ଆନ୍ତର୍ଜାତିକ ଶିଶୁ ଶାନ୍ତି ପୁରସ୍କାର ଦୌଡ଼ରେ ଶୁଭସ୍ମିତା

କେନ୍ଦ୍ରାପଡ଼ା ଅଫିସ,୧୯ା୯: ଆନ୍ତର୍ଜାତିକ ଶିଶୁ ଶାନ୍ତି ପୁରସ୍କାର ଦୌଡ଼ରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ପେଣ୍ଠ ପ୍ରୋଜେକ୍ଟ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଶୁଭସ୍ମିତା ତ୍ରିପାଠୀ ସ୍ଥାନ ପାଇଛନ୍ତି । ଏହି ପୁରସ୍କାର ପାଇଁ ବିଶ୍ୱରୁ ୩୦୦୦ରୁ ଊର୍ଦ୍ଧ୍ୱ ଦରଖାସ୍ତ ଆସିଥିବା ବେଳେ ମୋଟ ୧୧୯ ଜଣ ଦୌଡ଼ରେ ରହିଛନ୍ତି । ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୧୦ ଜଣଙ୍କ ନାମ ରହିଥିବା ବେଳେ ଓଡ଼ିିଶାରୁ ଏକମାତ୍ର ପ୍ରାର୍ଥନୀ ଭାବେ ପେଣ୍ଠ ଗ୍ରାମର ଶୁଭସ୍ମିତାଙ୍କ ନାମ ରହିଛି । ଏ ସମ୍ପର୍କରେ ନେଚର୍ସ କ୍ଲବ ସଭାପତି ବିରଜା ପ୍ରସାଦ ପତି କୁହନ୍ତି, ଆନ୍ତର୍ଜାତିକ ସ୍ବେଚ୍ଛାସେବୀ ସଂଗଠନ କିଡ୍‌ସ ରାଇଟ୍ସ୍‌ ପକ୍ଷରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ । ଶିଶୁ ଅଧିକାର ପାଇଁ ଲଢ଼େଇ କରୁଥିବା ଶିଶୁ ପ୍ରତିଭାଙ୍କୁ ଏହି ପୁରସ୍କାର ମିଳୁଥିବା ବେଳେ ଆସନ୍ତା ୩୦ରେ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ପ୍ରତିଭାଙ୍କ ନାମ ଘୋଷଣା ହେବ । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍କଣ୍ଠା ପ୍ରକାଶ ପାଇଛି। ବିରଜାଙ୍କ କହିବାନୁସାରେ,କେନ୍ଦ୍ରାପଡା ଜିଲାରେ ଶିଶୁ ଅଧିକାର ପାଇଁ ଶୁଭସ୍ମିତାଙ୍କ ଅନେକ ଅବଦାନ ରହିିଛି। ଏହି ଅଞ୍ଚଳରେ ଜୀବନ ଜୀବିକା ନିର୍ବାହ କରିବା କଷ୍ଟସାଧ୍ୟ ହୋଇଥିବା ବେଳେ ଶିଶୁଙ୍କ ପାଠପଢ଼ା ପ୍ରତି ଗୁରୁତ୍ୱ ଦିଆଯାଏ ନାହିଁ। ଏଭଳିସ୍ଥିତିରେ ଶିକ୍ଷା ଦ୍ୱାରା ପରିବାରର ଆର୍ଥିକ ସ୍ଥିତି ଭବିଷ୍ୟତରେ ଉଜ୍ଜ୍ୱଳ ହୋଇପାରିବ ବୋଲି ଭରସା ଦେଇ ଶୁଭସ୍ମିତା ସ୍କୁଲପ୍ରତି ପିଲାଙ୍କ ମନରେ ଆଗ୍ରହ ସୃଷ୍ଟି କରିଥାନ୍ତି। ସେ ନିଜସ୍ବ ଉଦ୍ୟମରେ ଶିକ୍ଷା ପ୍ରତି ବିମୁଖ ଥିବା ୪ ପରିବାରର ଶିଶୁଙ୍କୁ ସ୍କୁଲକୁ ଆଣିବାରେ ସକ୍ଷମ ହୋଇଛନ୍ତି । ସେହିପରି ତାଙ୍କ ଉଦ୍ୟମରେ ୩ ଜଣ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଅଗ୍ରଗତି ହୋଇଛି । ଏପରି ପ୍ରତିଭା ସମ୍ପର୍କରେ ଜଣାପଡ଼ିିବା ପରେ ଶୁଭସ୍ମିତାଙ୍କ ଜୀବନାଦର୍ଶକୁ ନେଚର୍ସ କ୍ଲବ ପକ୍ଷରୁ ଦିଲ୍ଲୀସ୍ଥିତ ସେଭ୍‌ ଦ ଚିଲଡ୍ରେନ ଅନୁଷ୍ଠାନକୁ ପଠାଯାଇଥିଲା । ଏହାପରେ ଆନ୍ତର୍ଜାତିକ ଶିଶୁ ଶାନ୍ତି ପୁରସ୍କାର ଦୌଡ଼ରେ ଭାରତରୁ ମନୋନୀତ ହୋଇଥିତ୍ବା ୧୦ ଜଣଙ୍କ ମଧ୍ୟରେ ଶୁଭସ୍ମିତା ସ୍ଥାନ ପାଇଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri