Posted inଜାତୀୟ

ଇଣ୍ଟରନ୍ୟାଶନାଲ ନର୍ସେସ୍‌ ଡେ’: ରୋଗୀଙ୍କ ସେବା କରୁଛନ୍ତି ୯ ମାସର ଗର୍ଭବତୀ ନର୍ସ

ଶିବାମୁଗ୍ଗା,୧୨।୫: ମେ’ ୧୨ରେ ପାଳନ କରାଯାଉଛି ଇଣ୍ଟରନ୍ୟାଶନାଲ ନର୍ସେସ୍‌ ଡେ’। ଏବେ ସାରା ବିଶ୍ୱ ଏହି କରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ କରୁଛନ୍ତି। ସାରା ବିଶ୍ୱରେ କରୋନା ମହାମାରୀ ଏବେ ତାଣ୍ଡବ ରଚି ଚାଲିଥିବା ବେଳେ ନର୍ସମାନେ ସାଜିଛନ୍ତି ଆଗ ଧାଡିର ଯୋଦ୍ଧା। ଏହାରି ଭିତରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କର୍ନାଟକ ଶିବାମୁଗ୍ଗାର ଜୟଚାମାରାଜେନ୍ଦ୍ର ସରକାରୀ ଡାକ୍ତରଖାନାରେ ନର୍ସ ଥିବା ରୂପା ପ୍ରବିନ ରାଓ। ଏବେ ସେ ୯ ମାସର ଗର୍ଭବତୀ। ଏପଟେ କରୋନା ସଂକ୍ରମଣ ପାଇଁ ଗର୍ଭବତୀଙ୍କୁ ସ୍ବତନ୍ତ୍ର ସୁରକ୍ଷା ଦେବାକୁ କୁହାଯାଇଛି। ହେଲେ ସେବା ମନୋବୃତ୍ତି ନେଇ ନର୍ସିଂରେ ଯୋଗ ଦେଇଥିବା ରୂପା କରୋନା ମହାମାରୀକୁ ଭୟ ନ କରି ରୋଗୀଙ୍କ ସେବା କରିବାରେ ଆନନ୍ଦ ପାଉଛନ୍ତି ବୋଲି କହିଛନ୍ତି। ୯ ମାସର ଗର୍ଭବତୀ ଥିବାରୁ ସେ ଯେ କୌଣସି ସମୟରେ ମାତୃତ୍ୱ ଲାଭ କରିପାରନ୍ତି। ଏଥିପାଇଁ ତାଙ୍କ ସିନିୟର୍ସମାନେ ମଧ୍ୟ ତାଙ୍କୁ ଛୁଟି ନେଇ ବିଶ୍ରାମ କରିବାକୁ କହିଥିଲେ। ହେଲେ ସେ ବିଶ୍ରାମ ନେଲେ ରୋଗୀ ସେବାରେ ଅସୁବିଧା ହେବ ଭାବି ପ୍ରତିଦିନ ହସ୍ପିଟାଲ ଆସୁଛନ୍ତି। ଏମିତିକି ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପା ମଧ୍ୟ ରୂପାଙ୍କ କାମକୁ ପ୍ରଶଂସା କରିବା ସହ ତାଙ୍କୁ ଛୁଟି ନେବାକୁ ପରାମର୍ଶ ଦେଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

ଘର ବାରିପଟେ କ୍ରିକେଟ ଖେଳୁଥିଲେ, ଆକାଶରୁ ଖସିଲା ମୃତ୍ୟୁ; ବଜ୍ରପାତରେ ଚାଲିଗଲା ୧୭ ବର୍ଷୀୟ…

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଅନ୍ତର୍ଗତ ଦଶିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆକସ୍ମିକ ବଜ୍ରପାତ କାରଣରୁ…

ଓଡ଼ିଶା ଆସିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ: ସୁରକ୍ଷା, ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୬: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଏବଂ…

କେସିଙ୍ଗାର ଦୁଇ ଜଣ ଓପିଏସସିଙ୍କୁ ସମ୍ବର୍ଦ୍ଧନା: ଗରିବଙ୍କ ସମସ୍ୟା ବୁଝିବାକୁ ଉଭୟଙ୍କୁ କହିଲେ ବିଡିଓ

କେସିଙ୍ଗା, ୧୬।୬ (ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୨ ଜଣ ଓପିଏସସିଙ୍କୁ ବୃନ୍ଦାବନ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବିଏସଏର ନୂତନ ସଭାଗୃହରେ ମଙ୍ଗଳବାର…

ମୃତ୍ୟୁ ପୂର୍ବରୁ ମା’ଙ୍କୁ ହ୍ବାଟଆପ୍‌ରେ ଚାଟିଂ କରିଥିଲେ ଚନ୍ଦ୍ରିକା, କହି ଦେଇଥିଲେ ଏହି କଥା…

କଟକ,୧୬।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡିଜିଟାଲ ତଥ୍ୟ ସଂଗ୍ରହ ହୋଇଛି। ଉଦଳା ସ୍ଥିତ ଚନ୍ଦ୍ରିକାଙ୍କ ଘରୁ ତଥ୍ୟ ସଂଗ୍ରହ କରାଯାଇଥିବା କଟକ ଡିସିପି ……

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri