‘ଆଭେଞ୍ଜର୍ସ ଏଣ୍ଡ୍‌ ଗେମ୍‌’ କ୍ରେଜ୍‌

ଭୁବନେଶ୍ୱର,୨୭।୪(ବ୍ୟୁରୋ)-ଫାଷ୍ଟ୍‌ ଡେ’ ଫାଷ୍ଟ୍‌ ଶୋ। ଶୁକ୍ରବାର ରିଲିଜ ହୋଇଥିବା ମାର୍ଭେଲ କମିକ୍ସ ସିରିଜର ସର୍ବାଧିକ ଚର୍ଚ୍ଚିତ ଫିଲ୍ମ ‘ଆଭେଞ୍ଜର୍ସ ଏଣ୍ଡ୍‌ ଗେମ୍‌’ର ପ୍ରଥମ ଦିନର ପ୍ରଥମ ଶୋ ଦେଖିବାକୁ ରାଜଧାନୀବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରବଳ କ୍ରେଜ୍‌। ପରିସ୍ଥିତି ଏଭଳି ଥିଲା ଯେ, ଲୋକେ ଭୋର୍‌ ୫ଟାରୁ ମଲ୍ଟିପ୍ଲେକ୍ସ ଆଗରେ ଲାଇନ୍‌ ଲଗାଇଥିଲେ। ସେହିଭଳି ପ୍ରଥମଥର ପାଇଁ ଭୁବନେଶ୍ୱରର ସିନେମା ହଲ୍‌ଗୁଡ଼ିକରେ ସକାଳ ୬ଟାରୁ ଶୋ ଆରମ୍ଭ ହୋଇଥିଲା।

ମାର୍ଭେଲ କମିକ୍ସ ଉପରେ ଆଧାରିତ ଏହି ଆମେରିକାନ୍‌ ସୁପରହିରୋ ଫିଲ୍ମ ‘ଇନ୍‌ଫିନିଟି ଓ୍ବାର୍‌’ ପରେ ରିଲିଜ ହୋଇଥିବା ଏହି ସିରିଜର ସର୍ବାଧିକ ଲୋକପ୍ରିୟ ଫିଲ୍ମ। ‘ଆଭେଞ୍ଜର୍ସ ଏଣ୍ଡ୍‌ ଗେମ୍‌’ ଏହି ସିରିଜର ଶେଷ ଫିଲ୍ମ ହୋଇଥିବା ବେଳେ ଫିଲ୍ମ ରିଲିଜ ହେବା ପୂର୍ବରୁ କେବଳ ଭାରତରେ ୧୦ଲକ୍ଷରୁ ଅଧିକ ଟିକେଟ୍‌ ବିକ୍ରି ହୋଇସାରିଥିଲା। ଏପଟେ ଫିଲ୍ମକୁ ନେଇ ଭୁବନେଶ୍ୱର ଦର୍ଶକଙ୍କ ମଧ୍ୟରେ ସମାନ ଉତ୍କଣ୍ଠା ରହିଥିଲା। କେହି ଫାଷ୍ଟ୍‌ ଡେ ଫାଷ୍ଟ୍‌ ଶୋ ଦେଖିବାର ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁ ନ ଥିଲେ। ଏସ୍‌ପ୍ଲାନେଡ୍‌, ଭବାନୀ ମଲ୍‌, ଡିଏନ୍‌ ରେଗାଲିଆ ଓ ସିମ୍ଫୋନୀ ମଲ୍‌ରେ ଥିବା ମଲ୍ଟିପ୍ଲେକ୍ସଗୁଡ଼ିକରେ ସକାଳ ୬ଟାରୁ ‘ଆଭେଞ୍ଜର୍ସ ଏଣ୍ଡ୍‌ ଗେମ୍‌’ ଶୋ ଆରମ୍ଭ ହୋଇଥିଲା। ପୂର୍ବରୁ ଭୁବନେଶ୍ୱରରେ ବହୁ ବ୍ଲକ୍‌ବଷ୍ଟର୍‌ ଓ ସୁପରହିଟ୍‌ ଫିଲ୍ମ ଚାଲିଥିଲେ ବି ପ୍ରଥମଥର ପାଇଁ ସକାଳ ୬ଟାରେ ଏକ ଶୋ ଆରମ୍ଭ ହୋଇଥିଲା। ଅନ୍ୟପକ୍ଷରେ ‘ଆଭେଞ୍ଜର୍ସ ଏଣ୍ଡ୍‌ ଗେମ୍‌’ ରିଲିଜ ଡେଟ୍‌ ଘୋଷଣା ହେବା ପରେ ଛୋଟବଡ଼ ସବୁ ସିନେମା ହଲ୍‌ର ଟିକେଟ୍‌ ଆଖି ପିଛୁଳାକେ ବିକ୍ରି ହୋଇଯାଇଥିଲା। ଶନିବାର ଓ ରବିବାର ପାଇଁ ସମସ୍ତ ମଲ୍ଟିପ୍ଲେକ୍ସ ସହ ସିଙ୍ଗିଲ୍‌ ସ୍କ୍ରିନ୍‌ ସିନେମା ହଲ୍‌ରେ ଉଭୟ ଅନ୍‌ଲାଇନ୍‌ ଓ କାଉଣ୍ଟର ଟିକେଟ୍‌ ବିକ୍ରି ହୋଇସାରିଥିବା ବେଳେ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ସମସ୍ତ ଶୋ ହାଉସ୍‌ଫୁଲ୍‌ ରହିବ ବୋଲି ଆଶା କରାଯାଉଛି।

୧୨ ବର୍ଷରେ ୨୧ ଫିଲ୍ମ

୨୦୦୮ରୁ ‘ଆଇରନ୍‌ ମ୍ୟାନ୍‌’ରୁ ଆରମ୍ଭ ହୋଇଥିବା ମାର୍ଭେଲ କମିକ୍ସ ଫିଲ୍ମ ଇତିମଧ୍ୟରେ ୨୧ରୁ ଅଧିକ ସୁପରହିରୋ ଫିଲ୍ମ ଭେଟିଦେଇଛି। ଏହା ମଧ୍ୟରେ ‘ଆଇରନ୍‌ ମ୍ୟାନ୍‌’, ‘ଥର୍‌’, ‘କ୍ୟାପ୍‌ଟେନ୍‌ ଆମେରିକା’, ‘ଦି ଆଭେଞ୍ଜର୍ସ’, ‘ଗାର୍ଡିଆନ୍‌ସ ଅଫ୍‌ ଗ୍ୟାଲାକ୍ସି’, ‘ଆଣ୍ଟ୍‌ ମ୍ୟାନ୍‌’, ‘ଡକ୍ଟର୍‌ ଷ୍ଟ୍ରେଞ୍ଜ୍‌’, ‘ବ୍ଲାକ୍‌ ପାନ୍ଥର୍‌’, ‘କ୍ୟାପ୍‌ଟେନ୍‌ ମାର୍ଭେଲ’ ଭଳି ବ୍ଲକ୍‌ବଷ୍ଟର୍‌ ଫିଲ୍ମମାନ ରହିଛି। ‘ଆଭେଞ୍ଜର୍ସ ଏଣ୍ଡ୍‌ ଗେମ୍‌’ ଏହି ସିରିଜର ଶେଷ ଫିଲ୍ମ ହୋଇଥିବାରୁ ଏହାସହ ଦର୍ଶକଙ୍କର ଭାବାବେଗ ଜଡ଼ିତ ରହିଛି। ଦୀର୍ଘ ୧୧ବର୍ଷ ଧରି ଦର୍ଶକଙ୍କ ମନରେ ରହିଆସିଥିବା ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିଥିବା ବେଳେ ଆଇରନ୍‌ ମ୍ୟାନ୍‌, ଥର୍‌, କ୍ୟାପ୍‌ଟେନ୍‌ ଆମେରିକା ଭଳି ବହୁ ଚରିତ୍ରଙ୍କର ଯାତ୍ରା ଏଠାରେ ଶେଷ ହେବାକୁ ଯାଉଛି। ଏପଟେ ‘ଇନ୍‌ଫିନିଟି ଓ୍ବାର୍‌’ରେ ଥାନୋସ୍‌ଠାରୁ ପରାଜିତ ହୋଇଥିବା ସୁପରହିରୋମାନେ ଏହି ଶେଷ ଫିଲ୍ମରେ ନିଜର ପ୍ରତିଶୋଧ ନେଇପାରୁଛନ୍ତି ନା ନାହିଁ, ତାହା ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ରହିଛି। ‘ଆଭେଞ୍ଜର୍ସ ଏଣ୍ଡ୍‌ ଗେମ୍‌’ ପରେ ‘ସ୍ପାଇଡର୍‌ ମ୍ୟାନ୍‌: ଫାର୍‌ ଫ୍ରମ୍‌ ହୋମ୍‌’ ରିଲିଜ ହେଉଥିବା ବେଳେ ଏମ୍‌ସିୟୁର ୪ର୍ଥ ଫେଜ୍‌ରେ ବ୍ଲାକ୍‌ ପାନ୍ଥର୍‌, ଡକ୍ଟର ଷ୍ଟ୍ରେଞ୍ଜ୍‌ ଭଳି ସୁପରହିରୋମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ।

ଭୋଟ୍‌ ପାଇଁ ଉତ୍ସାହ ନାହିଁ, ଫିଲ୍ମ ପାଇଁ ଲମ୍ବାଧାଡ଼ି

ଭୋଟ୍‌ ଦେବା ପାଇଁ ଲାଇନ୍‌ରେ ଛିଡ଼ାହେବାକୁ କୁଣ୍ଠାବୋଧ କରିଥିବା ରାଜଧାନୀବାସୀଙ୍କୁ ଶୁକ୍ରବାର ଭୋର୍‌ ୫ଟାରୁ ସିନେମା ହଲ୍‌ ଆଗରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା, ଯାହାକି ସୋସିଆଲ ମିଡିଆରେ ଟ୍ରୋଲ୍‌ର ବିଷୟବସ୍ତୁ ପାଲଟିଥିଲା। ଏସ୍‌ପ୍ଲାନେଡ୍‌ ମଲ୍‌ରେ ଥିବା ସିନେପଲିସ୍‌ରେ ସକାଳୁ ପ୍ରବଳ ଗହଳି ଯୋଗୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ସକାଳ ୬ଟାରେ ଶୋ ଥିବାବେଳେ ୫ଟା ୪୫ ପର୍ଯ୍ୟନ୍ତ ମଲ୍‌ର ଗେଟ୍‌ ଖୋଲି ନ ଥିଲା। ତେଣୁ ଭିତରକୁ ପ୍ରବେଶ କରି ନ ପାରି ଦର୍ଶକମାନେ କଟକ-ପୁରୀ ଜାତୀୟ ରାଜପଥ ଉପରେ ଭିଡ଼ ଜମାଇଥିଲେ। ସେହିଭଳି ୬ଟାରେ ପ୍ରଥମ ଶୋ ଥିବାବେଳେ ଅଧିକାଂଶ ୮ଟା ୩୦କୁ ସାଧାରଣ ଭାବେ ପ୍ରଥମ ଶୋ ବୋଲି ଭାବି ଟିକେଟ୍‌ ବୁକ୍‌ କରିଥିଲେ। ୬ଟାରୁ ୭ଟା ମଧ୍ୟରେ ଅଧିକାଂଶ ମଲ୍ଟିପ୍ଲେକ୍ସରେ ୩ରୁ ଅଧିକ ଶୋ ରହିଥିଲା। ଏହାକୁ ନେଇ ସୋସିଆଲ ମିଡିଆ ପୋଷ୍ଟ୍‌ ମାଧ୍ୟମରେ ରାଜଧାନୀବାସୀଙ୍କୁ ଲୋକେ ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିବ ସରକାରୀ ଜମି ଜବରଦଖଲ: ପୁଣି କବ୍‌ଜା କଲା ବିଡିଏ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଶଙ୍କରପୁର ମୌଜାରେ ସରକାରୀ ଜମି ଜବରଦଖଲ କରିବା ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ପାଚେରି ଭାଙ୍ଗିବା ଜଣେ ଜବରଦଖଲକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଏନେଇ…

୧୦ ଜିଲାରେ ହେବ ବମ୍ପର ନିଯୁକ୍ତି: ୨,୭୮୦ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶୁକ୍ରବାର ୨,୭୮୦ କୋଟି ଟଙ୍କାର…

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’ ଜାତୀୟ ସେମିନାର

ଭୁବନେଶ୍ୱର, ୨୧।୮: ମହିଳା ଉଦ୍ୟୋଗୀଙ୍କୁ ବଜାର ସହ ଯୋଡ଼ିବା, ଡିଜିଟାଲ ପ୍ଲାଟଫର୍ମରେ ସୁଯୋଗ ସୃଷ୍ଟି କରିବା ଏବଂ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଲକ୍ଷ୍ୟରେ ‘ଉଦ୍ୟମୀ ଶକ୍ତି’…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

୨୭ ନା ୨୮ କେବେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ କ’ଣ କହିଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୨୧ା୮: ଚଳିତ ବର୍ଷ ରକ୍ଷାବନ୍ଧନ ପର୍ବକୁ ନେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ୨୭ରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବାକୁ ଥିବାବେଳେ ରାଖୀପୂର୍ଣ୍ଣିମା ୨୮ରେ। ତେଣୁ ଏହି ଦିନ…

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୨୧ା୮: ଓଡ଼ିଆ ସଙ୍ଗୀତ ଜଗତର ସୁନାମଧନ୍ୟ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ପୂର୍ବାହ୍ନରେ ପରଲୋକ ଘଟିଛି।…

ଖାଉଟିଙ୍କୁ ମହଙ୍ଗା ମାଡ଼: ହୁ ହୁ ହୋଇ ବଢୁଛି ଚିନି ଦର

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ):ରାଜ୍ୟରେ ଗତ କିଛିଦିନ ଧରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ହୁ ହୁ ହୋଇ ବଢ଼ିଚାଲିଛି। ପିଆଜ, ରସୁଣ, ଅଦା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri