ଆଜିର ଅର୍ଥନୀତି/ ଅଲଗାବାଦ ଛାଡ଼

ଚଳିତ ସପ୍ତାହରେ ଭାରତ ଆଞ୍ଚଳିକ ବ୍ୟାପକ ଆର୍ଥିକ ଭାଗୀଦାରି (ଆର୍‌ସିଇପି) ଶିଖର ବୈଠକରୁ ଶେଷ ମୁହୂର୍ତ୍ତରେ ଓହରିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍‌ସିଇପି ବୈଠକରେ ଭାଗନେବା ପାଇଁ ବ୍ୟାଙ୍କକ୍‌ ଯାଇଥିଲେ। ତେଣୁ ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ ବିଶ୍ୱାସ କରି ନେଇଥିଲେ ଯେ ଭାରତ ବିଶ୍ୱର ବୃହତ୍ତମ ବାଣିଜ୍ୟ ଗୋଷ୍ଠୀ ସହ ଯୋଗଦେବ। ଆର୍‌ସିଇପିରେ ୧୬ଟି ରାଷ୍ଟ୍ର ସଦସ୍ୟ ଅଛନ୍ତି- ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ରସଂଘ (ଏସିଆନ୍‌)ର ୧୦ଟି ରାଷ୍ଟ୍ର ଏବଂ ଏହା ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମାରେ ଅଂଶୀଦାର ଥିବା ୬ଟି ରାଷ୍ଟ୍ର। ଏହିସବୁ ଦେଶର ମୋଟ ଜନସଂଖ୍ୟା ହେଉଛି ୩୦୦ କୋଟି, ଯାହା ବିଶ୍ୱ ଜନସଂଖ୍ୟାର ୪୫ ପ୍ରତିଶତ ଏବଂ ମିଳିତ ମୋଟ ଘରୋଇ ଉତ୍ପାଦ (ଜିଡିପି) ହେଉଛି ୨୧.୩ ଟ୍ରିଲିୟନ ଆମେରିକୀୟ ଡଲାର। ସାରା ବିଶ୍ୱର ବ୍ୟବସାୟ କ୍ଷେତ୍ରରେ ଏହିସବୁ ଦେଶର ୪୦ ପ୍ରତିଶତ ଶେୟାର ରହିଛି। ଭାରତ ଉକ୍ତ ସଂଗୋଷ୍ଠୀରେ ଯୋଗ ନ ଦେଇ ଓହରିଆସିବା ପରେ ଗୋଷ୍ଠୀର ଓଜନ କିଛି ପରିମାଣରେ କମିଯାଇଛି। ତେବେ ଭାରତ ସାଙ୍ଗରେ ରହୁ ବା ନ ରହୁ ଆର୍‌ସିଇପି ତଥାପି ବିଶ୍ୱର ବୃହତ୍ତମ ବାଣିଜି୍ୟକ ଗୋଷ୍ଠୀ ହୋଇ ରହିବ।
ତଥାପି ପ୍ରଶ୍ନ ଉଠୁଛି ପ୍ରଧାନମନ୍ତ୍ରୀ ମୋଦି କାହିଁକି ଶେଷ ମୁହୂର୍ତ୍ତରେ ଗୋଷ୍ଠୀରେ ସାମିଲ ହେବାକୁ ମନା କରିଦେଲେ। ଭାରତ କ’ଣ ଏପରି ସର୍ତ୍ତ ରଖିଲା ଯାହା ଗ୍ରହଣ କରିବାକୁ ଗୋଷ୍ଠୀ ମନା କରିଦେଲା? ଭାରତ ଚାହୁଁଥିଲା ଚାଇନାରୁ ଆମଦାନି କରାଯାଉଥିବା ଦ୍ରବ୍ୟଗୁଡ଼ିକର ଏକ ସୀମା ରହୁ। ପୁଣି ଭାରତ ସେବା କ୍ଷେତ୍ରରେ ଅଧିକ ବ୍ୟବସାୟ କରିବାକୁ ଚାହୁଁଥିଲା। ଭାରତୀୟ ଦ୍ରବ୍ୟ ଓ ସେବା ଯେପରି ଚାଇନା ବଜାରରେ ଅଧିକ ସୁଯୋଗ ପାଇବ ତାହା ଭାରତର ଇଚ୍ଛା ଥିଲା। କୃଷିଜାତ ଓ ଦୁଗ୍ଧଜାତ ଦ୍ରବ୍ୟ ଉପରେ ଶୁଳ୍କ ହ୍ରାସକୁ ନେଇ ଭାରତ ଉଦ୍‌ବେଗ ପ୍ରକାଶ କରିଥିଲା। ଏସବୁ ଦାବି କିଛି ନୂଆ ନୁହେଁ। ବିଭିନ୍ନ ମଞ୍ଚରୁ ଭାରତ ଏହିସବୁ ଦାବି ମାନିନେବାକୁ ଚାପ ପକାଇ ଆସୁଛି। ତେଣୁ ଆର୍‌ସିଇପିରେ ଚାଇନାର ପ୍ରଭାବ ଅଧିକ ଥିବାରୁ ଭାରତର ଦାବିଗୁଡ଼ିକୁ ଯେ ଗ୍ରହଣ କରାଗଲା ନାହିଁ, ତାହା ବୁଝିବାରେ କୌଣସି ଅସୁବିଧା ନାହିଁ।
ବର୍ତ୍ତମାନ ଆମେରିକା ଓ ଚାଇନା ଭିତରେ ବାଣିଜ୍ୟ କାରବାରକୁ ନେଇ ଅଚଳାବସ୍ଥା ଦେଖାଦେଇଥିବା ବେଳେ ଚାଇନା ଚାହୁଁଛି ଭାରତର ମନ ନେଇ ଆମେରିକାରେ ହେଉଥିବା କ୍ଷତିକୁ ଭରଣା କରିବ। ଭାରତ ପାଇଁ ଗୋଷ୍ଠୀରେ ଯୋଗଦେବା ଅର୍ଥ ଚାଇନା ପଛରେ ଠିଆହେବା। ଏହା ଆମେରିକାକୁ କେବେହେଲେ ଖୁସି କରିବ ନାହିଁ। ତେବେ ଯାହା ହେଉ ନା କାହିଁକି ଭାରତ ଏପରିଭାବେ ଆର୍‌ସିଇପିରୁ ଉଠି ଚାଲିଆସିବା ଉତ୍ତମ କୂଟନୀତିର ପରିଚାୟକ ନୁହେଁ। ଯଦି ଭାରତ ଉକ୍ତ ବହୁମୁଖୀ ବାଣିଜ୍ୟ ଗୋଷ୍ଠୀରେ ଯୋଗଦେବାର ନ ଥିଲା, ତେବେ ମୂଳରୁ ମୋଦି ସେଠାକୁ ଯିବା ହିଁ ଉଚିତ ନ ଥିଲା।
ଭାରତର ଆର୍‌ସିଇପିରୁ ଏପରିଭାବେ ଓହରିଆସିବାକୁ ଦେଶରେ ବିଭିନ୍ନ ବର୍ଗରୁ ସ୍ବାଗତ କରାଯାଉଛି। ଭାରତରେ ଛୋଟ ବଡ଼ ବ୍ୟବସାୟୀ ଓ କୃଷକମାନେ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ପ୍ରଥମେ ଆର୍‌ସିଇପିକୁ ସ୍ବାଗତ କରିଥିବା ସିଆଇଆଇର ମନୋଭାବରେ ପରିବର୍ତ୍ତନ ଘଟିଛି। ଚାଇନା ସହ ଭାରତର ବ୍ୟାପକ ଦ୍ୱିପାକ୍ଷିକ ବାଣିଜି୍ୟକ ନିଅଣ୍ଟ ଦେଖାଦେଇଛି, ଯାହାର ପରିମାଣ ୫୩୦୦ କୋଟି ଡଲାର ହେବ। ଚାଇନାଠାରୁ ଅଧିକ ରପ୍ତାନି ଗ୍ରହଣ କଲେ ଏହି ନିଅଣ୍ଟ ଆହୁରି ବୃଦ୍ଧି ପାଇବ। ଆର୍‌ସିଇପି ସହ ଯୋଗ ଦେବାକୁ ରାଜି ହୋଇଥିଲେ ତାହା ଚାଇନା ସହ ଏକ ପକ୍ଷପାତମୂଳକ ବାଣିଜି୍ୟକ ରାଜିନାମା ସହ ସମାନ ହୋଇଥାନ୍ତା। ଏହା ଭାରତୀୟ ଶିଳ୍ପଗୁଡ଼ିକ ପ୍ରତି କ୍ଷତିକାରକ ହୋଇଥାନ୍ତା।
ଯେଉଁ ଦେଶଗୁଡ଼ିକ ସହ ଆମେ ମୁକ୍ତ ବାଣିଜ୍ୟ ରାଜିନାମା କରିଛୁ, ତାହା ଆମ ପାଇଁ ଖୁସିର କାରଣ ହୋଇପାରି ନାହିଁ। ଦକ୍ଷିଣ କୋରିଆ, ଏସିଆନ୍‌ ଓ ଜାପାନ ପ୍ରଭୃତି ସହ ମୁକ୍ତ ବାଣିଜ୍ୟ ରାଜିନାମା ହେବା ପରେ ବ୍ୟବସାୟ ବୃଦ୍ଧି ପାଇଥିଲେ ମଧ୍ୟ ରପ୍ତାନି ତୁଳନାରେ ଆମଦାନି ପରିମାଣ ବୃଦ୍ଧି ପାଇଛି। ନୀତି ଆୟୋଗର ତଥ୍ୟ ଅନୁସାରେ ଆର୍‌ସିଇପିର ଅଧିକାଂଶ ସଦସ୍ୟ ରାଷ୍ଟ୍ରଙ୍କ ସହ ଭାରତର ଦ୍ୱିପାକ୍ଷିକ ବାଣିଜି୍ୟକ ନିଅଣ୍ଟ ରହିଛି। ଆର୍‌ସିଇପି ଦେଶଗୁଡ଼ିକୁ ଆମର ରପ୍ତାନି ଭାରତର ମୋଟ ରପ୍ତାନିର ମାତ୍ର ୧୫ ପ୍ରତିଶତ ଥିବାବେଳେ ଏହି ଦେଶଗୁଡ଼ିକରୁ ଆମଦାନି ଆମ ମୋଟ ଆମଦାନିର ୩୫ ପ୍ରତିଶତ ରହିଛି।
ଆର୍‌ସିଇପିରେ ଯୋଗ ଦେଇଥିଲେ ଭାରତର ଲାଭ ଅପେକ୍ଷା କ୍ଷତି ଅଧିକ ହୋଇଥାନ୍ତା। ତେବେ ଏଥିରେ ଯୋଗ ନ ଦେବା ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ। ଅର୍ଥନୀତିରେ ଅଲଗାବାଦ ସ୍ଥାଣୁତା ଆଡ଼କୁ ବାଟ କଢ଼ାଇବ। ଭାରତ ତା’ର ସଂସ୍କାର କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ସହ ଆମ ଶିଳ୍ପଗୁଡ଼ିକୁ ଦକ୍ଷ କରିତୋଳିବା ଦରକାର, ଯାହାଦ୍ୱାରା ସେମାନେ ବିଶ୍ୱସ୍ତରରେ ପ୍ରତିଯୋଗିତାକ୍ଷମ ହୋଇପାରିବେ। ନିଜ ଶିଳ୍ପଗୁଡ଼ିକୁ ବଞ୍ଚାଇବା ପାଇଁ ଆମଦାନୀ ଶୁଳ୍କ ବୃଦ୍ଧି ଓ କୋଟା ଧାର୍ଯ୍ୟ ପ୍ରଭୃତି ଅନିଶ୍ଚିତ ସୁରକ୍ଷାବାଦ ଆମ କମ୍ପାନୀଗୁଡ଼ିକର ଦକ୍ଷତାକୁ ପଙ୍ଗୁ କରିଦେବ। ସେମାନେ ଆନ୍ତର୍ଜାତିକ ବଜାରରେ କେବେ ବି ପ୍ରତିଯୋଗିତାକ୍ଷମ ହୋଇପାରିବେ ନାହିଁ। ଆର୍‌ସିଇପିରେ ଯୋଗ ନ ଦେବାର ନିଷ୍ପତ୍ତି ବର୍ତ୍ତମାନ ସରକାରଙ୍କର ଉତ୍ତମ ଅର୍ଥନୈତିକ ପଦକ୍ଷେପ ବୋଲି ମନେହୋଇପାରେ, ମାତ୍ର ଦୀର୍ଘକାଳୀନ ଭିତ୍ତିରେ ଏହା କ୍ଷତିକାରକ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri