ଆଜି ପଖାଳ ଦିବସ: ମନ ଖୋଜୁଛି ପଖାଳ

ଭୁବନେଶ୍ୱର,୨୦ା୩(ବ୍ୟୁରୋ)ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି ସବୁବେଳେ ସେମାନଙ୍କର ଆକର୍ଷଣ ରହିଆସିଛି। ସେଥିପାଇଁ କଥାରେ ଅଛି, ‘ଝୁରି ହେଉଛି ଦିନକାଳ, ମନ ଖୋଜୁଛି ସେକାଳ ପଖାଳ’। ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା। ଆଉ ସେହି ସମ୍ପର୍କ ହିଁ ଆମକୁ ଦେଇଛି ସ୍ବତନ୍ତ୍ର ପରିଚୟ। ଆଜି ବି ଗାଁଠୁ ସହର ପର୍ଯ୍ୟନ୍ତ ପ୍ରତି ଘରେ ଲୋକମାନଙ୍କ ଜୀବନ ଶୈଳୀରେ ପଖାଳ କେବଳ ନିତିଦିନିଆ ଖାଦ୍ୟ ହୋଇରହିନି ବରଂ ପ୍ରତି ପରିବାରକୁ ଓ ପ୍ରତି ମନକୁ ଯୌଥ ସୂତ୍ରରେ ଯୋଡ଼ିି ଧରିବାରେ ଏକ ମାଧ୍ୟମ ହୋଇଛି। ମହାପ୍ରଭୁ ଜଗନ୍ନାଥଙ୍କ ଷାଠିଏ ପଉଟି ଭୋଗରେ ସ୍ଥାନ ପାଇଥିବା ପଖାଳ ଏବେ ଗାଁଠାରୁ ସହର ଏବଂ ଝୁମ୍ପୁଡ଼ିିରୁ ତାରକା ହୋଟେଲ ପର୍ଯ୍ୟନ୍ତ ସବୁଠି ମହକୁଛି। ଓଡ଼ିିଆ ସଂସ୍କୃତିରେ ପଖାଳର ଏହି ଗୁରୁତ୍ବକୁ ଉପଲବ୍ଧି କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଉଛି।
ଗାଁ ଠାରୁ ସହରରେ ଅଧିକ କ୍ରେଜ୍‌
ଗାଁ ଓ ଗରିବ ଲୋକଙ୍କର ଖାଦ୍ୟ ପଖାଳ। ଏହି ଭ୍ରାନ୍ତଧାରଣାକୁ ଦୂରକରିଛି ସହରବାସୀଙ୍କ ପଖାଳ କ୍ରେଜ୍‌। ସହର ଚାକଚକ୍ୟ ଏବଂ ଦେଶୀ, ବିଦେଶୀ ଖାଦ୍ୟପେୟ ଭିତରେ ବି ଲୋକେ ପଖାଳ ଖୋଜୁଛନ୍ତି। ଗତ କିଛିବର୍ଷ ମଧ୍ୟରେ ପିଜା, ବର୍ଗର, ସ୍ୟାଣ୍ଡୱିଚ୍‌ ଓ ନୁଡୁଲ୍ସ ଭିତରେ ଅଣନିଃଶ୍ୱାସୀ ହୋଇପଡ଼ିିଥିବା ପଖାଳ ଏବେ ନିଜର ପୂର୍ବ ଗୌରବ ଫେରିପାଇଛି। ବିଶେଷକରି ୨୦୧୧ରେ ପଖାଳ ଦିବସ ପାଳନ ଆରମ୍ଭ ହେବାଠାରୁ ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ପଖାଳର କ୍ରେଜ୍‌ ବେଶ୍‌ ଅଧିକ ଦେଖିବାକୁ ମିଳୁଛି। ସ୍ବସ୍ତି ପ୍ରିମିୟମ୍‌, ମେ’ଫେୟାର, ହୋଟେଲ କ୍ରାଉନ୍‌, ମ୍ୟାରିୟନ୍‌, ହୋଟେଲ କଳିଙ୍ଗ ଅଶୋକ ଭଳି ତାରକା ହୋଟେଲଗୁଡିକ ଖରାଦିନ ପାଇଁ ସ୍ବତନ୍ତ୍ର ପଖାଳର ବ୍ୟବସ୍ଥା କରୁଛନ୍ତି। ଚୂନାମାଛରୁ ଆରମ୍ଭ କରି ଶୁଖୁଆ ରାଇ, ଶୁଖୁଆ ପୋଡ଼ା, ଶାଗ ଭଜା, ବଡ଼ିି ଚୂରା ଓ ଆଳୁ ଭରତା ପର୍ଯ୍ୟନ୍ତ ସବୁକିଛି ଏହି ଷ୍ଟାର୍‌ ହୋଟେଲ ମେନ୍ୟୁରେ ରହୁଛି। ଏପରି କି କଣ୍ଟିନେଣ୍ଟାଲ, ଚାଇନିଜ୍‌ ଏବଂ ସି-ଫୁଡ୍‌ ଭଳି ଅନ୍ୟାନ୍ୟ ବିଦେଶୀ ଖାଦ୍ୟଠାରୁ ପଖାଳର ମୂଲ୍ୟ ଅଧିକ ରହୁଛି। ପାରମ୍ପରିକ ଓଡ଼ିଆ ଶୈଳୀରେ ପଖାଳ ପ୍ରସ୍ତୁତ କରିବା ଉପରେ ଅଧିକ ଗୁରୁତ୍ବ ଦିଆଯାଉଥିବା ବେଳେ ଶେଫ୍‌ମାନେ ପଖାଳ ତିଆରି ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ନେଉଛନ୍ତି।
ପଖାଳର ହାର୍ଟ ‘ଏକାମ୍ର ହାଟ’
ଭୁବନେଶ୍ୱର ପଖାଳ ହବ୍‌ କୁହାଯାଉଥିବା ଏକାମ୍ର ହାଟ ସବୁବର୍ଷ ଭଳି ଏବର୍ଷ ମଧ୍ୟ ଗ୍ରାହକଙ୍କୁ ପଖାଳ ପରଷିବାକୁ ପ୍ରସ୍ତୁତ ହୋଇଛି। ପ୍ରାୟ ଏକମାସ ହେଲା ଏଠାରେ ଥିବା ବିଭିନ୍ନ ହୋଟେଲରେ ଭଳିକି ଭଳି ପଖାଳ ଉପଲବ୍ଧ ହେଉଛି। ଅବଶ୍ୟ ଏବେ କରୋନାର ଭୟାବହତା ଯୋଗୁ ଗ୍ରାହକଙ୍କୁ ଦେଖିବାକୁ ମିଳୁନି। ତେବେ ପଖାଳର ହାର୍ଟ କୁହାଯାଉଥିବା ଏକାମ୍ର ହାଟ ସୁସ୍ବାଦୁ ପଖାଳ ପାଇଁ ଏହାର ପରିଚୟ ବଜାୟ ରଖିଛି। କାକା ହୋଟେଲ, ପେଟପୂଜା, ଓଡ଼ିଶା ହୋଟେଲ ଭଳି ସ୍ଥାନରେ ସୁଲଭ ମୂଲ୍ୟରେ ପଖାଳ ମିଳୁଛି। ପକେଟକୁ ସୁହାଇଲା ଭଳି ଦାମ୍‌ରେ ମାତ୍ର ୫୦ ଟଙ୍କାରେ ଯେକୌଣସି ବର୍ଗର ବ୍ୟକ୍ତି ଏଠାରେ ପେଟପୂରା ପଖାଳ ଖାଇପାରୁଛନ୍ତି। ବିଭିନ୍ନ ପ୍ରକାର ପଖାଳ ସହ ଆଳୁ ଚକଟା, ପାମ୍ପଡ଼, ବଡ଼ିଚୂରା, ବାଇଗଣ ଭଜା ବାଧ୍ୟତାମୂଳକଭାବେ ରହୁଛି। ଏହାସହ ପ୍ରତିଦିନ ମେନ୍ୟୁ ପରିବର୍ତ୍ତନ ହୋଇ କଖାରୁ ଫୁଲ ଭଜା, ମସଲାଦିଆ ପୋଟଳ ଭଜା, ଗୋଟା କଲରା ଭଜା, ଭେଣ୍ଡି ଭଜା, ଆମ୍ବୁଲ ପାଣି, ଚିଙ୍ଗୁଡ଼ି ଭଜା, ମଉରାଳି ମାଛ ଭଜା, ଚୂନା ମାଛ ଭଜା ଏବଂ ରୋହି ମାଛ ଭଜା ଆଦି ମିଳୁଛି। ସେହିଭଳି ଗ୍ରାହକଙ୍କ ଡିମାଣ୍ଡ ଅନୁଯାୟୀ ହୋଟେଲ କର୍ତ୍ତୃପକ୍ଷ ସଙ୍ଗେସଙ୍ଗେ ମନମୁତାବକ ଖାଦ୍ୟ ପ୍ରସ୍ତୁତ କରିଦେଉଛନ୍ତି।

ଫୁଡ୍‌ ବ୍ଲଗର୍‌ ଓ ପଖାଳ
କେବଳ ଜଣାଶୁଣା ଶେଫ୍‌ ନୁହନ୍ତି, ପଖାଳକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି ଓଡ଼ିଶାର ଫୁଡ୍‌ ବ୍ଲଗର୍‌ ଏବଂ ଫୁଡ୍‌ କ୍ରିଟିକ୍‌। ବ୍ଲଗିଂ ମାଧ୍ୟମରେ ପଖାଳ ଓ ଦହିବରା ଭଳି ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ନୂଆପିଢିଙ୍କ ମଧ୍ୟରେ ଲୋକପ୍ରିୟ କରାଇଛନ୍ତି। ଅଳକା ଜେନାଙ୍କଠାରୁ ଆରମ୍ଭକରି ଲୁସି ପରିଜାଙ୍କ ପର୍ଯ୍ୟନ୍ତ, ଇନ୍‌ଷ୍ଟାଗ୍ରାମରେ ବେଶ୍‌ ଅଧିକ ଫ୍ୟାନ୍‌ ଫଲୋଇଙ୍ଗ୍‌ ଥିବା ବ୍ଲଗର୍‌ମାନେ ପଖାଳକୁ ଏକ ନୂଆସ୍ତରକୁ ନେଇଛନ୍ତି। ଜିରା ପଖାଳରୁ ଆରମ୍ଭକରି ଦହି ପଖାଳ, ସାଦା ପଖାଳ, ଛୁଙ୍କ ପଖାଳ, ସଜ ପଖାଳ, ପରିବା ପଖାଳ, ଖଟା ବା ବାସି ପଖାଳ ଭଳି ବିଭିନ୍ନ ପ୍ରକାର ପଖାଳକୁ ସମର୍ପିତାଙ୍କ ଆରୋମା ପୋଟ୍ରେଟ୍‌ ଭଳି ଇନ୍‌ଷ୍ଟା ବ୍ଲଗିଂ ସାଇଟ୍‌ ଲୋକଲୋଚନକୁ ଆଣିଛନ୍ତି। ନିକଟରେ ଦହିବରା ଦିବସ ପାଳନ କରି ଚର୍ଚ୍ଚାକୁ ଆସିଥିବା ଭୁବନେଶ୍ୱର ଫୁଡ୍‌ ବ୍ଲଗର୍ସ ନେଟ୍‌ଓ୍ବର୍କ ପଖାଳ ଦିବସକୁ ମଧ୍ୟ ବେଶ୍‌ ଉତ୍ସୁକତାର ସହ ପ୍ରତିବର୍ଷ ପାଳନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?