ଆଜି ‘ୟେସ୍‌’ କାଲି ‘ନୋ’

କିଛିବର୍ଷ ଧରି ଭାରତର ନେତୃତ୍ୱ କେବଳ ପରାମର୍ଶ ନୁହେଁ, ବିମୁଦ୍ରୀକରଣ ଭଳି ପଦକ୍ଷେପ ନେଇ ଦେଶବାସୀଙ୍କୁ ବାଧ୍ୟ କରୁଛନ୍ତି ବ୍ୟାଙ୍କ ମାଧ୍ୟମରେ ସବୁ ସାନବଡ଼ ଆର୍ଥିକ କାରବାର କରିବା ପାଇଁ। ଡିଜିଟାଲକୁ ଭଗବାନ ଭାବରେ ଦର୍ଶାଉଥିବା ବେଳେ ନଗଦ ଟଙ୍କାକୁ ସଇତାନ୍‌ର ଆଖ୍ୟା ଦିଆଯାଉଛି। ଏହି ଚିନ୍ତାଧାରାର ସମର୍ଥକମାନେ ନଗଦ କାରବାରକୁ କଳାଧନର ଆଧାର ବୋଲି ଘୋଷି ହେଉଛନ୍ତି। ପରିସ୍ଥିତି ଏମିତି ସୃଷ୍ଟି କରିଦିଆଗଲା ଯେ, ଅନିଚ୍ଛୁକ ନାଗରିକ ମଧ୍ୟ ଏହି ଭିଡ଼ରେ ସାମିଲ ହେବାକୁ ବାଧ୍ୟ ହେଲେ। ପୃଥିବୀବ୍ୟାପୀ ସମସ୍ତେ ବୁଝନ୍ତି ଯେ, ଭିଡ଼ କିମ୍ବା ଗୋଠ ମାନସିକତା କେବେହେଲେ ଏକ ଜାତିକୁ ଆଗେଇ ନିଏନାହିଁ। ସେଥିପାଇଁ ଓଡ଼ିଆରେ ଢଗ ଅଛି-‘ଭିଡ଼କୁ ନୁହେଁ’। ଏବେ ଭାରତର ବିଭିନ୍ନ ବ୍ୟାଙ୍କରେ ଉପୁଜୁଥିବା ପରିସ୍ଥିତି ଏହି ଗୋଠ ମାନସିକତାର ତ୍ରୁଟିକୁ ବେଶ୍‌ ଦର୍ଶାଉଛି। ପଞ୍ଜାବ ଆଣ୍ଡ୍‌ ମହାରାଷ୍ଟ୍ର କୋଅପରେଟିଭ୍‌ (ପିଏମ୍‌ସି) ବ୍ୟାଙ୍କ ଏବଂ ଏବେ ସୁପରିଚିତ ଘରୋଇ ବ୍ୟାଙ୍କ ‘ୟେସ୍‌ ବ୍ୟାଙ୍କ’ର ଘଟଣା ଦେଶର ମୂର୍ଖଙ୍କୁ ବି ବ୍ୟାଙ୍କ କାରବାର ପ୍ରତି ସାବଧାନ ରହିବାକୁ ଚେତାଇ ଦେଇଛି। ଇନ୍ଦିରା ଗାନ୍ଧୀଙ୍କ ବ୍ୟାଙ୍କ ଜାତୀୟକରଣକୁ ଏକ କ୍ଷତିକାରକ ନିଷ୍ପତ୍ତି ଭାବେ ଦର୍ଶାଇବାକୁ ଯାଇ ଆଜିର ସରକାର ଆହୁରି ଏକ ବିରାଟକାୟ କ୍ଷତି ଘଟାଇବାକୁ ଯାଉଛନ୍ତି। ୟେସ୍‌ ବ୍ୟାଙ୍କ ଭଳି ବୁଡ଼ିଯାଉଥିବା ସଂସ୍ଥାକୁ ମୃତ୍ୟୁ ପୂର୍ବରୁ ଆଇସିୟୁରେ ଭର୍ତ୍ତି କଲାଭଳି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏସ୍‌ବିଆଇ ଉପରେ ଲଦି ଦେଉଛନ୍ତି। ବିଭିନ୍ନ ରୁଗ୍‌ଣ ବ୍ୟାଙ୍କକୁ ଚିହ୍ନଟ କରି ଯେଉଁ କେତୋଟି ସୁସ୍ଥ ବ୍ୟାଙ୍କ ସହିତ ମିଶ୍ରଣ ଉଦ୍ୟମ ଆରମ୍ଭ ହୋଇଛି, ତାହାଦ୍ୱାରା ସେହି ସୁସ୍ଥ ବ୍ୟାଙ୍କଗୁଡ଼ିକ ଖୁବ୍‌ଶୀଘ୍ର ଅସୁସ୍ଥ ହୋଇଯିବେ କିମ୍ବା ବୁଡ଼ିିଯିବେ।
ଯେଉଁ ଅର୍ଥନୈତିକ ବ୍ୟବସ୍ଥାରେ ବ୍ୟାଙ୍କ ଭଳି ଆର୍ଥିକ ସଂସ୍ଥା ବୁଡ଼ିବାକୁ ଆରମ୍ଭ କରେ ସେଠାରେ ଅର୍ଥନୈତିକ ଚିନ୍ତାଧାରାର ସମ୍ପୂର୍ଣ୍ଣ ଅଭାବ ରହିଛି ବୋଲି ବୁଝିବା କଥା। ଆଜିର ଭାଜପା ସରକାର ପ୍ରଥମ ଛେକରେ କ୍ଷମତାକୁ ଆସିବା ମାତ୍ରକେ ଯେତୋଟି ପଦକ୍ଷେପ ନେଲେ ତହିଁରୁ ବିମୁଦ୍ରୀକରଣ ବ୍ୟତୀତ, ଆଉ ଗୋଟିଏ ଅତ୍ୟନ୍ତ ମାରାତ୍ମକ ନିଷ୍ପତ୍ତି ଥିଲା-ଅନେକ ହଜାର ତଥାକଥିତ ଅଦରକାରୀ ପୁରୁଣା ଆଇନକୁ ଉଚ୍ଛେଦ କରିବା । ଏଭଳି ନିଷ୍ପତ୍ତି ନେଇ ବାହାବା ନେଉଥିବା ସରକାର ଏକାଥରକେ ଦୀର୍ଘବର୍ଷବ୍ୟାପୀ ସଞ୍ଚିତ ହୋଇ ଆସିଥିବା ଅଭିଜ୍ଞତାକୁ ଅଳିଆଗଦାରେ ଫୋପାଡ଼ିିଦେଲେ। କୁହାଯାଉଥିବା ଏପରି ଅଦରକାରୀ ଆଇନ ପ୍ରସ୍ତୁତ ବେଳେ ନିଶ୍ଚିତ ଭାବେ ସେହି ସମୟର ସରକାରୀ କର୍ମଚାରୀ ତାହାକୁ ଲେଖିଥିବେ। ପ୍ରତ୍ୟେକ ଆଇନର ଜନ୍ମ ପଛରେ କୌଣସି ନା କୌଣସି ଗୁରୁତ୍ୱପୂର୍ଣ୍ଣ କାରଣ ରହିଥାଏ। ଆଜି ଆଧୁନିକ ପ୍ରଶାସକଙ୍କୁ କୌତୂହଳପୂର୍ଣ୍ଣ ମନେହେଉଥିବା ପୁରାତନ ଆଇନ କେଉଁ ପରିସ୍ଥିତିରେ ସୃଷ୍ଟି ହୋଇଥିଲା ଜାଣିବା ସେମାନଙ୍କ ବୁଦ୍ଧି ବାହାରେ। ସେଥିପାଇଁ ବିନା ତର୍ଜମାରେ, ଜନସାଧାରଣଙ୍କୁ ବିନା ଆଲୋଚନାରେ ସାମିଲ କରି ଏବଂ ଏଭଳି ଉଚ୍ଛେଦ ନିଷ୍ପତ୍ତି ନେବା ପୂର୍ବରୁ ସାଂସଦମାନଙ୍କୁ ଆଇନ ସୃଷ୍ଟିର କାରଣ ଦର୍ଶା ନ ଯାଇ ଏକତରଫା ପଦକ୍ଷେପ ନିଆଗଲା। ପୂର୍ବରୁ ପଢ଼ିଥିବା ଏକ ଇଂଲିଶ ଗପ ଏଠାରେ ମନେପଡ଼େ। ରୋମାନିଆର ଏକ ଲୋକ କାହାଣୀ -ଦି ଲ୍ୟାଣ୍ଡ୍‌ ହୋୟାର ଦେୟାର ଓୟାର ନୋ ଓଲ୍ଡ ମ୍ୟାନ୍‌ (ଯେଉଁ ଦେଶରେ କୌଣସି ବୟସ୍କ ଲୋକ ନ ଥିଲେ)। ଏହି କାହାଣୀରେ ଉଲ୍ଲେଖ ଥିଲା ଯେ, ଦେଶର ଯୁବକମାନେ ବୟସ୍କମାନଙ୍କୁ ଅଦରକାରୀ ଭାବେ ମାରିଦେବାକୁ ଚାହିଁଲେ। ସେହି ଦେଶର ରାଜା ଜଣେ ଯୁବକ ହୋଇଥିବାରୁ ଏହି ମତ ସହିତ ଏକମତ ହେଲେ। ସମସ୍ତେ ନିଜ ମାତାପିତାଙ୍କୁ ମାରିଦେଇଥିବା ବେଳେ ଜଣେ ଯୁବକ ତାଙ୍କ ପିତାଙ୍କୁ ଭଲ ପାଇ ଲୁକ୍କାୟିତ ଭାବେ ବଞ୍ଚାଇ ରଖିଥିଲେ। ଥରେ ଦୁର୍ଭିକ୍ଷ ଆସିଲା । ପୁନର୍ବାର ଚାଷ ଆରମ୍ଭ କରିବାର ପଦ୍ଧତି କେହି ଜାଣି ନ ଥିଲେ। ଲୁଚି ରହିଥିବା ବୁଢ଼ା ନିଜ ପୁଅ ଚିନ୍ତିତ ଥିବା ଦେଖି କାରଣ ପଚାରିଲେ। ପରିସ୍ଥିତି ବୁଝିବା ପରେ ପୁଅକୁ ରାସ୍ତା କଡ଼ ଜମିରେ ହଳ ବୁଲାଇବାକୁ କହିଲେ। ଫଳସ୍ବରୂପ ସେଠାରେ ଧାନଗଛ ଉଠିଲା। ଏହି ଖବର ଯେତେବେଳେ ବ୍ୟାପିଲା ରାଜା ସେହି ଯୁବକଙ୍କୁ ଡକାଇ ତା’ ବୁଦ୍ଧିର ସୂତ୍ର ସମ୍ପର୍କରେ ପଚାରିଲେ। ଯୁବକ ନିଜ ବାପାଙ୍କ ଅଭିଜ୍ଞତାକୁ ବ୍ୟବହାର କରି ଏଭଳି ପଦକ୍ଷେପ ନେଇଥିବା ସତ କହିଥିଲେ। ବୃଦ୍ଧଙ୍କୁ ଡକାଇ ରାଜା ଏହାର ରହସ୍ୟ ଜାଣିବାକୁ ଚାହିଁଲେ। ଉତ୍ତରରେ ବୟସ୍କ ବ୍ୟକ୍ତି କହିଲେ ଯେ ଦେଶରେ ପୂର୍ବରୁ ଧାନ ରାସ୍ତାରେ ନିଆଅଣା ହେଉଥିବା ବେଳେ କିଛି ଶସ୍ୟ ନିଶ୍ଚିତ ଭାବେ ତଳେ ପଡ଼ିଯାଏ। ତାହା ଏବେ ଆପଣଙ୍କ ବିହନ ଭାବେ କାର୍ଯ୍ୟ ଦେଲା। ରାଜା ବୁଝିଲେ ଯେ ଯେତେ ଅଦରକାରୀ ବା ବିକଟାଳ ଦିଶୁଥିଲେ ମଧ୍ୟ ଅଭିଜ୍ଞତାର କୌଣସି ବିକଳ୍ପ ନାହିଁ।
ଅର୍ଥନୈତିକ ଚିନ୍ତାଧାରାରେ ଭାଜପା ନେତୃତ୍ୱ ସମ୍ପୂର୍ଣ୍ଣ ଶୂନ୍ୟ ବୋଲି ଆଜିର ସଚେତନ ଭାରତୀୟ ବୁଝିପାରୁଥିବେ। କିନ୍ତୁ ୟେସ୍‌ ବ୍ୟାଙ୍କ ଘଟଣା ପ୍ରମାଣ କରିଦେଉଛି ଯେ, ବୁଦ୍ଧି ଶୂନ୍ୟ ହେବା ସହିତ ସବୁ ଅଭିଜ୍ଞତାକୁ ଧ୍ୱଂସ କରିଦେଉଥିବା ସରକାର ଦେଶର ଅଭୂତପୂର୍ବ କ୍ଷତି ଘଟାଉଛି। ବିଭିନ୍ନ ପ୍ରକାର ଆର୍ଥିକ ପରିସ୍ଥିତି ଦେଇ ଗତି କରିଆସୁଥିବା ଭାରତବର୍ଷର ସବୁ ପୁରାତନ ଆଇନ ବେକାର ହୋଇ ନ ଥାଇପାରେ। ମଣିଷର ମାନସିକ ଏବଂ ଶାରୀରିକ ଯୋଗ୍ୟତାରୁ ଉପୁଜୁଥିବା ଆଇନ ଅର୍ଦ୍ଧଶତାବ୍ଦୀ ପୂର୍ବେ ଯେତିକି ବ୍ୟବହାରଯୋଗ୍ୟ ଥିଲା, ଆଜି ମଧ୍ୟ ସେତିକି କାର୍ଯ୍ୟଦକ୍ଷତା ପ୍ରମାଣ କରିପାରେ। ବାରମ୍ବାର ତତ୍‌କ୍ଷଣାତ୍‌ ନିଷ୍ପତ୍ତି ନିଆଯାଉଥିବାରୁ ଅନେକ ତ୍ରୁଟି ଘଟିଲା ବୋଲି ମନେହେଉଛି। ଅପରପଟେ ସରକାରଙ୍କୁ ସମର୍ଥନ କରୁଥିବା ମାନସିକତା ଯୁକ୍ତି ବାଢ଼ିି ପାରନ୍ତି ଯେ ୟେସ୍‌ ବ୍ୟାଙ୍କର ସମସ୍ୟା ଦୀର୍ଘକାଳ ଧରି ଚାଲି ଆସୁଥିବା ବେଳେ ତାହା କେତେକ ବ୍ୟକ୍ତିବିଶେଷ ଓ ପରିଚାଳନାଗତ ତ୍ରୁଟି ଯୋଗୁ ଘଟିଛି। ଏହିଭଳି ସହଜ ଯୁକ୍ତି ବାଢ଼ିି ଖସିଯିବା କଷ୍ଟକର ନୁହେଁ। ଅନ୍ୟପଟେ ବୁଝିବା ଦରକାର ଯେ, ୟେସ୍‌ ବ୍ୟାଙ୍କ ପରିଚାଳକଙ୍କ ଭଳି ଅନ୍ୟ ବ୍ୟାଙ୍କଗୁଡ଼ିିକରେ ମଧ୍ୟ ଏହିଭଳି ବ୍ୟକ୍ତିବିଶେଷ କ୍ଷମତାସୀନ ହୋଇ ବସିଛନ୍ତି। ଏହି ସ୍ତମ୍ଭ ଲେଖାଯାଉଥିବା ବେଳେ ଅନେକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଥାଇପାରେ। ଉଦାହରଣସ୍ବରୂପ କୃଷିଭିତ୍ତିକ ଭାରତୀୟ ଅର୍ଥନୀତି ଭଲ ଫସଲରେ ଆଧୁନିକ ମାପକାଠିରେ ବ୍ୟବସାୟକୁ ସାହାଯ୍ୟ କରିପାରୁଛି। ଭଲ ବର୍ଷା ହେଲେ ଶେୟାର ବଜାର ସଫଳତା ପ୍ରଦର୍ଶନ କରୁଛି। ଅନ୍ୟପଟେ କୃଷକର କ୍ଷତି ଘଟିଲେ ବ୍ୟବସାୟିକ ବିଫଳତା ମଧ୍ୟ ଦେଖାଦେଉଛି। ଏଭଳି ପ୍ରଚ୍ଛଦପଟରେ ରାତିଅଧିଆ ନିଷ୍ପତ୍ତି ନେଇ ଡିଜିଟାଲ ଦିଗରେ ମାଡ଼ିିଗଲା ବେଳକୁ ଦେଶର ସ୍ବାର୍ଥ ଜଗିବାକୁ ସୁସ୍ଥ ବ୍ୟବସ୍ଥା ସୃଷ୍ଟି କରାଯାଇପାରି ନାହିଁ। ନଗଦ ଟଙ୍କାରେ ବିଶ୍ୱାସ ରଖିଥିବା କୃଷକ ଯେତେବେଳେ ବ୍ୟାଙ୍କକୁ ଯାଉଛି ଏବଂ ସେହି ବ୍ୟାଙ୍କ ରୁଗ୍‌ଣ ପାଲଟୁଛି, ସେତେବେଳେ ଉକ୍ତ ଚାଷୀକୁ ରକ୍ଷାକରିବାକୁ କୌଣସି ପଦ୍ଧତି ନାହିଁ। ବିକଳ୍ପ ସୃଷ୍ଟି କରା ନ ଯାଇ ଯେତେବେଳେ ଅର୍ଥନୀତିକୁ କେତେଜଣ ବ୍ୟକ୍ତିବିଶେଷଙ୍କ ହାତରେ ଛାଡ଼ିିଦିଆଯାଉଛି, ସେତେବେଳେ ପିଏମ୍‌ସି କିମ୍ବା ୟେସ୍‌ ବ୍ୟାଙ୍କ ପରିସ୍ଥିତି ସୃଷ୍ଟି ହେଉଛି। ଆଜିର ସରକାରରେ ଅଭିଜ୍ଞ ଅର୍ଥନୀତିଜ୍ଞ ନ ଥିବା ବେଳେ ଅମର୍ତ୍ତ୍ୟ ସେନ୍‌ ଏବଂ ଅଭିଜିତ ବାନାର୍ଜୀଙ୍କ ଭଳି ବିକଳ୍ପ ବୁଦ୍ଧିକୁ ଦେଶବିରୋଧୀ ଆଖ୍ୟା ଦେଇ ସେମାନଙ୍କ ପରାମର୍ଶକୁ ନାକଚ କରିଦିଆଯାଉଛି। ବିଶେଷଜ୍ଞଙ୍କ ମତକୁ ଗୁରୁତ୍ୱ ଦିଆଯାଉ ନ ଥିବାରୁ ଆଉ କୌଣସି ବ୍ୟାଙ୍କ ବୁଡ଼ିଯିବା ଆଶଙ୍କା ସୃଷ୍ଟି ହୋଇପାରେ। ତେବେ ଭବିଷ୍ୟବାଣୀ କରିବା କଷ୍ଟକର। କିନ୍ତୁ ୟେସ୍‌ ବ୍ୟାଙ୍କର ବିଫଳତା ସ୍ପଷ୍ଟ ଦର୍ଶାଉଛି ଯେ ଭାରତର ଆର୍ଥିକ ‘ବ୍ୟବସ୍ଥା’ ଭୁଶୁଡ଼ିି ପଡ଼ିଲାଣି। ଆଜି ‘ୟେସ୍‌’ କାଲି ‘ନୋ’।


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?