ଆନ୍ତଃରାଜ୍ୟ ନିଶା ବ୍ୟବସାୟୀ ଗିରଫ

କଟକ ରୋଡ,୨।୭(ଡି.ଏନ୍‌.ଏ.):
ସ୍ମାର୍ଟସିଟିରେ ବେଧଡକ ଚାଲିଛି ନିଶା କାରବାର। ଜ୍ୱାଇଁଙ୍କ ଭଡାଘରେ ରହି ଶ୍ୱଶୁର ନିଶାଦ୍ରବ୍ୟ ଚାଲାଣ କରୁଥିବା ଅଭିଯୋଗରେ ସୋମବାର ଭୁବନେଶ୍ୱର ମୋବାଇଲ ସ୍କ୍ବାଡ ଓ ଖୋର୍ଦ୍ଧା ଜିଲା ଅବକାରୀ ଟିମ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ବାଲେଶ୍ୱର ଜିଲା ରେମୁଣା ଥାନା ଅଧୀନ ମେନ୍ଦ୍ରା ଗ୍ରାମର ସୁବଳ ସାମନ୍ତରାୟ। ତାଙ୍କଠାରୁ ୫କୁଇଣ୍ଟାଲ ୪୧କେଜି ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ମୂଲ୍ୟ ୨୭ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଅବକାରୀ ମୋବାଇଲ ସ୍କ୍ବାଡ ଇନ୍‌ସପେକ୍ଟର ପ୍ରଭାତ କୁମାର ସେଠୀ କହିଛନ୍ତି।
ସୂଚନା ଅନୁଯାୟୀ, ଗତ ପ୍ରାୟ ୨ବର୍ଷ ଧରି ସୁବଳଙ୍କ ଝିଅ ଓ ଜ୍ୱାଇଁ ଖଣ୍ଡଗିରି ଥାନା ଅଧୀନ କୋଳଥିଆ ଅଞ୍ଚଳରେ ୧୦ହଜାର ଟଙ୍କା ଭଡାରେ ଏକ ଘର ନେଇଥିଲେ। ଜ୍ୱାଇଁଙ୍କ ଏକ ଫଟୋ ଷ୍ଟୁଡିଓ ଆଗ୍ରାରେ ଥିବାବେଳେ ଝିଅଙ୍କ ସହ ସୁବଳ ରୁହନ୍ତି। ଗଜପତି ଜିଲା ଅଡବା ଥାନା ଅଞ୍ଚଳରୁ ସେ ଗଞ୍ଜେଇ ଆଣି ଭଡାଘରେ ଗଚ୍ଛିତ ରଖିବା ସହ ଆନ୍ଧ୍ର, ଗୁଜରାଟ, କୋଲକାତା ଓ ଦିଲ୍ଲୀ ଅଞ୍ଚଳକୁ ଏକ ସ୍ବତନ୍ତ୍ର ଗ୍ୟାଙ୍ଗ ମାଧ୍ୟମରେ ଯୋଗାଇଥାନ୍ତି। ଗଜପତି ଅଞ୍ଚଳରୁ ବସ୍‌ ଯୋଗେ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚିବା ପରେ ବିଭିନ୍ନ ଗାଡି ମାଧ୍ୟମରେ କୋଳଥିଆ ଭଡାଘରେ ପହଞ୍ଚାଇଥାଆନ୍ତି ବୋଲି ସୁବଳ ଅବକାରୀ ଅଧିକାରୀଙ୍କ ନିକଟରେ ସ୍ବୀକାର କରିଛନ୍ତି। ପ୍ରାୟ ୧୫ଶହ ଟଙ୍କାରେ ଗଞ୍ଜେଇ କିଣି ଏହାକୁ ରାଜ୍ୟ ବାହାରେ ୫ହଜାର ଟଙ୍କା (କେଜି)ରେ ବିକ୍ରି କରନ୍ତି। ଅନ୍ୟପକ୍ଷେ ସୂଚନା ମିଳିବା ପରେ ରବିବାର ରାତିରେ ସୁବଳଙ୍କୁ ଧରିବା ପାଇଁ ଅବକାରୀ ବିଭାଗ ଯୋଜନା ପ୍ରସ୍ତୁତି କରିଥିଲା। ତାଙ୍କ ଘର ନିକଟରେ ଜଗି ରହିବା ସହ ସୋମବାର ସକାଳ ପ୍ରାୟ ୮ଟାରେ ଅତର୍କିତ ଚଢ଼ାଉ ପରେ ସୁବଳ ଧରାପଡିବା ସହ ଗଞ୍ଜେଇ ତାଙ୍କ ଘରୁ ମିଳିଥିଲା। ଏକାଧିକ ଟ୍ରଙ୍କରେ ପ୍ୟାକେଟ କରି ସେ ଗଞ୍ଜେଇ ରଖିଥିଲେ। ପ୍ରତିଦିନ ସନ୍ଧ୍ୟାରେ କୋଲକାତା ତଥା ବାହାର ଅଞ୍ଚଳକୁ ଯାତ୍ରୀବାହୀ ବସରେ ଗଞ୍ଜେଇ ପଠାନ୍ତି ବୋଲି ଅବକାରୀ ସବ୍‌ଇନ୍‌ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ କହିଛନ୍ତି। ୧ବର୍ଷ ପୂର୍ବେ ସୁବଳଙ୍କ ଭଡାଘର ନିକଟକୁ ଆସିଥିବା ଜଣେ ଯୁବକଙ୍କୁ ଖଣ୍ଡଗିରି ପୋଲିସ ଧରିଥିଲା। ଏନେଇ ପୋଲିସ କୌଣସି ପଚରାଉଚରା କରିନାହିଁ ବୋଲି ସୁବଳ ଗଣମାଧ୍ୟମରେ କହିଛନ୍ତି। ଏନେଇ ଅବକାରୀ କାର୍ଯ୍ୟାଳୟରେ ମାମଲା (ନଂ. ୩୯/୨୦୧୯-୨୦୨୦)ରୁଜୁ ହୋଇଛି। ଏନେଇ ଖୋର୍ଦ୍ଧା ଜିଲା ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ଆଚାର୍ଯ୍ୟ କୁହନ୍ତି, ଘର ମାଲିକଙ୍କୁ ନୋଟିସ ଦିଆଯିବା ସହ ଅଧିକ ତଦନ୍ତ ପାଇଁ ୨ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri