Posted inଖେଳ

ଆଇସିସି ବିଶ୍ୱକପ୍‌: ପ୍ରଥମ ସେମିଫାଇନାଲ; ମାଞ୍ଚେଷ୍ଟରରେ ବର୍ଷାର ଖେଳ

ମାଞ୍ଚେଷ୍ଟର,୧୦।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ପୁଣି ଥରେ ବର୍ଷା ବାଧକ ସାଜିଛି। ବର୍ଷାଯୋଗୁ ଟୁର୍ନାମେଣ୍ଟର ଲିଗ୍‌ ପର୍ଯ୍ୟାୟରେ ୪ଟି ମ୍ୟାଚ୍‌ ବାତିଲ ହୋଇସାରିଥିବା ବେଳେ ମଙ୍ଗଳବାର ଖେଳାଯାଇଥିବା ଭାରତ- ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ମଧ୍ୟ ସମାନ କାରଣରୁ ପ୍ରଭାବିତ ହୋଇଛି। ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଟସ୍‌ ଜିତି କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ କରି ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ହାତଖୋଲା ଶଟ୍‌ ଖେଳିବାକୁ ଦେଇ ନ ଥିଲେ। ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ଉଇକେଟ ହରାଇ ୨୧୧ ରନ କରିଥିବା ବେଳେ ବର୍ଷା ଯୋଗୁ ମ୍ୟାଚ୍‌ ବାଧା ପ୍ରାପ୍ତ ହୋଇଥିଲା। ସେତେବେଳକୁ ଅଭିଜ୍ଞ ରସ୍‌ ଟେଲର ୬୭ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଟମ୍‌ ଲାଥମ ୩ ରନ କରି ଅପରାଜିତ ରହିଥିଲେ। ବର୍ଷା ଛାଡ଼ିବା ଓ ପୁଣି ହେବାର ଲୁଚକାଳି ଖେଳ ଭିତରେ ମ୍ୟାଚ୍‌କୁ ଶେଷରେ ଅମ୍ପାୟର ଓ ମ୍ୟାଚ୍‌ ରେଫରି ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ନିୟମ ଅନୁସାରେ ମ୍ୟାଚ୍‌ ଯେଉଁଠାରେ ସ୍ଥଗିତ ରଖାଯାଇଛି ରିଜର୍ଭ ଡେ ଅର୍ଥାତ୍‌ ବୁଧବାର ସ୍ଥାନୀୟ ସମୟ ସକାଳ ୧୦ଟା ୩୦ରୁ ସେହିଠାରୁ ପୁଣି ଆରମ୍ଭ ହେବ। ଉଲ୍ଲେଖଥାଉ କି, ଲିଗ୍‌ ପର୍ଯ୍ୟାୟରେ ଭାରତ- ନ୍ୟୁଜିଲାଣ୍ଡ ମ୍ୟାଚ୍‌ ମଧ୍ୟ ବାତିଲ ହୋଇଥିଲା ଓ ଦୁଇ ଦଳ ପଏଣ୍ଟ ଭାଗ କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଉଇଲିୟମସନ ଓ ଅଭିଜ୍ଞ ରସ୍‌ ଟେଲରଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ମନ୍ଥର ବ୍ୟାଟିଂ କାରଣରୁ ବଡ଼ ସ୍କୋର ହାସଲ କରିପାରି ନ ଥିଲା। ୯୫ଟି ବଲର ସମ୍ମୁଖୀନ ହୋଇ ଓ୍ବିଲିୟମସନ ୬ ଚୌକା ସହ ୬୭ ରନ ସଂଗ୍ରହ କରିଥିଲେ। ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ବଲ୍‌ରେ ଜୋରଦାର ଶଟ୍‌ ଖେଳିବାକୁ ଯାଇ ସେ ପଏଣ୍ଟରେ ରବୀନ୍ଦ୍ର ଜାଡେଜାଙ୍କୁ କ୍ୟାଚ୍‌ ଦେଇଥିଲେ। ସେହିପରି ଟେଲର ୮୫ଟି ବଲ୍‌ ଖେଳି ୩ ଚୌକା ଓ ୧ ଛକା ସହ ୬୭ ରନ କରି ଅପରାଜିତ ରହିଥିଲେ। ଅନ୍ୟମାନେ ଭଲ ପ୍ରଦର୍ଶନ କରିପାରି ନ ଥିଲେ।
ଇନିଂସ ଆରମ୍ଭରୁ ନ୍ୟୁଜିଲାଣ୍ଡ ଆଉଟ୍‌ ଅଫ୍‌ ଫର୍ମ ଅଭିଜ୍ଞ ଓପନର ମାର୍ଟିନ ଗୁପ୍ଟିଲଙ୍କୁ ହରାଇଥିଲା। ଗୁପ୍ଟିଲ ମାତ୍ର ୧ ରନ କରିଥିବାବେଳେ ଯଶପ୍ରୀତ ବୁମ୍‌ରାଙ୍କ ଅଫ୍‌ ଷ୍ଟମ୍ପ ବାହାରର ବାଉନ୍ସରକୁ ଖେଳିବାକୁ ଯାଇ ବିଫଳ ହୋଇଥିଲେ। ବଲ୍‌ ବ୍ୟାଟ୍‌ର ଏଜ୍‌ ନେଇଥିଲା ଓ ଭାରତୀୟ ଅଧିନାୟକ ବିରାଟ କୋହଲି କୌଣସି ତ୍ରୁଟି ନ କରି ସେକେଣ୍ଡ ସ୍ଲିପ୍‌ରେ ଏକ ସୁନ୍ଦର କ୍ୟାଚ୍‌ ନେଇଥିଲେ ଓ ଗୁପ୍ଟିଲ ପ୍ୟାଭିଲିୟନ ଫେରିଥିଲେ। ମେଘୁଆ ପାଗରେ ପ୍ରଥମ ପାଓ୍ବାର ପ୍ଲେ’ରେ ଭାରତୀୟ ଦ୍ରୁତ ବୋଲର ବୁମ୍‌ରା ଓ ଭୁବନେଶ୍ୱର କୁମାର ସୁନ୍ଦର ସୁଇଙ୍ଗ୍‌ ବୋଲିଂ କରିଥିଲେ। ମିଡଲ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ବେଶ୍‌ ଉଚ୍ଚକୋଟୀର ବୋଲିଂ କରିଥିଲେ। ଗୁପ୍ଟିଲ ଆଉଟ ହେବା ପରେ ଦ୍ୱିତୀୟ ଉଇକେଟରେ ଅନ୍ୟତମ ଓପନର ହେନୋରି ନିକୋଲ୍ସ ଓ ଓ୍ବିଲିୟମସନ ୮୯ ବଲରୁ ୬୮ ରନ ସଂଗ୍ରହ କରିଥିଲେ। ତେବେ ନିକୋଲ୍ସ ୫୧ ବଲ୍‌ରୁ ୨ ଚୌକା ସହ ୨୮ ରନ କରିଥିବା ବେଳେ ଲାଇନ୍‌ ମିସ୍‌ କରି ସ୍ପିନର ଜାଡେଜାଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଜାଡେଜାଙ୍କ ବଲ୍‌ ଅଫ୍‌ ଷ୍ଟମ୍ପ ବାହାରେ ପଡି ଭିତରେ ପଶିଥିଲା। ବ୍ୟାଟ୍‌ ଓ ପ୍ୟାଡ୍‌ ଭିତରେ ବଲ୍‌ ଯାଇ ମିଡଲ ଷ୍ଟମ୍ପରେ ବାଜିଥିଲା। ଏହାପରେ ତୃତୀୟ ଉଇକେଟଯୋଡିରେ ଓ୍ବିଲିୟମସନ ଓ ଟେଲର ୧୦୨ଟି ବଲ୍‌ ଖେଳି ୬୫ ରନ ସଂଗ୍ରହ କରିଥିଲେ। ଓ୍ବିଲିୟମସନ ପ୍ୟାଭିଲିୟନ ଫେରିବା ପରେ ଜେମ୍ସ ନିଶାମଙ୍କ ପାଳି ପଡିଥିଲା। ୧୮ଟି ବଲ୍‌ର ସମ୍ମୁଖୀନ ହୋଇ ୧ ଚୌକା ସହ ୧୨ ରନ କରିଥିବାବେଳେ ବାମହାତୀ ନିଶାମ ପାଣ୍ଡ୍ୟାଙ୍କ ବଲ୍‌ରେ ଲେଗ୍‌ ସାଇଡ୍‌କୁ ଲମ୍ବା ଶଟ୍‌ ଖେଳିବାକୁ ଯାଇ ମିଡ୍‌ ଉଇକେଟରେ ଦୀନେଶ କାର୍ତ୍ତିକଙ୍କୁ କ୍ୟାଚ୍‌ ଦେଇଥିଲେ। ଏହାପରେ କଲିନ୍‌ ଡି ଗ୍ରାଣ୍ଡହୋମ୍‌ ୧୦ ବଲ୍‌ରୁ ୨ ଚୌକା ସହ ୧୬ ରନ କରିଥିବା ବେଳେ ଭୁବନେଶ୍ୱରଙ୍କ ଏକ ବାଉନ୍ସରକୁ ଅପରକଟ୍‌ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ବଲ୍‌ ବ୍ୟାଟର ଏଜ୍‌ ନେଇ ଉଇକେଟକିପର ମହେନ୍ଦ୍ର ସିଂ ଧୋନୀଙ୍କ ହାତରେ ଧରାପଡିଥିଲା। ମିଡଲ ଓଭରରେ ଜାଡେଜା ଓ ପାଣ୍ଡ୍ୟା ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲେ। ବୋଲିଂରେ ଭାରତ ତରଫରୁ ବୁମ୍‌ରା, ଭୁବନେଶ୍ୱର, ଚହଲ, ପାଣ୍ଡ୍ୟା ଓ ଜାଡେଜା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଏହି ମ୍ୟାଚ୍‌ରେ ଆଶ୍ଚର୍ଯ୍ୟଜନକ ଭାବେ ଚଳିତ ବିଶ୍ୱକପ୍‌ରେ ହ୍ୟାଟ୍ରିକ ଅର୍ଜନ କରିଥିବା ମହମ୍ମଦ ସାମିଙ୍କୁ ଖେଳଯାଇ ନ ଥିଲା। ସେହିପରି କୁଲଦୀପ ଯାଦବଙ୍କ ବଦଳରେ ୟୁଜବେନ୍ଦ୍ର ଚହଲଙ୍କୁ ଅନ୍ତିମ ଏକାଦଶରେ ସାମିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri