେ ଘଟିଛି। ସେହିପରି ଗ୍ରାମାଞ୍ଚଳରେ ଦୁର୍ଘଟଣାଜନିତ ମୃତ୍ୟୁ ହାର ୬୯.୯୫ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ଏହି ହାର ୩୦.୦୪ ଥିବା ଦେଖାଯାଇଛି। ଅନୁଶୀଳନରେ ଦୁର୍ଘଟଣାର ସମୟ ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ସମୁଦାୟ ଦୁର୍ଘଟଣାର ୩୭.୦୯ ପ୍ରତିଶତ ରାତି ୯ଟାରୁ ସକାଳ ୬ଟା ମଧ୍ୟରେ ଘଟିଥିବା ବେଳେ ଏଥିରେ ୩୧.୬୦ ପ୍ରତିଶତ ମୃତ୍ୟୁ ଘଟିଥିବା କୁହାଯାଇଛି। ସେହିପରି ସନ୍ଧ୍ୟା ୬ଟାରୁ ରାତି ୯ଟା ମଧ୍ୟରେ ସର୍ବାଧିକ ଦୁର୍ଘଟଣା ଘଟିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ମୋଟ୍‌ ୨୧୪୫ଟି ଦୁର୍ଘଟଣା ଘଟିଥିବାବେଳେ ୧୦୫୨ ଜଣଙ୍କର ମୃତ୍ୟୁ ଘଟିଥିବା ଦର୍ଶାଯାଇଛି।
କ୍ରାଇମବ୍ରାଞ୍ଚ ପକ୍ଷରୁ କରାଯାଇଥିବା ଅନୁଶୀଳନରେ କୁହାଯାଇଛି, ୫୧.୮୫ ପ୍ରତିଶତ ସଡ଼କ ଦୁର୍ଘଟଣା ପରିଷ୍କାର ପାଗରେ ଘଟିଛି। ଅର୍ଥାତ୍‌ ଖରାଟିଆ ପାଗରେ ଘଟିଥିବା ଏହି ଦୁର୍ଘଟଣାରେ ୫୧.୦୬ ପ୍ରତିଶତ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବର୍ଷା ପାଗରେ ମାତ୍ର ୧୭.୫୨ ପ୍ରତିଶତ ଦୁର୍ଘଟଣା ଘଟି ୧୭.୪୦ ପ୍ରତିଶତଙ୍କର ମୃତ୍ୟୁ ଘଟିଥିବା ଦର୍ଶାଯାଇଛି। ଅନ୍ୟପକ୍ଷରେ ୩୬.୯୮ ପ୍ରତିଶତ ଦୁର୍ଘଟଣା ଜାତୀୟ ରାଜପଥ ଉପରେ ଓ ୨୭.୫୬ ପ୍ରତିଶତ ରାଜ୍ୟ ରାଜପଥରେ ଘଟିଛି। ଜାତୀୟ ରାଜପଥ ଉପରେ ଘଟିଥିବା ଦୁର୍ଘଟଣାରେ ୩୭.୧୪ ପ୍ରତିଶତ ମୃତ୍ୟୁ ହାର ଥିବାବେଳେ ୨୭.୭୫ ପ୍ରତିଶତ ମୃତ୍ୟୁହାର ରାଜ୍ୟ ରାଜପଥରେ ରହିଛି। ଏପରି କି ୪୩.୬୮ ପ୍ରତିଶତ ଦୁର୍ଘଟଣା ଖୋଲା ଅଞ୍ଚଳରେ ଘଟିଥିବାବେଳେ ଏଥିରେ ମୃତ୍ୟୁ ହାର ୪୬.୯୬ ପ୍ରତିଶତ ରହିଥିବା କୁହାଯାଇଛି। ସେହିପରି ଅନୁଶୀଳନରୁ ଜଣାପଡ଼ିଛି ଯେ, ୫୦.୯୯ ପ୍ରତିଶତ ଦୁର୍ଘଟଣା ସିଧା ରାସ୍ତାରେ ଘଟି ୫୧.୭୫ ପ୍ରତିଶତଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ୧୯.୩୧ ପ୍ରତିଶତ ଦୁର୍ଘଟଣା ବଙ୍କାଣୀ ରାସ୍ତାରେ ଘଟି ୧୮.୨୩ ପ୍ରତିଶତଙ୍କର ମୃତ୍ୟୁ ଘଟିଛି। ମୁଖ୍ୟତଃ ଅନିୟନ୍ତ୍ରିତ ଟ୍ରାଫିକ ଯୋଗୁ ରାଜ୍ୟରେ ୨୩.୬୧ ପ୍ରତିଶତ ଦୁର୍ଘଟଣା ଘଟୁଥିବା କୁହାଯାଇଛି। ଯେଉଁଥିରେ ମୃତ୍ୟୁହାର ୨୭.୨୬ ପ୍ରତିଶତ ରହିଛି। ଫୁଟ୍‌ପାଥ୍‌ରେ ଯାଉଥିବା ପଦଚାରୀଙ୍କ ମୃତ୍ୟୁହାର ୬୫.୧୩ ପ୍ରତିଶତ ରହିଛି। ଫୁଟ୍‌ପାଥ୍‌ରେ ୫୯.୩୫ ପ୍ରତିଶତ ଦୁର୍ଘଟଣା ଘଟିଥିବା ତଥ୍ୟରୁ ଜଣାପଡ଼ିଛି।
ରାଜ୍ୟରେ ଯେତେ ଦୁର୍ଘଟଣା ଘଟୁଛି ସେଥିରେ ୩୯.୧୮ ପ୍ରତିଶତ ଦୁଇଚକିଆ ଗାଡ଼ି ଥିବାବେଳେ ୧୭.୬୨ ପ୍ରତିଶତ ଭାରିଯାନ (ଟ୍ରକ, ଲରି), ୧୭.୦୬ ପ୍ରତିଶତ ହାଲୁକା ଯାନ (କାର୍‌, ଜିପ୍‌ ଇତ୍ୟାଦି) ଓ ୨.୮୦ ପ୍ରତିଶତ ବସ୍‌ ରହିଛି। ମୃତ୍ୟୁହାରକୁ ଦେଖିଲେ ଦୁଇ ଚକିଆ ଦୁର୍ଘଟଣାରେ ଏହି ହାର ୪୦.୮୮ ପ୍ରତିଶତ ଥିବା କୁହାଯାଇଛି। ଗାଡ଼ି ଚଳାଚଳର ଅବଧିକୁ ଦେଖିଲେ ୩୩ ପ୍ରତିଶତ ଦୁର୍ଘଟଣା ଘଟାଉଥିବା ଗାଡ଼ିର ଅବଧି ୫ ବର୍ଷରୁ କମ୍‌ ଏବଂ ୯.୯୦ ପ୍ରତିଶତ ଗାଡ଼ିର ଅବଧି ୧୫ ବର୍ଷରୁ ଅଧିକ।
ଅନୁଶୀଳନରେ କୁହାଯାଇଛି ଯେ, ୧୯.୩୮ ପ୍ରତିଶତ ଦୁର୍ଘଟଣା ହିଟ୍‌ ଆଣ୍ଡ ରନ୍‌ ଯୋଗୁ ହେଉଥିବାବେଳେ ୧୪.୦୩ ପ୍ରତିଶତ ପଛପଟୁ ଧକ୍କା ଯୋଗୁ ଘଟିଛି। ହିଟ୍‌ ଆଣ୍ଡ ରନ୍‌ ଯୋଗୁ ମୃତ୍ୟୁ ହାର ୨୦.୮୪ ପ୍ରତିଶତ ଥିବା କୁହାଯାଇଛି। ସେହିପରି ୬୬.୩୬ ପ୍ରତିଶତ ଦୁର୍ଘଟଣା ଅଧିକ ବେଗ ଯୋଗୁ ଘଟୁଛି। ଅନ୍ୟପକ୍ଷରେ ୧୦.୮୩ ପ୍ରତିଶତ ମଦ୍ୟପାନଜନିତ ହୋଇଥିବା ବେଳେ ୮.୮୯ ପ୍ରତିଶତ ରଂରୁଟ୍‌ରେ ଯାଉଥିବାରୁ ଘଟିଛି। ଦ୍ରୁତଗତି ଯୋଗୁ ମୃତ୍ୟୁ ହାର ୬୮.୫୬ ପ୍ରତିଶତ ରହିଛି।
ବିଷ୍ଳେଷଣରୁ ଜଣାପଡ଼ିଛି ଯେ, ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ୭୯.୪୫ ପ୍ରତିଶତଙ୍କ ବୟସ ୪୫ ବର୍ଷ ମଧ୍ୟରେ ରହିଛି। ହେଲ୍‌ମେଟ ନ ପିନ୍ଧିଥିବା ଯୋଗୁ ମୃତ୍ୟୁ ହାର ୬୭.୭୧ ପ୍ରତିଶତ ଥିବାବେଳେ ସିଟ୍‌ ବେଲ୍‌ଟ ପିନ୍ଧି ନ ଥିବା ଯୋଗୁ ଏହି ହାର ୪୪. ୫୭ ପ୍ରତିଶତ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚାଳନା କରି ଦୁର୍ଘଟଣା ଘଟାଇଥିବା ଡ୍ରାଇଭରମାନଙ୍କ ହାର ୧୫.୭୬ ପ୍ରତିଶତ ରହିଛି।
ଫୋରମ୍‌ ଫର୍‌ ପ୍ରିଭେନଶନ ଅଫ୍‌ ରୋଡ୍‌ ଆକ୍ସିଡେଣ୍ଟ ସଂସ୍ଥାର ସମ୍ପାଦକ ବିକାଶ ମହାପାତ୍ର କୁହନ୍ତି, ରାଜନୈତିକ ଇଚ୍ଛାଶକ୍ତି ନ ଥିଲେ ଏହି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ସଡ଼କ ଦୁର୍ଘଟଣାକୁ ରୋକିବା ନିମନ୍ତେ ଅନେକ ଆଇନ ରହିଛି। ମାତ୍ର ଏହାକୁ ଅନୁପାଳନ କରାଯାଉନାହିଁ। ଉଦାହରଣ ଦେଇ ସେ କହିଛନ୍ତି, ମୋଟରଯାନ ଆଇନ-୧୯୮୮ ଅନୁଯାୟୀ, ସଡ଼କ ସୁରକ୍ଷା ନିମନ୍ତେ ଅନେକ ନିୟମ କାନୁନ ବ୍ୟବସ୍ଥା ରହିଛି। ଆଶ୍ଚର୍ଯ୍ୟଜନକ ଭାବେ ୩୧ ବର୍ଷ ପରେ ମଧ୍ୟ ଏହି ଆଇନରେ ସଂଶୋଧନ କରାଯାଇନାହିଁ। ୩୧ ବର୍ଷ ତଳେ ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କ ପାଇଁ ମାତ୍ର ୧୦୦ ଟଙ୍କା ଜରିମାନା ବ୍ୟବସ୍ଥା କରାଯାଇଛି। ଯାହା ଆଜିକା ଦିନରେ ଅତ୍ୟନ୍ତ ନଗଣ୍ୟ। ଯାହାର ପ୍ରଭାବ ଖିଲାପକାରୀଙ୍କ ଉପରେ ପଡ଼ୁନାହିଁ। ଏନ୍‌ଫୋର୍ସମେଣ୍ଟ ମଧ୍ୟ ଠିକ୍‌ ଭାବେ ହେଉ ନ ଥିବା ଏହାର ଅନ୍ୟଏକ କାରଣ ବୋଲି ମହାପାତ୍ର କହିଛନ୍ତି। କଟକ ମୋଟରଯାନ ନିରୀକ୍ଷକ ରଶ୍ମିରଞ୍ଜିତ ଦଳବେହେରାଙ୍କ ମତରେ ସଚେତନତା ସହିତ ଚାଳକମାନେ ଗାଡ଼ି ଚାଳନା ସମୟରେ ରାସ୍ତାର ନିୟମକୁ ଯଦି ଠିକ୍‌ ଭାବେ ଅନୁପାଳନ କରିବେ ତେବେ ଦୁର୍ଘଟଣାକୁ ଅନେକ ମାତ୍ରାରେ ରୋକିହେବ। କିନ୍ତୁ ଅନେକ ସମୟରେ ଚାଳକମାନେ ନିୟମକୁ ନ ମାନି ନିଜ ମନଇଚ୍ଛା ଗାଡ଼ି ଚାଳନା କରୁଥିବାରୁ ନିଜ ଜୀବନ ସହିତ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?