ଆଜିର ଅର୍ଥନୀତି/ଶେଷରେ ରୁଟିଟୁକୁଡ଼ା

ଯିଏ ଯେଉଁଠି ଥାନ୍ତୁ ନା କାହିଁକି କରୋନା ମହାମାରୀ ପ୍ରତ୍ୟେକ ବ୍ୟକ୍ତିଙ୍କ ହାଡ଼ ଥରାଇଦେଇଛି। ପ୍ରାୟ ୧୭୫ଟି ଦେଶରେ ଏହି ରୋଗ ବ୍ୟାପିଛି। ସର୍ବୋତ୍ତମ ସ୍ବାସ୍ଥ୍ୟ ଭିତ୍ତିଭୂମି ଥିବା ବିଶ୍ୱର କେତେକ ଉନ୍ନତ ଦେଶ ଯଥା ଆମେରିକା, ଇଟାଲୀ, ସ୍ପେନ, ଜର୍ମାନୀ, ଫ୍ରାନ୍ସ ଏବଂ ବ୍ରିଟେନ ସର୍ବାଧିକ ଆକ୍ରାନ୍ତ ହୋଇଛନ୍ତି। ପ୍ରାୟ ୫ ଲକ୍ଷ ଲୋକ ଏହି ଭୂତାଣୁଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏପର୍ଯ୍ୟନ୍ତ ସାରା ବିଶ୍ୱରେ ଏହି ମହାମାରୀରେ ପ୍ରାୟ ୨୨,୦୦୦ ଲୋକ ମଲେଣି। ଏହି ରୋଗର ଆର୍ଥିକ ପ୍ରଭାବ ଯେକୌଣସି ଜାତୀୟ ବିପତ୍ତିଠାରୁ ଅଧିକ। ତେଣୁ କରୋନା ଭୂତାଣୁଜନିତ ପ୍ରଭାବକୁ ମୁକାବିଲା କରିବା ପାଇଁ ବିଶ୍ୱର ସମସ୍ତ ପ୍ରମୁଖ ଅର୍ଥନୀତି ଦୀର୍ଘକାଳୀନ ଅର୍ଥନୈତିକ ପଦକ୍ଷେପ ନେଲେଣି। ଏହି ମାସ ଆରମ୍ଭରେ ଆମେରିକାର ଫେଡେରାଲ ରିଜର୍ଭ ଶସ୍ତା ସୁଧହାରରେ ଲୋକଙ୍କ ପାଇଁ ଋଣ ଉପଲବ୍ଧ କରାଇବା ନିମନ୍ତେ ରେକର୍ଡ ୧ ପ୍ରତିଶତ ହ୍ରାସ କରିଥିଲା। ଶୁଣାଯାଉଛି ଫେଡ୍‌ ଏହାକୁ ଆହୁରି କାଟିପାରେ, ଯାହାଫଳରେ ସୁଧହାର ଶୂନ ହୋଇଯିବ। ବ୍ରିଟେନ, ଫ୍ରାନ୍ସ, ଚାଇନା, ଜାପାନ ଓ ଜର୍ମାନୀ କୋଭିଡ୍‌-୧୯ର ପ୍ରଭାବକୁ ମୁକାବିଲା କରିବା ପାଇଁ ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏଭଳି ଦୁଃସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା, ଯିଏ ଖୁବ୍‌ଶୀଘ୍ର ଏକ ଉତ୍ସାହପ୍ରଦ ପ୍ୟାକେଜ ଘୋଷଣା କରିବେ ବୋଲି ପ୍ରକାଶ କରିଥିଲେ। ଏହାକୁ ଘୋଷଣା କରିବାକୁ ସରକାର ବହୁତ ସମୟ ନେଲେ ଏବଂ ଶେଷରେ ଯାହା ଘୋଷଣା କଲେ ତାହା ନୈରାଶ୍ୟଜନକ।
ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ଅଧୀନରେ ସରକାର ୧.୭୦ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହା ଅଧୀନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବ। କୃଷକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ କିଷାନ ଯୋଜନାରେ ମିଳିବାକୁ ଥିବା ୬୦୦୦ ଟଙ୍କା ମଧ୍ୟରୁ ୨୦୦୦ ଟଙ୍କାର କିସ୍ତି ଦିଆଯିବ। ଜବ୍‌ କାର୍ଡଧାରୀଙ୍କ ପାଇଁ ମଜୁରୀ ୧୮୨ରୁ ୨୦୨ ଟଙ୍କାକୁ ବୃଦ୍ଧି କରାଯାଇଛି। ବାର୍ଷିକ ୨୦୦୦ ଟଙ୍କା ଭତ୍ତା ହେଲେ ମାସକୁ ପଡ଼ିଲା ୧୬୭ ଟଙ୍କା ଏବଂ ଦିନକୁ ପଡ଼ିଲା ୫.୪୭ ଟଙ୍କା, ଯାହା ହାସ୍ୟାସ୍ପଦ। ପେନସନଭୋଗୀ ଏବଂ ଭିନ୍ନକ୍ଷମଙ୍କ ପାଇଁ ଦୁଇଟି କିସ୍ତିରେ ୧୦୦୦ ଟଙ୍କା ମିଳିବ। ଜନଧନ ଆକାଉଣ୍ଟ ଥିବା ମହିଳାମାନଙ୍କ ପାଇଁ ତିନି ମାସରେ ୧୫୦୦ ଟଙ୍କା ଦିଆଯିବ। ପ୍ରତ୍ୟେକ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ତିନିଟି ଗ୍ୟାସ୍‌ ଭର୍ତ୍ତି ସିଲିଣ୍ଡର ତିନିମାସରେ ମିଳିବ। ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ଦେବାକୁ ସରକାର ଯେଉଁ ଘୋଷଣା କରିଛନ୍ତି, ତାକୁ ମାନିବାକୁ କିଛି ବ୍ୟାଙ୍କ ଅନିଚ୍ଛା ପ୍ରକାଶ କରିବେ। ଇପିଏଫ୍‌ ପାଇଁ ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାର ଅବଦାନ ସରକାର ତିନିମାସ ପାଇଁ ଦେବେ। ପୁଣି ଘୋଷଣା କରାଯାଇଛି- କର୍ମଚାରୀମାନେ ପିଏଫ୍‌ରେ ନିଜସ୍ବ ଜମା ଅର୍ଥର ୭୫ ପ୍ରତିଶତ କିମ୍ବା ତିନି ମାସର ବେତନ ମଧ୍ୟରୁ ଯେଉଁଟା କମ୍‌ ତାକୁ ଉଠାଇବାର ଅନୁମତି ପାଇବେ। ଏହା ପିଏଫ୍‌ ଧାରକମାନଙ୍କ ପାଇଁ ଏକ ଲଲିପପ୍‌ ଛଡ଼ା ଅଉ କିଛି ନୁହେଁ। ଶେଷରେ ନିର୍ମାଣ ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ସେମାନଙ୍କ ପାଇଁ ସୃଷ୍ଟି ହୋଇଥିବା ୩୧,୦୦୦ କୋଟି ଟଙ୍କା କଲ୍ୟାଣ ପାଣ୍ଠିର ଉପଯୋଗ କରିବାକୁ ରାଜ୍ୟ ସରକାରଗୁଡ଼ିକୁୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଅଧୀନରେ ଲୋକଙ୍କୁ ଅତିରିକ୍ତ ୫ କିଲୋଗ୍ରାମ୍‌ ଗହମ ବା ଚାଉଳ ଏବଂ ଏକ କିଲୋଗ୍ରାମ୍‌ ଡାଲି ଦିଆଯିବ। ତେବେ ଉକ୍ତ ଘୋଷଣାଗୁଡ଼ିକ ମଧ୍ୟରୁ ଏକମାତ୍ର ଲାଭଦାୟକ ଘୋଷଣାଟି ହେଉଛି- କରୋନା ଭାଇରସ ବିରୋଧରେ ଲଢ଼େଇ କରିବାକୁ ନିୟୋଜିତ ୨୦ ଲକ୍ଷ ଡାକ୍ତର, ପାରାମେଡିକାଲ କର୍ମୀ ଏବଂ ଆଶାକର୍ମୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ମେଡିକାଲ ବୀମା କଭର। କିନ୍ତୁ ସେମାନେ ସମ୍ମୁଖୀନ ହେଉଥିବା ବିପଦକୁ ବିଚାରକୁ ନେଲେ ଏହି ପରିମାଣ ମଧ୍ୟ ବଡ଼ ନୁହେଁ।
ଉପରୋକ୍ତ ପରିମାଣ କେବଳ ଗରିବ ଲୋକଙ୍କ ଉପରକୁ ଫୋପାଡି ଦିଆଯାଉଥିବା ରୁଟିଟୁକୁଡ଼ା ପରି। ପ୍ୟାକେଜ୍‌ରେ କୌଣସି ଦୂରଦୃଷ୍ଟି ନାହିଁ। ଦେଶର ଅର୍ଥନୀତି ପାଇଁ କିଛି ନାହିଁ। କୌଣସି ଶିଳ୍ପ କିମ୍ବା କ୍ଷେତ୍ର ପାଇଁ କୌଣସି ଯୋଜନା କିମ୍ବା ଲାଭ ନାହିଁ। ୫୦ କୋଟି ମିଡିଲ କ୍ଲାସ୍‌ ଟିକସଦାତାଙ୍କ ପାଇଁ କିଛି ନାହିଁ। ସ୍ଥଗିତ ଇଏମ୍‌ଆଇ କିମ୍ବା ସୁଧ ସବ୍‌ଭେନ୍ସନ ଦୃଷ୍ଟିରୁ ସେମାନଙ୍କ ପାଇଁ କୌଣସି ଲାଭ ନାହିଁ। ସୁତରାଂ ମଙ୍ଗଳବାର ଅର୍ଥମନ୍ତ୍ରୀ କିଛି ପ୍ରଦାନ କରିବାକୁ ବାହାରିଥିଲେ, କିନ୍ତୁ ତାଙ୍କ ମୁଣାରୁ ଯାହା ବାହାରିଲା ତାହା ଥିଲା କେବଳ କିଛି ମଟରଭଜା ସଦୃଶ। ଟିକସଦାତାଙ୍କ ପାଇଁ କିଛି ନାହିଁ, କେବଳ ସେମାନେ ତାଙ୍କ ରିଟର୍ଣ୍ଣ ଫାଇଲ ଦାଖଲ କରିବାକୁ ଅତିରିକ୍ତ ୯୦ ଦିନର ମହଲତ ଯାହା ପାଇଲେ। ଲୋକମାନେ ସାମ୍ନା କରୁଥିବା ଗୁରୁତର ସଙ୍କଟକୁ ଦେଖିଲେ ଏଟିଏମ୍‌ ଫି ଛାଡ ହାସ୍ୟାସ୍ପଦ। ପୂର୍ବରୁ କିଛି ନୂତନ ଘରୋଇ ବ୍ୟାଙ୍କ ଏହି ସେବା ପ୍ରଦାନ କରୁଛନ୍ତି। ଅଧିକନ୍ତୁ, ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ଯୁଗରେ ଏବଂ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଥିବା ଲୋକଙ୍କ ସହିତ, ଏଟିଏମ୍‌ ଫି ଅନେକ ଦିନ ହେଲା ଆଉ କାହା ପାଇଁ ବ୍ୟସ୍ତତାର କାରଣ ହୋଇ ରହିନାହିଁ। ପ୍ରଥମତଃ ଏଭଳି ଫି ଲାଗୁ କରିବା ବ୍ୟାଙ୍କଗୁଡ଼ିକର ଭୁଲ୍‌ ଥିଲା। ତେଣୁ, ଏହାକୁ ସବୁଦିନ ପାଇଁ ଉଠାଇଦେବା ପରିବର୍ତ୍ତେ, ଅର୍ଥମନ୍ତ୍ରୀ କେବଳ ତିନିମାସ ପାଇଁ ଛାଡ କରିଛନ୍ତି। ଏହି ସରକାର ସବୁବେଳେ ଅର୍ଥନୈତିକ ବା ଅନ୍ୟ ଯେକୌଣସି ପ୍ରକାର ବିପଦ ସମୟରେ ପଦକ୍ଷେପ ନେବାକୁ ବିଳମ୍ବ କରିଆସୁଛନ୍ତି। ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବେ କ’ଣ ଅନେକ ସମୟରେ ବିପଦ ଅଛି ବୋଲି ବି ସରକାର ସ୍ବୀକାର କରନ୍ତି ନାହିଁ। ଅର୍ଥନୈତିକ ମାନ୍ଦାବସ୍ଥା ସମୟରେ ସରକାର ଏପରି କରିଥିଲେଏବଂ ଏବେ ତା’ର ପୁନରାବୃତ୍ତି କରୁଛନ୍ତି। ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଉପରେ ଯାହା ଆଶା ରହିଲା, ଯାହାର ଆସନ୍ତା ଏପ୍ରିଲ ୩ ତାରିଖରେ ପରବର୍ତ୍ତୀ ଆର୍ଥିକ ସମୀକ୍ଷା ବୈଠକ ରହିଛି। ଆମେ ଆଶା କରୁଛୁ ବିଶ୍ୱରେ ଋଣ ପ୍ରଦାନକାରୀ ଇକୋସିଷ୍ଟମ୍‌କୁ ଠିକ୍‌ କରିବା ପାଇଁ ବ୍ୟାଙ୍କ ୫୦ ବେସିସ୍‌ ପଏଣ୍ଟରୁ ୧୦୦ ବେସିସ୍‌ ପଏଣ୍ଟ ମଧ୍ୟରେ ରେପୋ ରେଟ୍‌ ହ୍ରାସ କରିବ। ରୁଟି ଟୁକୁଡ଼ା ଫିଙ୍ଗିଲେ କିଛି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri