ଆଜି ଭାଲେଣ୍ଟାଇନ୍ସ ଡେ: ଏଥର ହେବନି ବିରୋଧ, କେବଳ ସଚେତନତା

ଭୁବନେଶ୍ୱର,୧୪।୨(ବ୍ୟୁରୋ) : ନା ହେବ ବିରୋଧ ନା କିଏ କରିବ ପ୍ରତିବାଦ। ଏଥର ପ୍ରେମ ଦିବସରେ ମନେପଡ଼ିବେ ଶହୀଦ ଯବାନମାନେ। ପାର୍କ ହେଉ କି ପର୍ଯ୍ୟଟନସ୍ଥଳୀ, କେଉଁଠି ବି ପ୍ରେମୀଯୁଗଳଙ୍କୁ ବିରୋଧ କରାଯିବ ନାହିଁ ବରଂ ସଚେତନ କରାଯିବ। ଭାଲେଣ୍ଟାଇନ୍ସ ଡେ’କୁ ବିରୋଧ କରୁଥିବା ପ୍ରତ୍ୟେକ ଗୋଷ୍ଠୀ ଚଳିତବର୍ଷ ଅମର ଯବାନମାନଙ୍କୁ ମନେପକାଇବା ପାଇଁ ଯୁବପିଢ଼ିଙ୍କୁ ବୁଝାଇବେ। ଗତବର୍ଷ ଅର୍ଥାତ୍‌ ୨୦୧୯ ଫେବୃୟାରୀ ୧୪ରେ ପୁଲ୍‌ଓ୍ବାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ। ସାରା ଦେଶରେ ଏନେଇ ଶୋକର ଛାୟା ଖେଳିଯାଇଥିଲା। ଏଥର ସେହି ଅମର ବୀରମାନଙ୍କ ଉଦ୍ଦେଶ୍ୟରେ ଫେବୃୟାରୀ ୧୪କୁ ସର୍ମପଣ କରାଯିବ। ସେହି ବୀର ଯବାନଙ୍କୁ ମନେପକାଇ ପ୍ରେମ ଦିବସ ପାଳନ କରିବାକୁ ଯୁବପିଢ଼ିଙ୍କୁ ବାର୍ତ୍ତାଦେବ ଭାଲେଣ୍ଟାଇନ୍ସ ଡେ’ର ଦୁଇ ମୁଖ୍ୟ ବିରୋଧୀ ଗୋଷ୍ଠୀ କଳିଙ୍ଗ ସେନା ଏବଂ ବଜରଙ୍ଗ ଦଳ। ଏନେଇ ଦୁଇ ଦଳ ଶହୀଦଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବେ।


ପ୍ରେମର ମାସ ଫେବୃୟାରୀ, ପୁଣି ପ୍ରେମ ସପ୍ତାହ ଏବଂ ଏହାପରେ ପ୍ରେମର ଦିନ ଭାଲେଣ୍ଟାଇନ୍ସ ଡେ’। ଫେବୃୟାରୀ ୭ ରୋଜ୍‌ ଡେ’ରୁ ଆରମ୍ଭ ହୋଇଥିବା ଭାଲେଣ୍ଟାଇନ୍ସ ସପ୍ତାହ ଶେଷ ହେବ ଭାଲେଣ୍ଟାଇନ୍ସ ଡେ’ରେ। ପ୍ରେମୀଯୁଗଳମାନେ ପ୍ରେମର ଦିନକୁ ସେଲିବ୍ରେଟ କରିବାକୁ ବର୍ଷେ କାଳ ଅପେକ୍ଷା କରିଥାନ୍ତି। ପ୍ରେମ-ପକ୍ଷୀମାନେ ନିଆରା ଭାବରେ ଭାଲେଣ୍ଟାଇନ୍ସ ଡେ’କୁ ପାଳନ କରି ଚିରସ୍ମରଣୀୟ କରିବାକୁ ଯୁବପିଢ଼ି ଉତ୍ସାହର ସହ ପ୍ରସ୍ତୁତି କରିଥାନ୍ତି। ହେଲେ ଡର ଥାଏ ‘ଭାଲେଣ୍ଟାଇନ୍ସ ଡେ’ ବିରୋଧୀଙ୍କୁ। ହେଲେ ଏଥର କିନ୍ତୁ ସେଭଳି କିଛି ଭୟ କରିବାର ନାହିଁ। ଭାଲେଣ୍ଟାଇନ୍ସ ଡେ’ରେ ପାର୍କ, ସିନେମା ହଲ ଏବଂ ଶପିଂ ମଲ୍‌ରେ ପହଞ୍ଚି ପ୍ରେମୀଯୁଗଳଙ୍କୁ କୌଣସି ପ୍ରକାର ବିରୋଧ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି କଳିଙ୍ଗ ସେନା ଓ ବଜରଙ୍ଗ ଦଳ। ଶୁକ୍ରବାର ଶାନ୍ତିପୂର୍ଣ୍ଣ ଭାବେ ପ୍ରେମ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରେମ ଦିବସ ନୁହେଁ, ବରଂ ଶହୀଦମାନଙ୍କ ଦିବସଭାବେ ଏହାକୁ ପାଳନ କରାଯିବ। ଗତବର୍ଷ କୌଣସି ପ୍ରେମୀଙ୍କୁ ଏକାଠି କିମ୍ବା ଅସଂଯତ ବ୍ୟବହାର ପ୍ରଦର୍ଶନ କରୁଥିବା ଦେଖିଲେ ଦେହରେ ବିଛୁଆତି ଓ ବାଇଡଙ୍କ ଲଗାଇବାକୁ ଧମକ ଦେଇଥିବା କଳିଙ୍ଗ ସେନା ଏଥର ପୁଲ୍‌ଓ୍ବାମା ଶହୀଦମାନଙ୍କ ଉଦ୍ଦେଶ୍ୟରେ ଦିନଟିକୁ ଉତ୍ସର୍ଗ କରିବ ବୋଲି କହିଛି। ଇନ୍ଦିରା ଗାନ୍ଧୀ ପାର୍କ ସାମ୍ନାରେ ସେନା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯିବ ବୋଲି ସଭାପତି ହେମନ୍ତ ରଥ କହିଛନ୍ତି। ବିରୋଧ ନ କରି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଏହି ଦିବସ ପାଳନ କରିବାକୁ ଯୁବପିଢ଼ିଙ୍କୁ ସଚେତନ କରାଯିବ ବୋଲି ସେ ଜଣାଇଛନ୍ତି। ସେହିଭଳି ବଜରଙ୍ଗ ଦଳ ମଧ୍ୟ ଏଥର କୌଣସି ପ୍ରକାର ବିରୋଧାତ୍ମକ କାର୍ଯ୍ୟକ୍ରମ କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ପୁଲ୍‌ଓ୍ବାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିବା ବୀର ଯବାନମାନଙ୍କ ଉଦ୍ଦେଶ୍ୟରେ ଦଳ ଏହାକୁ ଶହୀଦ ଦିବସଭାବେ ପାଳନ କରିବ। ଏହା ସହ ମାଷ୍ଟରକ୍ୟାଣ୍ଟିନଠାରେ ପ୍ରଦୀପ ପ୍ରଜ୍ୱଳନ କରି ଅମର ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ ବୋଲି ଦଳର ଜିଲା ସଂଯୋଜକ ପ୍ରଭାତ ଭୂଷଣ ତ୍ରିପାଠୀ କହିଛନ୍ତି।

ପାର୍କ, ମଲ୍‌ରେ ମୁତୟନ ହେବେ ପୋଲିସ ଫୋର୍ସ

ଭାଲେଣ୍ଟାଇନ ଡେ’ରେ ରାଜଧାନୀର ସମସ୍ତ ପାର୍କ, ଶପିଂ ମଲ, ପ୍ରେକ୍ଷାଳୟ ଆଦି ଖୋଲା ରହିବ। ସମ୍ବିଧାନର ମୂଲ୍ୟବୋଧକୁ ସମ୍ମାନ ଦେଇ ଶାନ୍ତିଶୃଙ୍ଖଳା ଓ ଖୁସିର ସହ ଏହି ଦିବସକୁ ପାଳନ କରିବାକୁ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପରାମର୍ଶ ଦେଇଛନ୍ତି। ସେହ କହିଛନ୍ତି ଯେ, ଏକାମ୍ର ପାର୍କ, ଇନ୍ଦିରାଗାନ୍ଧୀ ପାର୍କ, ବିଜୁ ପଟ୍ଟନାୟକ ପାକର୍ର୍, ବଟାନିକାଲ ଗାର୍ଡେନ, ଜୟଦେବ ବାଟିକା, ଖଣ୍ଡଗିରି ଓ ଉଦୟଗିରି ପାହାଡ଼, ଶିଖରଚଣ୍ଡୀ ମନ୍ଦିର ସମେତ ଆଇନକ୍ସ ଓ ଏସପ୍ଲାନେଡ ମଲ୍‌ରେ ସ୍ଥାନୀୟ ଥାନା ପୋଲିସ ସହ ଆବଶ୍ୟକ ଫୋର୍ସ ମୁତୟନ ରହିବେ। ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ, ଅସାମାଜିକ କାର୍ଯ୍ୟକଳାପ ଘଟାଇଲେ ଓ ବଳପୂର୍ବକ ଆଇନକୁ ହାତକୁ ନେଇ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ଷଡଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri