ଉଚ୍ଛେଦ ପରେ ଦାଉ ସାଧୁଛି ବର୍ଷା

ଭଞ୍ଜନଗର,୨୫।୯(ଡି.ଏନ.ଏ.)-ଭଞ୍ଜନଗର ଆର୍‌ସିରୋଡ଼ରୁ ଜବରଦଖଲ ଉଚ୍ଛେଦ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ବିଗତ ୨୦ ଦିନ ହେବ ମଝିରେ ମଝିରେ ଏହିଭଳି ବର୍ଷା ହେଉଛି। ତେଣୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପରେ ଡ୍ରେନ ଓ ରାସ୍ତା ପୁନଃନିର୍ମାଣ କାମ ଦ୍ରୁତ ଗତିରେ ଆରମ୍ଭ ହୋଇପାରୁନାହିଁ। ଲୋକେ ବିପଦସଙ୍କୁଳ ଅବସ୍ଥାରେ ଘର ମଧ୍ୟରୁ କାଠ ପୋଲ ସହାୟତାରେ ଡ୍ରେନ୍‌ ପାର ହୋଇ ରାସ୍ତାକୁ ଆସୁଛନ୍ତି। ଉଚ୍ଛେଦ ପରଠୁ ଆରସିରୋଡ଼ର ମୁଖ୍ୟରାସ୍ତା ଠିକ୍‌ ନଥିବା ଯୋଗୁ ଯାନବାହନ ଚଳାଚଳରେ ଅସୁବିଧା ହେଉଛି। ତେଣୁ ବର୍ଷା ଛାଡ଼ିଲେ ହିଁ ପୁନଃରୁଦ୍ଧାର କାର୍ଯ୍ୟ ଦ୍ରୁତଗତିରେ ହେବାର ସମ୍ଭାବନା ରହିଛି। ବିଗତ ୩ଦିନ ହେବ ଭଞ୍ଜନଗରରେ ତୁହାକୁ ତୁହା ବର୍ଷା ହେଉଛି। ଆଗାମୀ ୨୭ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ସମ୍ଭାବନା ରହିଛି। ଯାହାକୁ ନେଇ ସାହି ବାସିନ୍ଦାଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। ବର୍ତ୍ତମାନ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଅପରପକ୍ଷେ ଠିକାଦାର ପୁନଃରୁଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ଆବଶ୍ୟକ ଯନ୍ତ୍ରପାତି ସହ ପ୍ରସ୍ତୁତ ହୋଇ ଅଛନ୍ତି। କିନ୍ତୁ ବର୍ଷାଯୋଗୁ କାମ ଆରମ୍ଭ ହୋଇପାରୁ ନ ଥିବାବେଳେ ଯନ୍ତ୍ରପାତି ଭଡା ଗଣୁଛନ୍ତି।
ପ୍ରକାଶ ଯେ, ଆର୍‌ସିରୋଡକୁ ବହୁଦିନ ହେବ ସାହିଲୋକେ ଜବରଦଖଲ କରି ରଖିଥିଲେ। ଏନେଇ ପ୍ରଶାସନ ପକ୍ଷରୁ ବହୁବାର ଉଚ୍ଛେଦ ପାଇଁ ପ୍ରୟାସ କରାଯାଇଥିଲା। କିନ୍ତୁ ବିଭିନ୍ନ ସମୟରେ ବିଭିନ୍ନ ଚାପ ଯୋଗୁ ସମ୍ଭବ ହେଉନଥିଲା। ସହରର ପ୍ରମୁଖ ରାସ୍ତା ଆର୍‌ସିରୋଡ଼ ହୋଇଥିବା ଯୋଗୁ ଅଧିକାଂଶ ସମୟ ଏଠାରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଉଥିଲା। ଏହିଭଳି ପରିସ୍ଥିତିରେ ଗତ ମାସ ୨୯ରେ ପ୍ରଶାସନ ଜବରଦଖଲ ଉଚ୍ଛେଦ ପାଇଁ ନିଷ୍ପତି ନେଇଥିଲା। ୨୯ରୁ ୪ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ଚାଲିଥିଲା। ୨୨୨ଟି ଘର ଉଚ୍ଛେଦ କରାଯାଇଥିଲା। ଉକ୍ତ ଉଚ୍ଛେଦରେ ବହୁ ବିଶିଷ୍ଠ ବ୍ୟକ୍ତିଙ୍କ ଘର ମଧ୍ୟ ଉଚ୍ଛେଦ ହୋଇଛି। ତେଣୁ ପ୍ରଶାସନ ପକ୍ଷରୁ ବର୍ଷା ଛାଡୁଛାଡୁ ତୁରନ୍ତ ଡ୍ରେନ୍‌ ଓ ରାସ୍ତା କାମ ଆରମ୍ଭ କରିବା ପାଇଁ ଦାବି ହୋଇଛି। ଏନେଇ ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ରମେଶ ପ୍ରସାଦ ସ୍ବାଇଁଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ବର୍ଷା ହିଁ କାମ ଆରମ୍ଭରେ ବାଧକ ସାଜିଛି। ତଥାପି ଖୁବ୍‌ଶୀଘ୍ର କାମ ଆରମ୍ଭ କରାଯିବ। ଜନସାଧାରଣଙ୍କ ହିତକୁ ଦେଖି ପଦକ୍ଷେପ ନିଆଯାଉଛି। ଡ୍ରେନ ଓ ରାସ୍ତା ନିର୍ମାଣ ପାଇଁ ୧ କୋଟି ୫୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଜିଲାରେ ଆଜି ସ୍କୁଲ ଛୁଟି

ବରଗଡ଼,୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବରଗଡ଼ ଜିଲାରେ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ…

ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…

ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଓଡ଼ିଶାର ଲୋକେ ବହୁତ ଭଲ।…

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ…

ହତ୍ୟା କରି ନଦୀରେ ଫିଙ୍ଗିଦେଲେ, ଗାଁରେ ଉତ୍ତେଜନା

ନୟାଗଡ଼,୬ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଚି। ଅଭି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରବିବାର ରାତିରେ…

କନ୍ଧମାଳରେ ସବୁ ବିଦ୍ୟାଳୟ ଛୁଟି: ମୋବାଇଲ ନେଟ୍‌ଓ୍ବର୍କ୍‌ ନ ଥିବାରୁ ଶିକ୍ଷକଙ୍କ ନିକଟରେ ପହଞ୍ଚିପାରୁନି ନିର୍ଦ୍ଦେଶନାମା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ଏଥିପାଇଁ ସୋମବାର ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ରଖିବା…

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri