ଆଗ ଥଇଥାନ, ପରେ ଉଚ୍ଛେଦ: ମେଳି କରି ଦାବି କଲେ ବ୍ୟବସାୟୀ

ବାଲେଶ୍ୱର ଅଫିସ, ୨୦।୯-ବାଲେଶ୍ୱର ଓଟିରୋଡ୍‌ର କୁରୁଡ଼ା ବାଇପାସ୍‌ରୁ ରେମୁଣା ଗୋଲେଇ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ପାଇଁ ଉଭୟପାର୍ଶ୍ୱରେ ଜବରଦଖଲକାରୀ ଦୋକାନୀଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବା ପାଇଁ ବାଲେଶ୍ୱର ପ୍ରଶାସନ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ବିଭିନ୍ନ ବ୍ୟବସାୟୀ ସଂଘ ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ଗୁରୁବାର ସନ୍ଧ୍ୟାରେ ଆଇଟିଆଇସ୍ଥିତ ଇଡ୍‌କୋ ଛକରେ ବ୍ୟବସାୟୀମାନେ ଏକ ମେଳି କରି ଏଥିରେ ୭୦ରୁ ଊର୍ଦ୍ଧ୍ୱ ଦୋକାନୀ ସାମିଲ ହୋଇଥିଲେ। ଦୀର୍ଘଦିନ ଧରି ବ୍ୟବସାୟ କରି ପରିବାର ଭରଣପୋଷଣ କରୁଥିବାରୁ ପ୍ରଶାସନ ପ୍ରଥମେ ଥଇଥାନ କରି ଉଚ୍ଛେଦ କରିବା ପାଇଁ ଦାବି ହୋଇଛି।
ପ୍ରଶାସନ ପକ୍ଷରୁ ଆସନ୍ତା ୨୦, ୨୧ ଓ ୨୨ ତାରିଖରେ ଆଇଟିଆଇରୁ ତାମୁଳିଆ ଫାଟକ ପର୍ଯ୍ୟନ୍ତ ଥିବା ୭୦ରୁ ଊର୍ଦ୍ଧ୍ୱ ଦୋକାନୀଙ୍କୁ ଉଚ୍ଛେଦ କରିବା ପାଇଁ ଗତ ଦୁଇଦିନ ଧରି ଡାକବାଜି ଯନ୍ତ୍ର ଦ୍ୱାରା ବାରମ୍ବାର ସୂଚିତ କରାଯାଇଛି। ରାସ୍ତାର ଉଭୟପାର୍ଶ୍ୱରେ ସରକାରୀ ଜାଗାରେ ପକାଇଥିବା ଗୁମୁଟି ଏବଂ ବେଆଇନ ଭାବେ ନିର୍ମାଣ କରିଥିବା ପକ୍କା ଦୋକାନ ଘରକୁ ଭାଙ୍ଗି ସ୍ବଇଚ୍ଛାରେ ନିଜର ଜିନିଷପତ୍ର ନେଇଯିବା ପାଇଁ ନିବେଦନ କରାଯାଇଛି। ପୂର୍ବରୁ ଆରମ୍ଭ ହୋଇଥିବା ଉଚ୍ଛେଦ ପ୍ରକ୍ରିୟାକୁ ଦୋକାନୀମାନଙ୍କ ଅନୁରୋଧକ୍ରମେ ପ୍ରଶାସନ କିଛିଦିନ ସମୟ ଦେଇଥିଲା। କିନ୍ତୁ ଦୋକାନୀମାନେ ଏଥିରେ ସହଯୋଗ ନ କରି ମିଳିତ ଭାବେ ବିରୋଧ କରିବା ଆରମ୍ଭ କରିଛନ୍ତି। ବୈଠକରେ ପୂର୍ବତନ ସଦର ବିଧାୟକ ଅରୁଣ ଦେ, ଭାଜପା ନଗର ସଭାପତି ସୀତାକାନ୍ତ ସ୍ବାଇଁ, ପୂର୍ବତନ କାଉନ୍‌ସିଲର ଚିତ୍ତରଞ୍ଜନ ପଣ୍ଡା, ଯୁବନେତା ମନୋଜ ପୋଦ୍ଦାର ଏବଂ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଯୋଗଦେଇ ଭିନ୍ନ ଭିନ୍ନ ମତ ରଖିଥିଲେ। ବିଧାୟକ ପରିଡ଼ାଙ୍କ କହିବାନୁସାରେ ବ୍ୟବସାୟୀମାନଙ୍କର ଥଇଥାନ କଥା ପ୍ରଶାସନ ଚିନ୍ତା କରିବା ଉଚିତ୍‌। ସେହିପରି ପୂର୍ବତନ ବିଧାୟକ ଦେ ମଧ୍ୟ ଆଗ ଥଇଥାନ ପରେ ଉଚ୍ଛେଦ ଉପରେ ଗୁରୁତ୍ୱ ଦେଇଥିଲେ। ଆୟୋଜିତ ବୈଠକ ଗଗନ ସେଠୀଙ୍କ ନେତୃତ୍ୱରେ ହୋଇଥିବାବେଳେ ବହୁ ଦୋକାନୀ ଏଥିରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri