ଆର୍ଥିକ ଗତିବିଧି ନେଇ ଧର୍ମେନ୍ଦ୍ରଙ୍କ ଆଲୋଚନା

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ରୁଷ ଗସ୍ତର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ବିଶ୍ୱର ଅଗ୍ରଣୀ ଇସ୍ପାତ୍‌ ଉପତ୍ାଦନକାରୀ ଏଭରାଜ୍‌ ଗ୍ରୁପର ସିଇଓ ଆଲେକ୍‌ଜାଣ୍ଡର ଫ୍ରୋଲୋଭ ଏବଂ ସ୍କୋଲ୍‌କୋଭୋ ଫାଉଣ୍ଡେଶନ ମୁଖ୍ୟ ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଆରକେଡି ଡିଭୋରକୋଡିକ୍‌ଙ୍କୁ ଭେଟିଛନ୍ତି। ଏହି ଅବସରରେ ଦୁଇଦେଶ ମଧ୍ୟରେ ଇସ୍ପାତ୍‌, କୋଇଲା ବ୍ୟବସାୟ ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରରେ ଆର୍ଥିକ ଗତିବିଧି ସମ୍ପର୍କରେ ଆଲୋଚନା ହୋଇଛି।
ଧର୍ମେନ୍ଦ୍ର ଏଭରାଜ୍‌ ଗ୍ରୁପର ସିଇଓଙ୍କ ସହ କୋଇଲା ସମ୍ବଳ, ଖଣିଜ, ଇସ୍ପାତ ଉପତ୍ାଦନ, ଟୋକ୍ନୋଲୋଜି ହସ୍ତାନ୍ତରଣ ଆଦି କ୍ଷେତ୍ରରେ ଏଭରାଜ୍‌ ଏବଂ ଭାରତୀୟ ଇସ୍ପାତ୍‌ କମ୍ପାନୀ ମଧ୍ୟରେ ସହଯୋଗ ରଖିବା ପାଇଁ ଆଲୋଚନା କରିଛନ୍ତି। ସେହିପରି ସ୍କୋଲ୍‌କୋଭୋ ଫାଉଣ୍ଡେଶନର ମୁଖ୍ୟଙ୍କ ସହ ଆଲୋଚନା କରିବା ପରେ ଧର୍ମେନ୍ଦ୍ର କହିଛନ୍ତି, ଉକ୍ତ ସଂସ୍ଥା ଉଦ୍ୟମିତା ଏବଂ ଅଭିନବୀକରଣ ଦିଗରେ କାର୍ଯ୍ୟ କରୁଛି। ଏହାସହ ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜିବାଦକୁ ପ୍ରୋତ୍ସାହନ ଦେବା ପାଇଁ ଏକ ଷ୍ଟାର୍ଟଅପ୍‌କୁ ଯୋଡୁଛି। ଏହି ଫାଉଣ୍ଡେଶନର ସ୍କୋଲକୋଭୋ ସେଣ୍ଟର ଏକ ହାଇ ଟେକନିକ୍‌ ବ୍ୟବସାୟ କ୍ଷେତ୍ର, ଯାହା ତୈଳ ଏବଂ ଗ୍ୟାସ କ୍ଷେତ୍ର ସହ ନୂଆ ନୂଆ କୌଶଳକୁ ବିକଶିତ କରିବା ଭଳି କମ୍ପାନୀ ଏବଂ ଷ୍ଟାର୍ଟଅପ୍‌ରୁ ନିର୍ମାଣ ହୋଇଛି। ସ୍କୋଲକୋଭୋ ଫାଉଣ୍ଡେଶନ ଷ୍ଟାର୍ଟଅପ୍‌ ଦ୍ୱାରା ନୂଆ ଟେକ୍ନୋଲୋଜି୍ନ ବିକଶିତ ହୋଇଛି। ଏହି ଟେକ୍ନୋଲୋଜି ତୈଳ ଏବଂ ଗ୍ୟାସ କ୍ଷେତ୍ରକୁ ବିକଶିତ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛି। ଏହା ମାଧ୍ୟମରେ ଭାରତରେ ପେଟ୍ରୋଲିୟମ ଏବଂ ଗ୍ୟାସ ଅନ୍ବେଷଣ ଓ ଉପତ୍ାଦନକୁ ବୃଦ୍ଧି କରାଯାଇପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri