ଆଜିର ଅର୍ଥନୀତି/ ଚାହିଦା ନ ଥାଇ ଦରବୃଦ୍ଧି

ଜୁନ୍‌ ୧ରୁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ନିୟମକୁ ଆହୁରି କୋହଳ କରିଦେଇଛନ୍ତି ଏବଂ ରାଜ୍ୟ ସରକାରଗୁଡ଼ିକୁ ସ୍ଥାନୀୟ ସ୍ତରରେ ନିଷ୍ପତ୍ତି ନେବାକୁ କ୍ଷମତା ଦେଇଛନ୍ତି। ଅର୍ଥାତ୍‌ ନିଜ ନିଜ ରାଜ୍ୟରେ କୋଭିଡ୍‌-୧୯ର ସଂକ୍ରମଣ ଓ ସ୍ଥିତିକୁ ନେଇ ନିୟମ କୋହଳ କରାଯିବ କି ନାହିଁ ସେ ବାବଦରେ ସମ୍ପୃକ୍ତ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ତେବେ ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ରେ କୌଣସି ନିୟମ କୋହଳ ନ କରିବାକୁ ଆମ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବରଂ ରାଜ୍ୟ ସରକାର ଏହାକୁ ଅଧିକ କଡ଼ାକଡ଼ି କରିଛନ୍ତି। ବର୍ତ୍ତମାନ ଯାହା ଜଣାପଡ଼ୁଛି, ଲକ୍‌ଡାଉନ୍‌କୁ ଏକାଥରେ ନୁହେଁ ବରଂ ଧୀରେ ଧୀରେ କୋହଳ କରି ଶେଷକୁ ଉଠାଇଦିଆଯିବ। ଦେଶରେ କରୋନା ପଜିଟିଭ୍‌ ମାମଲା ତଥା ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ଧୀରେ ଧୀରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ କରିବା ଲାଗି ଅନୁମତି ଦେବାକୁ କେନ୍ଦ୍ରର ନିଷ୍ପତ୍ତି ଅତ୍ୟନ୍ତ ଚ୍ୟାଲେଞ୍ଜିଂ ମନେହେଉଛି। ସରକାରଙ୍କ ପାଇଁ ଏହା ଏକ ସହଜ ନିଷ୍ପତ୍ତି ହୋଇ ନ ଥାଇପାରେ। ବରଂ ଆର୍ଥିକ ବାଧ୍ୟବାଧକତା ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହା ବି ଆଶା କରାଯାଉଥିଲା ଏବଂ ସ୍ବାଗତଯୋଗ୍ୟ। ଲକ୍‌ଡାଉନ୍‌ ଯୋଗୁ କର୍ମଚାରୀମାନେ କାମକୁ ନ ଆସିବାରୁ ଔଦ୍ୟୋଗିକ କାର୍ଯ୍ୟକଳାପ ଏକ ପ୍ରକାର ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। କମ୍ପାନୀଗୁଡିକ କର୍ମଚାରୀମାନଙ୍କ ଦରମା ହ୍ରାସ କରିଛନ୍ତି। ଅନେକଙ୍କୁ ଛଟେଇ କରିଛନ୍ତି। ସ୍ବଳ୍ପ ସଂଖ୍ୟକ କର୍ମଚାରୀ କାମ କରୁଥିବା ବେଳେ ସେମାନଙ୍କ ଦୈନିକ କାମ କରିବାର ସମୟ ମଧ୍ୟ ହ୍ରାସ କରାଯାଇଛି। ଫଳରେ ଲୋକଙ୍କ ଉପରେ ଏହାର ଅତ୍ୟନ୍ତ ଦୁଷ୍ପ୍ରଭାବ ପଡ଼ିଛି। ଲୋକଙ୍କ କ୍ରୟଶକ୍ତି ସାଂଘାତିକ ଭାବେ ହ୍ରାସ ପାଇଛି। ଖାଉଟିମାନଙ୍କ ଚାହିଦା ହ୍ରାସ ପାଇଛି ଏବଂ ଆଗକୁ ପରିସ୍ଥିତି ଆହୁରି ଖରାପ ହେବା ଆଶଙ୍କା ରହିଛି। ଦୀର୍ଘକାଳ ଧରି ଅର୍ଥନୈତିକ ଅନିଶ୍ଚିତତା ଲାଗି ରହିବାର ଆଶଙ୍କା ଥିବାରୁ ଲୋକମାନେ କୌଣସି ଜିନିଷ କିଣିବା ପାଇଁ ନିଜ ମୁଣା ଖୋଲିବାକୁ ପଛଘୁଞ୍ଚା ଦେଉଛନ୍ତି।
ମହାମାରୀର ଶିକାର ହୋଇଥିବା ବ୍ୟବସାୟଗୁଡ଼ିକ ମଧ୍ୟରେ ପ୍ରମୁଖ ସ୍ଥାନରେ ରହିଛି ସୁନା ଓ ଅଳଙ୍କାର କ୍ଷେତ୍ର। ଭାରତ ଲକ୍‌ଡାଉନ୍‌ ମୋଡ୍‌କୁ ଯିବା ପୂର୍ବରୁ ଏହି ହଳଦିଆ ଧାତୁର ଚାହିଦା ହ୍ରାସ ପାଇଥିଲା। ଡିଲର ଏବଂ ଖୁଚୁରା ବ୍ୟବସାୟୀମାନେ ଅକ୍ଷୟ ତୃତୀୟା ଅବସରରେ ଭଲ ବ୍ୟବସାୟ ହେବାର ଆଶା ରଖି ଅଧିକ ସୁନା ଗହଣା ଆଣି ଷ୍ଟକ୍‌ ରଖିଥିଲେ। କିନ୍ତୁ ଲକ୍‌ଡାଉନ୍‌ ସେମାନଙ୍କ ଯୋଜନାକୁ ନଷ୍ଟ କରିଦେଲା। ସେମାନଙ୍କ ପାଖରେ ବିଭିନ୍ନ କିସମ ଅଳଙ୍କାରର ବୃହତ୍‌ ଭଣ୍ଡାର ରହିଥିଲା। କିନ୍ତୁ ବିକ୍ରି କରିବାର ସୁଯୋଗ ମିଳିଲା ନାହିଁ। ଯଦିଚ ବଡ ଖୁଚୁରା ବ୍ୟବସାୟୀମାନେ ସେମାନଙ୍କ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ଗ୍ରାହକମାନେ ଭଲ ଆଗ୍ରହ ପ୍ରକାଶ କରିଥିବା ସୂଚନା ଦେଇଥିଲେ, ଲକ୍‌ଡାଉନ୍‌ ଦ୍ୱାରା ଗାଡ଼ିମଟର ବନ୍ଦ ହୋଇଯିବା ଯୋଗୁ ସେମାନେ ଅର୍ଡରଗୁଡ଼ିକ ଡେଲିଭରି ଦେବା ଅସମ୍ଭବ ହୋଇପଡିଥିଲା। ମାର୍ଚ୍ଚ ଶେଷ ସପ୍ତାହରୁ ମେ ୧୪ ପର୍ଯ୍ୟନ୍ତ ରାଜ୍ୟରେ ଦୋକାନଗୁଡିକ ବନ୍ଦ ରହିଥିଲା। ଏହାପରେ କିଛି କିଛି ଦୋକାନ ଖୋଲିଥିଲା। ତେବେ ଶେଷ ଝଟ୍‌କା ମୂଲ୍ୟବୃଦ୍ଧି ଆକାରରେ ଆସିଛି। ସୁନା ମୂଲ୍ୟ ଯାହାକି ଲକ୍‌ଡାଉନ୍‌ ପୂର୍ବରୁ ୧୦ ଗ୍ରାମ୍‌କୁ ୪୧,୦୦୦ ଟଙ୍କା ଥିଲା, ତାହା ୪୮,୦୦୦ ଟଙ୍କାରେ ପହଞ୍ଚିଛି। ବିଶ୍ୱ ଗୋଲ୍ଡ କାଉନ୍‌ସିଲର ପୂର୍ବାନୁମାନ ଅନୁଯାୟୀ ଏହି ହାର ସ୍ବଳ୍ପରୁ ମଧ୍ୟମ ଅବଧି ମଧ୍ୟରେ ୫୨,୦୦୦ ଟଙ୍କା ଅତିକ୍ରମ କରିବ।
ଯଦିଚ କରୋନା ଭୂତାଣୁଜନିତ ଲକ୍‌ଡାଉନ୍‌ ଯୋଗୁ ସୁନାର ଚାହିଦା ହ୍ରାସ ପାଇ ପ୍ରାୟ ଶୂନରେ ପହଞ୍ଚିଛି, ତଥାପି ଏହି ହଳଦିଆ ଧାତୁର ମୂଲ୍ୟ ବୃଦ୍ଧି ପାଇଛି। ଏହା ଏକ ବିରୋଧାଭାସ ପରିସ୍ଥିତି। ଭାରତ ସୁନାର ଏକ ପ୍ରମୁଖ ଆମଦାନିକାରୀ ଦେଶ, ଚାଇନା ପରେ ଏହା ଏ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ରହିଛି। ନିବେଶ ଦୃଷ୍ଟିକୋଣରୁ ଲୋକଙ୍କ ପାଇଁ ସୁନା ସର୍ବଦା ଏକ ସୁରକ୍ଷିତ ସ୍ଥାନ ହୋଇଆସୁଛି। ଅର୍ଥନୀତି ଭୁଶୁଡ଼ିପଡ଼ିବା ଏବଂ ଇକ୍ୱିଟି ବଜାରରେ ଅବନତି ଘଟିବା ସହିତ ଇଲେକ୍ଟ୍ରୋନିକ୍‌ ଫର୍ମାଟରେ ସୁନା ଚାହିଦା ବୃଦ୍ଧି ପାଇବା ଯୋଗୁ ଏହାର ମୂଲ୍ୟ ବୃଦ୍ଧି ଘଟିଛି। ସୁନା ମୂଲ୍ୟ ବୃଦ୍ଧିରେ ଟଙ୍କାର ବିନିମୟ ମୂଲ୍ୟ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଭାରତରେ ଟଙ୍କାର ମୂଲ୍ୟ ବେଶ୍‌ ହ୍ରାସ ପାଇଛି। ଏହି ସପ୍ତାହରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୭୫ ଟଙ୍କା ଉପରେ ରହିଛି। ବିକ୍ରୟ ବୃଦ୍ଧି ପାଇଁ ରିଟେଲରମାନେ ବିଭିନ୍ନ ଅଫର ପ୍ରଦାନ କରୁଛନ୍ତି। ସ୍ଥାନୀୟ ଖୁଚୁରା ବ୍ୟବସାୟୀମାନେ ସୁନା ଗହଣାର ତିଆରି ମୂଲ୍ୟରେ ରିହାତି ପ୍ରଦାନ କରୁଛନ୍ତି। ବ୍ରହ୍ମପୁରର କିଛି ଖୁଚୁରା ବ୍ୟବସାୟୀ ଉଚ୍ଚ ସୁନା ମୂଲ୍ୟର ପ୍ରଭାବକୁ କମ୍‌ କରିବା ପାଇଁ ତିଆରି ମୂଲ୍ୟ ଆଦୌ ନ ନେବାକୁ ଅଫର ଦେଇଛନ୍ତି। ଦୋକାନୀମାନେ ଲଟେରୀ ଓ ଉପହାର ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି। ତଥାପି ଚାହିଦା ଈଷଦୁଷ୍ଣ ରହିଛି। ଗହଣା ଦୋକାନରେ ସାଧାରଣ ଦିନଗୁଡ଼ିକ ତୁଳନାରେ ୨୫ ପ୍ରତିଶତ ବି ପାଦ ପଡ଼ୁନାହିଁ। ଯଦିଚ ବର୍ଷସାରା ସୁନା ବିକ୍ରି ହୁଏ, ଗ୍ରୀଷ୍ମ ଏବଂ ଶୀତ ଋତୁରେ ଏହା ଅଧିକ ବିକ୍ରି ହୁଏ। ଏବର୍ଷ ଯଦି ଭଲ ବର୍ଷା ହୁଏ ଏବଂ ଧାନର ସମର୍ଥନ ମୂଲ୍ୟ ବୃଦ୍ଧି ପାଏ, ତେବେ ସୁନାର ମୂଲ୍ୟ ବୃଦ୍ଧି ହେଲେ ବି କିଛି ବିକ୍ରି ହୋଇପାରେ କାରଣ ଗ୍ରାମାଞ୍ଚଳରୁ ଚାହିଦା ଆସିବାର ସମ୍ଭାବନା ଅଛି। ଅବଶ୍ୟ ସହରାଞ୍ଚଳ ଲୋକଙ୍କର କ୍ରୟ କ୍ଷମତାର ତୀବ୍ର ହ୍ରାସ ଏବଂ ସୁନାର ନିରୁତ୍ସାହଜନକ ମୂଲ୍ୟବୃଦ୍ଧି ଏହି ହଳଦିଆ ଧାତୁର ଚାହିଦାକୁ ନିମ୍ନରେ ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri