ଉଡ଼ିଗଲେ ଗେଣ୍ଡାଳିଆ, ଭାଙ୍ଗିଗଲା ବସା

ନରାଜ,୨୦ା୫(ଡି.ଏନ୍‌.ଏ.): ଫନୀ ପ୍ରଭାବରେ ନନ୍ଦନକାନନର ସବୁଜିମା ଏକ ପ୍ରକାର ଧଂସ୍ବ ହୋଇପଡିଛି। ଏଥିରେ କୌଣସି ଜୀବଜନ୍ତୁଙ୍କର କ୍ଷତି ହୋଇ ନ ଥିବା କର୍ତ୍ତୃପକ୍ଷ କହୁଥିବା ବେଳେ କେତେକ ମୁକ୍ତ ଜଙ୍ଗଲି ପଶୁପକ୍ଷୀ ଆଗଭଳି ଆଉ ଦେଖିବାକୁ ମିଳୁନି। ଏମାନଙ୍କ ମଧ୍ୟରେ ଗେଣ୍ଡାଳିଆ ପକ୍ଷୀ ଅନ୍ୟତମ। ବାତ୍ୟାରେ ନନ୍ଦନକାନନର ଅନେକ ବଡ ଗଛ ଉପୁଡି ପଡିବା ସହ ପକ୍ଷୀମାନଙ୍କର ବଡ ବଡ ବସା ଭାଙ୍ଗି ଯାଇଛି। ଫଳରେ ଏଠାରେ ଥିବା ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ଗେଣ୍ଡାଳିଆଙ୍କ ମଧ୍ୟରୁ କିଛିଟା ମୃତାହତ ହୋଇ ପଡିଥିବାବେଳେ ଅଧିକାଂଶ ଅନ୍ୟତ୍ର ଚାଲିଯାଇଥିବା ପଶୁପ୍ରେମୀମାନେ ଅନୁମାନ କରୁଛନ୍ତି।
ବୋଟଘାଟ, କାଞିଆ ହ୍ରଦକୂଳ, ରୋପ ଓ୍ବେ, ଟିକେଟ ଘର ନିକଟରେ ଥିବା ବଡବଡ ଗଛଗୁଡ଼ିକରେ ଗତ ଆଠବର୍ଷ ହେଲା ପ୍ରାୟ ୪ହଜାରରୁ ଊର୍ଦ୍ଧ୍ୱ ଗେଣ୍ଡାଳିଆ ପକ୍ଷୀ ବସାବାନ୍ଧି ରହି ଆସୁଥିଲେ। ପ୍ରଥମେ ଋତୁ ଅନୁଯାୟୀ ଆସୁଥିବାବେଳେ ପରେ ପରେ ସ୍ଥାୟୀ ଭାବେ ଏହି ଗଛରେ ବସା ବାନ୍ଧି ରହିିଲେ। ପର୍ଯ୍ୟଟକମାନେ ବୋଟଘାଟ ଦେଇ ଯିବାବେଳେ ପ୍ରଚୁର ପରିମାଣର ଗେଣ୍ଡାଳିଆ ମୁକ୍ତଭାବେ ବିଚରଣ କରିବା ଦେଖି ଖୁସି ହେଉଥିଲେ। ଏହାସହ କାଞିଆ ହ୍ରଦରେ ବୋଟିଂ କଲାବେଳେ ମଧ୍ୟ ପର୍ଯ୍ୟଟକମାନେ ଏହି ପକ୍ଷୀମାନଙ୍କୁ ଦେଖି ମନୋରଞ୍ଜନ କରିଥାନ୍ତି। ଏସବୁ ପକ୍ଷୀ ଜଙ୍ଗଲିଜନ୍ତୁ ହୋଇଥିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ଏମାନଙ୍କୁ କେବଳ ଶିକାରି କବଳରୁ ସୁରକ୍ଷା ଦେବା ବ୍ୟତୀତ ଅନ୍ୟ କିଛି ଦାୟିତ୍ୱ ନେଇ ନ ଥାନ୍ତି। କେବଳ ବର୍ଷକୁ ଥରେ ଏଠାରେ ପକ୍ଷୀମାନଙ୍କୁ ଗଣନା କରାଯାଇଥାଏ। ବାତ୍ୟା ପରେ ଏମାନଙ୍କ ବସା ଭାଙ୍ଗିଯାଇଥିବାରୁ ଆଉ ଦେଖିବାକୁ ମିଳୁ ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ଫି ନେଇ ଗାଧୋଇବା ହେଲା କାଳ, ଭାସିଗଲେ ୩ ଯୁବକ

କଟକ,୫।୭(ପ୍ରଭୂକଲ୍ୟାଣ ପାଲ୍‌): ସେଲ୍ଫି ଓ ମସ୍ତି ନିଶା ହେଲା କାଳ। କଟକ ନରାଜରେ ଘଟିଛି ଏକ ଅଘଟଣ। ହଠାତ୍‌ ପାଣି ମାଡ଼ି ଆସି ନରାଜ ପୁରୁଣା ନଦୀ…

SIRରେ କଟିଲା ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରଙ୍କ ନାଁ

ଭୁବନେଶ୍ୱର,୫ା୭: ରାଜ୍ୟରେ SIR ପ୍ରକ୍ରିୟାରେ ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ କଟିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌ ଗୋପାଳନ।…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି, ୨୪ ଘଣ୍ଟା ମଧ୍ୟରେ…

ଭୁବନେଶ୍ୱର,୫ା୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ। ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗର ୫୦ କିମି ଦୂରରେ ଅବପାତ ହୋଇଥିବାବେଳେ ଚାନ୍ଦବାଲିର ଉତ୍ତରପୂର୍ବ ଦିଗର ୬୦ କିମି ଦୂରରେ କେନ୍ଦ୍ରୀଭୂତ…

ଡରାଇଲା IMD ର ଆକଳନ: ଓଡ଼ିଶାକୁ ରେଡ୍‌ ଆଲର୍ଟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ୱର, ୫ା୭(ବନ୍ଦନା ସେଠୀ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ଲଘୁଚାପ ଶନିବାର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ବାଣୀବିହାର ଡ୍ରେନ୍‌ରେ ଭାସିଗଲେ ଯୁବକ, ଅଗ୍ନିଶମ ବାହିନୀର ଚାଲିଛି ଖୋଜାଖୋଜି

ଭୁବନେଶ୍ୱର, ୪।୭: ରାଜଧାନୀରେ ବର୍ଷା ଆରମ୍ଭ ହେଉ ହେଉ ଏକ ଅଘଟଣ ଘଟିଛି। ଭୁବନେଶ୍ୱରର ବାଣୀବିହାର ଅଞ୍ଚଳରେ ଥିବା ପ୍ରମୁଖ ଡ୍ରେନ୍‌ରେ ପ୍ରବଳ ସ୍ରୋତରେ ଭାସି ଜଣେ…

ଡାକ୍ତର ଆନ୍ଦୋଳନ ସ୍ଥଗିତ, ସୂଚନା ଦେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଆଜିଠୁ…

ଭୁବନେଶ୍ୱର,୪ା୭: ରାଜ୍ୟରେ ଚାଲିଥିବା ଡାକ୍ତରମାନଙ୍କ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଶନିବାରଠାରୁ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେବେ ବୋଲି ମନ୍ତ୍ରୀ…

ବିଧାୟକ ଅଶୋକ ଦାସଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ, ସମସ୍ୟାରେ ଥିବା କହି ମାଗୁଛନ୍ତି ଟଙ୍କା

ଭୁବନେଶ୍ୱର, ୪/୭: କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ନାଁରେ ଏକ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲି କିଛି ଅସାମାଜିକ ବ୍ୟକ୍ତି ଟଙ୍କା ମାଗୁଥିବା ଅଭିଯୋଗ ସାମ୍ନାକୁ ଆସିଛି।…

କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା IIC ବିୟୁଟି: ମୃତ୍ୟର କାରଣ ଅସ୍ପଷ୍ଟ

କଟକ,୪।୭(ପ୍ରଭୁକଲ୍ୟାଣ ପାଲ୍‌): କଟକରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତି ଆତ୍ମହତ୍ୟା କରିଛନ୍ତି। ମହିଳା ଆଇଆଇସି ଜଣଙ୍କ ନିଜ କ୍ୱାର୍ଟର୍ସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri