ଆଲୋଚନା ପରେ ସେବାୟତଙ୍କ ପ୍ରତିକ୍ରିୟା:‘ମନ୍ତ୍ରୀଙ୍କ ପ୍ରତିଶ୍ରୁତି ନାଟକବାଜି’

ବାରିପଦା ଅଫିସ,୧୫।୮- ମୟୂରଭଞ୍ଜ ଜିଲାବାସୀ ବାରିପଦାସ୍ଥିତ ହରିବଳଦେବ ଜୀଉ ମନ୍ଦିରକୁ ସ୍ବତନ୍ତ୍ର ଅନୁଦାନ ଓ ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ପ୍ରଦାନ ଲାଗି ଦୀର୍ଘ ଦିନ ହେଲା ଦାବି କରି ଆସୁଛନ୍ତି। ସେବାୟତମାନେ ଏହି ଦାବି ନେଇ ବାରିପଦା ଠାରୁ ଭୁବନେଶ୍ୱରକୁ ଦୁଇ ଦୁଇ ଥର ପଦଯାତ୍ରା କରିଛନ୍ତି। ମାତ୍ର ଜିଲା ପ୍ରଶାସନ ସେମାନଙ୍କୁ ପ୍ରତିଶ୍ରୁତି ଦେଇ ଅଧା ବାଟରୁ ଫେରାଇ ଆଣିଛି। ସେବାୟତମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନ କରିବା ସହିତ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହିତ ବହୁବାର ଆଲୋଚନା କରିଛନ୍ତି। ତେବେ ଏହି ଦାବି ପୂରଣ କ୍ଷେତ୍ରରେ ରାଜ୍ୟ ସରକାର କିମ୍ବା ଜିଲା ପ୍ରଶାସନ ଗୁରୁତ୍ୱ ଦେଉନାହାନ୍ତି। ଏପରିସ୍ଥଳେ ଜିଲାସ୍ତରୀୟ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ ପାଇଁ ଆଇନ ମନ୍ତ୍ରୀ ଜେନା ବୁଧବାର ସନ୍ଧ୍ୟାରେ ବାରିପଦାଠାରେ ପହଞ୍ଚିବା ପରେ ପୂର୍ବ କାର୍ଯ୍ୟକ୍ରମ ମୁତାବକ ହରିବଳଦେବ ଜୀଉ ମନ୍ଦିରକୁ ଯାଇ ଠାକୁର ଦର୍ଶନ କରି ସେବାୟତମାନଙ୍କ ସହିତ ଏନେଇ ଆଲୋଚନା କରିଥିଲେ। ମନ୍ଦିରର ସୁରକ୍ଷା ଓ ମରାମତି ପାଇଁ ଆର୍କୋଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆକୁ ଚିଠି ଲେଖିବାକୁ ଜିଲା ଦେବୋତ୍ତର ଅଧିକାରୀ ଦାୟିତ୍ୱରେ ଥିବା ବାରିପଦା ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ସହିତ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ବିଧାୟକ ଭାଦବ ହାଁସଦା, ମୋରଡା ବିଧାୟକ ରାଜକିଶୋର ଦାସ, ପୂର୍ବତନ ଏସଡିସି ଚେୟାରମ୍ୟାନ ଡା.ଦେବାଶିଷ ମାରାଣ୍ଡି, ଜିଲା ସଭାପତି ଦେବାଶିଷ ମହାନ୍ତି, ଉତ୍ତର ଓଡ଼ିଶା ଯୁବ ବିଜେଡି ଜୋନ ସଭାପତି ସୁବ୍ରମଣ୍ୟମ ମହାନ୍ତି, ଜିଲା ଯୁବ ସଭାପତି ଜିତେନ୍ଦ୍ର ମହାନ୍ତି, ଜିଲା ବିଜେଡି ସମ୍ପାଦକ ସୁଜିତ କୁମାର ମହାନ୍ତି, ଦେବୀଦତ୍ତ ଦାଶ, ସିନେ ତାରକା ତଥା ବିଜେଡି ନେତା ଅସିତ ପତି ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଥିଲେ ଯେ, ମନ୍ଦିର ସମସ୍ୟାର ସମାଧାନ ପାଇଁ ପୂର୍ବରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ସେବାୟତମାନଙ୍କ ସ୍ବାର୍ଥ, ମନ୍ଦିରର ଉନ୍ନତିି, ମନ୍ଦିର ସମ୍ପତ୍ତିର ପୁନରୁଦ୍ଧାର ପାଇଁ ଖୁବ ଶୀଘ୍ର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହେବ। ମନ୍ତ୍ରୀଙ୍କ ବିବୃତି ପରିପ୍ରେକ୍ଷୀରେ ସେବାୟତ କାମେଶ୍ୱର ତ୍ରିପାଠୀ ଗଣମାଧ୍ୟମକୁ କହିଛନ୍ତି, ମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲାବାସୀ ବହୁ ଆଶା ରଖିଥିଲେ। କିନ୍ତୁ ତାଙ୍କ ପ୍ରତିଶ୍ରୁତିକୁ ନେଇ କେହି ଖୁସି ନୁହନ୍ତି। ଏହା ଏକ ପ୍ରକାର ନାଟକ ଭଳି ଲାଗୁଛି। ମନ୍ତ୍ରୀ କଥା ଟାଳିବା ଢଙ୍ଗରେ ବିବୃତି ରଖିଥିବାରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଆଶା ମଉଲିଲା ବୋଲି ସେବାୟତମାନେ କହିଛନ୍ତି।
ମନ୍ତ୍ରୀ ଜେନା ମନ୍ଦିର ଭିତରେ ପୂଜାର୍ଚ୍ଚନା କରି ସେବାୟତମାନଙ୍କ ସହିତ ଆଲୋଚନା କରିବାର ସମସ୍ତ ଘଟଣା ଗଣମାଧ୍ୟମ ପ୍ରତିନିଧିମାନେ ରେକର୍ଡିଂ କରିଥିଲେ। ଏହି ସମୟରେ ମନ୍ତ୍ରୀ ଜେନା ସମସ୍ତ ଫଟୋ ଓ ଭିଡିଓ ଡିଲିଟ କରିବାକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ। ମନ୍ଦିର ଭିତରେ ଫଟୋ ଉଠାଇବା ମନା ବୋଲି ସେ କହିଥିଲେ। ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। କାରଣ ଏଠାରେ ସେଭଳି କିଛି ପ୍ରତିବନ୍ଧକ ଲଗାଯାଇନାହିଁ । ଅନ୍ୟପକ୍ଷେ ବିଜେଡିର କର୍ମୀ ଓ ନେତାମାନେ ମନ୍ଦିର ଭିତରେ ଉପସ୍ଥିତ ରହି ମନ୍ତ୍ରୀଙ୍କ ସହିତ ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri