ଇକୋ-ରିଟ୍ରେଟ୍‌ ହବ୍‌ ବନ୍ଦ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ୍‌,୩୧ା୫- ଗଞ୍ଜାମ ଜିଲାପାଳଙ୍କ ଛତ୍ରଛାୟା ତଳେ ବେଆଇନ୍‌ ଭାବେ ନିର୍ମାଣ ଚାଲିଥିବା ଗୋପାଳପୁର ଇକୋ-ରିଟ୍ରେଟ୍‌ ହବ୍‌ ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି। ସମୁଦ୍ର କୂଳରେ ଏହି ନିର୍ମାଣ ପରିବେଶ ସୁରକ୍ଷା ଆଇନ୍‌-୧୯୮୬ର ଧାରା ୧୯କୁ ଉଲ୍ଲଂଘନ କରୁଛି। ଏଣୁ ତୁରନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଉପକୂଳ ପରିଚାଳନା କର୍ତ୍ତୃପକ୍ଷ। ଏପରିକି ପୂର୍ବରୁ ଥରେ ଇକୋ-ରିଟ୍ରେଟ୍‌ ହବ୍‌ ନିର୍ମାଣ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଜିଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ବିଷୟକୁ ନେଇ କର୍ତ୍ତୃପକ୍ଷ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଭବିଷ୍ୟତରେ କୌଣସି ପ୍ରକାରର ବିବାଦକୁ ଏଡ଼ାଇବା ପାଇଁ ତୁରନ୍ତ ନିର୍ମାଣ ବନ୍ଦ କରିବାକୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡ଼ିଏ) ତରଫରୁ ଗୋପାଳପୁର ବେଳାଭୂମି ଉଦୟପୁର ମୌଜାରେ ୪୫.୪୪ଏକର ଜାଗାରେ ଏହି ଇକୋ-ରିଟ୍ରେଟ୍‌ ହବ୍‌ ନିର୍ମାଣ ଚାଲିଛି। ୮କୋଟି ୯୬ ଲକ୍ଷ ଟଙ୍କାରେ ଏଠାରେ ୧୨ଟି ଗେଷ୍ଟ ହାଉସ୍‌, ୨ଟି ରେଷ୍ଟୁରାଣ୍ଟ, ଫୁଡ୍‌ କୋର୍ଟ ଏବଂ ଏକ ପ୍ରଶାସନିକ କୋଠା ନିର୍ମାଣ କରାଯାଉଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା ଓଡ଼ିଶା ବେଳାଭୂମି ସୁରକ୍ଷା ପରିଷଦ। ଗତ ଜାନୁୟାରୀରେ ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ ଏ ନେଇ ଓଡ଼ିଶା ଉପକୂଳ ପରିଚାଳନା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ ନିଜ ଅଭିଯୋଗରେ ଦର୍ଶାଇଥିଲେ ଯେ, ସମୁଦ୍ର ଜୁଆର ଏବଂ ଉପକୂଳରେ ଥିବା ଜନବସତି ଅଞ୍ଚଳ ମଧ୍ୟରେ ଏକ ପାଚେରି ଭଳି କାର୍ଯ୍ୟ କରିଥାଏ। ଏହି ବାଲୁକାଭୂମି ଯୋଗୁ ଉପକୂଳ ଅଞ୍ଚଳକୁ ସମୁଦ୍ର ଜୁଆର ମାଡ଼ିପାରେ ନାହିଁ। ପରିବେଶ ସୁରକ୍ଷା ଆଇନ୍‌-୧୯୮୬ର ଉପକୂଳ ପରିଚାଳନା ଜୋନ୍‌(ସିଆର୍‌ଜେଡ୍‌) ବିଜ୍ଞପ୍ତିରେ ବାଲୁକାଭୂମି ସୁରକ୍ଷା ସମ୍ପର୍କରେ ଉଲ୍ଲେଖ ରହିଛି। ସିଆର୍‌ଜେଡ୍‌ ଅନୁଯାୟୀ, ସମୁଦ୍ରର ୫ଶହ ମିଟର ଦୂରତା ପର୍ଯ୍ୟନ୍ତ ଉପକୂଳରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ କରାଯାଇ ପାରିବ ନାହିଁ। କିନ୍ତୁ ଇକୋ-ରିଟ୍ରେଟ୍‌ ହବ୍‌ ସମୁଦ୍ରର ଅତି ନିକଟରେ ରହିଛି। ଏହା ସଂପୂର୍ଣ୍ଣ ଭାବେ ବେଆଇନ। ହବ୍‌ ନିର୍ମାଣ ପାଇଁ ବିଡ଼ିଏ ପକ୍ଷରୁ ଓଡ଼ିଶା ଉପକୂଳ ପରିଚାଳନା କମିଟି, ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ କିମ୍ବା ରାଜ୍ୟସ୍ତରୀୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷଙ୍କ ଅନୁମତି ନିଆଯାଇ ନାହିଁ। ସିଆର୍‌ଜେଡ୍‌କୁ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରାଯାଇଛି। ଏଣୁ ବେଳାଭୂମି କଡ଼ରେ ବେଆଇନ୍‌ ଭାବେ ନିର୍ମାଣ ହେଉଥିବା ଇକୋ-ରିଟ୍ରେଟ୍‌ ହବ୍‌ ନିର୍ମାଣ ତୁରନ୍ତ ବନ୍ଦ କରିବାକୁ ଓଡ଼ିଶା ବେଳାଭୂମି ସୁରକ୍ଷା ପରିଷଦ ପକ୍ଷରୁ ସଭାପତି ଜଗନ୍ନାଥ ବସ୍ତିଆ ଓଡ଼ିଶା ଉପକୂଳ ପରିଚାଳନା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ଓ ଅନୁରୋଧ କରିଥିଲେ। ଗତ ଜାନୁୟାରୀରେ ଓଡ଼ିଶା ବେଳାଭୂମି ସୁରକ୍ଷା ପରିଷଦ ପକ୍ଷରୁ ପ୍ରଥମେ ଓଡ଼ିଶା ଉପକୂଳ ପରିଚାଳନା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଅଭିଯୋଗର ତଦନ୍ତ କରିବା ପାଇଁ ଫେବୃୟାରୀ ୫ତାରିଖରେ କର୍ତ୍ତୃପକ୍ଷଙ୍କ ତରଫରୁ ଗଞ୍ଜାମ ଜିଲାପାଳ ତଥା ବିଡ଼ିଏ ଉପାଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଜିଲାପାଳ ନିର୍ଦ୍ଦେଶକୁ ଗୁରୁତ୍ୱ ନ ଦେଇ ଚୁପ୍‌ ହୋଇ ବସିିଥିଲେ। ଫଳରେ ପରିଷଦ ପକ୍ଷରୁ ମାର୍ଚ୍ଚରେ ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲା। ଅଭିଯୋଗର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଓଡ଼ିଶା ଉପକୂଳ ପରିଚାଳନା କର୍ତ୍ତୃପକ୍ଷଙ୍କୁ ବିଭାଗ ତରଫରୁ ମାର୍ଚ୍ଚ ୧୧ତାରିଖରେ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ପରେ ତପତ୍ର ହୋଇପଡ଼ିଛି ଓଡ଼ିଶା ଉପକୂଳ ପରିଚାଳନା କର୍ତ୍ତୃପକ୍ଷ। ଏବେ ଜିଲାପାଳଙ୍କୁ ପୁଣି ଥରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଲିଖିତ ଚିଠିରେ ଦର୍ଶାଯାଇଛି, ପୂର୍ବରୁ ଥରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଜିଲାପାଳଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। କାର୍ଯ୍ୟାନୁଷ୍ଠାନ ନେବା କ୍ଷମତା ଜିଲାପାଳଙ୍କ ପାଖରେ ରହିଛି। ଏଣୁ ତୁରନ୍ତ ବେଆଇନ୍‌ ନିର୍ମାଣ ବନ୍ଦ କରିବା ସହ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳଙ୍କୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଟୋକନ ମିଳିଲାନି, ବିକ୍ରି ହେଲାନି ଧାନ: ପ୍ରଶାସନ ନ ଶୁଣିବାରୁ ଓକିଲ ସଂଘର ଦ୍ୱାରସ୍ଥ ହେଲା କୃଷକ ସଂଗଠନ

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତ ଜୁନ୍ ମାସ ୩୦ ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଯାଇଥିଲେ ମଧ୍ୟ ହଜାର ହଜାର ଚାଷୀ ଧାନ ବିକ୍ରିରୁ…

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଖରିଫ ଚାଷ ପାଇଁ ୨୪ରେ ଛଡ଼ାଯିବ ପାଣି, ଘୋଡ଼ାହାଡ଼ ଡ୍ୟାମରେ ହେଲା ବୃଷ୍ଟିଯଜ୍ଞ

ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍‌ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ…

ଲଘୁଚାପ ବର୍ଷାରେ ଜଳମଗ୍ନ ଧାମନଗର ବ୍ଲକ

ଧାମନଗର, ୧୭।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିବା ବେଳେ ଜନଜୀବନ ସମ୍ପୂର୍ଣ୍ଣ…

ପାତଲମ୍ବା ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ : ଦନ୍ତା ହାତୀ ଆକ୍ରମଣ ସନ୍ଦେହ; ପୋଲିସ, ବନ ବିଭାଗ ଓ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ଆରମ୍ଭ

କଲ୍ୟାଣସିଂହପୁର, ୧୭।୭ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତର ପାତଲମ୍ବା ଜଙ୍ଗଲରୁ ଶୁକ୍ରବାର ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri