ଆମ ବ୍ୟବସ୍ଥାରେ ଦଲାଲ

ରୁଦ୍ର ପ୍ରସନ୍ନ ରଥ
ରାଜ୍ୟରେ ଏବେ ଦଲାଲମାନଙ୍କ ଅବସ୍ଥା ବାରଣ୍ଡା ଦିକଡ଼ା। ଡାକ୍ତରଖାନା ଏବଂ ପରିବହନ କାର୍ଯ୍ୟାଳୟ ଆଗରେ ଚକ୍କର କାଟୁଥିବା ଦଲାଲ ଏବେ ପ୍ରଶାସନର କୋପଦୃଷ୍ଟିରେ। କିଛି ବନ୍ଧା ହୋଇ ଥାନା ଭିତରକୁ ଗଲେଣି ତ ଆଉ କିଛି ଭିତରକୁ ଯିବା ଅପେକ୍ଷା କିଛିଦିନ ପାଇଁ ଗାଏବ ହୋଇଯିବାକୁ ଉଚିତ ମନେ କରୁଛନ୍ତି। ଆଗାମୀ କିଛିଦିନ ଦଲାଲମାନଙ୍କ ଅବସ୍ଥା ଏହିପରି ରହିବ ବୋଲି ଜଣାପଡୁଛି। ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ଅନେକେ ସ୍ବାଗତ କରୁଛନ୍ତି।
ଆମ ସାମାଜିକ ଏବଂ ପ୍ରଶାସନିକ ବିଧିବ୍ୟବସ୍ଥା ଭିତରେ ଦଲାଲ ଗୋଟିଏ ବେଶ୍‌ ସାଧାରଣ ବ୍ୟକ୍ତି। ବାହାଘର ହେଉ କିମ୍ବା ଜମିକିଣା, ମନ୍ଦିର ତୋଳା କିମ୍ବା ଡାକ୍ତରଖାନାରେ ରୋଗୀ ଦେଖାଇବା ଏ ସବୁ କାମ ଯେ ଦଲାଲର ବିନା ଉପସ୍ଥିତିରେ ହୋଇପାରିବ ତାହା ଚିନ୍ତା କରିବା ବି କଷ୍ଟକର। ଏ ଦଲାଲମାନଙ୍କୁ ଚିହ୍ନିବା ପାଇଁ ବିଶେଷ କଷ୍ଟ କରିବାକୁ ପଡ଼େନାହିଁ। ଆପଣ ତାଙ୍କ ରୂପଭେକ, ବୟସ କିମ୍ବା ଶିକ୍ଷାଗତ ଯୋଗ୍ୟତା ଜାଣି ନ ଥାଅନ୍ତୁ ପଛେ ସେମାନେ କିନ୍ତୁ ଆସି ଆପଣଙ୍କ ପାଖରେ ପହଞ୍ଚତ୍ୟିବେ। ସମ୍ପୂର୍ଣ୍ଣ ଅଚିହ୍ନା ହୋଇଥିଲେ ବି ଚିହ୍ନିବାର ମିଥ୍ୟା ଅଭିନୟରେ ଏମାନେ ପାରଙ୍ଗମ। କୌଣସି କଥାକୁ ଏମାନେ ନା କହିବା ଶିଖିନାହାନ୍ତି। ଯେକୌଣସି ପରିସ୍ଥିତିରେ ଆପଣ ଥିଲେ ବି ସେମାନେ ଆପଣଙ୍କ କାମ କରିଦେବେ। ଅବଶ୍ୟ ଆପଣଙ୍କ ପରିସ୍ଥିତି ଜଟିଳ ହୋଇଥିଲେ ଦଲାଲଙ୍କ ପାଉଣା ବି ଅଧିକ ହୁଏ। ସବୁଠୁ କମ୍‌ ସମୟରେ, ସବୁଠାରୁ କମ୍‌ ଖର୍ଚ୍ଚରେ ଆଉ ସବୁଠାରୁ କଡ଼ା ହାକିମ ପାଖରୁ କାମ କରାଇ ଆଣିବାର ବାହାଦୁରି ସବୁ ଦଲାଲ ନିଜ ନିଜ ଗରାଖ ପାଖରେ ମାରିବାରେ ପଛାନ୍ତି ନାହିଁ। ଆଉ ବୋଧହୁଏ ଆମ ଦେଶର ଜମିଜମା, ପରିବହନ, ଖଣି କାର୍ଯ୍ୟାଳୟ, ଡାକ୍ତରଖାନା ଆଦି ସାମ୍ନାରୁ ଏହିପରି ଲକ୍ଷ ଲକ୍ଷ ଦଲାଲ ପ୍ରତିବର୍ଷ ନିଜର ପାଉଣା ବାବଦରେ କୋଟି କୋଟି ଟଙ୍କା ଜନସାଧାରଣଙ୍କ ପାଖରୁ ସରକାରୀ କାମ କରିବା ଆଉ ସହଜରେ କରାଇଦେବାର ବାହାନା ଦେଇ ଲୁଟି ନିଅନ୍ତି।
ବର୍ଷକୁ କୋଟି କୋଟି ଟଙ୍କା ରୋଜଗାର କରୁଥିବା ଦଲାଲମାନଙ୍କର ନିଜସ୍ବ ପୁଞ୍ଜି ବିନିଯୋଗ ନ ଥାଏ, ଏ କଥା ସତ। କିନ୍ତୁ ସରକାରୀ ଦପ୍ତରରେ ବସୁଥିବା ବାବୁମାନଙ୍କର ‘ଭୋକ’କୁ ସେ ଦଲାଲମାନେ ବେଶ୍‌ ଭଲଭାବେ ଜାଣିଥାଆନ୍ତି। କାହାକୁ କିପରି ଏବଂ କେତେରେ ସନ୍ତୁଷ୍ଟ କରାଯିବ ସେ ବିଦ୍ୟା ଯେଉଁ ଦଲାଲ ଜାଣିପାରିଲା, ସେ ସେତେ ଆଗକୁ ଯାଏ। ଏହି ଦଲାଲମାନଙ୍କୁ ଧରିସାରିଲା ପରେ ତାଙ୍କୁ ଦଣ୍ଡ ବିଧାନ କରିବା ମଧ୍ୟ କଷ୍ଟକର ହୋଇପଡ଼େ। ଅମଲାତନ୍ତ୍ର ଏବଂ ଦଲାଲର ମଧୁଚନ୍ଦ୍ରିକା ଭିତରେ ଉଭୟେ ଲାଭରେ ରହିଥିବା ବେଳେ ସାଧାରଣ ଲୋକଙ୍କୁ ଅର୍ଥ ବ୍ୟୟ ଏବଂ ସମୟ ନଷ୍ଟର ଭୟ ସବୁବେଳେ ସବୁ ଜାଗାରେ ଘାରୁଥାଏ। ଏ ଭିତରେ ଭାଣ୍ଡିଆ ହୁଏ ପୋଲିସ। ଦଲାଲମାନଙ୍କୁ ବାନ୍ଧି ପକାଏ ସିନା ପ୍ରମାଣ ଯୋଗାଡ଼ କରିପାରେ ନାହିଁ। ଦଲାଲମାନେ ପୁଣି ଜେଲରୁ ବାହାରି ନିଜ କାରନାମା ଦେଖାଇ ଦେଇଥାନ୍ତି। ଅବଶ୍ୟ ଛୋଟମୋଟର ଦଲାଲମାନଙ୍କୁ ଦିନେ ଅଧେ ପୋଲିସ ବାନ୍ଧିପାରେ। କିନ୍ତୁ ଅସ୍ତ୍ରଶସ୍ତ୍ରରେ ଦଲାଲି କରୁଥିବା, ଜମି କାରବାରରେ, ଖଣିରେ, ପାଣିରେ ଦଲାଲି କରି କୋଟି କୋଟି ଟଙ୍କା ଗୋଟାଉଥିବା ଦଲାଲ ପାଖରେ ପୋଲିସ ପହଞ୍ଚିପାରେ ନାହିଁ କାରଣ ସେମାନଙ୍କ ମୁଣ୍ଡ ଉପରେ ରାଜନୈତିକ ନେତାଙ୍କର ହାତ ଥାଏ। ଦେଶର ବଡ଼ ବଡ଼ କେସ୍‌ରେ ଏପରି ଦଲାଲ-ରାଜନେତା ମଧୁଚନ୍ଦ୍ରିକା ବହୁବାର ପ୍ରମାଣିତ। ଏପରି ଅନେକ କ୍ଷେତ୍ରରେ ଦଲାଲମାନେ ଧରାପଡିଛନ୍ତି, ନେତାଙ୍କ ସହ ସେମାନଙ୍କର ଦଲାଲି ଧରାପଡିଛି କିନ୍ତୁ ତା’ପରେ ବି ଅବସ୍ଥା ଯାହାକୁ ତାହା।
ଆମ ବ୍ୟବସ୍ଥାକୁ ଯେ ଆମେ ସରଳ କରିବାରେ ଏବଂ ସାଧାରଣ ଲୋକଙ୍କର ଆବଶ୍ୟକତାକୁ ତୁରନ୍ତ ପୂରଣ କରିବା ଦିଗରେ ବିଫଳ ହୋଇଛେ ତାହାର ଜ୍ୱଳନ୍ତ ପ୍ରମାଣ ହେଉଛନ୍ତି ଏହି ଦଲାଲମାନେ। ନିଜ କାମ ପାଇଁ ଡାକ୍ତରଖାନା, କୋର୍ଟ, ଥାନା ଦଉଡ଼ିଥିବା ଲୋକଟିକୁ ବେଳେବେଳେ ଅନାବଶ୍ୟକ ଭାବେ କାଗଜ ଜାଲରେ ଛନ୍ଦି ଦିଆଯାଏ। ଏ ଅଫିସର ପାଖରୁ ଦସ୍ତଖତ, ସେ ଅଫିସର ପାଖରୁ ମୋହର, ଏ ଫର୍ମ ପୂରଣ କରି ଦିଅ, ସେଠାରେ ଲାଇନ୍‌ରେ ଠିଆ ହୋଇ କାଗଜ ଦାଖଲ କର, ଆଜି ନୁହେଁ କାଲି ଆସ, ତୁମ କାମ କେବେ ହେବ ମଁୁ କହିପାରିବି ନାହିଁ, ଏତେ ଦିନଯାଏ କ’ଣ କରୁଥିଲ, ଆଜି କାହିଁକି ଆସିଲ, ସେ ଅଫିସର ନ କଲେ ମଁୁ କାହିିଁକି କରିବି ଆଦି ବାକ୍ୟ ଅଫିସ୍‌ର ବଡ଼ବାବୁ, ସାନବାବୁଙ୍କଠାରୁ ଶୁଣି ଶୁଣି ସାଧାରଣ ଲୋକଟି ସତରେ ଡରିଯାଇଥାଏ। ତା’ କାମ ନ ହେଲାଯାଏ କାମଟି କେବେ ନ ହେବାର ଭୟ ଆଉ ଆଶଙ୍କା ଭିତରେ ସେ ସବୁବେଳେ ସନ୍ତୁଳିତ ହୋଇଥାଏ। ନିଜେ ପାରିବ, ଆଜି ତା’ କାମ ହୋଇଯିବ ଏହି ଭରସା ତା’ର ମରିମରି ଆସୁଥାଏ। ଏ ସବୁ ହିଁ କାଳକ୍ରମେ ଦଲାଲର ମୂଳପୁଞ୍ଜି ପାଲଟିଯାଏ। ଆଉ ସରକାରୀ ଅଫିସ୍‌ର ଶୀତତାପ ନିୟନ୍ତ୍ରିତ କୋଠରିରେ ବସୁଥିବା ବାବୁମାନେ ବାହାରେ ଖରାରେ ସିଝି, ବର୍ଷାରେ ଭିଜି ନିଜ କାଗଜ ଉପରେ ସରକାରୀ ମୋହର ଖଣ୍ଡିଏ ପାଇଁ ବ୍ୟାକୁଳ ହେଉଥିବା ଲୋକମାନଙ୍କ ଦୁଃଖକୁ ଜମା ବୁଝିବାକୁ ପ୍ରସ୍ତୁତ ନ ଥିବା ଓ କାମ ନ କରି ଘରକୁ ପଳାଇବାର ମାନସିକତା ହିଁ ଏହି ଦଲାଲମାନଙ୍କୁ ମଲାଇ ଖାଇବାକୁ ସୁଯୋଗ ଦିଏ। ଆଉ ଥରେ ବ୍ୟବସ୍ଥାରୁ ମଲାଇ ବାହାର କରି ଜାଣିଥିବା ଦଲାଲମାନେ ପରବର୍ତ୍ତୀ ସମୟରେ ଏହି କଳାରେ ଉତ୍କର୍ଷ ଲାଭ କରନ୍ତି ସିନା ତାଙ୍କ ବାଟ ବନ୍ଦ କରିବାକୁ କେହି ନ ଥାନ୍ତି।
ଦଲାଲମାନଙ୍କୁ ବାନ୍ଧି ଜେଲରେ ପୂରାଇବା ହୁଏତ ଦଲାଲମୁକ୍ତ କରିବାକୁ ଏକ ସାମୟିକ ବ୍ୟବସ୍ଥା ହୋଇପାରେ। ତେବେ ଏହା ସର୍ବଶ୍ରେଷ୍ଠ ଏବଂ ସର୍ବଶେଷ ବ୍ୟବସ୍ଥା ନୁହେଁ। ସରକାରୀ କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି, ପରିବହନ, ଡାକ୍ତରଖାନା, ଥାନା ଆଦିର ଭିତ୍ତିଭୂମିରେ ଅଭିବୃଦ୍ଧି, ସବୁ କାମ ପାଇଁ ସମୟ ଧାର୍ଯ୍ୟ କରି ଏହାକୁ ସମୟ ଭିତରେ ସାରିପାରୁ ନ ଥିବା ଅଫିସରଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ, କାର୍ଯ୍ୟକ୍ଷେତ୍ରରେ ସୂଚନା ଏବଂ ବୈଷୟିକ ବିଦ୍ୟାର ବ୍ୟାପକ ପ୍ରଚାର ଓ ପ୍ରଶାସନିକ ବ୍ୟବସ୍ଥାର ସରଳୀକରଣ କରାଗଲେ ହିଁ ଦଲାଲରାଜ୍‌ର ଆତଙ୍କ ଓ ବଳୟରୁ ମୁକ୍ତି ମିଳିବ। ଏ ସବୁ ଛଡ଼ା ଆଉ ଯାହା ବି ହେଉଛି ତାହା କେବଳ ଧର୍ମକୁ ଆଖିଠାର ବୋଲି କୁହାଯାଇପାରେ।
ଧବଳଗିରି, ଯାଜପୁର ରୋଡ, ମୋ-୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri