ଆବଣ୍ଟନ ହେବ କୃଷକ ବଜାର ଦୋକାନ ଗୃହ: ଦିଆଯିବ ୫୬ ଦୋକାନ, ୩ ଗୋଦାମ

ଢେଙ୍କାନାଳ ଅଫିସ, ୧୮।୮: ଢେଙ୍କାନାଳ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସ୍ଥାନୀୟ କୈବଲ୍ୟ ବଜାରରେ ୮୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କୃଷକ ବଜାର ଦୋକାନ ଘର ଆବଣ୍ଟନ କରାଯିବ। ଏ ନେଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଶନିବାର ଜିଲା କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏକାଧିକ ପ୍ରସ୍ତାବ ପାରିତ ହୋଇଛି।
ନିର୍ମାଣ ହୋଇଥିବା ୫୬ ଦୋକାନ ଏବଂ ୫ କ୍ଷୁଦ୍ର ଗୋଦାମ ଘର ବଣ୍ଟନ କରାଯିବ। ୨ଟି ଗୋଦାମ ଘରକୁ ଶୀତତାପ ନିୟନ୍ତ୍ରିତ କରିବା ପାଇଁ ନିୟନ୍ତ୍ରିତ ବଜାର କମିଟି ହାତରେ ରଖାଯିବ। ଅବଶିଷ୍ଟ ୩ ଗୋଦାମ ଘର ଏବଂ ୫୬ ଦୋକାନ ଘର ଆବଣ୍ଟିତ ହେବ। କୃଷକ ବଜାର ନିର୍ମାଣ ସମୟରେ ପୌରସଂସ୍ଥା ପକ୍ଷରୁ ୩୩ ଜଣ ଅସ୍ଥାୟୀ ଦୋକାନୀଙ୍କୁ ଭେଣ୍ଡିଂ ଜୋନ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ୩ ଗୋଦାମ ଘର ସହିତ ୩୩ ଦୋକାନ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଉକ୍ତ ଦୋକାନୀମାନେ ଦୋକାନ ଘର ପାଇବା ପାଇଁ ୧୫ ଦିନ ମଧ୍ୟରେ ନିୟନ୍ତ୍ରିତ ବଜାର କମିଟିକୁ ଦରଖାସ୍ତ କରିବେ। ସେମାନେ କେଉଁ ସାମଗ୍ରୀ ବିକ୍ରି କରିବେ ତାହାକୁ ଦରଖାସ୍ତରେ ଉଲ୍ଲେଖ କରିବାକୁ ପଡ଼ିବ। ଦରଖାସ୍ତ ହସ୍ତଗତ ହେବାପରେ ତଦନୁଯାୟୀ ଦୋକାନ ଘର ଆବଣ୍ଟନ କରାଯିବ।
କୃଷକ ବଜାର ନିର୍ମାଣ ପୂର୍ବରୁ ଉକ୍ତ ସ୍ଥାନରେ ୧୦୩ ଚାଷୀ ଏବଂ କ୍ଷୁଦ୍ର ବ୍ୟବସାୟୀ ଖୋଲା ଆକାଶ ତଳେ ବସୁଥିଲେ। ଉପଜିଲାପାଳଙ୍କ ନେତୃତ୍ୱରେ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଅବଶିଷ୍ଟ ୨୬ ଦୋକାନ ସମ୍ପୃକ୍ତ ଚାଷୀ ଏବଂ ବ୍ୟବସାୟୀଙ୍କୁ ଲଟେରି ମାଧ୍ୟମରେ ପ୍ରଦାନ କରାଯିବ। ଆସନ୍ତା ୧୫ଦିନ ମଧ୍ୟରେ ସେମାନେ ସ୍ବୀକୃତିପତ୍ର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟରେ ଦାଖଲ କରିବେ। ପ୍ରତି ଦୋକାନ ପାଇଁ ମାସିକ ଭଡ଼ା ୬୦୦ ଟଙ୍କା ରଖାଯାଇଛି। ଅମାନତ ବାବଦକୁ ୨୦ହଜାର ଟଙ୍କା ଦେବାକୁ ପଡ଼ିବ। ସେହିପରି ଛୋଟ ଗୋଦାମ ଘର ପାଇଁ ମାସିକ ୨୦୦୦ ଟଙ୍କା ଭଡ଼ା ରଖାଯାଇଥିବା ବେଳେ ଅମାନତ ରାଶି ବାବଦକୁ ୫୦ହଜାର ଟଙ୍କା ଦେବାକୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାର୍ଯ୍ୟ କରାଯାଇଛି। ଦୋକାନଘର ପାଇବାରୁ ବଞ୍ଚତ୍ତ ଚାଷୀ, ବ୍ୟବସାୟୀ ପୌରସଂସ୍ଥା ଭେଣ୍ଡିଂ ଜୋନ୍‌ ଏବଂ କୃଷକ ବଜାର ମଧ୍ୟରେ ଥିବା ଖୋଲା ପିଣ୍ଡିରେ ବସି ବ୍ୟବସାୟ କରିପାରିବେ।
ଚାଷୀଙ୍କ ପାଇଁ ନିର୍ମିତ କ୍ୟାଣ୍ଟିନରେ ଉଚିତ ମୂଲ୍ୟରେ ଖାଦ୍ୟ ମିଳିବ। ପୌରସଂସ୍ଥା ଦ୍ୱାରା ନିର୍ମିତ ଶୌଚାଳୟ ନିୟନ୍ତ୍ରିତ ବଜାର କମିଟିକୁ ହସ୍ତାନ୍ତର କରାଯିବ। ଏହାର ରକ୍ଷଣାବେକ୍ଷଣ ନିୟନ୍ତ୍ରିତ ବଜାର କମିଟି କରିବ। ଚିହ୍ନଟ ହୋଇଥିବା ପାର୍କିଂ ଅଞ୍ଚଳକୁ କେବଳ ଛୋଟ ଯାନବାହାନ ରଖିବା ପାଇଁ ବ୍ୟବହାର କରାଯିବ। କୃଷକ ବଜାର ପଛ ପାଖରେ ନିର୍ମିତ ୨୫ଫୁଟ ଓସାର ରାସ୍ତା କିମ୍ବା ପୂର୍ତ୍ତ ବିଭାଗ ରାସ୍ତାରେ କେହି ବସି ବ୍ୟବସାୟ କରିପାରିବେ ନାହିଁ ବୋଲି ଜିଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ନିରଞ୍ଜନ ସେଠ୍‌, ସଭ୍ୟ ଦିଲୀପ ରଥ, ଅନିଲ ନନ୍ଦ, ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, କୈବଲ୍ୟ ବଜାର କମିଟି ସଦସ୍ୟ ମଦନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?