ଉଦ୍‌ଘାଟନକୁ ୧୫ ବର୍ଷ ବିତିଲା: କାର୍ଯ୍ୟକ୍ଷମ ହୋଇପାରିନି ଉପଖଣ୍ଡ ଷ୍ଟାଡିୟମ

ତାଳଚେର,୧୧ା୮(ନି.ପ୍ର.) – କ୍ରୀଡା ଓ କ୍ରୀଡାବିତ୍‌ଙ୍କ ଉନ୍ନତି ନିମନ୍ତେ ରାଜ୍ୟ ସରକାର ବହୁ ମିନି ଷ୍ଟାଡିୟମ ନିର୍ମାଣ କରୁଛନ୍ତି। ହେଲେ ତାଳଚେର ରାଜବାଟୀ ନିକଟରେ ୨୦୦୪ରୁ ନିର୍ମାଣ ହୋଇଥିବା ସବ୍‌ଡିଭିଜନାଲ ଷ୍ଟାଡିୟମକୁ କାର୍ଯ୍ୟକ୍ଷମ କରିବାକୁ ସରକାର ଯେପରି ଭୁଲି ଯାଇଛନ୍ତି। କାରଣ ନିଜେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବାର ୧୫ ବର୍ଷ ବିତିଗଲାଣି। ଅଥଚ ଷ୍ଟାଡିୟମଟି ସମ୍ପୂର୍ଣ୍ଣ ହୋଇ ଖେଳ ଉପଯୋଗୀ ହୋଇପାରି ନାହିଁ। ଏପରି କି ଷ୍ଟାଡିୟମ୍‌ର ମୁଖ୍ୟ ବିଲ୍‌ଡିଂ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଯିବା ଅବସ୍ଥାକୁ ଆସିଗଲାଣି। ଏହାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ନୈରାଶ୍ୟଭାବ ଦେଖା ଦେଇଛି। ମହାନଦୀ କୋଲ୍‌ ଫିଲ୍ଡସ ଲିମିଟେଡ୍‌ (ଏମ୍‌ସିଏଲ୍‌), ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କ ଉଦାସୀନତା, ଅବହେଳା ଯୋଗୁ ଏହି ଷ୍ଟାଡିୟମ ଅବସ୍ଥା ଏପରି ହୋଇଥିବା କ୍ରୀଡାବିତ୍‌, ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି। ତାଳଚେରରୁ କେନ୍ଦ୍ର ଓ ରାଜ୍ୟ ସରକାର ବାର୍ଷିକ କୋଟି କୋଟ ଟଙ୍କା ରାଜସ୍ବ ନେଉଥିଲେ ବି ଏ ଅଞ୍ଚଳର ବିକାଶ ପ୍ରତି ଅଣଦେଖା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।
ଏମ୍‌ସିଏଲ୍‌ ତତ୍ତ୍ୱାବଧାନରେ ଓ ଆର୍ଥିକ ସହାୟତାରେ ତାଳଚେର ରାଜବାଟୀ ନିକଟ ୨୦.୯୪୦ ଏକର ଜମି ଉପରେ ଏହି ସବ୍‌ଡିଭିଜନାଲ ଷ୍ଟାଡିୟମ ନିର୍ମାଣ କରାଯିବାକୁ ସ୍ଥିର ହୋଇଥିଲା। ୧୨ା୩ା୧୯୯୬ରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କ୍ଲବ ହାଉସ, ପାଚେରି, ଗ୍ରାଉଣ୍ଡ ଲେବଲିଂ ବାବଦରେ ୧ କୋଟି ୪୦ ଲକ୍ଷ ୫୨ ହଜାର ୧୧ ଟଙ୍କା ଖର୍ଚ୍ଚ ହୋଇଥିଲା। ୫ା୧ା୨୦୦୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ହେଲେ ୧୫ ବର୍ଷ ପରେ ବି ଅନ୍ୟ ଗ୍ୟାଲେରୀ, ପାଚେରି, ମେନ୍‌ଗେଟ ନିର୍ମାଣ ହୋଇପାରି ନାହିଁ। ପଡିଆକୁ ମଧ୍ୟ ଖେଳ ଉପଯୋଗୀ କରାଯାଇପାରି ନାହିଁ। ୨୧ା୩ା୨୦୧୩ରେ ତତ୍‌କାଳୀନ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ଷ୍ଟାଡିୟମର ଅସମ୍ପୂର୍ଣ୍ଣ କାମକୁ ଆର୍‌ଡିସିଙ୍କ ଜରିଆରେ ଏମ୍‌ସିଏଲ୍‌ର କର୍ପୋରେଟ ସୋସିଆଲ ରେସପନ୍ସବିଲିଟି ଜରିଆରେ ସମ୍ପୂଣ୍ଣର୍ର୍ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ବିଧାନସଭାରେ କହିଥିଲେ। କିନ୍ତୁ ୬ବର୍ଷ ପରେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଇ ନାହିଁ। ୨୦୧୮ ମେ ୧୫ରେ ୧୦ମ ଆରପିଡିଏସି ବୈଠକରେ ଏମ୍‌ସିଏଲ୍‌ର ସିଏସ୍‌ଆର୍‌ ଅର୍ଥରେ ଏହା କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇ ଥିଲା, ଯାହା ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ। ଅପରପକ୍ଷରେ ଷ୍ଟାଡିୟମ କାମ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ଏହାର ମେନ ବିଲ୍ଡିଂ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ନଷ୍ଟ ହେବାକୁ ବସିଲାଣି। ଅନେକ ସ୍ଥାନ ଫାଟି ଆଁ କରିଛି। କେତେକ ସ୍ଥାନରେ ଛାତରୁ ପାଣି ଗଳୁଛି। କବାଟ ଝରକା ଭାଙ୍ଗି ଗଲାଣି। ଅନେକ ସ୍ଥାନରେ କାଚ ଭାଙ୍ଗି ତଳକୁ ଖସି ପଡିଲାଣି। ଏହାକୁ ନେଇ ଉପଖଣ୍ଡ କ୍ରୀଡା ସଂସଦ ସାଧାରଣ ସମ୍ପାଦକ ପେସ୍କାର ଗଡନାୟକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଷ୍ଟାଡିୟମ ଅସମ୍ପୂର୍ଣ୍ଣ ଯୋଗୁ ବହୁ ସମସ୍ୟା ସୃଷ୍ଟି ହେଉଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ନ ଦେବା ଦୁଃଖ ଓ ପରିତାପର ବିଷୟ ବୋଲି ସେ କହିଛନ୍ତି। ତୁରନ୍ତ ଷ୍ଟାଡିମୟର ମରାମତି ସହ ବକେୟା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ବ୍ରାହ୍ମଣୀ ଅଞ୍ଚଳ ସୁରକ୍ଷା ପରିଷଦ ସଭାପତି ବିଭୁଧେନ୍ଦ୍ର ପ୍ରତାପ ଦାସ ଦାବି କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ପରେଶ ଚନ୍ଦ୍ର ନାୟକ କହିଛନ୍ତି, ସିଏସ୍‌ଆର୍‌ ଅର୍ଥରେ ମରାମତି ଓ ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ୍ଣ କରିବାକୁ ଉଦ୍ୟମ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଝୁଲିଲା ଅନୁଗୋଳ, ତାଳଚେର, ଆଠମଲ୍ଲିକ

ଅନୁଗୋଳ, ୨୮ା୩ (ଅମିତ କୁମାର ସାମଲ)ବିଜୁ ଜନତା ଦଳ ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟରେ ୭୧ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ...

ରାସ୍ତା ପାର୍ଶ୍ୱରେ ବିପଜ୍ଜନକ ଅବସ୍ଥାରେ ଚାଲୁଛି ପରିବା ବଜାର

ବଅଁରପାଳ/ଅନୁଗୋଳ,୨୫ା୩(ଅମିତ କୁମାର ସାମଲ): ବଅଁରପାଳ ବ୍ଲକ କୁଲା଼ଡ ଏଫ୍‌ସିଆଇ ଛକରୁ ନାଲ୍‌କୋ ସିପିପିକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଖରେ ଚାଲିଛି ପରିବା ବଜାର। କରୋନା...

ଲୁଚାଚୋରାରେ ଘରୋଇ ଜାଗାରେ ପଡ଼ୁଛି ଅଳିଆ

ଅନୁଗୋଳ, ୨୨ା୩ (ଅମିତ କୁମାର ସାମଲ): ଅନୁଗୋଳ ସହରରୁ ବାହାରୁଥିବା ଆବର୍ଜନା କେଉଁଠାରେ ପକାଯିବ ତାହାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ଏଯାଏ ସମାଧାନ ହୋଇପାରୁ...

ରାଜନୈତିକ ସମୀକରଣ ଦେଖି ରଣନୀତି

ଆଠମଲ୍ଲିକ,୨୨।୩(ଉଦୀପ୍ତ ପୁରୋହିତ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ସାଧାରଣରେ ବହୁ ଆଲୋଚନା ଚାଲିଛି। ଅନୁଗୋଳ ଜିଲାର ୫ଟି ବିଧାନସଭା...

ଜଙ୍ଗଲ ନିଆଁ ଆୟତ୍ତ କଲେ ଗାଁ ପିଲା

ପାଲଲହଡ଼ା,୨୦ା୩ (ଦିବ୍ୟଜ୍ୟୋତି ଦାଶ): ଖେଳକୁଦ କରିବା ବୟସରେ ୭ ଜଣ ପିଲା ଦେଖାଇଛନ୍ତି ସାହସିକତା। ସଚେତନ ମଣିଷଙ୍କ ପରି ସେମାନେ ବୁଦ୍ଧି ଖଟାଇ ଜଙ୍ଗଲ ନିଅଁାକୁ...

ଅନୁଗୋଳରେ ୨୭, ୬୨୫ ନୂଆ, ୭, ୭୪୮ ବରିଷ୍ଠ ମତଦାତା

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ଥିବା ବିଧାନସଭା ଆସନ ଏବଂ ଢେଙ୍କାନାଳ ଓ ସମ୍ବଲପୁର ଲୋକ ସଭା ଅଧୀନରେ ଆସୁଥିବା ନିର୍ବାଚନମଣ୍ଡଳୀରେ...

ଅନୁଗୋଳ ଜିଲାରେ ୧୬୫ ବୁଥ୍‌ ସମ୍ବେଦନଶୀଳ

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ମହମ୍ମଦ ଅବଦଲ ଅଖତାର ରବିବାର...

ଅନୁଗୋଳରେ ବିଗୁଡୁଛି ଆଇନଶୃଙ୍ଖଳା ସ୍ଥିତି

ଅନୁଗୋଳ, ୧୩।୩ (ଅମିତ କୁମାର ସାମଲ): ଅନୁଗୋଳ ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବାରେ ଅହେତୁକ ବିଳମ୍ବ ହେଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri