Posted inଖେଳ

ଆଇସିସିର କରୋନା ଗାଇଡ୍‌ ଲାଇନ୍‌

ଦୁବାଇ, ୧୦ା୬ (ପି.ଟି.):କୋଭିଡ୍‌-୧୯ ପାଇଁ ପ୍ରସ୍ତାବିତ ଗାଇଡ୍‌ଲାଇନ୍‌ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ମଙ୍ଗଳବାର ଗୃହୀତ ହୋଇଯାଇଛି। ଫଳରେ ଏଣିକି ଏକ ଟେଷ୍ଟ ମ୍ୟାଚ ବେଳେ ଯଦି କୌଣସି ଖେଳାଳିଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦିଏ, ସେ କ୍ଷେତ୍ରରେ ସମ୍ପୃକ୍ତ ଦଳ ଖେଳାଳି ବଦଳ କରିପାରିବ। ବଲ୍‌କୁ ଚକ୍‌ଚକ୍‌ କରିବା ଲାଗି ଯଦି କୌଣସି ଖେଳାଳି ଛେପ ବ୍ୟବହାର କରୁଥିବା ଦେଖିବାକୁ ମିଳେ ସାମୟିକ ବାସନ୍ଦ ସମ୍ମୁଖୀନ ହେବେ। ସେହିପରି ଦ୍ୱିପାକ୍ଷିକ ସିରିଜରେ ଅଣ-ନିରପେକ୍ଷ ଅମ୍ପାୟାର ବ୍ୟବହାର ପାଇଁ ଅନୁମତି ମିଳିଛି। ବର୍ତ୍ତମାନ ମହାମାରୀ ଯୋଗୁ ଅନ୍ତର୍ଜାତୀୟ ଯାତ୍ରା ଏକ ଚ୍ୟାଲେଞ୍ଜ ହୋଇଥିବାରୁ ତାହକୁ ଦୃଷ୍ଟିରେ ରଖି ଏହା କରାଯାଇଛି। କୌଣସି ଏକ ଟେଷ୍ଟ ମ୍ୟାଚ୍‌ ବେଳେ ଜଣେ ଖେଳାଳିଙ୍କ ନିକଟରେ କୋଭିଡ୍‌-୧୯ ଲକ୍ଷଣ ଦେଖା ଦେଲେ ମ୍ୟାଚ ରେଫରିଙ୍କ ଅନୁମୋଦନ କ୍ରମେ ସମ ଦକ୍ଷତା ସମ୍ପନ୍ନ ଖେଳାଳିଙ୍କୁ ବଦଳ ପାଇଁ ଅନୁମତି ମିିଳିବ। କିନ୍ତୁ କୋଭିଡ୍‌-୧୯ ପାଇଁ ଉଦ୍ଦିଷ୍ଟ ଏହି ନିୟମ ଅନ୍ତର୍ଜାତୀୟ ଦିନିକିଆ କିମ୍ବା ଅନ୍ତର୍ଜାତୀୟ ଟି୨୦ କ୍ଷେତ୍ରରେ ପ୍ରଯୁଜ୍ୟ ହେବ ନାହିଁ। ଖେଳାଳିମାନଙ୍କ ଜର୍ସିରେ ୩୨ଇଞ୍ଚ ବିଶିଷ୍ଟ ଏକ ଲୋଗୋ ବ୍ୟବହାର ପାଇଁ ମଧ୍ୟ ଅନୁମତି ମିଳିଛି। ଏହାଦ୍ୱାରା ମହାମାରୀ ଯୋଗୁ ଆର୍ଥିକ ସଂକଟରେ ପଡ଼ିଥିବା କ୍ରିକେଟ ବୋର୍ଡଗୁଡ଼ିକ ବ୍ୟବସାୟିକ ଫାଇଦା ହାସଲ କରିପାରିବେ। କୋଭିଡ୍‌-୧୯ ଯୋଗୁ ଖେଳ ଆରମ୍ଭ କରାଗଲେ ଖେଳାଳି ଓ ମ୍ୟାଚ ଅଫିସିଆଲଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଏକ ରିସ୍କ ହୋଇଥିବାରୁ ଅନିଲ କୁମ୍ବଲେଙ୍କ ନେତୃତ୍ୱାଧୀନ କ୍ରିକେଟ କମିଟି କେତେକ ନିୟମାବଳୀ କାର୍ଯ୍ୟକାରୀ କରିବା ଲାଗି ସୁପାରିସ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଉଟ୍‌ ହେବା ପରେ କାହାକୁ ଗାଳି ଦେଲେ ବୈଭବ ସୂର୍ଯ୍ୟବଂଶୀ? ଚମକାଉଛି Video

ନୂଆଦିଲ୍ଲୀ,୨୮।୫: ଆଇପିଏଲ୍‌ ୨୦୨୬ର ଏଲିମିନେଟର୍‌ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ଏକତରଫା ଭାବେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ। ଏହି ମ୍ୟାଚ୍‌ରେ ରାଜସ୍ଥାନର ବିଜୟର ହିରୋ ସାଜିଛନ୍ତି ୧୫…

ବୈଭବ ସୂର୍ଯ୍ୟବଂଶୀ ନଂ-୧, ଟପ୍‌-୫ ଦୌଡ଼ରୁ ବାହାରିଲେ କୋହଲି, ଓରେଞ୍ଜ କ୍ୟାପ କବ୍‌ଜା କରିନେଲେ…

ନୂଆଦିଲ୍ଲୀ, ୨୮।୫: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଶେଷ ହେବାକୁ ଯାଉଛି। ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲରେ ପହଞ୍ଚିଛି, ଏବଂ ଦ୍ୱିତୀୟ ଫାଇନାଲିଷ୍ଟ…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

IPL ଇତିହାସରେ ପ୍ରଥମଥର ପାଇଁ ଘଟିଲା ଏମିତି: ସବୁ ଦଳର ଖେଳାଳି…

ନୂଆଦିଲ୍ଲୀ,୨୭।୫: IPL 2026 ଲିଗ ମାର୍ଚ୍ଚ ୨୮ରେ ଆରମ୍ଭ ହୋଇଥିଲା। ଏହି ଟୁର୍ନାମେଣ୍ଟ ଏବେ ଏହାର ଦ୍ୱିତୀୟ ମାସ ସମାପ୍ତ ହେବାକୁ ଯାଉଛି। ଏହି ସିଜିନ ଏକ…

ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲଙ୍କ ପରଲୋକ, ସେଉଲ ଅଲିମ୍ପିକ୍ସରେ କରିଥିଲେ ପ୍ରତିନିଧିତ୍ୱ

ନୂଆଦିଲ୍ଲୀ, ୨୬ା୫: ଭରତର ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲ ମୀନାଙ୍କ ପରଲୋକ ଘଟିଛି। ସେ ୧୯୮୮ ସେଉଲ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ…

IPL ପରେ MI ଛାଡି ଏହି ଟିମ୍‌କୁ ଯିବେ ପାଣ୍ଡ୍ୟା! ଏହି ଖେଳାଳିଙ୍କ ବଡ଼ ସଙ୍କେତ ପରେ କ୍ରିକେଟଜଗତରେ ହଇଚଇ

ନୂଆଦିଲ୍ଲୀ, ୨୬।୫: ଆଇପିଏଲ (IPL) ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ରହିନାହିଁ ଏବଂ ଏହା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ…

କ୍ୱାଲିଫାୟର-୧: ହୋଇପାରେ ହାଇସ୍କୋରିଂ ମ୍ୟାଚ୍‌

ଧର୍ମଶାଳା,୨୬ା୫; ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଧର୍ମଶାଳାରେ ମଙ୍ଗଳବାର କ୍ୱାଲିଫାୟର-୧ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ଇନଷ୍ଟାଗ୍ରାମରୁ ୨୦୦ ପୋଷ୍ଟ ଡିଲିଟ୍ କଲେ ଅର୍ଶଦୀପ; DP ମଧ୍ୟ ବଦଳାଇଲେ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୨୬।୫: IPL ୨୦୨୬ରେ ପଞ୍ଜାବ କିଙ୍ଗସର ଅଭିଯାନ ସମାପ୍ତ ହେବା ସହିତ, ଅର୍ଶଦୀପ ସିଂଙ୍କ ପାଇଁ ମଧ୍ୟ ସିଜିନ୍ ଶେଷ ହୋଇଗଲା। ପଞ୍ଜାବ କିଙ୍ଗସ ଦଳର ସଦସ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri