ଆର୍ଥିକ ପ୍ୟାକେଜ ଦେବେନି ସରକାର

ନୂଆଦିଲ୍ଲୀ,୨୩-୮: ଦେଶର ଅର୍ଥନୀତି ଧିମା ହେବା କାରଣରୁ ଉଦ୍ୟୋଗ ଜଗତ ଏବେ ମାନ୍ଦାବସ୍ଥାର ଶିକାର ହୋଇଛି। ସରକାରଙ୍କ ପକ୍ଷରୁ ତୁରନ୍ତ ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ ଉଦ୍ୟୋଗ ଜଗତ ପକ୍ଷରୁ ଦାବି କରାଯାଇଛି। ତେବେ ସରକାର କୌଣସି ପ୍ରକାର ଆର୍ଥିକ ସହାୟତା ଘୋଷଣା କରିବେ ନାହିଁ ବୋଲି ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା(ସିଇଏ) କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ କହିଛନ୍ତି। ଘରୋଇ କମ୍ପାନୀଗୁଡ଼ିକ ଲାଭକୁ ନିଜର ବୋଲି ଦର୍ଶାଉଥିବା ବେଳେ କ୍ଷତିକୁ ସାର୍ବଜନୀନ ବୋଲି ଦେଖାଇବା ଠିକ୍‌ ଅର୍ଥଶାସ୍ତ୍ର ନୁହେଁ ବୋଲି ସେ କହିଛନ୍ତି। ଏଣୁ ସେମାନେ ନିଜର ମାନସିକତା ବଦଳାନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।
ହିରୋ ମାଇଣ୍ଡମାଇନ ସମିଟ,୨୦୧୯ରେ ଉଦ୍‌ବୋଧନ ଦେଇ ସୁବ୍ରମଣ୍ୟନ କହିଛନ୍ତି ଯେ, ଉଦ୍ୟୋଗ ଜଗତ ଲାଗି ଭଲ ଓ ଖରାପ ସ୍ଥିତି ଦେଖାଯିବା ଏକ ସାଧାରଣ ବ୍ୟାପାର। ଖରାପ ସମୟରେ ଉଦ୍ୟୋଗ ଜଗତ ସରକାରଙ୍କ ଠାରୁ ସମର୍ଥନ ଆଶାକରିବା ନୈତିକ ରୂପରେ କ୍ଷତିକାରକ ପ୍ରମାଣିତ ହୋଇପାରେ। ଘରୋଇ କମ୍ପାନୀଗୁଡ଼ିକୁ ନିଜର ମାନସିକତାରେ ପରିବର୍ତ୍ତନ ଆଣିବାକୁ ହେବ ବୋଲି ସେ କହିଛନ୍ତି। ଏକ ଉଦାହରଣ ଛଳରେ ସେ କହିଛନ୍ତି ଯେ, ଜଣେ ୩୦ ବର୍ଷୀୟ ଯୁବକକୁ ନିଜ ଗୋଡରେ ଛିଡା ହେବାକୁ ପଡିବ। ସେହି ପ୍ରାପ୍ତବୟସ୍କ ବ୍ୟକ୍ତି କ୍ରମାଗତ ନିଜ ପିତାଙ୍କ ଠାରୁ ସହାୟତା ମାଗିବା ଉଚିତ ନୁହେଁ। ଏଣୁ ଏହି ମନୋଭାବକୁ ବଦଳାଇବାକୁ ହେବ। ଲାଭକୁ ସର୍ବଦା ନିଜ ଅଣ୍ଟିରେ ପୁରାଇବୁ ଏବଂ କ୍ଷତି ହେଲେ ସରକାରଙ୍କ ଉପରେ ବୋଝ ଲଦି ଦେବୁ, ଉଦ୍ୟୋଗ ଜଗତକୁ ଏଭଳି ମନୋଭାବ ଛାଡିବାକୁ ହେବ ବୋଲି ସେ କହିଛନ୍ତି। ଅର୍ଥନୀତି ସାମାନ୍ୟ ଧିମା ହୋଇଥିଲେ ସୁଦ୍ଧା ଭାରତ ଏବେ ମଧ୍ୟ ସାରା ବିଶ୍ୱରେ ଚମକୁଥିବା ଅର୍ଥନୀତି ହୋଇ ରହିଛି। କାରଣ ବିଶ୍ୱ ଅର୍ଥନୀତି ଏବେ ମାତ୍ର ୨ରୁ ୨.୫% ହାରରେ ଅଭିବୃଦ୍ଧି ହାସଲ କରୁଛି। ସୀମାଠାରୁ ଅଧିକ ନିରାଶାବାଦ୍‌ ଓ ଅବିବେକପୂର୍ଣ୍ଣ ଆଶାବାଦ୍‌ ଉଭୟ ଅତ୍ୟନ୍ତ ବିପଜ୍ଜନକ। ସେ କହିଛନ୍ତି ଯେ, ଅଟୋ ସେକ୍ଟର ଧିମା ହୋଇଯିବାର ଅର୍ଥ ନୁହେଁ ଯେ, ଦେଶର ଅର୍ଥନୀତି ମନ୍ଥର ହୋଇଛି। ଏଥିରେ ଯୋଗ ଦେଇଥିବା ପୂର୍ବତନ ଆର୍ଥିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି ଯେ, ବିଶ୍ୱ ସ୍ତରରେ ମାନ୍ଦାବସ୍ଥାର ଚିହ୍ନ ଦେଖାଯାଇନାହିଁ। ବାସ୍ତବରେ ଚଳିତ ବର୍ଷ ବିଶ୍ୱରେ ଆର୍ଥିକ ବୃଦ୍ଧି ହାର ୩-୪ ବର୍ଷର ହାରାହାରି ଠାରୁ ଅଧିକ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

‘ମୋଦି ମୋତେ କହିଲେ ମୋ ପରେ ତୁମେ…’, ରାହୁଲଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍‌ଲୀ,୩୦।୯: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଏକ କଥିତ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ବୈଠକରେ ର୍ନିବାଚନ…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ମିଶ୍ର): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?