ଆନ୍ତଃ ରାଜ୍ୟ ଯାତାୟାତ ଲାଗି ଅନୁମତି

ଭୁବନେଶ୍ୱର,୪ା୫(ବ୍ୟୁରୋ): ଲକ୍‌ଡାଉନ ଯୋଗୁ ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକ ବସ୍‌ ଏବଂ ଟ୍ରେନ୍‌ ଯୋଗେ ଫେରିବା ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଆନ୍ତଃରାଜ୍ୟ ଗମନାଗମନ ଲାଗି ଗ୍ରୀନ୍‌ ସିଗନାଲ ଦେଇଛନ୍ତି। ନିର୍ଦ୍ଦିଷ୍ଟ କିଛି କାରଣ ଥିଲେ ଆନ୍ତଃରାଜ୍ୟ ଗମନାଗମନ କରିହେବ ବୋଲି ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ଚିଠି ଲେଖି ସବୁ ଜିଲାପାଳ ଏବଂ କଟକ-ଭୁବନେଶ୍ୱର ପୋଲିସ କମିଶନରଙ୍କୁ ଜଣାଇଛନ୍ତି।
ଏଥିଲାଗି ଏକ ଫର୍ମର ନକଲ ମଧ୍ୟ ଜାରି କରାଯାଇଛି। ଆନ୍ତଃରାଜ୍ୟ ଯିବା ଆସିବା ସକାଶେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି କେହି ଓଡିଶାରୁ ବାହାର କୌଣସି ରାଜ୍ୟକୁ ଯିବାକୁ ଚାହାନ୍ତି ତେବେ ତାହା ସ୍ବାସ୍ଥ୍ୟଗତ ସମସ୍ୟା କିମ୍ବା କୌଣସି ଜରୁରୀ କାର୍ଯ୍ୟ ହୋଇଥିବା ଆବଶ୍ୟକ, ଏଥିଲାଗି ଉପଜିଲାପାଳ, ତହସିଲଦାର କିମ୍ବା ଡିସିପି ଯାଞ୍ଚ କରିବା ପରେ ସମ୍ଭବ ହୋଇପାରିବ। ଏହାପରେ ଯଦି ଆବେଦନକାରୀଙ୍କୁ ବାହାର ରାଜ୍ୟକୁ ଯିବା ସକାଶେ ଅନୁମତି ମିଳେ ତେବେ ତାଙ୍କୁ ଏକ ଆନ୍ତଃରାଜ୍ୟ ପାସ୍‌ ପ୍ରଦାନ କରାଯିବ। ଆବେଦନକାରୀ ଯେଉଁ ରାଜ୍ୟକୁ ଯିବାକୁ ଚାହୁଁଥିବେ ସେଠାକାର ଜିଲାପାଳଙ୍କୁ ପାସ୍‌ର ଏକ ନକଲ ମେଲ୍‌ କରିଦିଆଯିବ। ଯାନର ପାସ୍‌ ସହିତ ତାହା ଲଗାଇ ମେଲ୍‌ ମାଧ୍ୟମରେ ଦିଆଯିବ।
ସେହିପରି ଯଦି ବାହାରୁ କେହି ଓଡିଶାକୁ ଆସିବାକୁ ଚାହାନ୍ତି ତେବେ ତାଙ୍କୁ ରାଜ୍ୟ ସରକାରଙ୍କ ଏକ ରେଜିଷ୍ଟ୍ରି ପୋର୍ଟାଲ http://covid19.odisha.gov.inରେ ଆବେଦନ କରିବାକୁ ପଡିବ। ଏହାପରେ ଯେଉଁ ଜିଲାରୁ ଆସିବାକୁ ଚାହୁଁଥିବେ ସେଠାକାର ଜିଲାପାଳ, ପୋଲିସ କମିଶନର କିମ୍ବା ଦାୟିତ୍ୱରେ ଥିବା ଅଧିକାରୀଙ୍କଠାରୁ ପାସ୍‌ ଗ୍ରହଣ କରିବେ। ସେହି ପାସ୍‌ର ଏକ ନକଲ ଆସିବାକୁ ଚାହୁଁଥିବା ଜିଲାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ମେଲ୍‌ ଜରିଆରେ ପଠାଯିବ। ରାଜ୍ୟ ସରକାରଙ୍କ ପୋର୍ଟାଲର ରେଜିଷ୍ଟର ନମ୍ବର ରାଜ୍ୟର ବର୍ଡରଠାରେ ଯାଞ୍ଚ କରାଯିବ। ରାଜ୍ୟର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ ୧୪ଦିନ କ୍ୱାରାଣ୍ଟାଇନରେ ରହିବା ଜରୁରୀ। ସରକାରଙ୍କ ସମସ୍ତ ପ୍ରକାର ନିୟମ ମାନି ଯାତ୍ରା କରିବାକୁ ସରକାର ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି: ଉପରୁ ଖସିଲା ସିଲିଂ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

କିଏ ଉଠାଇବେ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା ଖର୍ଚ୍ଚ: ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରେ ଭର୍ତ୍ତି ହେବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଏହି ଚିକିତ୍ସା ପାଇଁ ହେଉଥିବା ମୋଟ ଖର୍ଚ୍ଚ କିଏ ଦେବ? ବର୍ତ୍ତମାନ ପର୍ଯ୍ୟନ୍ତ…

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri