ଆଇପିଏସ୍‌ ଲଢ଼େଇ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଉତ୍ତରପ୍ରଦେଶ ପୋଲିସର ଉଚ୍ଚ ଅଧିକାରୀ ସ୍ତରରେ ଏକପ୍ରକାର କୁତ୍ସିତ ଯୁଦ୍ଧ ଆରମ୍ଭ ହୋଇଯାଇଛି। ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ନୋଏଡା ପୋଲିସ ମୁଖ୍ୟ ବୈଭବ କ୍ରିଷ୍ଣା ରାଜ୍ୟରେ ପୋଲିସ ଅଧିକାରୀଙ୍କ ନିଯୁକ୍ତି ଓ ବଦଳିରେ ଅସାଧୁ କାରବାର ହୋଇଥିବା ଅଭିଯୋଗ କରିଛନ୍ତି। ରାଜ୍ୟର ଗୃହସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏ ସଂକ୍ରାନ୍ତରେ ସେ ଲିଖିତ ଅଭିଯୋଗ କରି ରାଜ୍ୟ ଜିଲା ପୋଲିସ ମୁଖ୍ୟ ଓ ଏସ୍‌ଏଚ୍‌ଓ (ଥାନା ଅଧିକାରୀ)ମାନଙ୍କ ନିଯୁକ୍ତି ତଥା ବଦଳି କ୍ଷେତ୍ରରେ ବ୍ୟାପକ ନଗଦ କାରବାର ହୋଇଛି ବୋଲି ଦାବି କରିଛନ୍ତି। ଏହାକୁ ନେଇ ପୋଲିସ ଅଧିକାରୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଓ ଉତ୍ସୁକତା ପ୍ରକାଶ ପାଇଛି। କିଛିମାସ ପୂର୍ବେ ବିପୁଳ ଅର୍ଥ କାରବାର କରି ଏହି ନିଯୁକ୍ତି ଓ ବଦଳିକୁ ସଂଚାଳନ କରିଥିବା ଅଭିଯୋଗରେ ନୋଏଡା ପୋଲିସ ତିନିଜଣ ସାମ୍ବାଦିକ ଓ ଆଉ କେତେଜଣଙ୍କୁ ଗିରଫ କରିଥିଲା। ଏହି ସାମ୍ବାଦିକମାନେ ମଧ୍ୟ କେତେକ ବରିଷ୍ଠ ପୋଲିସ ଅଧିକାରୀଙ୍କ ପାଇଁ ମଧ୍ୟସ୍ଥତା କରିଥିଲେ ବୋଲି ଅଭିଯୋଗ ଆସିଥିଲା। ଆଶ୍ଚର୍ଯ୍ୟର କଥା କ୍ରିଷ୍ଣା ନିଜେ ଭାଇରାଲ ହୋଇଥିବା କିଛି ସେକ୍ସ ଚାଟ୍‌ ଭିଡିଓକୁ ନେଇ ବିବାଦୀୟ ହୋଇପଡିଛନ୍ତି। କେତେକ ଆଇପିଏସ ଅଫିସର ଆକ୍ରୋଶମୂଳକ ଭାବେ ତାଙ୍କୁ ବଦନାମ କରିବା ଲାଗି ଏଭଳି ଚକ୍ରାନ୍ତ କରିଥିବା ସେ କହିଛନ୍ତି। ଏବେ ଯୋଗୀ ଆଦିତ୍ୟନାଥ ସରକାର ଏହି ନିଯୁକ୍ତି ଓ ବଦଳି ର଼୍ୟାକେଟ ଉପରେ ସିବିଆଇ ତଦନ୍ତ କରିବା ଉଚିତ ବୋଲି ସ୍ବର ଉଠିଲାଣି।
ଏୟାର ଇଣ୍ଡିଆ ସଙ୍କଟ
ଋଣରେ ବୁଡି ଯାଇଥିବା ଜାତୀୟ ବିମାନ ପରିବହନ ସଂସ୍ଥା ଏୟାର ଇଣ୍ଡିଆ ଲାଗି ନିବେଶକଙ୍କ ଆଗ୍ରହକୁ ପରଖିବା ପାଇଁ ନିକଟରେ ସିଙ୍ଗାପୁର ଓ ଲଣ୍ଡନରେ ଅନୁଷ୍ଠିତ ରୋଡ୍‌ଶୋରେ ବିଶେଷ ଆଗ୍ରହ ଦେଖିବାକୁ ମିଳିନାହିଁ। କିନ୍ତୁ ଏହି ଏୟାରଲାଇନ୍‌ର ଘରୋଇକରଣ ନିମନ୍ତେ ସରକାର କରିଥିବା ଯୋଜନାରେ ପରିବର୍ତ୍ତନ ହେବାର ସମ୍ଭାବନା କ୍ଷୀଣ। ୨୦୧୮ରେ ସରକାର ଏୟାର ଇଣ୍ଡିଆର ୭୬ ପ୍ରତିଶତ ଅଂଶଧନ ବିକ୍ରି କରିବା ଲାଗି ଘୋଷଣା କରିଥିଲେ ବି ଏହାକୁ କିଣିବାକୁ କେହି ବିଶେଷ ଆଗ୍ରହ ପ୍ରକାଶ କରି ନ ଥିଲେ। ତଥାପି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ ଏହାକୁ ନେଇ ଆଶାବାଦୀ ରହିଛନ୍ତି। ଇତିମଧ୍ୟରେ ଏୟାର ଇଣ୍ଡିଆ ଅଧ୍ୟକ୍ଷ ତଥା ମହାନିର୍ଦ୍ଦେଶକ ଅଶ୍ୱିନୀ ଲୋହାନୀ ଫେସ୍‌ବୁକ ମାଧ୍ୟମରେ ସୂଚାଇ ଦେଇଛନ୍ତି ଯେ, ବିକ୍ରି ହେବା ଯାଏ ଏୟାର ଇଣ୍ଡିଆ ବଞ୍ଚି ରହିବା ଦରକାର। ଲୋହାନୀ ଜଣେ ବିଶ୍ୱସ୍ତ ଅଧିକାରୀ, ଯିଏ ଏୟାର ଇଣ୍ଡିଆର ଋଣଭାର କମ୍‌ କରିବା ଲାଗି ଗୃହୀତ ବିଭିନ୍ନ ପଦକ୍ଷେପ ଉପରେ କାର୍ଯ୍ୟ କରିଆସୁଛନ୍ତି। ପୂର୍ବତନ ରେଲଓ୍ବେ ବୋର୍ଡ ଅଧ୍ୟକ୍ଷ ତଥା ଦ୍ୱିତୀୟ ଥର ପାଇଁ ଏୟାର ଇଣ୍ଡିଆର ମୁଖ୍ୟ ହୋଇଥିବା ଲୋହାନୀ ବହୁ ସମୟରେ ସୋସିଆଲ ମଡିଆ ମାଧ୍ୟମରେ ଲୋକ ଓ କର୍ମଚାରୀଙ୍କ ସହ ଯୋଗାଯୋଗ ରଖୁଛନ୍ତି। ଲୋହାନୀ କହିଛନ୍ତି ଯେ, ଆମୂଳ ପରିବର୍ତ୍ତନ ଆଶାକରିବା ଅବାସ୍ତବ। ଏଥିରୁ ସ୍ପଷ୍ଟ ବାର୍ତ୍ତା ମିଳୁଛି ଯେ, ଏୟାର ଇଣ୍ଡିଆକୁ ବଞ୍ଚାଇ ରଖିବାକୁ ହେଲେ ଏହାକୁ ବିକ୍ରି କରିବା ଛଡ଼ା ଅନ୍ୟ ବାଟ ନାହିଁ।
ଏମ୍‌ଇଏର ସଜବାଜ
ଭାରତର ନୂଆ ବହିର୍ବ୍ୟାପାର ସଚିବ ଭାବେ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ନିଯୁକ୍ତି ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏମଇଏ)ରେ ଆଉ କେତେକ ପରିବର୍ତ୍ତନ ଘଟିବ। ଭାରତର ବୈଦେଶିକ ମିଶନଗୁଡ଼ିକରେ ଅନେକ ପଦ ଖାଲି ରହିଛି ଓ ସେଥିରୁ କିଛି ମୁଖ୍ୟପଦ ୨୦୨୦ରେ ପୂରଣ କରାଯିବ। ସରକାର ଶ୍ରୀଙ୍ଗଲାଙ୍କ ନାମ ଘୋଷଣା କରିବାକୁ ସମୟ ନେଇଥିଲେ ଓ ଏହି କାରଣରୁ ଉକ୍ତ ନିଯୁକ୍ତିଗୁଡ଼ିକୁ ସ୍ଥଗିତ ରଖାଯାଇଥିଲା। ଏବେ ସେହିସବୁ ନିଯୁକ୍ତି ଲାଗି ପଦକ୍ଷେପ ନିଆଯାଉଛି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ଆଗାମୀ ମାସଗୁଡ଼ିକରେ ଲଣ୍ଡନ, ଓ୍ବାଶିଂଟନ, କାଠମାଣ୍ଡୁ, କଲମ୍ବୋ, ଆଙ୍କାରା ଏବଂ ନ୍ୟୁୟର୍କରେ ଥିବା ଭାରତର ସ୍ଥାୟୀ ମିଶନରେ ନିଯୁକ୍ତ କୂଟନୀତିଜ୍ଞମାନଙ୍କ କାର୍ଯ୍ୟକାଳ ପୂରଣ ହେବା କିମ୍ବା ସେମାନେ ଅବସର ନେବାକୁ ଯାଉଥିବାରୁ ଉକ୍ତ ପଦଗୁଡ଼ିକ ଖାଲି ହେବ। ଏବେ ପାକିସ୍ତାନ ଓ କାନାଡାରେ ଭାରତର କୌଣସି ପ୍ରତିନିଧି ନାହାନ୍ତି। ଅଜୟ ବିସାରିୟାଙ୍କୁ ଇସ୍‌ଲାମାବାଦ ଫେରାଇ ଦେଇଥିବା ବେଳେ ବିକାଶ ସ୍ବରୂପଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଫେରାଇ ଅଣାଯାଇଛି। ଶ୍ରୀଙ୍ଗଲା ଏକ ବଢିଆ କ୍ୟାରିୟର ହାସଲ କରିଛନ୍ତି। ସେ ଇଂଲଣ୍ଡରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ରୁଚି ଘନଶ୍ୟାମ (୧୯୮୨), ମିଳିତ ଜାତିସଂଘ ଜେନେଭାରେ ଭାରତର ସ୍ଥାୟୀ ମିଶନରେ ନିଯୁକ୍ତ ଭାରତର ପ୍ରତିନିଧି ରାଜୀବ ଚନ୍ଦର (୧୯୮୩) ଓ ଚିଲିରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅମିତା ନାୟାର (୧୯୮୩)ଙ୍କୁ ପଛରେ ପକାଇ ବିଦେଶ ସଚିବ ପଦରେ ନିଯୁକ୍ତି ପାଇବାକୁ ଯାଉଛନ୍ତି। ଆସନ୍ତା ମାସରେ ବିଜୟ ଗୋଖଲେ ଅବସର ନେବା ପରେ ଦୁଇବର୍ଷ ଲାଗି ଶ୍ରୀଙ୍ଗଲା ଏହି ପଦରେ ରହିବେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri