ଆବଶ୍ୟକ ମଣ୍ଡି ସଂସ୍କାର

ପ୍ରଫେସର ଦିଗମ୍ବର ପାତ୍ର

ଧାନ କ୍ରୟ ସମୟରେ ଓଡ଼ିଶାର ବିଭିନ୍ନ ଏଜେଣ୍ଟଙ୍କ ମାଧ୍ୟମରେ ମିଲର୍‌ ଏବଂ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସୁସମ୍ପର୍କ ଜଣାଶୁଣା। ରାଜ୍ୟ ସରକାର ଅତୀତରେ କିଛି ପରିବର୍ତ୍ତନ ଆଣିଛନ୍ତି, କିନ୍ତୁ ଏକ ଦଶନ୍ଧିରୁ ଅଧିକ ସମୟ ଧରି ମିଲର, ଏଜେଣ୍ଟ, ସ୍ଥାନୀୟ ରାଜନେତା ଏବଂ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଦ୍ୱାରା କୃଷକ ଶୋଷଣ ବନ୍ଦ ହୋଇପାରି ନାହିଁ। ଏହି ଠକେଇଟି ବହୁତ ବଡ଼। ଉଦାହରଣ ସ୍ବରୂପ, ପ୍ରତ୍ୟେକ କୃଷକ ଏଜେଣ୍ଟ ଫି କିମ୍ବା ଧାନର ଖରାପ ଗୁଣବତ୍ତା ଯୋଗୁ ମଣ୍ଡିରେ କୁଇଣ୍ଟାଲ ପିଛା ୫ରୁ ୧୦ କିଲୋଗ୍ରାମ୍‌ ଧାନ ଲାଞ୍ଚ ଦିଅନ୍ତି, ଯାହା ଶେଷରେ ଏହି ଦୁର୍ନୀତିଗ୍ରସ୍ତ ସିଷ୍ଟମକୁ ଯାଏ। ଏହାକୁ ସ୍ଥାନୀୟ ଭାଷାରେ କଟ୍‌ନୀଛଟ୍‌ନୀ କୁହାଯାଏ। ଯଦି ଜଣେ କୃଷକ ଅତିରିକ୍ତ ଧାନ ଦେବାକୁ ମନାକରନ୍ତି, ତା’ହେଲେ ତା’ର ଧାନ ମଣ୍ଡିରେ ସେପର୍ଯ୍ୟନ୍ତ ପଡ଼ିରହେ ଯେପର୍ଯ୍ୟନ୍ତ ସେ ଅନନ୍ୟୋପାୟ ହୋଇ ସେମାନଙ୍କ ଦାବିରେ ରାଜି ନ ହୋଇଛନ୍ତି।
୨୦୧୯-୨୦ ବର୍ଷରେ ଧାନ ପାଇଁ ଖରିଫ କ୍ରୟ ଲକ୍ଷ୍ୟ ଥିଲା ୪୧ ଲକ୍ଷ ମେଟ୍ରିକ୍‌ ଟନ୍‌। ୨୦୧୮-୧୯ ବର୍ଷ ପାଇଁ (ଖରିଫ ଓ ରବି ଫସଲକୁ ମିଶାଇ) ଓଡ଼ିଶା ସରକାର ୬୫.୪୯ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କ୍ରୟ କରିଛନ୍ତି। ଯଦି ଏଜେଣ୍ଟ ଫି ଭାବରେ କୁଇଣ୍ଟାଲ ପିଛା ୫ କିଲୋଗ୍ରାମ୍‌ ଧାନ ନିଆଯାଏ ତେବେ ୨୦୧୯-୨୦ ଖରିଫ ଋତୁରେ ଅତିକମ୍‌ରେ ୨ ଲକ୍ଷ ଟନ୍‌ ଏବଂ ୨୦୧୮-୧୯ ବର୍ଷରେ ୩.୨ ଲକ୍ଷ ଟନ୍‌ ଧାନ ବେଆଇନ ଭାବେ ଆଦାୟ କରାଯାଇଥିଲା। କେନ୍ଦ୍ର ସରକାର ସ୍ଥିର କରିଥିବା ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ମୂଲ୍ୟ ୧୮୧୫ ଟଙ୍କା ରହିଛି। ଓଡ଼ିଶାରେ ଏହି ମୂଲ୍ୟ ହେଉଛି ୧୮୩୫ ଟଙ୍କା। ଯଦି ସର୍ବନିମ୍ନ ମୂଲ୍ୟ ୧୮୧୫ ଟଙ୍କା ଧରାଯାଏ ତେବେ ବେଆଇନ ଭାବେ ସଂଗ୍ରହ ହୋଇଥିବା ଧାନର ମୂଲ୍ୟ ୨୦୧୯-୨୦ ଖରିଫ ପାଇଁ ୩୬୩ କୋଟି ଟଙ୍କା ଏବଂ ୨୦୧୮-୧୯ ବର୍ଷ ପାଇଁ ୫୮୦ କୋଟି ଟଙ୍କା ହେବ। ଏହି ବିପୁଳ ପରିମାଣର ଦୁର୍ନୀତିକୁ ଅଣଦେଖା କରାଯାଇପାରିବ ନାହିଁ। ଏହି ଧରଣର ଦୁର୍ନୀତି ଉଚ୍ଚସ୍ତର ପର୍ଯ୍ୟନ୍ତ ଲମ୍ବିଛି ବୋଲି ଆମ ପାଖରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ନାହିଁ। ତଥାପି ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଏହି କାରବାର ଚାଲିଥିବା ଯୋଗୁ ଉଚ୍ଚସ୍ତରର ଅଧିକାରୀ ଓ ନେତାମାନେ ଏଥିରେ ଜଡ଼ିତ ନାହାନ୍ତି ବୋଲି କହିହେବ ନାହିଁ।
ମଣ୍ଡି ଦୁର୍ନୀତି ଗ୍ରାମାଞ୍ଚଳର ୫୦-୬୦ ପ୍ରତିଶତ କୃଷକଙ୍କୁ ସିଧାସଳଖ ଏବଂ କୃଷିକାର୍ଯ୍ୟ ଉପରେ ନିର୍ଭରଶୀଳ ଆଉ ୨୦-୩୦ ପ୍ରତିଶତ କୃଷିଜୀବୀ ପରିବାରକୁ ପରୋକ୍ଷରେ ପ୍ରଭାବିତ କରିଥାଏ। ତେଣୁ ପ୍ରାୟ ପ୍ରତି ୩ ଜଣରୁ ୨ ଜଣ ଏହାଦ୍ୱାରା ପ୍ରଭାବିତ ହୋଇଥାନ୍ତି। ଏଭଳି ଦୁର୍ନୀତିପୂର୍ଣ୍ଣ ମଣ୍ଡି ବ୍ୟବସ୍ଥା ଆଦୌ ସୁଶାସନର ସୂଚନା ଦେଉନାହିଁ। ଗତ ବିଧାନସଭା ନିର୍ବାଚନ ପରେ ଓଡ଼ିଶା ସରକାର ଶାସନରେ ଦକ୍ଷତା, ସ୍ବଚ୍ଛତା ଆଣିବା ପାଇଁ ୫ ଟି ବିଭାଗ ପ୍ରତିଷ୍ଠା କରିଛନ୍ତି। ବିଭାଗ ଅନେକ ପଦକ୍ଷେପ ନେଇଛି। ହେଲେ ରାଜ୍ୟର ୭୦ ପ୍ରତିଶତରୁ ଅଧିକ ଲୋକଙ୍କୁ ପ୍ରଭାବିତ କରୁଥିବା ମଣ୍ଡି ଦୁର୍ନୀତି ବାବଦରେ ଏଯାଏ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ।
ନିକଟରେ କେନ୍ଦ୍ର ସରକାର ମଣ୍ଡି ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଆଇନରେ କିଛି ପରିବର୍ତ୍ତନ ଆଣିଛନ୍ତି। ସେହିଭଳି ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ସରକାର ଏହି ତାଲାବନ୍ଦୀ ଅବଧିରେ ଘରୋଇ ଖେଳାଳିମାନଙ୍କୁ ମଣ୍ଡି ଖୋଲିବାକୁ ଅନୁମତି ଦେଇଛନ୍ତି, ଗୋଦାମଘର ଓ ଶୀତଳଭଣ୍ଡାରକୁ ଘରୋଇ ମଣ୍ଡି ଭାବରେ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି ଏବଂ କୃଷକମାନଙ୍କୁ ଅନ୍‌ଲାଇନ୍‌ କିମ୍ବା ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନିଜ ଉତ୍ପାଦ ବିକ୍ରି କରିବାକୁ ଉତ୍ସାହିତ କରୁଛନ୍ତି। ହେଲେ ଏହି ତାଲାବନ୍ଦୀ ଅବଧିରେ ଓଡ଼ିଶାର ମଣ୍ଡି ବ୍ୟବସ୍ଥା ପୂର୍ବବତ୍‌ ରହିଛି। ତ୍ସମ୍ପ୍ରତି ବିଭିନ୍ନ ସ୍ଥାନରୁ ଆସୁଥିବା ରିପୋର୍ଟ ରାଜ୍ୟରେ ମଣ୍ଡିଗୁଡ଼ିକର କୁପରିଚାଳନା ଓ ଅବ୍ୟବସ୍ଥାକୁ ଦର୍ଶାଉଛି। କଳାହାଣ୍ଡି ପରି ଜିଲାରୁ ଘୋର ଦୁର୍ନୀତି ହେଉଥିବା ଅଭିଯୋଗ ଆସିଛି।
ତାଲାବନ୍ଦୀ ଅବଧିରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ଉଚିତ ତଥା ପ୍ରତିଯୋଗିତାମୂଳକ ମୂଲ୍ୟ ଦେବା ନିମନ୍ତେ ଓଡ଼ିଶା ସରକାର ବ୍ୟବସ୍ଥା କରିବା ଦରକାର। ଦୁର୍ନୀତି ହ୍ରାସ କରିବା ତଥା ସ୍ବଚ୍ଛତା ଆଣିବା ପାଇଁ ଓଡ଼ିିଶା ସରକାର ଅନ୍‌ଲାଇନ କ୍ରୟ ବ୍ୟବସ୍ଥା କରିବା ଏବଂ ରାଜ୍ୟବ୍ୟାପୀ ଗୋଟିଏ ଅନ୍‌ଲାଇନ ପରିଚୟପତ୍ର ରହିବା ଆବଶ୍ୟକ, ଯଦ୍ଦ୍ବାରା ଚାଷୀ ଗୋଟିଏ ଗ୍ରାମ ବା ପଞ୍ଚାୟତର ମଣ୍ଡିରେ ସୀମିତ ନ ରହି ନିଜ ଇଚ୍ଛାରେ ରାଜ୍ୟର ଯେ କୌଣସି ମଣ୍ଡିରେ ବିକ୍ରୟ କରିପାରିବେ। ଯେଉଁମାନେ ମଣ୍ଡିରେ କୁଇଣ୍ଟାଲ ପିଛା ୫ରୁ ୧୦ କିଲୋଗ୍ରାମ୍‌ କଟ୍‌ନୀ ଛଟ୍‌ନୀ କରୁଛନ୍ତି ସେମାନଙ୍କୁ ଦଣ୍ଡ ଦେବା ନିମନ୍ତେ ମଧ୍ୟ ଆଇନ ହେବା ଦରକାର। ଏଥିସହ ସରକାର ବେସରକାରୀ ଖେଳାଳି ଓ ମିଲରଙ୍କୁ ଚାଷଜମିରେ ଧାନ ଅମଳ ଓ ସଂଗ୍ରହ କରି ଜମିରେ ହିଁ ମୂଲ୍ୟ ଦେବାକୁ ଉତ୍ସାହିତ କରିପାରିଲେ ଗୁଣାତ୍ମକତା ନେଇ ରହୁଥିବା ବିବାଦକୁ ହ୍ରାସ କରାଯାଇ ପାରିବ।

ଆମେରିକୀୟ ବିଶ୍ୱବିଦ୍ୟାଳୟ, ବେରୁଟ, ଲେବାନନ,
Email:digpatra@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri