ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା : ପୂର୍ବତନ ଖଣି ଅଧିକାରୀଙ୍କୁ ଜେଲ୍‌ଦଣ୍ଡ

କଟକ ଅଫିସ,୧।୧୧ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜଣେ ଅବସରପ୍ରାପ୍ତ ଖଣି ଅଧିକାରୀଙ୍କୁ ଜେଲ୍‌ ଓ ଜରିମାନା ଦଣ୍ଡାଦେଶ ହୋଇଛି। ସେ ହେଲେ କେନ୍ଦୁଝର ଜିଲା ବଡ଼ବିଲ୍‌ଠାରେ ଥିବା ଓଡ଼ିଶା ଖଣି ନିଗମ ସେଣ୍ଟ୍ରାଲ ୱାର୍କସପ୍‌ର ପୂର୍ବତନ ଡେପୁଟି ମ୍ୟାନେଜର (ମେକାନିକାଲ) ବରିନ୍ଦର ସିଂ। ତାଙ୍କ ବିରୋଧରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା(ନଂ.୫୮/୨୦୦୦) ରୁଜୁ ହୋଇଥିଲା। ସିଂ ୧୨ ଲକ୍ଷ ୫୪ ହଜାର ୩୭୦ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଥିଲା। ଆଗତ ଉକ୍ତ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଅଭିଯୁକ୍ତ ସିଂଙ୍କୁ ୪ ବର୍ଷ ଜେଲ୍‌ ଓ ୫୦ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅର୍ଥ ଅନାଦାୟ ଅଭିଯୁକ୍ତଙ୍କୁ ଅଧିକ ୬ ମାସ ଜେଲ୍‌ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ରାୟରେ ଉଲ୍ଲେଖ କରିଛନ୍ତି। ସୂଚନାଥାଉ କି, ସିଂ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ୨୦୦୦ ସେପ୍ଟେମ୍ବର ୨୨ରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘର ଓ ଅଫିସକୁ ଯାଞ୍ଚ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ସ୍ବତନ୍ତ୍ର ପିପି ଡି.ଡି. ବିଶ୍ୱାଳ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

ଶାଳପଡା ହାଟପଡ଼ିଆରେ ପୋଲିସର ଚଢ଼ାଉ: ବ୍ରାଉନ୍ ସୁଗାର ସହ ଯୁବକ ଗିରଫ

ହାଟଡିହୀ/ଆନନ୍ଦପୁର/ବଞ୍ଚୋ , ୩୦।୫ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ…

ଛତ୍ରପୁରରେ ମାତିଛନ୍ତି ‘ଭ୍ୟାନିଟି ବ୍ୟାଗ୍’ ଲୁଟେରା: ଠାକୁରାଣୀଙ୍କ ଯାତ୍ରା ଗହଳିରୁ ଚୋରି କରୁଥିବା ଗ୍ୟାଙ୍ଗ୍‌ର ୪ ଗିରଫ…

ଛତ୍ରପୁର, ୩୦।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା  ସଦର ମହକୁମା ଛତ୍ରପୁର ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ସପ୍ତାହ ହେବ ମା’ ଠାକୁରାଣୀଙ୍କ ଯାତ୍ରା…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri