ଆଜି ଇଭିଏମ୍‌ରୁ ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟ

ଅନୁଗୋଳ ଅଫିସ, ୨୩।୫:   ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ଲାଗି ରହିଥିବା ଉତ୍କଣ୍ଠା ଗୁରୁବାର ଶେଷ ହେବ। ଇଭିଏମ୍‌ରେ ବନ୍ଦୀ ପ୍ରାର୍ଥୀଙ୍କ ଭାଗ୍ୟଫଳ ପ୍ରକାଶ ପାଇବା ପରେ ସବୁ ଆଶା ଆଶଙ୍କା, ଗଣିତ କଷାରେ ପୂର୍ଣ୍ଣଚ୍ଛେଦ ପଡିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି ଅନୁଗୋଳ ଜିଲା ପ୍ରଶାସନ। ଗୁରୁବାର ସକାଳ ୮ଟାରୁ ଜିଲାର ୪ ସ୍ଥାନରେ ଭୋଟ ଗଣତି ଆରମ୍ଭ ହେବ। ସମସ୍ତ କାର୍ଯ୍ୟ ନିୟମାନୁଯାୟୀ ଓ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ବ୍ୟାପକ ପ୍ରସ୍ତୁତି ଚୁଡାନ୍ତ ହୋଇଥିବା ସୂଚନା ଦିଆଯାଇଛି।
ଗତ ଏପ୍ରିଲ ୨୩ ତାରିଖରେ ଜିଲାର ୫ ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହୋଇଥିଲା। ଗୁରୁବାର ଜିଲାର ମୋଟ ୪ଟି ସ୍ଥାନରେ ଭୋଟ ଗଣତି କରାଯିବ ବୋଲି ଜିଲା ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି। ସୂଚନା ଅନୁଯାୟୀ, ଅନୁଗୋଳ ଓ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ କରାଯିବ। ମହାବିଦ୍ୟାଳୟର ନିୟୁ ବିଲ୍ଡିଂରେ ଅନୁଗୋଳ ନିର୍ବାଚନ ମଣ୍ଡଳୀର ଏବଂ ପୁରୁଣା ବିଲ୍ଡିଂରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି କରାଯିବ ବୋଲି ନିର୍ବାଚନ ଅଧିକାରୀ ବାସୁଦେବ ଶତପଥୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ତାଳଚେର ମହାବିଦ୍ୟାଳୟରେ ତାଳଚେର ନିର୍ବାଚନ ମଣ୍ଡଳୀର ଭୋଟ ଗଣତି କରାଯିବାକୁ ଥିବାବେଳେ ପାଲଲହଡ଼ାରେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି କରାଯିବ। ସେହିପରି ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଭୋଟ ଗଣତି ଆଠମଲ୍ଲିକ ମହାବିଦ୍ୟାଳୟରେ କରାଯିବ ବୋଲି ସ୍ଥିର ହୋଇଛି। ମୋଟ ୭୮ଟି ଟେବୁଲରେ ୨୩୪ ଜଣ ସରକାରୀ କର୍ମଚାରୀ ଭୋଟ ଗଣତି କରିବେ। ଅନୁଗୋଳରେ ଭୋଟ ଗଣତି ପାଇଁ ୧୮ ଏବଂ ଛେଣ୍ଡିପଦା ପାଇଁ ୧୬ଟି ଟେବୁଲ କରାଯାଇଛି। ତାଳଚେର ଭୋଟ ଗଣତି କେନ୍ଦ୍ରରେ ୧୪ଟି ଟେବୁଲ କରାଯାଇଥିବାବେଳେ ପାଲଲହଡ଼ାରେ ୧୬ଟି ଓ ଆଠମଲ୍ଲିକରେ ୧୪ଟି ଟେବୁଲ ଭୋଟ ଗଣତି ପାଇଁ ପ୍ରସ୍ତୁତ କରାଯାଇଛି। ସେହିପରି ପୋଷ୍ଟାଲ ବାଲଟ ପାଇଁ ପ୍ରତି ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏ ଟେବୁଲ କରାଯାଇଛି। ଏଥିସହ ଇଲୋକ୍ଟରାଲ ଟ୍ରାନ୍ସଫର ପୋଷ୍ଟାଲ ବାଲଟ ସିଷ୍ଟମ ପାଇଁ ବାରକୋଡ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି। ପ୍ରତ୍ୟେକ ଟେବୁଲରେ ଭୋଟ ଗଣତି କରୁଥିବା କର୍ମଚାରୀଙ୍କ ପାଇଁ ଜଣେ ଲେଖାଏଁ ରିଜର୍ଭ କର୍ମଚାରୀଙ୍କୁ ରଖାଯାଇଛି। ଗଣତି କେନ୍ଦ୍ରକୁ ମୋବାଇଲ ଫୋନ୍‌ କିମ୍ବା କୌଣସି ପ୍ରକାର ଇଲୋକ୍ଟଟ୍ରୋନିକ୍ସ ଡିଭାଇସ ଭୋଟ ଗଣତି କର୍ମଚାରୀ ଓ କିମ୍ବା ରାଜନୈତିକ ଦଳର ପ୍ରତିନିଧିମାନେ ନେଇ ପାରିବେ ନାହିଁ ବୋଲି ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। କେବଳ ପର୍ଯ୍ୟବେକ୍ଷକ ଓ ନିର୍ବାଚନ ଅଧିକାରୀଙ୍କ ମୋବାଇଲ ଭୋଟ ଗଣତି ପରିସରକୁ ଯାଇପାରିବ। ସମସ୍ତ କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି। ୪ଟି କେନ୍ଦ୍ରରେ ୩ ଜଣ ଆଡିସିନାଲ ଏସ୍‌ପି, ଡିଏସ୍‌ପି, ଏସ୍‌ଡିପିଓ ଓ ସମସ୍ତ ଥାନାର ଅଧିକାରୀମାନେ ମୁତୟନ ହେବେ। ଏଥିସହ ଜିଲାରେ ମୋଟ ୪ ପ୍ଲାଟୁନ ସଶସ୍ତ୍ର ସିଆରପିଏଫ ଯବାନ ମୁତୟନ କରାଯିବାକୁ ଥିବାବେଳେ ଓଡ଼ିଶା ଆର୍ମ ପୋଲିସ ଫୋର୍ସ, ୨୦ ପ୍ଲାଟୁନ ଜିଲା ପୋଲିସ, ଶହେ ହୋମଗାର୍ଡ ସୁରକ୍ଷା ବ୍ୟବସ୍ଥାରେ ରହିବେ ବୋଲି ଏସ୍‌ପି ମହାପାତ୍ର କହିଛନ୍ତି।
ଅନ୍ୟପକ୍ଷରେ ଭୋଟ ଗଣତି କେନ୍ଦ୍ରଗୁଡ଼ିକରେ ଶୀତତାପ ନିୟନ୍ତ୍ରକ ଓ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରତି କେନ୍ଦ୍ରରେ ଆଶୁ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବା ସହ ସମସ୍ତ କେନ୍ଦ୍ରରେ ଆମ୍ବୁଲାନ୍ସ ମହଜୁଦ ରହିବ ବୋଲି ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ସେହିପରି ଅନୁଗୋଳ ଜିଲା ମୁଖ୍ୟ ଚିକିସତ୍ାଳୟରେ ମଧ୍ୟ ଗୋଟିଏ କ୍ୟାବିନ ଭୋଟ ଗଣତି କର୍ମଚାରୀଙ୍କ ପାଇଁ ରିଜର୍ଭ ରଖାଯାଇଛି।
ଅନୁଗୋଳର ୫ଟି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀ ଭାବେ ୪୨ ଜଣ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୧୦ ଜଣ ପ୍ରାର୍ଥୀ ଥିବାବେଳେ ପାଲଲହଡ଼ାରେ ୧୦, ଛେଣ୍ଡିପଦାରେ ୮, ତାଳଚେରରେ ୮ ଓ ଆଠମଲ୍ଲିକରେ ୬ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତରଣ କରିଥିଲେ। ମୋଟ୍‌ ୧୧୬୩ଟି ମତଦାନ କେନ୍ଦ୍ରରେ ୭ ଲକ୍ଷ ୫୩ ହଜାର ୮୭୦ ଜଣ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri