Posted inଖେଳ

ଆଶେସ ଚତୁର୍ଥ ଟେଷ୍ଟ: ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼

ମାଞ୍ଚେଷ୍ଟର, ୮।୯- ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ଆଶେସ ଟେଷ୍ଟ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି। ବୋଲିଂ ଓ ବ୍ୟାଟିଂରେ ଦମ୍‌ଦାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼ କରିଛି। ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୨୬ ଓଭରରେ ୮ ଉଇକେଟ ହରାଇ ୪୯୭ ରନ କରି ଇନିଂସ ଘୋଷଣା କରିଥିଲା। ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭ କରି ୧୦୭ ଓଭରରେ ୩୦୧ ରନ କରି ଅଲଆଉଟ ହୋଇଥିଲା। ଫଳରେ ଅଷ୍ଟ୍ରେଲିଆ ୧୯୬ ରନର ବୃହତ୍‌ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ଶନିବାର ଚତୁର୍ଥ ଦିନରେ ୪୨.୫ ଓଭରରେ ୬ ଉଇକେଟ ହରାଇ ୧୮୬ ରନ ସଂଗ୍ରହ କରି ଇନିଂସ ଘୋଷଣା କରିଛି। ଫଳରେ ଇଂଲଣ୍ଡ ସମ୍ମୁଖରେ ୩୮୩ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଇଂଲଣ୍ଡ ପ୍ରାରମ୍ଭିକ ଝଟ୍‌କା ଖାଇବା ସହ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୭ ଓଭରରେ ୨ ଉଇକେଟ ହରାଇ ୧୮ ରନ କରି ବିପଦରେ ପଡିଛି। ମ୍ୟାଚ୍‌ ଆଉ ଗୋଟିଏ ଦିନ ବାକିଥିବା ବେଳେ ଇଂଲଣ୍ଡ ୮ ଉଇକେଟ ବାକିଥାଇ ବିଜୟ ପାଇଁ ଆଉ ୩୬୫ ରନ ଆବଶ୍ୟକ କରୁଛି। ପ୍ରଥମ ଓଭରର ତୃତୀୟ ଓ ଚତୁର୍ଥ ବଲ୍‌ରେ ଓପନର ରୋରି ବନର୍‌ସ ଓ ଅଧିନାୟକ ଜୋ ରୁଟ୍‌ ଖାତା ଖୋଲିବା ପୂର୍ବରୁ ପ୍ୟାଟ୍‌ କୁମିନ୍ସଙ୍କ ଦ୍ୱାରା ଆଉଟ ହୋଇଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଜୋ ଡେନଲି ୧୦ ଓ ଜାସନ ରୟ ୮ ରନ କରି ଅପରାଜିତ ରହିଛନ୍ତି।
ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୪୪ ରନରେ ୪ ଉଇକେଟ ହରାଇ ପ୍ରାରମ୍ଭିକ ବିପର୍ଯ୍ୟୟର ଶିକାର ହୋଇଥିଲା। ତେବେ ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ୮୨, ମାଥ୍ୟୁ ଓ୍ବେଡ୍‌ ୩୪ ରନ କରି ଆଉଟ ହେବା ପୂର୍ବରୁ ଦଳକୁ ସୁବିଧାଜନକ ସ୍ଥିତିରେ ପହଞ୍ଚାଇଥିଲେ। ଅଧିନାୟକ ଟିମ୍‌ ପେନ୍‌ ୨୩ ଓ ମିଚେଲ ଷ୍ଟାର୍କ ୩ ରନ କରି ଅପରାଜିତ ରହିଥିଲେ। ଓପନର ଡେଭିଡ ଓ୍ବର୍ନାର ଖାତା ଖୋଲିପାରି ନ ଥିଲେ। ମାର୍କସ ହାରିସ ୬, ମାର୍ନସ ଲାବୁସ୍କାନ ୧୧, ଟ୍ରାଭିସ ହେଡ ୧୨ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ୩, ଷ୍ଟୁଆର୍ଟ ବ୍ରଡ ୨ ଓ ଜ୍ୟାକ ଲିଚ୍‌ ଗୋଟିଏ ଉଇକେଟ ନେଇଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୦୦/୫ରୁ ଖେଳ ଆରମ୍ଭ କରି ଅଷ୍ଟ୍ରେଲିଆ ଶନିବାର ଅଲଆଉଟ୍‌ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ବେନ୍‌ ଷ୍ଟୋକ୍ସ ୭ ରନରୁ ଖେଳ ଆରମ୍ଭ କରି ୨୬ ଓ ଜନି ବେୟାରଷ୍ଟୋ ୨ରୁ ଖେଳ ଆରମ୍ଭ କରି ୧୭ ରନ କରି ଆଉଟ ହୋଇଥିଲେ। ଏହାପରେ ଜୋସ ବଟଲର ୪୧ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳି ଆଉଟ ହୋଇଥିଲେ। ଆର୍ଚର ୧ ଓ ବ୍ରଡ ୫ ରନ କରି ଆଉଟ ହୋଇଥିବା ବେଳେ ଜ୍ୟାକ୍‌ ଲିଚ୍‌ ୪ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ଜୋଶ ହାଜେଲଉଡ ସର୍ବାଧିକ ୪, ମିଚେଲ ଷ୍ଟାର୍କ ଓ ପ୍ୟାଟ କୁମିନ୍ସ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୧୨୬ ଓଭରରେ ୪୯୭/୮ ଇନିଂସ ଘୋଷଣା
ଇଂଲଣ୍ଡ ପ୍ରଥମ ଇନିଂସ- ୧୦୭ ଓଭରରେ ୩୦୧ ଅଲଆଉଟ୍‌
(ରୋରି ବନର୍‌ସ- ୮୧, ଜୋ ରୁଟ- ୭୧, ବଟଲର- ୪୧, ଜୋଶ ହାଜେଲଉଡ- ୪/ ୫୭, ପ୍ୟାଟ୍‌ କୁମିନ୍ସ- ୩/ ୬୦, ମିଚେଳ ଷ୍ଟାର୍କ- ୩/୮୦ )।
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ- ୪୨.୫ ଓଭରରେ ୧୮୬/୬ରେ ଇନିଂସ ଘୋଷଣା
(ଷ୍ଟିଭ୍‌ ସ୍ମିଥ୍‌- ୮୨, ମାଥ୍ୟୁ ଓ୍ବେଡ- ୩୪, ଟିମ୍‌ ପେନ୍‌- ୨୩*, ବ୍ରଡ- ୨/୫୪, ଆର୍ଚର- ୩/ ୪୫)।
ଇଂଲଣ୍ଡ ଦ୍ୱିତୀୟ ଇନିଂସ- ୭ ଓଭରରେ ୧୮/୨
(ଜୋ ଡେନଲି- ୧୦*, ଜାସନ ରୟ- ୮*,ପ୍ୟାଟ୍‌ କୁମିନ୍ସ- ୨/୮)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri