ଆରଟିଓଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗ:ଏମ୍‌ଭିଆଇଙ୍କୁ ବଦଳି ଦାବିରେ ବିକ୍ଷୋଭ

ଢେଙ୍କାନାଳ ଅଫିସ,୨୪ା୯

ଢେଙ୍କାନାଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ବେଆଇନ କାର୍ଯ୍ୟକଳାପ ଓ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ୫ଟି ଟ୍ରକ ମାଲିକ ସଂଘର କର୍ମକର୍ତ୍ତା। ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦାୟିତ୍ୱରେ ଥିବା ଏମ୍‌ଭିଆଇଙ୍କ ବଦଳି ଦାବିରେ ସଂଘଗୁଡିକର କର୍ମକର୍ତ୍ତାମାନେ ସୋମବାର ଜିଲା କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୧୦ଦଫା ସମ୍ପର୍କିତ ଏକ ଦାବିପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରିଥିଲେ।
ସେମାନଙ୍କ ଅଭିଯୋଗ ମୁତାବକ, ମୋଟରଯାନ ସଂଶୋଧିତ ଆଇନ ଲାଗୁହେବା ପରେ ଗାଡି ଫିଟନେସ୍‌ ଓ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦୂରଦୂରାନ୍ତରୁ ଗାଡି ମାଲିକଙ୍କ ସମେତ ବହୁ ଲୋକ କାର୍ଯ୍ୟାଳୟକୁ ଆସି ଅପେକ୍ଷା କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ା ଆଞ୍ଚଳିକ ପରିବହନ ଅଧିକାରୀ ଠିକ ସମୟରେ କାର୍ଯ୍ୟାଳୟକୁ ଆସୁ ନ ଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଆସିଷ୍ଟାଣ୍ଟ ପ୍ରୋଗ୍ରାମର ପଦବୀରେ ଜଣେ ଥାଇ ମଧ୍ୟ ଅନ୍ୟ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଏହି ପଦବୀରେ କାର୍ଯ୍ୟ କରାଉଥିବା ଅଭିଯୋଗ ହୋଇଛି। ଯାନବାହନଗୁଡିକର ବେଗ ମାପିବା ପାଇଁ ରହିଥିବା ଇଣ୍ଟରସେପ୍ଟର ଗାଡି ଚାଳକଙ୍କ ବଦଳରେ ଜଣେ କମ୍ପ୍ୟୁଟର ଅପରେଟର ଏହି ଗାଡିକୁ ଚଳାଉଛନ୍ତି। ଆବଶ୍ୟକ କାଗଜପତ୍ର ଥିଲେ ମଧ୍ୟ ଉଦ୍ଦେଶ୍ୟମୂଳକ ଭାବରେ ଫିଟନେସ୍‌ କରାଯାଉନାହିଁ ା ପୂର୍ବତନ ଆଞ୍ଚଳିକ ପରିବହନ ଅଧିକାରୀ ସପ୍ତାହକୁ ୪ ଦିନ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟିଂ କରାଉଥିବାବେଳେ ବର୍ତ୍ତମାନ ଏହାକୁ ଦୁଇଦିନ କରିଦିଆଯାଇଛି। ସାଧାରଣ ନିର୍ବାଚନ ଓ କାଳିଆ ଯୋଜନାରେ ଲାଗିଥିବା ଗାଡିଗୁଡିକର ଧାର୍ଯ୍ୟ ପ୍ରାପ୍ୟ ଆଜି ପର୍ଯ୍ୟନ୍ତ ମିଳିନାହିଁ ବୋଲି ମାଲିକମାନଙ୍କ ପକ୍ଷରୁ ଜଏଣ୍ଟ କୋଅର୍ଡିନେସନ କମିଟି ସଭାପତି ରୁଦ୍ରାନ୍ତ କୁମାର ଦଳେଇ, ସମ୍ପାଦକ ବାପୁଜୀ ମଲିକ, ଆଇନ ପରାମର୍ଶଦାତା ପ୍ରଦ୍ୟୁମ୍ନ କୁମାର ନାଏକଙ୍କ ସମେତ ସଦସ୍ୟମାନେ ଅଭିଯୋଗ କରିଛନ୍ତି ା ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ କୁହନ୍ତି, ଜିଲାପାଳ ଜନ ଅଭିଯୋଗ ଶୁଣାଣିରୁ ଫେରିବା ପରେ ତାଙ୍କୁ ସଂଘ ଗୁଡିକ ପକ୍ଷରୁ ପ୍ରଦତ୍ତ ଦାବିପତ୍ର ପ୍ରଦାନ କରାଯିବ। ଅଭିଯୋଗ ସମ୍ପର୍କରେ ଆରଟିଓଙ୍କ ଦାୟିତ୍ୱରେ ଥିବା ଏମ୍‌ଭିଆଇ ଶ୍ରୀବତ୍ସ ଦଳେଇ କାର୍ଯ୍ୟାଳୟରେ କୌଣସି ଦୁର୍ନୀତି ହେଉଥିବା ଅଭିଯୋଗକୁ ଅସ୍ବୀକାର କରିବା ସହିତ ଅନ୍ୟାୟ ରୋକାଯାଉଥିବାରୁ କିଛି ବ୍ୟକ୍ତି ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି। ଢେଙ୍କାନାଳରେ ଖୁବଶୀଘ୍ର ଜଣେ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କୁ ଜିଲାପାଳ ଭୂମେଶଚନ୍ଦ୍ର ବେହେରା ଲିଖିତ ଭାବରେ ଜଣାଇବେ ବୋଲି ଗତ ଶୁକ୍ରବାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏକ ସାକ୍ଷାତ ଆଲୋଚନା ସମୟରେ ସୂଚନା ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪: ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଚଳିତ ମେ’ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଭିତରେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri