Posted inଖେଳ

ଇଂଲଣ୍ଡ ଦଳର ନେତୃତ୍ୱ ନେବାକୁ ଷ୍ଟୋକ୍ସ ପ୍ରସ୍ତୁତ

ଲଣ୍ଡନ, ୧୪।୬(ପି.ଟି.): ଆସନ୍ତା ଜୁଲାଇରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ। କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ପରେ ଇଂଲଣ୍ଡରେ ଏହା ହେବ ପ୍ରଥମ କ୍ରିକେଟ ସିରିଜ। ଇଂଲଣ୍ଡର ନିୟମିତ ଅଧିନାୟକ ଜୋ ରୁଟ୍‌ଙ୍କ ଅନୁପସ୍ଥିତିରେ ବେନ୍‌ ଷ୍ଟୋକ୍ସ ଦଳର ନେତୃତ୍ୱ ନେବା ଏକ ପ୍ରକାର ନିଶ୍ଚିତ ହୋଇଛି। ନିଜ ଦ୍ୱିତୀୟ ସନ୍ତାନ ଜନ୍ମ ସମୟରେ ପରିବାର ସହିତ ରହିବେ। ତେଣୁ ଏହାପରେ ତାଙ୍କୁ ୭ ଦିନ ବ୍ୟକ୍ତିଗତ ଆଇସୋଲେଶନରେ ରହିବାକୁ ପଡ଼ିବ। ଫଳରେ ପ୍ରଥମ ଟେଷ୍ଟରେ ସେ ଦଳର ନେତୃତ୍ୱ ନେବାନେଇ ସନ୍ଦେହ ଦୃଢ଼ୀଭୂତ ହୋଇଛି। ଜୁଲାଇ ୮ରେ ଏଜେସ ବାଉଲଠାରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ରୁଟ୍‌ଙ୍କ ସ୍ତ୍ରୀ ପାଖାପାଖି ସେହି ସମୟରେ ଦ୍ୱିତୀୟ ସନ୍ତାନର ଜନନୀ ହେବା ସମ୍ଭାବନା ରହିଛି। ”ଅଧିନାୟକ ରୁଟ୍‌ ଆସନ୍ତା ଗ୍ରୀଷ୍ମ ସିଜନରେ ଗୋଟିଏ ଟେଷ୍ଟ ନ ଖେଳିବା ଏକପ୍ରକାର ନିଶ୍ଚିତ। କାରଣ ସେ ସେହି ସମୟରେ ନିଜ ସ୍ତ୍ରୀଙ୍କ ନିକଟରେ ରହିବେ। ତେଣୁ ଉପ-ଅଧିନାୟକଭାବେ ମୋତେ ଇଂଲଣ୍ଡ ଦଳର ନେତୃତ୍ୱ ନେବାକୁ ହେବ“ ବୋଲି ଷ୍ଟୋକ୍ସ ଏକ ସ୍ତମ୍ଭରେ ଉଲ୍ଲେଖ କରିଛନ୍ତି। ଏହି ଅବସରରେ ଷ୍ଟୋକ୍ସ ବାସ୍କେଟବଲ ଲିଜେଣ୍ଡ ମାଇକେଲ ଜୋର୍ଡାନ ତାଙ୍କ ଚିକାଗୋ ବୁଲ୍ସ ଟିମ୍‌ମେଟ୍‌ ସ୍କଟି ପିପେନଙ୍କ ନାମ ନେଇଛନ୍ତି। ରୁଟ୍‌ ଜୋର୍ଡାନ ହେଲେ ମୁଁ ପିପେନ। ଏହା ହେଉଛି ରୁଟ୍‌ଙ୍କ ଦଳ ବୋଲି କହିଛନ୍ତି ଷ୍ଟୋକ୍ସ। ପ୍ରକାଶଯୋଗ୍ୟ ଯେ, ଷ୍ଟୋକ୍ସ ଜଣେ ବିଚକ୍ଷଣ ଅଧିନାୟକ ବୋଲି କିଛିଦିନ ପୂର୍ବରୁ ରୁଟ୍‌ କହିବା ସହିତ ନେତୃତ୍ୱ ନେବାର ଦକ୍ଷତା ତାଙ୍କର ରହିଛି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Commonwealth Games 2026: ପଦକ ପକ୍କା, ଉଦଘାଟନୀ ଉତ୍ସବ ପୂର୍ବରୁ ଇତିହାସ ରଚିଲେ ଲୋଭଲିନା ବୋରଗୋହାଇନ!

ନୂଆଦିଲ୍ଲୀ,୨୩।୭: ଭାରତ ଉଦଘାଟନୀ ଉତ୍ସବ ପୂର୍ବରୁ 2026 ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ତାଲିକା ଖୋଲିସାରିଛି। ଷ୍ଟାର ବକ୍ସର ଲୋଭଲିନା ବୋରଗୋହାଇନ ପ୍ରଥମ ରାଉଣ୍ଡରେ ବାଇ ପାଇ 75…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri