ଇଷ୍ଟକୋଷ୍ଟର ଟିଟିଆଇ ପାର୍ବତୀ

କଟକ ଅଫିସ,୬।୧୨:ଟ୍ରେନ୍‌ ଟିକେଟ୍‌ ଇନ୍ସପେକ୍ଟର(ଟିଟିଆଇ) ଡ୍ୟୁଟି ଅତ୍ୟନ୍ତ କଷ୍ଟକର। ଡ୍ୟୁଟିବେଳେ ଅନେକ ସମୟରେ ପ୍ରତିକୂଳ ପରିସ୍ଥିତି ସାମ୍ନା କରିବାକୁ ପଡ଼ିଥାଏ। ଗୋଟିଏ ଜୋନ୍‌ରୁ ଅନ୍ୟ ଜୋନ୍‌କୁ ଯିବାକୁ ପଡ଼େ। ବିନା ଟିକେଟ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସହ ପାଟିତୁଣ୍ଡ ହେବାର ମଧ୍ୟ ସମ୍ଭାବନା ରହିଥାଏ। ତେଣୁ ମହିଳାଙ୍କ ଅପେକ୍ଷା ପୁରୁଷ ଏହି ଡ୍ୟୁଟିରେ ନିଯୁକ୍ତ ଥାନ୍ତି। କେତେଜଣ ମହିଳାଙ୍କୁ ଟିଟିଆଇ ଡ୍ୟୁଟି ମିଳିଥିଲେ ମଧ୍ୟ ସେମାନେ କେବଳ ରେଲ୍‌ୱେ ଷ୍ଟେଶନରେ ହିଁ ଏହି ଡ୍ୟୁଟି କରନ୍ତି। ତେବେ ଇଷ୍ଟକୋଷ୍ଟ ରେଲ୍‌ୱେରେ ଏବେ ଜଣେ ମହିଳାଙ୍କୁ ଓପନ ଡ୍ୟୁଟି କରୁଥିବା ଦେଖିବାକୁ ମିଳୁଛି। ସେ ହେଲେ ଓଡ଼ିଶାର ଅନ୍ୟତମ ଅନ୍ତର୍ଜାତୀୟ ଆଥ୍‌ଲେଟ୍‌ ପାର୍ବତୀ ସେଠୀ। ପ୍ରାୟ ୧ମାସ ହେବ ପାର୍ବତୀ ଏହି ଡ୍ୟୁଟି କରୁଥିବାବେଳେ ପ୍ରତିଦିନ କଟକ ରେଲ୍‌ୱେ ଷ୍ଟେଶନ୍‌ରୁ ବିଭିନ୍ନ ସ୍ଥାନକୁ ଯାଉଛନ୍ତି। ପାର୍ବତୀଙ୍କ ଏହି ପଦକ୍ଷେପ ପୂର୍ବତଟ ରେଲ୍‌ୱେରେ ଚର୍ଚ୍ଚାର ବିଷୟ ହୋଇଛି।
କିଛିଦିନ ତଳେ ଇଟାଲୀରୁ ଅନ୍ତର୍ଜାତୀୟ ମେଡାଲ ଧରି ପାର୍ବତୀ ଓଡ଼ିଶା ଫେରିଥିଲେ। ୧୯୯୯ରୁ ଇଷ୍ଟକୋଷ୍ଟ ରେଲ୍‌ୱେ ଚାକିରି କରିଥିବା ପାର୍ବତୀ ଇଟାଲୀରୁ ଫେରିବା ପରେ ଖୋର୍ଦ୍ଧା ଡିଭିଜନ ଡିଆର୍‌ଏମ୍‌ ଶଶିକାନ୍ତ ସିଂଙ୍କୁ ଭେଟିଥିଲେ। ଏହି ସମୟରେ ପାର୍ବତୀ ଖେଳ ଅଭ୍ୟାସ ପାଇଁ ଅଧିକ ସମୟ ଦେବାକୁ ଡିଆର୍‌ଏମ୍‌ଙ୍କୁ ନିବେଦନ କରିଥିଲେ। ଷ୍ଟେଶନରେ ରହିଲେ ତାଙ୍କୁ ପୂରା ୮ଘଣ୍ଟା ଡ୍ୟୁଟି କରିବାକୁ ପଡୁଥିବାରୁ ସେ ଓପନ ଡ୍ୟୁଟି କରିବା ପାଇଁ ଡିଆର୍‌ଏମ୍‌ଙ୍କୁ ଅନୁରୋଧ କରିଥିଲେ। ହେଲେ ଡିଆର୍‌ଏମ୍‌ ତାଙ୍କୁ ଏହି ଡ୍ୟୁଟି ନ କରିବା ପାଇଁ କହିଥିଲେ। ମାତ୍ର ନିଜେ ନିଜର ସୁରକ୍ଷା କରିପାରିବେ ଓ ଯେ କୌଣସି ଅପ୍ରୀତିକର ପରିସ୍ଥିତିକୁ ସମ୍ମୁଖୀନ ହେବାର ଦକ୍ଷତା ରଖିଛନ୍ତି ବୋଲି ସେ ତାଙ୍କୁ ଜଣାଇଥିଲେ। ଫଳରେ ଡିଆର୍‌ଏମ୍‌ ତାଙ୍କୁ ସାବାସୀ ଦେବା ସହ ଏହି ଡ୍ୟୁଟି ଦେବା ପାଇଁ ସିନିୟର ଡିସିଏମ୍‌ ପି.କେ. ସାମଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ପାର୍ବତୀ ଏହି ଡ୍ୟୁଟି କରି ଆସୁଛନ୍ତି। ତେବେ ଓପନ ଡ୍ୟୁଟିରେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ। ନିର୍ଦ୍ଦିଷ୍ଟ କାମ ଶେଷ ହେବା ପରେ ଡ୍ୟୁଟି ସରିଥାଏ ବୋଲି ରେଳ ବିଭାଗର ନିୟମ ରହିଛି। ଏ ସମ୍ପର୍କରେ ପାର୍ବତୀ କହନ୍ତି, ମୁଁ ଜଣେ ଆଥ୍‌ଲେଟ୍‌, ଯେ କୌଣସି ପରିସ୍ଥିତିକୁ ସମ୍ମୁଖୀନ ହେବାକୁ ସାହସ ରଖିଛି। ଘରେ ୯ବର୍ଷର ପୁଅ ଓ ସ୍ବାମୀ ରହିଥିବାବେଳେ ସମସ୍ତଙ୍କ ଦାୟିତ୍ୱ ଠିକ୍‌ ସମୟରେ ତୁଲାଇବାରେ କୌଣସି ଅସୁବିଧା ହେଉନାହିଁି। ଅନ୍ୟ ଝିଅମାନେ ଏହି ଡ୍ୟୁଟି କରିବାରେ କୌଣସି ଅସୁବିଧା ନାହିଁ, କେବଳ ନିଜର ଇଚ୍ଛାଶକ୍ତି ଓ ସାହସ ରହିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri