ଆଜି ଦେବଦମ୍ପତିଙ୍କ ବିବାହ:ବୈଦିକ ରୀତିରେ ସରିଲା ମଙ୍ଗଳକୃତ୍ୟ

ଆରଡ଼ି, ୭।୬ (ଡି.ଏନ.ଏ.)- ଶୁକ୍ରବାର ଦେବଦମ୍ପତିଙ୍କ ବିବାହ। ଦେବ ଦେବ ମହାଦେବ ସାଜିବେ ବର ଆଉ ମାତା ପାର୍ବତୀ କନିଆ। ବାଣ ରୋଶଣି ସାଙ୍ଗକୁ ଯୋଡ଼ି ମହୁରି, ମାଦଳ ବାଜା, ଶଙ୍ଖଧ୍ୱନି, ଖୋଳ କରତାଳ, ଢୋଲ, ମୃଦଙ୍ଗ ଆଦି ବାଦ୍ୟରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହେବ ଉତ୍ସବମୁଖର। ଏହି ଉପଲକ୍ଷେ ଗୁରୁବାର ବୈଦିକ ରୀତିରେ ଦେବଦମ୍ପତିଙ୍କ ମଙ୍ଗଳକୃତ୍ୟ ସମ୍ପନ୍ନ ହୋଇଛି।
ଭୋର ୪ଟାରେ ମନ୍ଦିର ପହଡ଼ ଖୋଲାଯାଇ ସାଢ଼େ ୪ଟାରେ ମଙ୍ଗଳ ଆଳତି ପରେ ବାବାଙ୍କୁ ବିଧିପୂର୍ବକ ହଳଦୀ ଲେପନ କରି ସ୍ନାନ କରାଯାଇଥିଲା। ପୂର୍ବାହ୍ନରେ ଦେବଦମ୍ପତିଙ୍କ ମଙ୍ଗଳକୃତ୍ୟ ସମ୍ପନ୍ନ ପାଇଁ ଉଭୟ ବରପିତା ସୁଶାନ୍ତ ପାଢ଼ୀ ଓ କନ୍ୟାପିତା ଚନ୍ଦ୍ରମଣି ପାଢ଼ୀଙ୍କ ଘରେ ଭିଡ଼ ଜମିଥିଲା। ବେଦଜ୍ଞ ବ୍ରହ୍ମଶ୍ରୀଙ୍କ ମଙ୍ଗଳାଷ୍ଟକ ପାଠ ପରେ ସେବାୟତ ପରିବାରର ଧର୍ମପ୍ରାଣା ସଧବା ମହିଳାମାନେ ପ୍ରଥମେ ବାବା ଆଖଣ୍ଡଳମଣିଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଚନ୍ଦ୍ରଶେଖରଙ୍କୁ ହଳଦୀ ଲେପନ କରି ସୁବାସିତ ଜଳରେ ସ୍ନାନ କରାଇଥିଲେ। ପରେ ପରେ ମାତା ପାର୍ବତୀଙ୍କୁ ସୁବାସିତ ଜଳରେ ସ୍ନାନ ପରେ ହଳଦିଆ ବସ୍ତ୍ର ପରିଧାନ କରାଇ କନ୍ୟାବେଶରେ ସଜ୍ଜିତ କରାଇଥିଲେ। ମଙ୍ଗଳକୃତ୍ୟ ବେଳେ ସେବାୟତମାନଙ୍କ ପରିବାର ଉପସ୍ଥିତ ରହି ବିଧି ମୁତାବକ ସମସ୍ତ କାର୍ଯ୍ୟ ସମାପନ କରିଥିଲେ।
ପରମ୍ପରା ଅନୁସାରେ, ଆରଡ଼ିରେ ବସବାସ କରୁଥିବା ସେବାୟତମାନେ ହିଁ ଦେବଦମ୍ପତିଙ୍କ ପିତା ସାଜିବେ। ସେବାୟତ ଚନ୍ଦ୍ରମଣି ପାଢ଼ୀ କନ୍ୟାପିତା ହୋଇଥିଲେ ହେଁ ତାଙ୍କ ଯଜମାନ(ଯାତ୍ରୀ) ସୁଦୂର ବ୍ରହ୍ମପୁରର ଚନ୍ଦ୍ରଶେଖର ଦାଶ କନ୍ୟାପିତା ଦାୟିତ୍ୱ ତୁଲାଇବେ। ସେ ଓ ତାଙ୍କ ପରିବାର ସଦସ୍ୟ ଆରଡ଼ିରେ ପଦାର୍ପଣ କରିସାରିଲେଣି। ମାତା ପାର୍ବତୀଙ୍କ ମଙ୍ଗଳକୃତ୍ୟ ସମ୍ପନ୍ନ ପରେ ଚନ୍ଦ୍ରଶେଖର, ତାଙ୍କ ପତ୍ନୀ ମଞ୍ଜୁଶ୍ରୀ ଦାଶ, ୨ ପୁତ୍ର ଶିବପ୍ରସାଦ ଓ ସନ୍ତୋଷ ପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କୁ ବିମାନରେ ବସାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଉଭୟ ପରିବାର ବରଧରା ସମ୍ପର୍କରେ ଆଲୋଚନା କରିଥିଲେ। ଶୁକ୍ରବାର ପୂର୍ବାହ୍ନ ୧୦ଟାରେ କନ୍ୟାଘରୁ ହନୁମାନଙ୍କୁ ବରଧରା ବେଶରେ ସଜ୍ଜିତ କରି ବରପିତାଙ୍କ ଗୃହକୁ ପଠାଇବେ ବୋଲି କନ୍ୟାପିତା ପ୍ରକାଶ କରିଥିଲେ। ବରଘର ପରିବାର ଲୋକେ ଏଥିରେ ସମ୍ମତି ପ୍ରଦାନ କରିଥିଲେ। ମଙ୍ଗଳକୃତ୍ୟ ସରିବା ପରେ ସମସ୍ତ ସେବାୟତଙ୍କ ପରିବାର କାନ୍ଥରେ ବିଧି ମୁତାବକ ବାହାଚିତା ପଡ଼ିଥିଲା। ଦେବଦମ୍ପତିଙ୍କର ଏହି ମଙ୍ଗଳକୃତ୍ୟ ମହୋତ୍ସବ ଦେଖିବା ପାଇଁ ଆରଡ଼ିରେ ନାହିଁ ନ ଥିବା ଭିଡ଼ ହୋଇଥିଲା। ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ପୀଠରେ ଉପସ୍ଥିତ ରହି ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ଏପଟେ ବିବାହ ମହୋତ୍ସବ ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପୋଲିସ ପ୍ରଶାସନ ପକ୍ଷରୁ ଶିବ ବିବାହକୁ ସୁରୁଖୁରୁରେ ସମାପନ କରିବାକୁ ପ୍ରଚେଷ୍ଟା ଅବ୍ୟାହତ ରହିଛି ବୋଲି କହିଛନ୍ତି ଧୂଷୁରୀ ଥାନାଧିକାରୀ ପ୍ରଫୁଲ୍ଲ କୁମାର ସିଂ ଓ ଆରଡ଼ି ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସ। ଶୁକ୍ରବାର ପୂର୍ବାହ୍ନ ୧୦ଟାଠାରୁ କୌଣସି ଯାନକୁ ପୀଠ ମଧ୍ୟକୁ ପ୍ରବେଶ କରିବାର ସୁଯୋଗ ଦିଆଯିବ ନାହିଁ ଓ ପାନ୍ଥଶାଳା ନିକଟରେ ଅସ୍ଥାୟୀ ଷ୍ଟାଣ୍ଡରେ ରଖିବାର ବନ୍ଦୋବସ୍ତ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri