ଆଡ୍‌ମିନିଷ୍ଟ୍ରେଟିଭ ବ୍ଲକ୍‌, କ୍ୱାର୍ଟର୍ସ ନିର୍ମାଣରେ ଦୁର୍ନୀତି ଗନ୍ଧ

ଭୁବନେଶ୍ୱର,୨୮-୮: ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଲାଗିଛି ଦୁର୍ନୀତିର ଛିଟା। ଆଡ୍‌ମିନିଷ୍ଟ୍ରେଟିଭ ବ୍ଲକ୍‌ ଓ କ୍ୱାର୍ଟର୍ସ ନିର୍ମାଣକୁ ନେଇ ବ୍ୟାପକ ଅନିୟମିତା ହୋଇଥିବା ପଦାକୁ ଆସିଛି। ଖୋଲା ଟେଣ୍ଡର ନ କରି ବିଏସ୍‌ଏନ୍‌ଏଲ୍‌ ସିଭିଲ ଓ୍ବିଙ୍ଗ୍‌କୁ ମନଇଚ୍ଛା ଠିକା ଦେବା ସହ କାମ କରିବା ପୂର୍ବରୁ ଆଗୁଆ ବିଲ୍‌ ପ୍ରଦାନ କରାଯାଇଛି। ସେହିଭଳି ଇପିଏଫ୍‌ ସଂକ୍ରାନ୍ତ ମାମଲାରେ ମଧ୍ୟ ନନ୍ଦନକାନନର ଲକ୍ଷ ଲକ୍ଷ ଟଙ୍କା ଅର୍ଥ ଅଯଥା ଖର୍ଚ୍ଚ ହେଉଥିବା ଜଣାପଡିଛି। ନନ୍ଦନକାନନ ବୈଠକର ପ୍ରୋସିଡିଂ, ବିଏସ୍‌ଏନ୍‌ଏଲ୍‌ ଓ୍ବେବ୍‌ସାଇଟ୍‌ ଓ ହସ୍ତଗତ କିଛି ତଥ୍ୟକୁ ତର୍ଜମା କଲେ ନନ୍ଦନକାନନରେ ବହୁ କୋଟି ବରବାଦ ହୋଇଥିବା ଜଣାପଡୁଛି।
ଗତ ମେ’ ୧ରେ ନନ୍ଦନକାନନ ସୋସାଇଟିର ୨୬ତମ ଜେନେରାଲ ବଡି ମିଟିଂ ଅନୁଷ୍ଠିତ ହୋଇଥିଲା। ଏହାର ପ୍ରୋସିଡିଂ ଅନୁସାରେ ନନ୍ଦନକାନନର ଆଡମିନିଷ୍ଟ୍ରେଟିଭ ବ୍ଲକ ଏବଂ ୧୬ ଷ୍ଟାଫ କ୍ୱାର୍ଟର୍ସ ପାଇଁ ବିଏସ୍‌ଏନ୍‌ଏଲ୍‌କୁ ୩ କୋଟିରୁ ଅଧିକ ଟଙ୍କା ଦିଆଯାଇଛି। ତେବେ ୨୫ତମ ଜେନେରାଲ ବଡି ମିଟିଂରେ ଅନୁମୋଦନ ଲାଭ କରିଥିବା ପ୍ରକଳ୍ପର ଆକ୍ସନ ଟେକେନ ରିପୋର୍ଟ(ଏଟିଆର୍‌)ରେ ପୃଷ୍ଠା-୧ର ୪ ନମ୍ବର ପଏଣ୍ଟରେ ଉଲ୍ଲେଖ ରହିଛି ଯେ, ରେଞ୍ଜର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କ ଆବାସିକ ଗୃହ (ଜି+୨) ବିଏସ୍‌ଏନ୍‌ଏଲ୍‌ ଦ୍ୱାରା ନିର୍ମାଣ ଚାଲିଛି। ସେହିପରି ପୃଷ୍ଠା ୭ ଓ ୮ରେ ଆଡମିନିଷ୍ଟ୍ରେଟିଭ ବ୍ଲକ ନିର୍ମାଣ ପାଇଁ ନନ୍ଦନକାନନ ସୋସାଇଟି ଫଣ୍ଡ୍‌ରୁ ୮କୋଟି ୯ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟୟ ଅଟକଳ ହୋଇଥିବାବେଳେ ୨୦୧୭-୧୮ରେ ବିଏସ୍‌ଏନ୍‌ଏଲ୍‌କୁ ୨କୋଟି ଟଙ୍କା ଦିଆଯାଇଥିବା ଦର୍ଶାଯାଇଛି। ଅନ୍ୟପକ୍ଷରେ ୨୦୧୯-୨୦୨୦ ବାର୍ଷିକ ବଜେଟରେ ବି୫ ଆଇଟମ୍‌ରେ ୧୬ ଷ୍ଟାଫ୍‌ କ୍ୱାର୍ଟର୍ସ (୪ ରେଞ୍ଜ ଅଫିସର, ୪ ଫରେଷ୍ଟର ଓ ୮ ଫରେଷ୍ଟ ଗାର୍ଡ) ନିର୍ମାଣ ପାଇଁ ବିଏସ୍‌ଏନ୍‌ଏଲ୍‌କୁ ୧ କୋଟି ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଦିଆଯାଇଥିବା ଦର୍ଶାଯାଇଛି। ଅର୍ଥାତ୍‌ ଆଡମିନିଷ୍ଟ୍ରେଟିଭ ବ୍ଲକ ଓ ୧୬ ଷ୍ଟାଫ୍‌ କ୍ୱାର୍ଟର୍ସ କାମ ବାବଦକୁ ୨୦୧୯ ମେ’ ୧ ସୁଦ୍ଧା ବିଏସ୍‌ଏନ୍‌ଏଲ୍‌କୁ ୩ କୋଟିରୁ ଅଧିକ ଟଙ୍କା ଦିଆଯାଇଛି। କିନ୍ତୁ ବିଏସ୍‌ଏନ୍‌ଏଲ୍‌ ୱେବ୍‌ସାଇଟରୁ ଭିନ୍ନ ତଥ୍ୟ ଦେଖିବାକୁ ମିଳିଛି। ନନ୍ଦନକାନନ ଆଡମିନିଷ୍ଟ୍ରେଟିଭ୍‌ ବ୍ଲକ୍‌ ନିର୍ମାଣ ପାଇଁ ବିଏସ୍‌ଏନ୍‌ଏଲ୍‌ ଗତ ଏପ୍ରିଲ ୧୧ରେ ମୃତ୍ତିକା ପରୀକ୍ଷା ନିମନ୍ତେ ୧୧ ଲକ୍ଷ ୯ ହଜାର ୨୫୦ ଟଙ୍କାର ଟେଣ୍ଡର ଡାକିଛି। ଅର୍ଥାତ୍‌ କିଛି କାମ ନ ହୋଇ ମଧ୍ୟ ବିଏସ୍‌ଏନ୍‌ଏଲ୍‌କୁ ବର୍ଷେ ତଳୁ ୨ କୋଟି ଟଙ୍କା ଦିଆଯାଇଛି। ସେହିପରି ଗତ ଫେବୃୟାରୀ ୧୪ରେ ୬ ରେଞ୍ଜ ଅଫିସର୍ସ କ୍ୱାର୍ଟର୍ସ ଓ ମାର୍ଚ୍ଚ ୫ରେ ୮ ଫରେଷ୍ଟର ଓ ୧୨ ଗାର୍ଡ କ୍ୱାର୍ଟର୍ସ ନିର୍ମାଣ ପାଇଁ ବିଏସ୍‌ଏନ୍‌ଏଲ ଟେଣ୍ଡର ଆହ୍ବାନ କରିଛି। ଅର୍ଥାତ୍‌ ଉକ୍ତ କାମ ଆରମ୍ଭ ନ ହେବା ପୂର୍ବରୁ ବିଏସ୍‌ଏନ୍‌ଏଲ୍‌କୁ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦିଆସରିଛି। ଆହୁରି ପୁଣି ୱେବ୍‌ସାଇଟରୁ ୩ ପର୍ଯ୍ୟାୟରେ ମୋଟ ୨୪ ଷ୍ଟାଫ୍‌ କ୍ୱାର୍ଟର୍ସ (୬ ରେଞ୍ଜର, ୬ ଫରେଷ୍ଟର, ୧୨ ଗାର୍ଡ) ପାଇଁ ଟେଣ୍ଡର ଡକାଯାଇଥିବା ତଥ୍ୟ ମିଳୁଛି। କିନ୍ତୁ ନନ୍ଦନକାନନ କର୍ତ୍ତୃପକ୍ଷ ଗତ ମେ’ ଜେନେରାଲ ବଡି ମିଟିଂରେ ୨୪ଟି ବଦଳରେ ୧୬ କ୍ୱାର୍ଟର୍ସ କଥା ଉଲ୍ଲେଖ କରିବା ବଡ଼ ଅନିୟମିତତାର ସୂଚନା ଦେଉଛି।
ଆହୁରି ଆଶ୍ଚର୍ଯ୍ୟର କଥା ହେଲା ୨୦୧୮ ଏପ୍ରିଲ ୨୩ରେ ଜେନେରାଲ ବଡି ମିଟିଂ ପ୍ରୋସିଡିଂ ଅନୁସାରେ, ୧୬ଟି ଷ୍ଟାଫ୍‌ କ୍ବାର୍ଟର୍ସ ଜି+୧ ଫ୍ଲାଟ୍‌ ଭାବେ ଅନୁମତି ମିଳିଥିଲା। କିନ୍ତୁ ୨୦୧୯ ମେ’ ୧ରେ ତାହାକୁ ଜି+୨ ଉଲ୍ଲେଖ କରାଗଲା। ଅର୍ଥାତ୍‌ ଆଉ ଗୋଟିଏ ମହଲା ବଢ଼ାଇ ଦିଆଗଲା। ପୁଣି ଜେନେରାଲ ବଡ଼ି ଆଗରେ କୁହାଯାଇଛି ଯେ, ନନ୍ଦନକାନନର ସମସ୍ତ କର୍ମଚାରୀ ଚିଡ଼ିଆଖାନା ପରିଚାଳନାରେ ବ୍ୟସ୍ତ ରହୁଥିବାରୁ ବିଏସ୍‌ଏନ୍‌ଏଲ୍‌କୁ ଏହି କାମ ଦିଆଯାଇଛି ଓ ଏଥିପାଇଁ ସମସ୍ତେ ସମ୍ମତି ଦେଇଛନ୍ତି। ଏହା ସମ୍ପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀଙ୍କ ୫-ଟିକୁ ବିରୁଦ୍ଧାଚରଣ କରୁଛି। ନିୟମ ଅନୁସାରେ ନନ୍ଦନକାନନ ଖୋଲା ଟେଣ୍ଡର ଆହ୍ବାନ କରିଥାନ୍ତା। ଯଦି ବିଏସ୍‌ଏନ୍‌ଏଲ୍‌ ସବୁଠାରୁ କମ୍‌ ଟଙ୍କାର ଟେଣ୍ଡର ପକାଇଥାନ୍ତା ତେବେ ଠିକା କାମ ପାଇଥାନ୍ତା। ଏଥିରେ ନନ୍ଦନକାନନକୁ ଲାଭ ମିଳିଥାନ୍ତା। ନଚେତ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ସଂସ୍ଥା ଯଥା ଇଡ୍‌କୋ କିମ୍ବା ପୋଲିସ ହାଉସିଂ କର୍ପୋରେଶନ ରହିଛି। ଏସବୁ ସଂସ୍ଥାକୁ ଟେଣ୍ଡର ନ ଦେଇ ବିଏସ୍‌ଏନ୍‌ଏଲ୍‌କୁ କେଉଁ ସ୍ବାର୍ଥରେ ପୁଣି ଆଗକୁ ବହୁ କୋଟି ଟଙ୍କା ଦିଆଗଲା ତାହାକୁ ନେଇ ନାନା ପ୍ରଶ୍ନ ଉଠୁଛି।
ନନ୍ଦନକାନନ ଅର୍ଥର କିପରି ଦୁରୁପଯୋଗ କରାଯାଉଛି ତାହାର ଆଉ ଏକ ଉଦାହରଣ ରହିଛି। ୧୦ବର୍ଷ ଧରି କାମ କରୁଥିବା କାଜୁଆଲ ଲେବରମାନଙ୍କୁ ଇପିଏଫ ସୁବିଧା ଦିଆଯାଇ ନ ଥିବାରୁ ଇପିଏଫ୍‌ ଓଡ଼ିଶାଙ୍କ ତରଫରୁ ନନ୍ଦନକାନନ ବ୍ୟାଙ୍କ ଆକାଉଣ୍ଟରୁ ୨୮ ଲକ୍ଷ ୬୬ ହଜାର ଟଙ୍କା ଆଟାଚ୍‌ମେଣ୍ଟ କରାଯାଇଛି। ଆଗକୁ ମଧ୍ୟ ଆହୁରି ଆଟାଚ୍‌ମେଣ୍ଟ ହେବାରୁ ଆଶଙ୍କା ରହିଛି। କିନ୍ତୁ ନିୟମ ଅନୁଯାୟୀ ଯେଉଁ ଅଧିକାରୀଙ୍କ ଅବହେଳା ପାଇଁ ଏପରି ହେଲା ସେମାନଙ୍କଠାରୁ ହିଁ ଟଙ୍କା ଭରଣା ହେବା କଥା। ହେଲେ ନନ୍ଦନକାନନ କର୍ତ୍ତୃପକ୍ଷ ଇପିଏଫ୍‌ ସଂଗଠନ ବିରୋଧରେ ହାଇକୋର୍ଟରେ ଅପିଲ କରି ମକଦ୍ଦମା ପରିଚାଳନା ବାବଦକୁ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପରିସ୍ଥଳେ କ୍ରାଇମବ୍ରାଞ୍ଚ ତଦନ୍ତ ସହ ନନ୍ଦନକାନନ ସୋସାଇଟି ପାଣ୍ଠିରୁ ଅଡିଟ୍‌ ଏଜି ଓଡ଼ିଶା କିମ୍ବା ଓଡିଶା ସରକାରଙ୍କ ଅଡିଟରଙ୍କ ଦ୍ୱାରା କରାଗଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଏ ସଂକ୍ରାନ୍ତରେ ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ ଦାସଙ୍କୁ ତାଙ୍କ ମୋବାଇଲ ଫୋନ୍‌ ନଂ.୯୪୩୮୯୧୮୫୭୦କୁ ମଙ୍ଗଳବାର ଅପରାହ୍ନ ୨ଟା ୨୮ରେ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେ ଫୋନ୍‌ ଉଠାଇ ନ ଥିଲେ। ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲ୍‌ କୁହନ୍ତି, ଏହା ମୋ ଦାୟିତ୍ୱ ନେବାର ପୂର୍ବର ଘଟଣା। ଅନିୟମିତତା କ’ଣ ହୋଇଛି ଦେଖୁଛି ବୋଲି ସେ କହିଛନ୍ତି।

(ଅସମାପିକା ସାହୁ)


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri