ଆଚାରରେ ଫୁଟୁ ଗାନ୍ଧୀ ବିଚାର

ମୋହନ ଭାଗବତ
ସନାତନ କାଳରୁ ପ୍ରଚଳିତ ଭାରତର ଇତିହାସ ଗାଥାର ଏକ ପର୍ବ ଭାରତର ଆଧୁନିକ ଇତିହାସ ତଥା ସ୍ବାଧୀନ ଭାରତର ଉତ୍ଥାନର କାହାଣୀ। ସେଥିରେ ଯେଉଁ ମହାପୁରୁଷମାନଙ୍କ ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି, ତନ୍ମଧ୍ୟରେ ପ୍ରାତଃସ୍ମରଣୀୟ ମହାତ୍ମାଗାନ୍ଧୀଙ୍କ ନାମ ପ୍ରମୁଖ। ଭାରତ ହେଉଛି ଏକ ଆଧ୍ୟାମତ୍ିକ ଦେଶ ଏବଂ ଆଧ୍ୟାମତ୍ିକତା ଆଧାରରେ ହିଁ ଏହାର ଉତ୍ଥାନ ସମ୍ଭବ। ଏହାକୁ ଆଧାର କରି ଭାରତୀୟ ରାଜନୀତିର ଆଧ୍ୟାମତ୍ିକ ମୂଳଦୁଆ ସ୍ଥାପନ କରିବାର ଚେଷ୍ଟା ମହାମତ୍ା ଗାନ୍ଧୀ ହିଁ କରିଥିଲେ।
ଗାନ୍ଧିଜୀଙ୍କ ଚେଷ୍ଟା କେବଳ କ୍ଷମତା ରାଜନୀତିରେ ସୀମିତ ନ ଥିଲା। ସମାଜ ତଥା ଏହାର ନେତୃବର୍ଗଙ୍କ ସାତ୍ତ୍ୱିକ ଆଚରଣ ଉପରେ ଗାନ୍ଧିଜୀ ପ୍ରଧାନ୍ୟ ଦେଇଥିଲେ। ମହତ୍ତ୍ୱାକାଂକ୍ଷା ତଥା ସ୍ବାର୍ଥପ୍ରେରିତ ଅହଂକାର ଏବଂ ବିକାରକୁ ଆଧାର କରି ଚାଲିଥିବା ବିଶ୍ୱ ରାଜନୀତିକୁ ସେ ଅଗ୍ରାହ୍ୟ କରିଥିଲେ। ତାଙ୍କର ସ୍ବପ୍ନ ଥିଲା- ଭାରତୀୟ ଜନଜୀବନ ସତ୍ୟ, ଅହିଂସା, ସ୍ବାବଲମ୍ବନ ଓ ମାନବକଲ୍ୟାଣର ପ୍ରକୃତ ସ୍ବାଧୀନତା ଉପରେ ଆଧାରିତ ହେଉ; ଦେଶ ଓ ମାନବିକତା ନିମନ୍ତେ ଉତ୍ସର୍ଗୀକୃତ ହେଉ। ଗାନ୍ଧିଜୀଙ୍କ ଏହି ଚିନ୍ତାଧାରା ତାଙ୍କ ନିଜ ଜୀବନରେ ସାକାର ହୋଇଥିଲା।
୧୯୨୨ ମସିହାରେ ଗାନ୍ଧିଜୀ ଗିରଫ ହେବାପରେ ନାଗପୁର ନଗର କଂଗ୍ରେସ ଦ୍ୱାରା ଏକ ଜନସଭା ଆୟୋଜିତ ହୋଇଥିଲା। ଏଥିରେ ବକ୍ତା ଭାବରେ ଯୋଗଦେଇ ଡକ୍ଟର ହେଡଗେୱାର ଗାନ୍ଧିଜୀଙ୍କୁ ‘ପୁଣ୍ୟ ପୁରୁଷ’ ଭାବେ ସମ୍ବୋଧନ କରି କହିଥିଲେ ଯେ, ଗାନ୍ଧିଜୀଙ୍କ କଥା ଓ କାମରେ କୌଣସି ପାର୍ଥକ୍ୟ ନାହିଁ। ସେ ନିଜ ଧୈର୍ଯ୍ୟ ଓ ବିଚାର ନିମନ୍ତେ ସର୍ବସ୍ବ ତ୍ୟାଗ କରିବା ପାଇଁ ପ୍ରସ୍ତୁତ ଥିଲେ। ହେଡଗେୱାର କହିଥିଲେ ଯେ, କେବଳ ଗାନ୍ଧିଜୀଙ୍କ ଗୁଣଗାନ କଲେ ତାଙ୍କ କାର୍ଯ୍ୟ ଆଗକୁ ବଢି ପାରିବ ନାହିଁ। ଗାନ୍ଧିଜୀଙ୍କ ଏହିସବୁ ଗୁଣକୁ ଆମେ ଜୀବନରେ ଅନୁସରଣ କରିବା ଦରକାର।
ଗାନ୍ଧିଜୀ ଭଲ ଭାବରେ ଜାଣିଥିଲେ ପରାଧୀନ ମାନସିକତା ଅତ୍ୟନ୍ତ କ୍ଷତିକାରକ। ଏହାର ଉଦାହରଣ ଦେଇ ‘ହିନ୍ଦ୍‌ ସ୍ବରାଜ’ରେ ସେ ଲେଖିଛନ୍ତି ଯେ, ଏହି ମାନସିକତାରୁ ମୁକ୍ତି ପାଇବା ପାଇଁ ଶୁଦ୍ଧ, ସ୍ବଦେଶୀ ଦୃଷ୍ଟିସମ୍ପନ୍ନ ଭାରତର ବିକାଶ ତଥା ଆଚରଣ ଆବଶ୍ୟକ। ସେ ସମୟରେ ସଂସାରକୁ ଚକିତ କରୁଥିବା ଭୌତିକତାବାଦୀ ପାଶ୍ଚାତ୍ୟ ଦର୍ଶନ ଶିକ୍ଷାକୁ ବିକୃତ କରି ସମସ୍ତଙ୍କୁ ଆର୍ଥତ୍କ ଦୃଷ୍ଟିରୁ ନିର୍ଭରଶୀଳ କରିବାର ଚେଷ୍ଟାରେ ଆଗେଇ ଚାଲୁଥିଲା। ଏପରି ସମୟରେ ଗାନ୍ଧିଜୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପ୍ରଚେଷ୍ଟା ନିଜସ୍ବ ଜୀବନ ଆଧାରରେ ସମାଜକୁ ନୂତନ ବିଚାର ଦେବାର ଏକ ସଫଳ ପ୍ରୟୋଗ ଥିଲା। ହେଲେ ପରାଧୀନତାର ମାନସିକତାରେ ଗ୍ରସ୍ତ ଲୋକେ କିଛି ନ ବୁଝି ନ ବିଚାରି ପାଶ୍ଚାତ୍ୟ ବିଚାରକୁ ପ୍ରାମାଣିକତାର ସହ ସ୍ବୀକାର କରିନେଇ ନିଜର ପୂର୍ବ ପୁରୁଷ, ପୂର୍ବ ଗୌରବ ଏବଂ ପୂର୍ବ ସଂସ୍କାରକୁ ହୀନ ତଥା ହେୟ ମନେ କରି ଅନ୍ଧାନୁକରଣ ଏବଂ ଚାଟୁକାରିତାରେ ମଜ୍ଜି ଯାଇଥିଲେ। ଏହାର ସୁଦୁରବିସ୍ତାରୀ ପ୍ରଭାବ ଆଜି ମଧ୍ୟ ଭାରତୀୟ ଚାଲିଚଳନ ଉପରେ ସ୍ପଷ୍ଟ ଦେଖାଯାଉଛି।
ଅନ୍ୟ ଦେଶମାନଙ୍କର ସମକାଳୀନ ମହାପୁରଷମାନେ ମଧ୍ୟ ଗାନ୍ଧିଜୀଙ୍କ ଚିନ୍ତାଧାରାକୁ କିଛି ମାତ୍ରାରେ ଗ୍ରହଣ କରି ନିଜ ଦେଶର ବିଚାରକୁ ମାର୍ଜିତ କରିଛନ୍ତି। ମହାନ ବୈଜ୍ଞାନିକ ଆଇନ୍‌ଷ୍ଟାଇନ ମହାମତ୍ା ଗାନ୍ଧୀଙ୍କ ମୃତ୍ୟୁ ପରେ କହିଥିଲେ ଯେ, ଆଗାମୀ ପିଢି ପାଇଁ ହୁଏତ ଏହା ବିଶ୍ୱାସ କରିବା ମଧ୍ୟ କଠିନ ହୋଇପାରେ ଯେ, ଗାନ୍ଧିଜୀଙ୍କ ଭଳି ଜଣେ ବ୍ୟକ୍ତି ଏହି ଭୂମିରେ ଜୀବନ ଧାରଣକରି ଚାଲି ଯାଇଛନ୍ତି। ଗାନ୍ଧିଜୀ ତାଙ୍କର ନିଜସ୍ବ ଜୀବନଶୈଳୀ ଏବଂ ପବିତ୍ର ଆଚରଣ ଦ୍ୱାରା ଆମ ସମ୍ମୁଖରେ ଏହିଭଳି ଉଦାହରଣମାନ ପ୍ରସ୍ତୁତ କରି ଯାଇଛନ୍ତି।
ଗାନ୍ଧିଜୀ ୧୯୩୬ ମସିହାରେ ୱାର୍ଦ୍ଧା ନିକଟରେ ଚାଲିଥିବା ସଂଘ ଶିବରକୁ ଆସିଥିଲେ। ତା’ ପରଦିନ ଡକ୍ଟର ହେଡଗେୱାର ଗାନ୍ଧିଜୀଙ୍କୁ ତାଙ୍କ ରହିବା ସ୍ଥାନରେ ସାକ୍ଷାତ କରିଥିଲେ। ଗାନ୍ଧିଜୀଙ୍କ ସହିତ ତାଙ୍କର ସୁଦୀର୍ଘ ଚର୍ଚ୍ଚା ଏବଂ ପ୍ରଶ୍ନୋତ୍ତର ବର୍ତ୍ତମାନ ପ୍ରକାଶିତ ହୋଇ ସାରିଛି। ବିଭାଜନର ରକ୍ତରଞ୍ଜିତ ସମୟରେ ଦିଲ୍ଲୀରେ ତାଙ୍କ ନିବାସ ସ୍ଥାନ ନିକଟରେ ଚାଲୁଥିବା ଶାଖାକୁ ମଧ୍ୟ ଗାନ୍ଧିଜୀ ଯାଇଥିଲେ। ସଂଘ ଶାଖାରେ ଉପସ୍ଥିତ ରହି ସେ ଯେଉଁ ମାର୍ଗଦର୍ଶନ ଦେଇଥିଲେ, ତାହା ୨୭ ଜୁନ ୧୯୪୭ର ‘ହରିଜନ’ ପତ୍ରିକାରେ ପ୍ରକାଶିତ ହୋଇଥିଲା। ସଂଘର ସ୍ବୟଂସେବକମାନଙ୍କ ଅନୁଶାସନ ଏବଂ ସେମାନଙ୍କଠାରେ ଜାତିପ୍ରଥା ଜନିତ ଭେଦଭାବର ସଂପୂର୍ଣ୍ଣ ଅଭାବ ଦେଖି ଗାନ୍ଧିଜୀ ପ୍ରସନ୍ନତା ବ୍ୟକ୍ତ କରିଥିଲେ। ଭାରତର ପୁନର୍ଗଠନର ସ୍ବପ୍ନ ଦେଖୁଥବା ଏବଂ ସାମାଜିକ ସମତାକୁ ସଂପୂର୍ଣ୍ଣ ସମର୍ଥନ ଭିତ୍ତିରେ ନିଜ ଆଚରଣ ଦ୍ୱାରା ଉଦାହରଣ ପ୍ରସ୍ତୁତ କରିଥିବା ଗାନ୍ଧିଜୀ ସମସ୍ତଙ୍କ ନିମନ୍ତେ ଆଦର୍ଶ ପୁରଷ ଅଟନ୍ତି। ଆମେ ସମସ୍ତେ ପୂଜ୍ୟ ଗାନ୍ଧିଜୀଙ୍କୁ ଭଲଭାବେ ବୁଝିବା ଏବଂ ତାଙ୍କ ଆଦର୍ଶକୁ ନିଜ ଜୀବନରେ ପାଳନ କରିବା ଆବଶ୍ୟକ।
ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରତ୍ୟେକ ପ୍ରଭାତୀ ଶାଖାରେ ଏକ ସ୍ତୋତ୍ର ଦ୍ୱାରା ନିଜ ଦେଶର ମହାପୁରୁଷମାନଙ୍କୁ ସ୍ମରଣ କରିବା ପରମ୍ପରା ସଂଘ ସ୍ଥାପିତ ହେବା ଦିନଠାରୁ ପ୍ରଚଳିତ ହୋଇ ଆସୁଛି। ଏହାକୁ ଏକାତ୍ମତା ସ୍ତୋତ୍ର କୁହାଯାଏ। ୧୯୬୩ ମସିହାରେ ଏହାର ପୁନଃରଚନା କରାଯାଇଥିଲା ଏବଂ ଏଥିରେ କିଛି ନୂତନ ନାମ ଯୋଡା ଯାଇଥିଲା, ଯେଉଁଥିରେ ଗାନ୍ଧିଜୀଙ୍କ ନାମ ସାମିଲ କରାଯାଇଥିଲା। ସେତେବେଳକୁ ତାଙ୍କର ଦେହାନ୍ତ ହୋଇ ସାରିଥିଲା। ସଂଘର ସ୍ବୟଂସେବକମାନେ ପ୍ରତିଦିନ ପ୍ରାତଃକାଳରେ ଏହି ଏକାତ୍ମତା ସ୍ତୋତ୍ର ମାଧ୍ୟମରେ ଗାନ୍ଧିଜୀଙ୍କ ନାମ ଉଚ୍ଚାରଣ କରି ତାଙ୍କର ଉପରୋକ୍ତ ଗୁଣଯୁକ୍ତ ଜୀବନକୁ ସ୍ମରଣ କରିଥାନ୍ତି।
ଗାନ୍ଧିଜୀଙ୍କ ଜନ୍ମର ୧୫୦ତମ ବର୍ଷରେ ତାଙ୍କୁ ସ୍ମରଣ କରି ଆମେ ସମସ୍ତେ ସଂକଳ୍ପ ନେବା ଯେ, ତାଙ୍କ ଭଳି ପବିତ୍ର ତ୍ୟାଗମୟ ଏବଂ ସ୍ବଚ୍ଛ ତଥା ସ୍ବାବଲମ୍ବୀ ଜୀବନ ଦୃଷ୍ଟିର ଅନୁସରଣ କରି ଆମେ ସମସ୍ତେ ଭାରତକୁ ବିଶ୍ୱଗୁରୁ ରୂପେ ସ୍ଥାପିତ କରିବା ନିମନ୍ତେ ନିଜ ନିଜ ଜୀବନକୁ ସମର୍ପଣ ଓ ତ୍ୟାଗର ଭାବରେ ସମୃଦ୍ଧ କରିବା।
ସରସଂଘଚାଳକ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri