Posted inଜାତୀୟ

ପ୍ରଦୂଷଣ ରୋକିବ ଲକ୍‌ଡାଉନ୍‌ ମଡେଲ

ନୂଆଦିଲ୍ଲୀ,୫ା୬:ମହାମାରୀ କରୋନା ବିଶ୍ୱ ପାଇଁ ଏକ ଅଭିଶାପ ରୂପରେ ଆସିଛି। କିନ୍ତୁ ଏହି ଘାତକ ଭୂତାଣୁର ମୁକାବିଲା ଲାଗି ନିଆଯାଉଥିବା ପଦକ୍ଷେପ ଭାରତ ସମେତ ସାରା ବିଶ୍ୱକୁ ବାଟ ବତାଇଛି। ଲକ୍‌ଡାଉନ୍‌ ଘୋଷଣା ବେଳେ ସମସ୍ତେ ଏହାର ନକାରାମତ୍କ ଦିଗକୁ ନେଇ ଚିନ୍ତିତ ହୋଇପଡ଼ିଥିଲେ। ତେବେ ଦୀର୍ଘଦିନ ଧରି ଲକ୍‌ଡାଉନ୍‌କୁ ମାନିବା ପରେ ଏହାର ସୁଫଳ ମିଳିବାରେ ଲାଗିଛି। ଭାରତରେ କଳକାରଖାନା, ଯାନବାହନ ଚଳାଚଳ ଏବଂ ମାନବିକ କାର୍ଯ୍ୟକଳାପ ହ୍ରାସ ପାଇବା ସହ ଆପେ ଆପେ ବାୟୁ, ଶବ୍ଦ ଓ ଜଳ ପ୍ରଦୂଷଣ କମିଯାଇଛି। ତେଣୁ ଦେଶରେ ଆଗକୁ ମଧ୍ୟ ପ୍ରଦୂଷଣ ସଙ୍କଟକୁ ରୋକିବା ପାଇଁ କୋଭିଡ୍‌-୧୯ ଲକ୍‌ଡାଉନ୍‌ ଭଳି ପଦକ୍ଷେପକୁ ଏକ ଉତ୍କୃଷ୍ଟ ମଡେଲ ଭାବେ ନିଆଯାଇପାରିବ ବୋଲି ବିଶ୍ୱ ପରିବେଶ ଦିବସ ଅବ୍ୟବହିତ ପୂର୍ବରୁ ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି।
ଭାରତରେ ମହାମାରୀ କରୋନାର ମୁକାବିଲା ପାଇଁ ମାର୍ଚ୍ଚ ୨୫ରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଏଥିଯୋଗୁ ଯାନବାହନ ଚଳାଚଳ ପ୍ରାୟତଃ ବନ୍ଦ ହୋଇଯାଇଥିବାରୁ ଦେଶର ବାୟୁ ଗୁଣବତ୍ତାରେ ଉନ୍ନତି ଆସିଥିବା ବୈଜ୍ଞାନିକମାନେ କହିଛନ୍ତି। ବୈଜ୍ଞାନିକଙ୍କ ମତରେ ଶୀତଋତୁରେ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଏଭଳି ଜରୁରୀ ପଦକ୍ଷେପ ନିଆଗଲେ ବାୟୁପ୍ରଦୂଷଣରୁ ମୁକ୍ତି ମିଳିପାରିବ। ଜୁନ୍‌ ୫ ବିଶ୍ୱ ପରିବେଶ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ବିଶେଷଜ୍ଞମାନେ ପରିବେଶ ସୁରକ୍ଷାର ବିଭିନ୍ନ ଉପାୟ ସମ୍ପର୍କରେ ବିବରଣୀ ପ୍ରଦାନ କରିଛନ୍ତି। ଲକ୍‌ଡାଉନ୍‌ ଜାରି କରାଯିବା ପରେ ବାୟୁ ଓ ଜଳର ଗୁଣବତ୍ତା ବଢ଼ିବା ସହ ଜୈବ ବିବିଧତାର ସନ୍ତୁଳନ ରକ୍ଷା ହୋଇପାରିଛି। ସେହିପରି ଶବ୍ଦ ପ୍ରଦୂଷଣ ମଧ୍ୟ ବହୁମାତ୍ରାରେ କମିଯାଇଛି। ଦେଶବ୍ୟାପୀ କଟକଣା ଜାରି କରାଯାଇଥିବାରୁ କଳକାରଖାନା ଓ ମାନିବକ କାର୍ଯ୍ୟକଳାପ ହ୍ରାସ ପାଇବା ଯୋଗୁ ପ୍ରଦୂଷଣକୁ ରୋକାଯାଇ ପାରିଛି।
ମାର୍ଚ୍ଚ ୨୪ରେ କେନ୍ଦ୍ର ସରକାର ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଏକ ପ୍ରତିଷେଧମୂଳକ ପଦକ୍ଷେପ ଭାବେ ଭାରତରେ ଜନସାଧାରଣଙ୍କ ଚଳପ୍ରଚଳକୁ ସୀମିତ କରିଦିଆଯାଇଥିଲା। ସେବେଠୁ ମୋଟ ୪ ଥର ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଏବେ କ୍ରମଶଃ କଟକଣାଗୁଡ଼ିକୁ ଉଠାଇଦିଆଯାଉଛି। ଏହି କଟକଣା ପରେ ବାୟୁର ଗୁଣବତ୍ତାରେ ବିଶେଷ ଉନ୍ନତି ଆସିଛି। ବିଶେଷକରି ସହରାଞ୍ଚଳରେ ପୂର୍ବରୁ ଏହା ଚିନ୍ତାଜନକ କିମ୍ବା ନିମ୍ନ ମାନର ଥିବାବେଳେ ଏବେ ସନ୍ତୋଷଜନକ ବା ଉତ୍ତମ ସ୍ତରକୁ ଆସିଛି। ଏହାର ମୁଖ୍ୟ କାରଣ ମାନବିକ କାର୍ଯ୍ୟକଳାପ ହ୍ରାସ ପାଇବା ବୋଲି ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ (ଆଇଆଇଏସ୍‌ସି), ବାଙ୍ଗାଲୋରର ସେଣ୍ଟର ଫର୍‌ ଆଟ୍‌ମୋସ୍ପିୟରିକ୍‌ ଆଣ୍ଡ୍‌ ଓସେନିକ୍‌ ସାଇନ୍ସେସ୍‌ ପ୍ରଫେସର ଏସ୍‌.କେ. ସତୀଶ ମତ ଦେଇଛନ୍ତି। ଦକ୍ଷିଣ ଭାରତରେ କଣିକା ତତ୍ତ୍ୱ ବା ପର୍ଟିକୁଲେଟ୍‌ ମ୍ୟାଟର (ପିଏମ୍‌) ୫୦ରୁ ୬୦% ହ୍ରାସ ପାଇଛି। ସେହିପରି ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ସମେତ ଭାରତୀୟ-ଗାଙ୍ଗେୟ ଅବବାହିକାରେ ଏହା ୭୫%କୁ ଖସିଛି। ଯାନବାହନ ଚଳାଚଳ, କଳକାରଖାନା ଏବଂ ନଡ଼ା ଜାଳିବା ତଥା ଆବର୍ଜନାରେ ନିଆଁ ଲଗାଇବା କାରଣରୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇଥାଏ।

ସହରଗୁଡ଼ିକରେ ଅର୍ଦ୍ଧାଧିକ ବାୟୁ ପ୍ରଦୂଷଣ ଯାନବାହାନ ଯୋଗୁ ହୋଇଥାଏ। ଲକ୍‌ଡାଉନ୍‌ ବେଳେ ରାସ୍ତା ଉପରେ ଗଡ଼ୁଥିବା ଗାଡ଼ି ସଂଖ୍ୟା ଆଶାତୀତ ଭାବେ କମିଯାଇଥିଲା ବୋଲି ସତୀଶ କହିଛନ୍ତି। ଜିଓଫିଜିକାଲ୍‌ ରିସର୍ଚ୍ଚ ଲେଟର୍ସରେ ଗତ ମାସରେ ପ୍ରକାଶିତ ଦୁଇଟି ଅଧ୍ୟୟନ ଅନୁସାରେ କୋଭିଡ୍‌-୧୯କୁ ରୋକିବା ପାଇଁ ବିଶ୍ୱବ୍ୟାପୀ ଲକ୍‌ଡାଉନ୍‌ ଭଳି ପଦକ୍ଷେପ ନିଆଯାଇଛି। ଏଥିଯୋଗୁ ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ ସମେତ ଦୁଇଟି ପ୍ରଦୂଷଣ ସୃଷ୍ଟିକାରୀ ତତ୍ତ୍ୱର ସ୍ତର ବହୁମାତ୍ରାରେ କମିଯାଇଛି। ସାଟେଲାଇଟ୍‌ ତଥ୍ୟ ଦର୍ଶାଇଛି ଯେ, ଭାରତରେ କୋଭିଡ୍‌-୧୯ ଲକ୍‌ଡାଉନ୍‌ ଯୋଗୁ ପର୍ଟିକୁଲେଟ୍‌ ମ୍ୟାଟର ବା ବାୟୁମଣ୍ଡଳରେ ଭାସୁଥିବା ସୂକ୍ଷ୍ମ କଣିକାର ସ୍ତର ବିଭିନ୍ନ ଭାଗରେ ବହୁ ପରିମାଣରେ କମିଯାଇଛି। ଜୀବାଶ୍ମ ଇନ୍ଧନ ଉତ୍ସର୍ଜନ କମିଲେ ପ୍ରଦୂଷଣ ସ୍ତର ଅଧିକ ମାତ୍ରାରେ ହ୍ରାସ ପାଇଥାଏ ବୋଲି ଏରୋସୋଲ୍‌ ଅବଶୋଷଣର ବହୁବର୍ଣ୍ଣକ୍ରମୀୟ ମାପ ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ସୂଚାଏ।
ସତୀଶଙ୍କ ସହ ଉପରୋକ୍ତ ମତ ସହିତ ସହମତି ପ୍ରକାଶ କରିଛନ୍ତି ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି), ଗାନ୍ଧୀନଗରସ୍ଥିତ ଭୂବିଜ୍ଞାନ ବିଭାଗ ସହକାରୀ ପ୍ରାଧ୍ୟାପକ ମନୀଷ କୁମାର ସିଂ। ଏହାସହ ଭବିଷ୍ୟତରେ ପ୍ରଦୂଷଣ ରୋକିବା ପାଇଁ ଲକ୍‌ଡାଉନ୍‌ ଭଳି ପଦକ୍ଷେପ ନିଆଯାଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ମନୀଷ କହିଛନ୍ତି, ଲକ୍‌ଡାଉନ୍‌ ବେଳେ ପ୍ରକୃତି ମା’ର ଅନେକ କ୍ଷତି ଭରଣା ହୋଇଥିବା ଦେଖିବାକୁ ମିଳିଛି। ତେଣୁ ଆଗକୁ ମଧ୍ୟ ଦିଲ୍ଲୀରେ ଶୀତଋତୁରେ ପ୍ରଦୂଣଷ ବଢ଼ିଲେ ତାକୁ ରୋକିବା ପାଇଁ ଲକ୍‌ଡାଉନ୍‌କୁ ଏକ ସମ୍ଭାବ୍ୟ ଜରୁରୀ ପଦକ୍ଷେପ ଭାବେ ଗ୍ରହଣ କରାଯାଇପାରିବ। ଇନ୍‌ଫୋସିସ୍‌ ଲିମିଟେଡ୍‌ର ଗ୍ରୀନ୍‌ ଇନିସିଏଟିଭସ୍‌ ମୁଖ୍ୟ ବୋଷ କେ. ଭର୍ଗିସ୍‌ଙ୍କ ମତରେ ଯେତେବେଳେ ଲକ୍‌ଡାଉନ୍‌ ଜାରି କରାଗଲା, ଏହାଦ୍ୱାରା କ’ଣ ଯେ ସବୁ କ୍ଷତି ହେବ ବୋଲି ଲୋକେ ଚିନ୍ତା କରିଥିଲେ। ହେଲେ ପରିବେଶ ଉପରେ ଏହାର ଏଭଳି ସକାରାମତ୍କ ପ୍ରଭାବ ପଡ଼ିବ ବୋଲି କେହି ଭାବି ନ ଥିଲେ। କଟକଣା ଲାଗୁ ହୋଇ ଦିନ ପରେ ଦିନ ଗଡ଼ିଚାଲିବା ପରେ ଆମେ ଏହାର ସୁଫଳ ମିଳୁଥିବା ଅନୁଭବ କଲେ। ଆଜି ଆମେ ସ୍ବଚ୍ଛ ବାୟୁ, ସ୍ବଚ୍ଛ ଜଳ, ପୂର୍ବାପେକ୍ଷା କମ୍‌ ଆବର୍ଜନା, ଅତି କମ୍‌ ଶବ୍ଦ ପ୍ରଦୂଷଣ ଘଟୁଛି। ଆଶ୍ଚର୍ଯ୍ୟର କଥା ଯେ, ବଣ୍ୟପ୍ରାଣୀ ସେମାନଙ୍କ ବସତିରୁ ବାହାରକୁ ଆସୁଥିବା ଦେଖିବାକୁ ପାଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

ନେହେରୁଙ୍କ ରେକର୍ଡ ଭାଙ୍ଗିବା ପରେ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କଂଗ୍ରେସର ପ୍ରତାରଣା ପରେ ଦେଶବାସୀ…

ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ମୋଦି ସରକାରଙ୍କ ୧୨ ବର୍ଷ ପୂରଣ ଉପଲକ୍ଷେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଥିଲା।…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri