Posted inଖେଳ

ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌: ଭାଗନେବେ ୭୦ରୁ ଊର୍ଦ୍ଧ୍ୱ ଖେଳାଳି

ଭୁବନେଶ୍ୱର, ୫।୯(ପି.ଟି.)- ଫାଲକନ ଚିଲିକା ଫ୍ରେଶ୍‌ ଆନୁକୂଲ୍ୟରେ ସ୍ଥାନୀୟ ପଟିଆ ସ୍ଥିତ ୬ ପକେଟ୍ସଠାରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌। ଏହି ପ୍ରତିଯୋଗିତା ୧୪ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପଡୋଶୀ ରାଜ୍ୟ ପଶ୍ଚିମ ବଙ୍ଗ, ଝାଡଖଣ୍ଡ, ବିହାର, ଛତିଶଗଡ଼ରୁ ମୋଟ ୭୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶଗ୍ରହଣ କରିବେ। ଜାତୀୟସ୍ତରରେ ପେଟ୍ରୋଲିୟମ ସ୍ପୋଟର୍‌ସ ପ୍ରମୋଶନ ବୋର୍ଡ (ପିଏସ୍‌ପିବି) ପାଇଁ ପ୍ରତିନିଧିତ୍ୱ କରୁଥିବା ଶାହାବାଜ ଆଦିଲ ଖାଁ ପ୍ରତିଯୋଗିତାର ଟପ୍‌ ସିଡ ମାନ୍ୟତା ପାଇଛନ୍ତି। ସେହିପରି ଜାତୀୟସ୍ତରରେ ରେଲଓ୍ବେ ତରଫରୁ ପ୍ରତିନିଧିତ୍ୱ କରୁଥିବା ପଶ୍ଚିମ ବଙ୍ଗର ଅନ୍ୟତମ ଖେଳାଳି ନୀରଜ କୁମାର ଦ୍ୱିତୀୟ ସିଡ, ଓଡ଼ିଶାର ସୁବ୍ରତ ଦାସ ତୃତୀୟ, ଅନ୍ୟତମ ଓଡ଼ିଆ ଖେଳାଳି ତଥା ଗେଲ୍‌ ତରଫରୁ ପ୍ରତିନିଧିତ୍ୱ କରୁଥିବା ଆଶୁତୋଷ ପାଢ଼ୀ ଚତୁର୍ଥ ସିଡ, ପଶ୍ଚିମ ବଙ୍ଗର ୧ ନମ୍ବର ଖେଳାଳି ମନୀଷ ଜୈନ ପଞ୍ଚମ ଓ ଓଡ଼ିଶାର ଆକାଶ ମହାପାତ୍ର ଷଷ୍ଠ ସିଡ ମାନ୍ୟତା ପାଇଛନ୍ତି। ନକ୍‌ଆଉଟ୍‌ ପଦ୍ଧତିରେ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟରେ ସିଡେଡ ଖେଳାଳିମାନେ ସିଧାସଳଖ ପ୍ରି- କ୍ୱାର୍ଟର ଫାଇନାଲରୁ ଅଭିଯାନ ଆରମ୍ଭ କରିବେ। ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ୬ ପକେଟ୍ସର ପ୍ରତିଷ୍ଠାତା ତଥା ମାଲିକ ଜୀତେନ ଷଡଙ୍ଗୀ, ଟୁର୍ନାମେଣ୍ଟ କୋର୍ଡିନେଟର ତଥା ସିନିୟର ଖେଳାଳି ଗୋବିନ୍ଦ ଶର୍ମା, ଟୁର୍ନାମେଣ୍ଟ ଅନ୍ୟତମ ପ୍ରାୟୋଜକ ତଥା ବ୍ଲୁ ଟେକ୍‌ ପ୍ରଡକ୍ଟ ମାଲିକ ମିଶାଲ ସ୍ବାଇଁ ସୂଚନା ଦେଇଥିଲେ। ଏହି ଟୁର୍ନାମେଣ୍ଟ ରାଜ୍ୟରେ ସ୍ନୁକରର ଲୋକପ୍ରିୟତା ବଢ଼ାଇବାରେ ସହାୟକ ହେବ ବୋଲି ଶର୍ମା କହିଥିଲେ।
ଟୁର୍ନାମେଣ୍ଟରେ ମୋଟ ବ୍ୟୟବରାଦ ଏକ ଲକ୍ଷ ଟଙ୍କା ରଖାଯାଇଛି। ଟ୍ରଫି ସହ ଚାମ୍ପିୟନ ଖେଳାଳିଙ୍କୁ ୨୦ ହଜାର ଟଙ୍କା, ରନରଅପ୍‌ଙ୍କୁ ଟ୍ରଫି ସହ ୧୦ ହଜାର ଟଙ୍କା, ସେମିଫାନାଲିଷ୍ଟଙ୍କୁ ୫ ହଜାର ଟଙ୍କା, କ୍ୱାର୍ଟର ଫାନାଲିଷ୍ଟଙ୍କୁ ୨୫୦୦ ଟଙ୍କା, ପ୍ରି- କ୍ୱାର୍ଟର ଫାଇନାଲିଷ୍ଟଙ୍କୁ ୧୨୫୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ୭୫ରୁ ଊର୍ଦ୍ଧ୍ୱ ଉଚ୍ଚତମ ବ୍ରେକ୍‌ ପାଇଁ ୫ ହଜାର ଟଙ୍କା ପୁରସ୍କାର ରଖାଯାଇଛି। ଏହାଛଡ଼ା ଅନ୍ୟାନ୍ୟ ଆକର୍ଷଣୀୟ ପୁରସ୍କାର ମଧ୍ୟ ରଖାଯାଇଛି।
୨୦୧୮ ମାର୍ଚ୍ଚ ୪ ତାରିଖରୁ ଜିତେନ ଷଡଙ୍ଗୀଙ୍କ ଦ୍ୱାରା ୬ ପକେଟ୍ସ ଆରମ୍ଭ ହୋଇଥିଲା। ରାଜ୍ୟରେ ସ୍ନୁକର ପ୍ରତିଭାଗୁଡିକର ବିକାଶ ପାଇଁ ଏହା କାର୍ଯ୍ୟ କରିଆସୁଛି ଓ ସୁବିଧାସୁଯୋଗ ପ୍ରଦାନ କରୁଛି। ପୁଣି ଓଡ଼ିଶାରେ ପ୍ରଥମଥର ପାଇଁ ଏହି ଚାମ୍ପିୟନଶିପ୍‌ ଆୟୋଜନ ହେବ। ତେବେ ଗତ ବର୍ଷ ସେପ୍ଟେମ୍ବରରେ ମଧ୍ୟ ୬ ପକେଟ୍ସ ଅଲ୍‌ ଓଡ଼ିଶା ୬ ରେଡ୍‌ ଚାମ୍ପିୟନଶିପ୍‌ ସଫଳତାର ସହ ଆୟୋଜନ କରିଥିଲା। ଚାମ୍ପିୟନଶିପ୍‌ ପାଇଁ ଏକାଧିକ ପ୍ରାୟୋଜକ ରହିଛନ୍ତି। ଫାଲକନ୍‌ ଚିଲିକା ଫ୍ରୋସ ଟୁର୍ନାମେଣ୍ଟର ଟାଇଟଲ ପ୍ରାୟୋଜକ ରହିଛି। ସେହିପରି ଚାମ୍ପିୟନଶିପ୍‌ର ଅନ୍ୟତମ ପ୍ରାୟୋଜକମାନେ ହେଲେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସ୍ପେଶିଆଲ, ପିଜିଏଲ୍‌ ହୋଣ୍ଡା ଓ ଓଡିଟେକ୍‌ ପ୍ରପର୍ଟିଜ୍‌, ବ୍ଲୁଟେକ୍‌ ପ୍ରଡକ୍ସସ୍‌ ଆଣ୍ଡ ବିହାନ ସୋଲାର। ପ୍ରତିଯୋଗିତାର ବେଭେରେଜ ପାର୍ଟନର ରହିଛି ଇହା, ଫୁଡ ପାର୍ଟନର ରହିଛି ଲିଙ୍ଗରାଜ ବିସ୍କଟ୍ସ ଓ ଭୁଖା, ଟ୍ରାଭେଲ ପାର୍ଟନର ଟ୍ରିପ୍ରୋସେସ, ରେଡିଓ ଓ ମିଡିଆ ପାର୍ଟରନର ରହିଛନ୍ତି ୯୩. ୫ ରେଡ୍‌ ଏଫ୍‌.ଏମ୍‌. ଓ ସିଟି ମିରର। ସେହିପରି ଚାମ୍ପିୟନଶିପ୍‌ର ହସ୍ପିଟାଲିଟି ପାର୍ଟନର ରହିଛି ପିପୁଲ ହୋଟେଲ ଆଣ୍ଡ ରିସର୍ଟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri