ଆରମ୍ଭ ହେଲା ଏସ୍‌ଆଇଏ ସର୍ଭେ

ପୁରୀ ଅଫିସ,୧।୧୦: ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରିଠାରୁ ୭୫ମିଟର ପରିଧି ମଧ୍ୟରେ ଥିବା ସବୁ ନିର୍ମାଣ ଉଚ୍ଛେଦ କରାଯିବ। ଏହି ସୁରକ୍ଷା ଜୋନ ମଧ୍ୟରୁ ମଠ, ମନ୍ଦିର, ଦୋକାନ, ଲଜ୍‌, ବାସଗୃହ ଆଦି ଭଙ୍ଗାଯାଇ ଜମି ଅଧିଗ୍ରହଣ ହେବ। ଏଥିଲାଗି ସୋମବାରଠାରୁ ସାମାଜିକ ପ୍ରଭାବ ନିର୍ଦ୍ଧାରଣ (ଏସ୍‌ଆଇଏ) ସର୍ଭେ ଆରମ୍ଭ ହୋଇଛି। ଏ ନେଇ ଗଠିତ ୫ଟି ଟିମ୍‌ ଘରକୁ ଘର ବୁଲି ସର୍ଭେ କରୁଛନ୍ତି। ୫ ଶିକ୍ଷାନବିସ ଆଇଏଏସ୍‌ ଅଧିକାରୀ ଏହି ୫ଟିମ୍‌ର ନେତୃତ୍ୱ ନେଉଛନ୍ତି। ନବକୃଷ୍ଣ ଚୌଧୁରୀ ବିକାଶ ଶିକ୍ଷାକେନ୍ଦ୍ରର କର୍ମଚାରୀ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସର୍ଭେ ହେଉଛି। ପ୍ରଥମ ଦିନର ସର୍ଭେ କାର୍ଯ୍ୟ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ପୂର୍ବାହ୍ନ ୧୧ଟାରେ ଟିମ୍‌ଗୁଡ଼ିକ ପହଞ୍ଚତ୍ ଏସ୍‌ଆଇଏ ସର୍ଭେ ଆରମ୍ଭ କରିଥିଲେ। ପ୍ରଥମେ ଉତ୍ତର ଦ୍ୱାର ପାର୍ଶ୍ୱସ୍ଥ ଚୁଡ଼ଙ୍ଗସାହି ମୌଜାର ସର୍ଭେ କରାଯାଇଥିଲା। ଏହି ମୌଜାରୁ ପ୍ରାୟ ୪ଏକର ଜମି ଅଧିଗ୍ରହଣ କରାଯିବ। ଚୁଡ଼ଙ୍ଗ ସାହି ମୌଜା ବାଣୁଆସାହିର ପ୍ରତ୍ୟେକ ଘରକୁ ଯାଇ ଅଧିକାରୀ ଏବଂ କର୍ମଚାରୀମାନେ ସର୍ଭେ କରିଥିଲେ। ବିସ୍ଥାପିତ ପରିବାରଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ନେଇଥିଲେ। ରାଜ୍ୟ ସରକାରଙ୍କ ଭୂମି ଅଧିଗ୍ରହଣ ଆଇନ, ପୁନର୍ବାସ ଓ ଥଇଥାନ ସହାୟତା କ’ଣ ରହିଛି ତାହା ବୁଝାଇଥିଲେ। ଏହାପରେ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ଲାଗି ଥିବା ନିର୍ଦ୍ଦିଷ୍ଟ ଫର୍ମାଟ ଅନୁଯାୟୀ ପ୍ରତ୍ୟେକ ପରିବାରରେ କେତେ ଜମି, କେତେ ଜମି ଉପରେ ଘର, କେତେ ମହଲା କୋଠା, ପରିବାର ସଦସ୍ୟ ସଂଖ୍ୟା ଆଦି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ। କୋଠା, ଜମିର ମାପଚୁପ ମଧ୍ୟ କରିଥିଲେ। ପ୍ରଥମ ଦିନରେ ୧୦ଟି ଘରର ସର୍ଭେ ହୋଇଛି ଓ ଲୋକେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ବୋଲି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି। ସେହିପରି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ସର୍ଭେ ପୂର୍ବରୁ ୩୦ ପ୍ରତିଶତ ବିସ୍ଥାପିତ ହେବାକୁ ଥିବା ଲୋକେ ଆସି ପ୍ରଶାସନ ସହ ଆଲୋଚନା କରିଛନ୍ତି। ଆଲୋଚନା ସକାରାତ୍ମକ ଥିଲା। ତେଣୁ ଆଗକୁ ସମସ୍ତଙ୍କ ସହଯୋଗ ମିଳିବ ଏବଂ କାମ ତ୍ୱରାନ୍ବିତ ହେବ ବୋଲି ଆମେ ଆଶା ରଖିଛୁ।
ସୂଚନାଥାଉ କି, ଶ୍ରୀମନ୍ଦିର ଚୌହଦିର ୭୫ ମିଟର ସୁରକ୍ଷା ଜୋନ ମଧ୍ୟରେ ଥିବା ୫ଟି ମୌଜା ବାସେଳି ସାହି, ମଣିକର୍ଣ୍ଣିକା ସାହି, କାଳିକାଦେବୀ ସାହି, ଦୋଳମଣ୍ଡପ ସାହି ଓ ଚୁଡ଼ଙ୍ଗ ସାହିରେ ଏହି ସର୍ଭେ କରାଯିବ। ଉକ୍ତ ମୌଜାଗୁଡ଼ିକରୁ ସରକାରୀ ଓ ଘରୋଇ ଜମିକୁ ମିଶାଇ ୧୫.୧୯୧ ଏକର ଜମି ଅଧିଗ୍ରହଣ ହେବ। ୨୩୦ ଘର ସମେତ ପ୍ରାୟ ୩୦୦ ପ୍ଲଟରେ ସର୍ଭେ କରାଯାଇ ସବିଶେଷ ତଥ୍ୟ ସଂଗ୍ରହ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri