ଆଧୁନିକତା ଭିତରେ ହଜି ଯାଉଛେ ଶଗଡ଼ ଗାଡ଼ି

ଭବାନୀପାଟଣା,୧୫ା୭ (ଡି.ଏନ୍‌.ଏ.): ଆଧୁନିକତାର ଛାପ୍‌ରେ ଆମର ସଂସ୍କୃତି, ପରମ୍ପରାରେ ଅନେକ ପରିବରତନ ଦେଖ୍‌ବାକେ ମିଲୁଛେ। ଆଘ ଲୋକ୍‌ କୃଷି କାଯ୍‌ରେ ନଂଗଲ, ଶଗଡ଼ ଗାଡ଼ିର ବଡ଼ଭାରି ବେଭାର କରୁଥିଲେ। ହେଲେ ଆଧୁନିକ୍‌ ଯନ୍ତ୍ରପାତି ଆଏଲାଦିନୁ କୃଷି କାଯ୍‌ରେ ଖେତ୍‌ ଜୁତା, କାଦୋକରା, ଖତ୍‌ ବୁହା, ଧାନ୍‌ ଦୁହାରିବାରର ଲାଗି ଟ୍ରାକ୍ଟରର ବେଭାର ହେଉଛେ। ଆଘୋ ଚାଷୀ ଇ ସବୁ କାମ୍‌କାଯ୍‌ ଲାଗି ଶଗଡ଼ ଗାଡ଼ିର ବେଭାର କରୁଥିଲେ। ସେନ୍‌ତା ଲୋକ୍‌ କେହେନ୍‌ସି ସାମାନ ନେବାର ଆନ୍‌ବାର, ଝାର ଜଂଗ୍‌ଲୁ କାଠ୍‌ଖୁଁଠ୍‌, ବାଉଁଶ ଦୁହାରିବାର ଲାଗି ହଲଗାଡ଼ି(ଶଗଡ଼)ର ବେଭାର କରୁଥିଲେ। ଆଘ ଗାଡ଼ିମଟର, ରାସ୍‌ତାଘାଟ ଅଭାବୁ ଲୋକ୍‌ ଦୁରିଆ ଗାଁଗଁଡ଼ା ଗଲେ ହଲଗାଡ଼ିଥି ଘୂରନି ଖଁଜି ବସବାର ଜାଗାଥି ପୁଆଲ ପାରି ଉପରେ ମସନା, କଁଥା ପକେଇ ବସିକରି ଯାଉଥିଲେ। ସେନ୍‌ତା ବିହାବରପନରେ ବି ଶଗଡ଼ ଗାଡ଼ି ଲୁକ୍‌କର ଗୁଟେନ ଯିବାର ଆଏବାର ଜରିଆ ଥିଲା। ବିହା ଉତାରୁ ଭୁଆସେନ୍‌କେ ଶାଶ୍‌ ଘରକେ ବଟାବାର ଲାଗି ଘୂରନି ଖଁଜା ଶଗଡ଼ ଗାଡ଼ିକେ ସଜା ଯାଉଥିଲା। ଶଗଡ଼ଥି ଫଁଦା ଯାଉଥିବାର ବଲଦ୍‌ମାନକୁ ବି ବେଁକେ ଘଁଟି ଲଗା ଘାଗରା, ସିଂଘେ ଲାଲ୍‌ ଫିତା ବଁାଧି ସଜଉଥିଲେ। ଯେତେବେଲେ ଇ ହଲଗାଡ଼ି ଗଁାଖୁଲି କି କେନ୍‌ ରାସ୍‌ତା ଦେଇ ଯାଉଥିଲା ଲୋକ୍‌ କାବାଛାଡ଼ନୁ ଦେଖୁଥିଲେ। ବଲଦ୍‌କର ଦମ୍‌ଦମ୍‌ ଚାଲିକେ ଘଁଟି ଆର ଶଗଡ଼ ଗାଡ଼ିର କେଁକଟର ଶବଦ୍‌ ଚାଲ୍‌ତି ଲୁକ୍‌କର ମନ୍‌ ଘିନି ନେଉଥିଲା। ହେଲେ ଆଏଜକାଲି ଜଲସେଚିତ ଅଂଲରେ ଶଗଡ଼ ଗାଡ଼ିର ଭେଲି ବୁଡ଼ିଗଲାବେଲେ କଁା ଭଁା ଗାଁଗଁଡ଼ାରେ ହାତ୍‌ଗନ୍‌ତି ଶଗଡ଼ ଦେଖ୍‌ବାକେ ମିଲୁଛେ। ସେନ୍‌ତା କଳାହାଣ୍ଡି ଜିଲା ପାହାଡ଼ ଜଂଗଲ ଘେରା ଗୁଟେ ଆଦିବାସୀ ବହୁଲ ଜିଲା ହେଇଥିଲାବେଲେ ଇଠାନେ ଆଗରୁ ରାସ୍‌ତାଘାଟର ବଡ଼ଭାରି ଅସ୍‌ବିଧା ରହିଥିଲା। ଯେନ୍‌ଥିରଲାଗି ଜିଲାର ସବୁ ଗାଁଗଁଡ଼ାଥି ମାଲ ମାଲ ଶଗଡ଼ ଦେଖ୍‌ବାକେ ମିଲୁଥିଲା। ହେଲେ ଗାଡ଼ିମଟର, ଯନ୍ତ୍ରପାତିର ବେଭାର ଲାଗି ସମାଜରୁ ଶଗଡ଼ ଉଭି ଯିବାକେ ବସଲାନ। ସେନ୍‌ତା କଡ଼ାକଡ଼ି ଜଂଗଲ ଆଇନ୍‌ ଲାଗି ଗଛ୍‌ଖୁଁଟ ଅଭାବୁ ଚାଷୀ ଆର ଶଗଡ଼ ଗାଡ଼ି ବି ନାଇଁ ତିଆରିବାର। ହୁଏତ ବଛର କେତେଟା ଭିତରେ ଆମର ସମାଜରୁ ଶଗଡ଼ ଗାଡ଼ି ଉଭିଯିବା ଆର ଆମର ଆଗଲାପିଢ଼ି ଶଗଡ଼ ବାବ୍‌ଦେ ବହିଥି ଫଟୋ ଦେଖି ପାଠ୍‌ ପଢ଼ବେ। ଇ ବାବ୍‌ଦେ ଭବାନୀପାଟଣା ବ୍ଲକ ରିଷିଗଁାର ଚାଷୀ ଶାନ୍ତନୁ କୁମାର ବେହେରାକୁଁ ପଚରାଲାରୁ ଶଗଡ଼ ଗାଡ଼ି ଏହେଦେ ଇତିହାସ ହେଇଗଲାନ। ଅତୀତରେ ଆମର ଜୀବନ୍‌ ଜୀବ୍‌କା ସଂଗେ ଯୁଡ଼ି ହେଇ ରହିଥିଲା। ଇ ଯନ୍ତ୍ରପାତି ଯୁଗରେ ଶଗଡ଼ଟା ଲୁକ୍‌କର ଲାଗି ଅଦରକାରୀ ପାଲଟିଯାଇଛେ। ଆଘ ଗାଁଗଁଡ଼ା ଯିବାରନୁ ମୂଲ କରି ଝି’ବଟାବାର ତକ୍‌ ସବୁଥି ଶଗଡ଼ ଗାଡ଼ି ଖୁଜାପଡ଼ୁଥିଲା। ସେନ୍‌ତା ଭବାନୀପାଟଣା ବ୍ଲକ ବାନ୍ଦୋପଲା ଗାଁର ଆରଝନେ ଚାଷୀ ବଟକୃଷ୍ଣ ଠାକୁରକୁଁ ପଚରାଲାରୁ ଆଘ ଚାଷ୍‌ବାସ ଆରମ୍‌ରୁ ଶେଷ୍‌ ତକ୍‌ ଶଗଡ଼ ଆର ବଲଦ୍‌ମାନକର ବେଭାର ହେଉଥିଲା। ହେଲେ ଟ୍ରାକ୍ଟର ଆର ଭିନେ ଭିନେ କୃଷି ଯନ୍ତ୍ରପାତି ଆଏଲା ଦିନୁ ହଲଗାଡ଼ି, ବଲଦ୍‌ର ଦରକାର ନାଇଁପଡ଼ବାର। ଚାଷୀ ଟ୍ରାକ୍ଟରରେ କମ୍‌ ସମିଆରେ ଅଧ୍‌କା କାମ୍‌ କରିପାରୁଛେ। ସେଥିରଲାଗି ଶଗଡ଼ ଗାଡ଼ି ଅଦରକାରୀ ହେବାର ସଂଗେ ସମାଜରୁ ବି ଉଭି ଯିବାକେ ବସଲାନ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri