ଉଦ୍‌ଘାଟନ ହୋଇପାରୁନି ବସ୍‌ଷ୍ଟାଣ୍ଡ

ଅନୁଗୋଳ ଅଫିସ, ୨୬।୮:  ଅନୁଗୋଳରେ ନିର୍ମାଣାଧୀନ ଅତ୍ୟାଧୁନିକ ସରକାରୀ ବସ୍‌ଷ୍ଟାଣ୍ଡ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆଉ ଅଳ୍ପ କିଛି କାର୍ଯ୍ୟ ଶେଷ ହେଲେ ତାହାକୁ ଉଦ୍‌ଘାଟନ କରାଯିବ। ଗତ ୧୫ ତାରିଖରେ ଏହାର ଉଦ୍‌ଘାଟନ ପାଇଁ ପୂର୍ବରୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ। ନିକଟରେ ୩ଟି ଦୋକାନ ଜବରଦଖଲରେ ରହିଥିବାରୁ ଏହି କାର୍ଯ୍ୟ ବିଳମ୍ବ ହେଉଥିବା ଓଏସ୍‌ଆରଟିସିର ୟୁନିଟ୍‌ ଇନ୍‌ଚାର୍ଜ ମାଗୁଣି ମହାନ୍ତି କହିଛନ୍ତି। ୧ ଏକର ୧୪ ଡିସିମିଲ ଜାଗାରେ ନିର୍ମାଣ ହେଉଥିବା ଏହି ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ପାଇଁ ରାଜ୍ୟ ସରକାର ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏଠାରେ ଗୋଟିଏ ଛାତ ତଳେ ଟିକେଟ ଘର ସହ ଓଏସ୍‌ଆର୍‌ଟିସି କାର୍ଯ୍ୟାଳୟ, ଚାଳକ/ହେଲପରଙ୍କ ବିଶ୍ରାମାଗାର, କ୍ୟାଣ୍ଟିନ, ଯାତ୍ରୀ ବିଶ୍ରାମାଗାର ରହିବ। ସେହିପରି ବସ୍‌ଷ୍ଟାଣ୍ଡ ପରିସରରେ ୧୭ କୋଠରି ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ, ୬ଟି ବସ୍‌ ଟର୍ମିନାଲ ଓ ଗୋଟିଏ ଗ୍ୟାରେଜ ରହିବ। ଯାତ୍ରୀଙ୍କୁ ୨୪ ଘଣ୍ଟିଆ ୱାଇଫାଇ ସେବା ମଧ୍ୟ ମିଳିବ। କିନ୍ତୁ ଲକ୍ଷ୍ୟଧାର୍ଯ୍ୟ ସମୟ ଗଡ଼ି ଯାଇଥିଲେ ବି କାର୍ଯ୍ୟ ଶେଷ ହୋଇପାରୁ ନାହିଁ କି ପ୍ରଶାସନ ଜବରଦଖଲ ସମ୍ପୂର୍ଣ୍ଣ ଉଚ୍ଛେଦ ମଧ୍ୟ କରିପାରୁ ନାହିଁ। ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଇତିମଧ୍ୟରେ ୩୦ ବର୍ଷ ଧରି ଜବରଦଖଲରେ ଥିବା କେତେକ ଦୋକାନୀଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଏଥିପାଇଁ ୧୮ଟି ଦୋକାନୀଙ୍କୁ ନୋଟିସ୍‌ ଦିଆଯାଇଥିଲା। ସେଥିମଧ୍ୟରୁ ୧୫ଟି ଦୋକାନ ଉଚ୍ଛେଦ ହୋଇଥିବା ବେଳେ ବାକି ୩ଟିକୁ ପ୍ରଶାସନ ହାତ ମାରିପାରି ନାହିଁ। ପ୍ରଶାସନ କାହିଁକି ଉକ୍ତ ଦୋକାନକୁ ଉଚ୍ଛେଦ କରିନାହିଁ ତାହାକୁ ନେଇ ଏବେ ଅନ୍ୟ ବ୍ୟବସାୟୀମାନେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭।୪: ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ୩ଜଣ ବାଇକ୍‌...

ସୀମାରେ ଯାଞ୍ଚ: ପିକ୍‌ଅପ୍‌ ଭ୍ୟାନରୁ ୩.୬୯ଲକ୍ଷ ଜବତ

ନୂଆପଡ଼ା,୨୭ା୪ (ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟ ନେଇ ପୋଲିସ ପ୍ରଶାସନ, ଅବକାରୀ ଓ ବନ ବିଭାଗ ପକ୍ଷରୁ ଆନ୍ତଃ...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri