Posted inଜାତୀୟ

ଆୟର ଗୋଟିଏ ଭାଗ ଅଜଣା ମୃତଦେହ ସଂସ୍କାରରେ ଖର୍ଚ୍ଚ କରନ୍ତି ଆୟୁବ

ମହୀଶୂର,୨୬।୮: କର୍ନାଟକର ମହୀଶୂରରେ ରୁହନ୍ତି ଆୟୁବ ଅହମ୍ମଦ। ନିଶା ତାଙ୍କର ଅଜଣା ମୃତଦେହକୁ ସଂସ୍କାର କରିବା। ଆଉ ଫୁଟ୍‌ପାଥରେ ରହୁଥିବା ଲୋକଙ୍କୁ ସାହାଯ୍ୟ କରିବା। ମାତ୍ର ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ଆୟୁବଙ୍କ ଏହି କାମ ପାଇଁ ଏବେ ସେ ସମସ୍ତଙ୍କର ପ୍ରଶଂସାର ପାତ୍ର ପାଲଟି ଯାଇଛନ୍ତି। ପ୍ରଥମେ ପ୍ରଥମେ ତାଙ୍କର ଏହି କାର୍ଯ୍ୟକୁ ସମସ୍ତେ ନିନ୍ଦା କରୁଥିବା ବେଳେ ଏବେ କିନ୍ତୁ ଅଜଣା ମୃତଦେହ ଦେଖିଲେ ଖୋଜା ପଡୁଛନ୍ତି ଆୟୁବ। ସେ କୁହନ୍ତି ଯେତେବେଳେ ସେ ଗୁନ୍ଦୁଲପେଟ ତାଙ୍କର ଏକ କାର୍‌ କିଣିବାକୁ ଯାଉଥିଲେ ସେତେବେଳେ ସେ ବାଟରେ ଏକ ଅଜଣା ମୃତଦେହ ନିକଟରେ ଜନଗହଳି ଦେଖିଥିଲେ। ଏହାପରେ ସେ କାର୍‌ କିଣି ଫେରିବା ପର୍ଯ୍ୟନ୍ତ ସେମିତି ସେହିଠାରେ ମୃତଦେହଟି ପଡି ରହିଥିବାବେଳେ କେହି ପୋଲିସକୁ ଖବର ମଧ୍ୟ ଦେଇ ନ ଥିଲେ। ଏହାପରେ କିଛି ଚିନ୍ତା ନ କରି ଆୟୁବ ନିଜ ହାତରେ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଠାଇ କାର୍‌ରେ ଲଦି ଆଣି ଅନ୍ତିମ ସଂସ୍କାର କରିଥିଲେ। ଅବଶ୍ୟ ପୋଲିସକୁ ଖବର ନ ଦେଇଥିବାରୁ ଏହାର ପରିଣାମ ବି ତାଙ୍କୁ ଭୋଗିବାକୁ ପଡିଥିଲା। ଆଉ ଏ କଥା ଘର ଲୋକଙ୍କୁ କହିବା ପରେ ଏମିତି ବିରୋଧର ଶିକାର ହୋଇଥିଲେ ଯେ ଶେଷରେ ସେ ଘର ଛାଡି ବେଙ୍ଗାଲୁର ଚାଲି ଯାଇଥିଲେ। ସେଠାରେ ମଧ୍ୟ ସେ ଏହି କାମକୁ ଜାରି ରଖିଲେ। ଏମିତି ଦିନେ ସ୍ଥିର କଲେ କି ସେ ନିଜ ଗାଁକୁ ଫେରି ମା’ବାପାଙ୍କୁ ଏକଥା ବୁଝାଇବେ। ତାହାହିଁ ହେଲା ଆଉ ଏଥିରେ ତାଙ୍କ ମା’ ସହଯୋଗର ହାତ ବଢାଇଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୨୦ ବର୍ଷ ମଧ୍ୟରେ ସେ ପାଖାପାଖି ୧୦ ହଜାର ଅଜଣା ମୃତଦେହର ସଂସ୍କାର କରି ସାରିଥିବା କୁହନ୍ତି। ଆଉ ଏଥିରେ ଖର୍ଚ୍ଚ ହେଉଥିବା ଅର୍ଥ ତାଙ୍କ ରୋଜଗାରର ଏକ ଭାଗ ବୋଲି ସେ କୁହନ୍ତି। ଆୟୁବ ତାଙ୍କ ଆୟକୁ ୩ ଭାଗ କରି ଦେଇଥିବା ବେଳେ ଆଉ ଗୋଟିଏ ଭାଗ ନିଜ ଘର ଖର୍ଚ୍ଚ ଓ ଅନ୍ୟ ଭାଗଟିକୁ ଫୁଟ୍‌ପାଥରେ ରହୁଥିବା ଲୋକଙ୍କ ପାଇଁ ଖର୍ଚ୍ଚ କରନ୍ତି। ଏବେ କିନ୍ତୁ ଆୟୁବଙ୍କର ଏହି କାମ ପାଇଁ ତାଙ୍କୁ ବହୁ ପ୍ରଶଂସା ମିଳୁଛି ହେଲେ ଏହାକୁ ଦେଖିବାକୁ ତାଙ୍କ ନିକଟର ତାଙ୍କ ମା’ ନ ଥିବା ସେ କୋହଭରା କଣ୍ଠରେ ପ୍ରକାଶ କରନ୍ତି। ଏବେ ତାଙ୍କ ସ୍ତ୍ରୀ ତାଙ୍କୁ ଏଥିରେ ସହଯୋଗ କରୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri