Posted inଖେଳ

ଆଇସିସି ନିଷ୍ପତ୍ତି ଦୁଃଖଦାୟକ: ଅଶ୍ୱିନ

ନୂଆଦିଲ୍ଲୀ,୨୦।୭(ପି.ଟି.)- ଆଇସିସି ଜିମ୍ବାଓ୍ବେକୁ ବାସନ୍ଦ କରିବା ପରେ ଏହାର ପ୍ରଭାବ କ୍ରିକେଟ ପାଓ୍ବାର ହାଉସ୍‌ କୁହାଯାଉଥିବା ଭାରତରେ ମଧ୍ୟ ଦେଖିବାକୁ ମିଳିଛି। ଅଭିଜ୍ଞ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍‌ ମଧ୍ୟ ଆଇସିସିର ଏହି ନିଷ୍ପତ୍ତିକୁ ହୃଦୟ ବିଦାରକ ଓ କଠୋର ବୋଲି କହିଛନ୍ତି। ଏହା ଦ୍ୱାରା ଜିମ୍ବାଓ୍ବେ କ୍ରିକେଟର ଓ କ୍ରିକେଟ ସହିତ ଜଡିତ ରହିଆସିଥିବା ବ୍ୟକ୍ତିମାନେ ସେମାନଙ୍କ ଜୀବିକା ହରାଇଛନ୍ତି। ସିକନ୍ଦର ରାଜାଙ୍କ ଟୁଇଟ୍‌ ପଢ଼ି ମୁଁ ନିରାଶ ହୋଇଛି। ଖୁବ୍‌ ଶୀଘ୍ର କ୍ରିକେଟକୁ ଭଲ ପାଉଥିବା ଏହି ଦେଶ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରକୁ ପ୍ରତ୍ୟାବର୍ତ୍ତନ କରୁ ଅଶ୍ୱିନ ଟୁଇଟ କରି ଜଣାଇଛନ୍ତି।
ଉଲ୍ଲେଖଥାଉ କି, ଜିମ୍ବାଓ୍ବେ ବୋର୍ଡର ନବନିର୍ବାଚିତ ସଭ୍ୟାଙ୍କୁ ସରକାରଙ୍କ ଏଜେନ୍ସି ସ୍ପୋଟର୍‌ସ ଆଣ୍ଡ ରିକ୍ରିଏସନ କମିଟି (ଏସ୍‌ଆରସି) ସସ୍‌ପେଣ୍ଡ କରିଛି। ଏହି ଆଇସିସିର ୨.୪ (ସି) ଓ ଡି ଅନୁଚ୍ଛେଦର ଉଲ୍ଲଂଘନ କରୁଛି ଓ ଏହା ଦ୍ୱାରା କ୍ରିକେଟ ବ୍ୟାପାରରେ ସରକାର ଖୋଲାଖୋଲି ହସ୍ତକ୍ଷେପ କରିଛନ୍ତି ବୋଲି ଆଇସିସି ତରଫରୁ କୁହାଯାଇଛି। ଜିମ୍ବାଓ୍ବେ କ୍ରିକେଟକୁ ଆଇସିସି କୌଣସି ପାଣ୍ଠି ଦେବ ନାହିଁ। କେବଳ ସେତିକି ନୁହେଁ ଆଇସିସିର କୌଣସି ଇଭେଣ୍ଟରେ ଜିମ୍ବାଓ୍ବେ ଏବେ ଅଂଶଗ୍ରହଣ କରିପାରିବ ନାହିଁ। ଆଗାମୀ ୩ ମାସ ମଧ୍ୟରେ ଜିମ୍ବାଓ୍ବେ ବୋର୍ଡର ନିର୍ବାଚିତ ସଦସ୍ୟମାନଙ୍କୁ ପୁଣିଥରେ ସେମାନଙ୍କ ପଦରେ ଅବସ୍ଥାପିତ କରିବାକୁ ଆଇସିସି ନିର୍ଦ୍ଦେଶ ଦେଇଛି। ଅକ୍ଟୋବରରେ ହେବାକୁ ଥିବା ବୋର୍ଡ ବୈଠକରେ ଏ ନେଇ ହୋଇଥିବା ପ୍ରଗତି ସମ୍ପର୍କରେ ଆଲୋଚନା କରାଯିବ ବୋଲି କୁହାଯାଇଛି। ନିଷ୍ପତ୍ତି ନେବା ପୂର୍ବରୁ ଆଇସିସି ବୋର୍ଡ ଜିମ୍ବାଓ୍ବେ ସରକାରଙ୍କ ସ୍ପୋଟର୍‌ସ ଓ ରିକ୍ରିଏସନ କମିଟି ଓ ଜିମ୍ବାଓ୍ବେ ବୋର୍ଡର ପ୍ରତିନିଧିଙ୍କ ସହ ଆଲୋଚାନ କରିବା ପରେ ଯାଇ ଏହି ନିଷ୍ପତ୍ତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ସ୍କୁଲ ଗେଟ୍‌ ତଳେ ଚାପି ହୋଇ ୨ ଛାତ୍ରୀ ମୃତ୍ୟୁ ଘଟଣା: ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଧାନଶିକ୍ଷକଙ୍କୁ…

ମୋହନା,୧୭।୪ ( ମନ୍ମଥ ମିଶ୍ର ): ଗଜପତି ଜିଲା ଆର୍‌.ଉଦୟଗିରୀ ଥାନା ନୂଆଗଡ ବ୍ଲକ ଅନ୍ତର୍ଗତ ରୁବୁଡ଼ିସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବୁଧବାର ଗେଟ୍‌…

ଜେଜେ ମା’ଙ୍କୁ କାହିଁକି ମନେ ପକାଇଲେ ରାହୁଲ ଗାନ୍ଧୀ? କହିଲେ ଏହା ନୁହେଁ Women Reservation Bill

ନୂଆଦିଲ୍ଲୀ,୧୭।୪: ସ୍ବତନ୍ତ୍ର ସଂସଦୀୟ ଅଧିବେଶନର ଦ୍ୱିତୀୟ ଦିନରେ ଲୋକ ସଭାରେ ଭାଷଣ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତାଙ୍କ ଜେଜେମା’ ଇନ୍ଦିରା…

ସିବିଏସ୍‌ଇ ପରୀକ୍ଷାରେ ଦୁଇ ଯାଆଁଳା ଭଉଣୀଙ୍କ କମାଲ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୧୭।୪ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତ୍ରୁଷୋଲ ଗ୍ରାମ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ପଲାଇ ଚଳିତ ସିବିଏସ୍‌ଇ…

ମହାନ ଜନନାୟକ ବିଜୁବାବୁଙ୍କୁ ବିଜେଡି ମନେ ପକାଇ…

ପାଟଣା,୧୭ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଶୁକ୍ରବାର ରାଜନଗର ରଘୁନାଥଜୀଉ ମଠ ପରିସରରେ ଅନୁଷ୍ଠିତ ହୋଇଛି।…

ଭାରତର ଭାଗ୍ୟ ଉଜ୍ୱଳ! ମିଳିଗଲା LPG ସଙ୍କଟକୁ ମୁକାବିଲା କରିବାର ସୂତ୍ର

ନୂଆଦିଲ୍ଲୀ,୧୭।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ କେବଳ ଭାରତକୁ ନୁହେଁ ବରଂ ବିଶ୍ୱବ୍ୟାପୀ ଅନେକ ଦେଶକୁ ଗ୍ୟାସ ସଙ୍କଟରେ ପକାଇଛି। ତଥାପି, ବିଶ୍ୱ ବଜାରରେ…

ପୁରୁଣା ବଜାର ଅଞ୍ଚଳକୁ ଓଏମ୍‌ସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିରେ ଥିବା ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା…

ଦୁର୍ଗମ ଅଞ୍ଚଳରେ ବିକାଶକୁ ଗୁରୁତ୍ୱ: ଭ୍ରମରବାଡିରେ ପହଞ୍ଚିଲା ଜିଲା ପ୍ରଶାସନ

ଦାରିଙ୍ଗବାଡି,୧୭।୪(ଅରୁଣ ସାହୁ):ଏକଦା ମାଓବାଦୀ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ଥିଲା ଭ୍ରମରବାଡି। ଏବେ ଆଉ ସେ ପରିସ୍ଥିତି ନାହିଁ, ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri