ଇକୋ-ରିଟ୍ରେଟ୍‌ ହବ୍‌ ବନ୍ଦ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ୍‌,୩୧ା୫- ଗଞ୍ଜାମ ଜିଲାପାଳଙ୍କ ଛତ୍ରଛାୟା ତଳେ ବେଆଇନ୍‌ ଭାବେ ନିର୍ମାଣ ଚାଲିଥିବା ଗୋପାଳପୁର ଇକୋ-ରିଟ୍ରେଟ୍‌ ହବ୍‌ ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି। ସମୁଦ୍ର କୂଳରେ ଏହି ନିର୍ମାଣ ପରିବେଶ ସୁରକ୍ଷା ଆଇନ୍‌-୧୯୮୬ର ଧାରା ୧୯କୁ ଉଲ୍ଲଂଘନ କରୁଛି। ଏଣୁ ତୁରନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଉପକୂଳ ପରିଚାଳନା କର୍ତ୍ତୃପକ୍ଷ। ଏପରିକି ପୂର୍ବରୁ ଥରେ ଇକୋ-ରିଟ୍ରେଟ୍‌ ହବ୍‌ ନିର୍ମାଣ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଜିଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ବିଷୟକୁ ନେଇ କର୍ତ୍ତୃପକ୍ଷ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଭବିଷ୍ୟତରେ କୌଣସି ପ୍ରକାରର ବିବାଦକୁ ଏଡ଼ାଇବା ପାଇଁ ତୁରନ୍ତ ନିର୍ମାଣ ବନ୍ଦ କରିବାକୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡ଼ିଏ) ତରଫରୁ ଗୋପାଳପୁର ବେଳାଭୂମି ଉଦୟପୁର ମୌଜାରେ ୪୫.୪୪ଏକର ଜାଗାରେ ଏହି ଇକୋ-ରିଟ୍ରେଟ୍‌ ହବ୍‌ ନିର୍ମାଣ ଚାଲିଛି। ୮କୋଟି ୯୬ ଲକ୍ଷ ଟଙ୍କାରେ ଏଠାରେ ୧୨ଟି ଗେଷ୍ଟ ହାଉସ୍‌, ୨ଟି ରେଷ୍ଟୁରାଣ୍ଟ, ଫୁଡ୍‌ କୋର୍ଟ ଏବଂ ଏକ ପ୍ରଶାସନିକ କୋଠା ନିର୍ମାଣ କରାଯାଉଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା ଓଡ଼ିଶା ବେଳାଭୂମି ସୁରକ୍ଷା ପରିଷଦ। ଗତ ଜାନୁୟାରୀରେ ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ ଏ ନେଇ ଓଡ଼ିଶା ଉପକୂଳ ପରିଚାଳନା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ ନିଜ ଅଭିଯୋଗରେ ଦର୍ଶାଇଥିଲେ ଯେ, ସମୁଦ୍ର ଜୁଆର ଏବଂ ଉପକୂଳରେ ଥିବା ଜନବସତି ଅଞ୍ଚଳ ମଧ୍ୟରେ ଏକ ପାଚେରି ଭଳି କାର୍ଯ୍ୟ କରିଥାଏ। ଏହି ବାଲୁକାଭୂମି ଯୋଗୁ ଉପକୂଳ ଅଞ୍ଚଳକୁ ସମୁଦ୍ର ଜୁଆର ମାଡ଼ିପାରେ ନାହିଁ। ପରିବେଶ ସୁରକ୍ଷା ଆଇନ୍‌-୧୯୮୬ର ଉପକୂଳ ପରିଚାଳନା ଜୋନ୍‌(ସିଆର୍‌ଜେଡ୍‌) ବିଜ୍ଞପ୍ତିରେ ବାଲୁକାଭୂମି ସୁରକ୍ଷା ସମ୍ପର୍କରେ ଉଲ୍ଲେଖ ରହିଛି। ସିଆର୍‌ଜେଡ୍‌ ଅନୁଯାୟୀ, ସମୁଦ୍ରର ୫ଶହ ମିଟର ଦୂରତା ପର୍ଯ୍ୟନ୍ତ ଉପକୂଳରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ କରାଯାଇ ପାରିବ ନାହିଁ। କିନ୍ତୁ ଇକୋ-ରିଟ୍ରେଟ୍‌ ହବ୍‌ ସମୁଦ୍ରର ଅତି ନିକଟରେ ରହିଛି। ଏହା ସଂପୂର୍ଣ୍ଣ ଭାବେ ବେଆଇନ। ହବ୍‌ ନିର୍ମାଣ ପାଇଁ ବିଡ଼ିଏ ପକ୍ଷରୁ ଓଡ଼ିଶା ଉପକୂଳ ପରିଚାଳନା କମିଟି, ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ କିମ୍ବା ରାଜ୍ୟସ୍ତରୀୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷଙ୍କ ଅନୁମତି ନିଆଯାଇ ନାହିଁ। ସିଆର୍‌ଜେଡ୍‌କୁ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରାଯାଇଛି। ଏଣୁ ବେଳାଭୂମି କଡ଼ରେ ବେଆଇନ୍‌ ଭାବେ ନିର୍ମାଣ ହେଉଥିବା ଇକୋ-ରିଟ୍ରେଟ୍‌ ହବ୍‌ ନିର୍ମାଣ ତୁରନ୍ତ ବନ୍ଦ କରିବାକୁ ଓଡ଼ିଶା ବେଳାଭୂମି ସୁରକ୍ଷା ପରିଷଦ ପକ୍ଷରୁ ସଭାପତି ଜଗନ୍ନାଥ ବସ୍ତିଆ ଓଡ଼ିଶା ଉପକୂଳ ପରିଚାଳନା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ଓ ଅନୁରୋଧ କରିଥିଲେ। ଗତ ଜାନୁୟାରୀରେ ଓଡ଼ିଶା ବେଳାଭୂମି ସୁରକ୍ଷା ପରିଷଦ ପକ୍ଷରୁ ପ୍ରଥମେ ଓଡ଼ିଶା ଉପକୂଳ ପରିଚାଳନା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଅଭିଯୋଗର ତଦନ୍ତ କରିବା ପାଇଁ ଫେବୃୟାରୀ ୫ତାରିଖରେ କର୍ତ୍ତୃପକ୍ଷଙ୍କ ତରଫରୁ ଗଞ୍ଜାମ ଜିଲାପାଳ ତଥା ବିଡ଼ିଏ ଉପାଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଜିଲାପାଳ ନିର୍ଦ୍ଦେଶକୁ ଗୁରୁତ୍ୱ ନ ଦେଇ ଚୁପ୍‌ ହୋଇ ବସିିଥିଲେ। ଫଳରେ ପରିଷଦ ପକ୍ଷରୁ ମାର୍ଚ୍ଚରେ ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲା। ଅଭିଯୋଗର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଓଡ଼ିଶା ଉପକୂଳ ପରିଚାଳନା କର୍ତ୍ତୃପକ୍ଷଙ୍କୁ ବିଭାଗ ତରଫରୁ ମାର୍ଚ୍ଚ ୧୧ତାରିଖରେ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ପରେ ତପତ୍ର ହୋଇପଡ଼ିଛି ଓଡ଼ିଶା ଉପକୂଳ ପରିଚାଳନା କର୍ତ୍ତୃପକ୍ଷ। ଏବେ ଜିଲାପାଳଙ୍କୁ ପୁଣି ଥରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଲିଖିତ ଚିଠିରେ ଦର୍ଶାଯାଇଛି, ପୂର୍ବରୁ ଥରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଜିଲାପାଳଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। କାର୍ଯ୍ୟାନୁଷ୍ଠାନ ନେବା କ୍ଷମତା ଜିଲାପାଳଙ୍କ ପାଖରେ ରହିଛି। ଏଣୁ ତୁରନ୍ତ ବେଆଇନ୍‌ ନିର୍ମାଣ ବନ୍ଦ କରିବା ସହ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳଙ୍କୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?