Posted inଜାତୀୟ

ଉଦ୍ଧବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ:୩ ଦଳରୁ ୨ ଜଣ ଲେଖାଏ ମନ୍ତ୍ରୀ

ମୁମ୍ବାଇ,୨୯-୧୧(ପି.ଟି.):ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରର ଅଷ୍ଟାଦଶ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ସନ୍ଧ୍ୟାରେ ଶପଥ ଗ୍ରହଣ କରିଛନ୍ତି। ଶିବସେନାରୁ ଏହି ଶୀର୍ଷ ପଦବୀ ଅଳଙ୍କୃତ କରିବାରେ ୫୯ ବର୍ଷୀୟ ଉଦ୍ଧବ ତୃତୀୟ ନେତା। ତାଙ୍କ ପୂର୍ବରୁ ଶିବସେନାରୁ ମନୋହର ଜୋଷୀ ଏବଂ ନାରାୟଣ ରାଣେ ମୁଖ୍ୟମନ୍ତ୍ରୀ ଥିଲେ। ତେବେ ଠାକ୍‌ରେ ପରିବାରରୁ ମୁଖ୍ୟମନ୍ତ୍ରୀ ହେବାରେ ଉଦ୍ଧବ ପ୍ରଥମ ବ୍ୟକ୍ତି। ଶିବାଜୀ ପାର୍କରେ ଅନୁଷ୍ଠିତ ଭବ୍ୟ ଉତ୍ସବରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଉଦ୍ଧବଙ୍କ ସହିତ ୬ ଜଣ ମନ୍ତ୍ରୀଙ୍କୁ ଶପଥପାଠ କରାଇଥିଲେ। ଶିବସେନାରୁ ଏକନାଥ ସିନ୍ଧେ, ସୁଭାଷ ଦେଶାଇ, ଏନ୍‌ସିପିରୁ ଜୟନ୍ତ ପାଟିଲ ଓ ଛଗନ ଭୁଜବଳ ଏବଂ କଂଗ୍ରେସରୁ ବାଲାସାହେବ ଥୋରାଟ ଓ ନୀତୀନ ରାଉତ୍‌ ମନ୍ତ୍ରୀ ଭାବେ ଶପଥ ନେଇଥିଲେ।
ଶପଥ ଗ୍ରହଣ ଉତ୍ସବରେ ତିନି ଦଳର ବହୁ ନେତାଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର, ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ, ମଲ୍ଲିକାର୍ଜୁନ ଖାର୍ଗେ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ, ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ୍‌ ଠାକ୍‌ରେ ଏବଂ ଡିଏମ୍‌କେ ନେତା ଏମ୍‌.କେ. ଷ୍ଟାଲିନ। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର, ତାଙ୍କ ଭଉଣୀ ତଥା ଏମ୍‌ପି ସୁପ୍ରିୟା ସୁଲେ, ଉଦ୍ଧବ ଠାକ୍‌ରେଙ୍କ ସ୍ତ୍ରୀ ରଶ୍ମି, ପୁଅ ଆଦିତ୍ୟ, ଶିଳ୍ପପତି ମୁକେଶ ଅମ୍ବାନୀ ଓ ସ୍ତ୍ରୀ ନୀତା ଅମ୍ବାନୀ ପ୍ରମୁଖ ଉପସ୍ଥିତ ଥିଲେ। ତେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ନ ଥିଲେ। ସୋନିଆ ଉଦ୍ଧବଙ୍କ ପାଖକୁ ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ।
ଭାଜପା ଓ ଶିବସେନା ଏକାଠି ନିର୍ବାଚନ ଲଢ଼ିଥିଲେ। ତେବେ ମୁଖ୍ୟମନ୍ତ୍ରୀ ପଦ ଭାଗ କରିବା ଲାଗି ଶିବସେନାର ଦାବିପୂରଣ ନ ହେବାରୁ ଏହା ମେଣ୍ଟରୁ ଓହରିଯାଇଥିଲା। ଶେଷରେ ଏନ୍‌ସିପି ଏବଂ କଂଗ୍ରେସ ସହ ମିଶି ଶିବସେନା ମହାବିକାଶ ଅଘାଡି ମେଣ୍ଟ ଗଢ଼ିଥିଲା ଏବଂ ଉଦ୍ଧବଙ୍କ ନେତୃତ୍ୱରେ ସରକାର ଗଢ଼ିବା ପାଇଁ ନିଷ୍ପତ୍ତି ହୋଇଥିଲା। ଅକ୍ଟୋବର ୨୧ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇ ୨୪ରେ ଫଳାଫଳ ଘୋଷଣା କରାଯାଇଥିଲା। ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ୧୦୫ ଆସନ ଜିତି ଭାଜପା ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ ଶିବସେନା ୫୬, ଏନ୍‌ସିପି ୫୪ ଏବଂ କଂଗ୍ରେସ ୪୪ ଆସନରେ ଜିତିଥିଲା। କୌଣସି ଦଳ ଏକାକୀ ସରକାର ଗଢ଼ିବା ପାଇଁ ସମର୍ଥ ନ ହେବାରୁ ରାଜ୍ୟପାଳଙ୍କ ସୁପାରିସ କ୍ରମେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ଉଦ୍ଧବଙ୍କ ନେତୃତ୍ୱରେ ମହାବିକାଶ ଅଘାଡି ସରକାର ଗଢ଼ିବ ବୋଲି ଶୁକ୍ରବାର ରାତିରେ ଘୋଷଣା କରିବା ପରେ ଶନିବାର ସକାଳେ ନାଟକୀୟ ଘଟଣାକ୍ରମେ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରାଯାଇ ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସ ମୁଖ୍ୟମନ୍ତ୍ରୀ ଓ ଏନ୍‌ସିପି ନେତା ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତେବେ ଏହି ସରକାର ତିନି ଦିନ ତିଷ୍ଠିପାରି ନ ଥିଲା। ଆସ୍ଥାଭୋଟରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଏନ୍‌ସିପି ବିଧାୟକଙ୍କୁ ନିଜ ନିୟନ୍ତ୍ରଣକୁ ଆଣିବାରେ ବିଫଳ ଅଜିତ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଫଳରେ ଫଡ୍‌ନବିସ ଆସ୍ଥାଭୋଟ ପୂର୍ବରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ଶରଦ ପାଓ୍ବାରଙ୍କ ଦଳକୁ ଫେରିଥିବା ଅଜିତ୍‌ ଉପମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ତେବେ ଏନ୍‌ସିପିରୁ ୨ ଜଣ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ବୁଧବାର ଚତୁର୍ଦ୍ଦଶ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ କାମଚଳା ବାଚସ୍ପତି କାଳିଦାସ କୋଲମ୍ବକର ୨୮୫ଜଣ ନବନିର୍ବାଚିତ ବିଧାୟକଙ୍କୁ ଶପଥପାଠ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?