ଆଇଆଇଏଫ୍‌ଏଲ୍‌ ସଂସ୍ଥାରେ ଡକାୟତି ଉଦ୍ୟମ, ୩ କର୍ମଚାରୀଙ୍କୁ ଆକ୍ରମଣ

ବ୍ରହ୍ମପୁର ଅଫିସ,୧ା୮-ବ୍ରହ୍ମପୁର ମହାନଗରରେ ଏବେ ଆପରାଧୀକ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିବାରେ ଲାଗିଛି। ବୁଧବାର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଡି ପଲ ସ୍କୁଲ ନିକଟରେ ଥିବା ଆଇଆଇଏଫଏଲ ଗୋଲଡ଼ ଲୋନ ସଂସ୍ଥାରେ ଦୁର୍ବୃତ୍ତମାନେ ସଶସ୍ତ୍ର ଡକାୟତି ଉଦ୍ୟମ କରିଛନ୍ତି। ୪/୫ ଜଣ ମୁଖାପିନ୍ଧା ବନ୍ଧୁକଧାରି ଉକ୍ତ ସଂସ୍ଥାରୁ ସୁନା ଗହଣା ଓ ଟଙ୍କା ଲୁଟରେ ବିଫଳ ହେବା ପରେ ୩ ଜଣ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆହତ କର୍ମଚାରୀଙ୍କୁ ନଗର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସାଇଣ୍ଟିିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଫିଙ୍ଗରପ୍ରିଣ୍ଟ ସଂଗ୍ରହ କରିଛି। ଡକାୟତଙ୍କୁ ଧରିବା ପାଇଁ ପୋଲିସ ସହରର ସମସ୍ତ ଥାନା ଇଲାକାରେ ନାକାବନ୍ଦୀ କରିଛି। ସଂସ୍ଥା ଭିତରେ ଖଞ୍ଜାଯାଇଥିବା ସିସି ଟିଭିରୁ ଫୁଟେଜ ସଂଗ୍ରହ କରିଛି। ଏଥିରେ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ରହିଥିବା ବୈଦ୍ୟନାଥପୁର ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ସୂଚନା ଦେଇଛନ୍ତି।
ପ୍ରକାଶ ଯେ ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ ଟାରେ ଉକ୍ତ ସଂସ୍ଥା ଖୋଲିଥିଲା। ୪ ଜଣ ଦୁର୍ବୃତ୍ତ ଭିତରେ ପଶିଥିଲେ। ଅନ୍ୟ ଜଣେ ହେଲମେଟ ପିନ୍ଧି ବାହାରେ ଗାଡି ଉପରେ ବସିଥିଲେ। ଭିତରେ ଥିବା ଦୁର୍ବୃତ୍ତମାନେ ୩ ଜଣ କର୍ମଚାରୀଙ୍କୁ ଲକର ଚାବି ମାଗିବା ସହ ସୁନାଗହଣା ଓ ଟଙ୍କା ଦେବାକୁ କହିଥିଲେ। ଏପରିକି ବନ୍ଧୁକ ବାହାର କରି ଦୁର୍ବୃତ୍ତମାନେ କର୍ମଚାରୀଙ୍କୁ ଭୟଭୀତ କରିଥିଲେ। କ୍ୟାଶିୟର ମିହିର ପ୍ରଧାନ ଅପରାଧୀମାନଙ୍କୁ କହିଥିଲେ, ଏହି ସଂସ୍ଥାଟି ଏକ ଶାଖା ସଂସ୍ଥା। ଏହାର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇରେ ଅଛି। ସେଠାରୁ ୱାନ୍‌ ଟାଇମ୍‌ ପାସ୍‌ୱାର୍ଡ (ଓଟିପି) ନମ୍ବର ମିଳିଲେ ହିଁ ଏଠାରେ ଥିବା ଲକର ଆପେଆପେ ଖୋଲିବ। ଆମ ପାଖରେ ଲକର ଖୋଲିବା ପାଇଁ କୌଣସି ଚାବି ନାହିଁ। ଏକଥା ଶୁଣିବା ପରେ ଡକାୟତମାନେ ସଂସ୍ଥାରେ କାମ କରୁଥିବା ମିହିର ପ୍ରଧାନ, ଡ଼ି. ଶ୍ରୀଧର ଆଚାରୀ ଓ ମୃତ୍ୟୁଞ୍ଜୟ ନାହାକଙ୍କୁ ବନ୍ଧୁକ ମୁନରେ ଆକ୍ରମଣ କରିଥିଲେ। ପରେ ସେମାନଙ୍କୁ ଏକ ଜିଆଇ ତାରରେ ବାନ୍ଧି ବାଥରୁମ୍‌ ଭିତରେ ପୁରାଇ ବାହାର ପଟୁ ଗେଡା ଦେଇ ଚମ୍ପଟ ମାରିଥିଲେ। ସଂସ୍ଥା ବାହାରେ କାମ କରୁଥିବା ମହିଳା ସୁଇପରଙ୍କୁ ମଧ୍ୟ ଡକାୟତମାନେ ଯିବା ପୂର୍ବରୁ ଧମକ ଦେଇ ଚମ୍ପଟ ମାରିଥିଲେ। ଡ଼କାୟତମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିଲେ ବୋଲି ସୁଇପର ଜଣଙ୍କ ପୋଲିସକୁ କହିଛନ୍ତି। ଏପରିକି ମଙ୍ଗଳବାର ଜଣେ ଯୁବକ ଟଙ୍କା ଋଣ ନେବା ପାଇଁ ଆସିଥିଲେ। ସେ ଦେଖାଇଥିବା କାଗଜପତ୍ର ବାହାର ରାଜ୍ୟର ହୋଇଥିବାରୁ ତାଙ୍କୁ ଋଣ ଦିଆଯାଇପାରିବ ନାହିଁ ବୋଲି କୁହାଯାଇଥିଲା ବୋଲି ମିହିର ପୋଲିସକୁ କହିଛନ୍ତି। ପୋଲିସ ଏବେ ଘଟଣାର ସମସ୍ତ ଦିଗକୁ ନେଇ ତନାଘନା ଚଳାଇଥିବା କହିଛି। ସଂସ୍ଥା ଶାଖା ପ୍ରବନ୍ଧକ ୧ ମାସ ହେଲା ଛୁଟିରେ ଥିବା ବେଳେ ସେଠାରେ ସୁରକ୍ଷାକର୍ମୀ ନିୟୋଜିତ ହୋଇ ନ ଥିବା ପୋଲିସ ସୂଚନା ଦେଇଛି। ଖବର ପାଇ ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ, ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ଓ ଲାଞ୍ଜିପଲ୍ଲୀ ଫାଣ୍ଡି ଅଧିକାରୀ ନାରାୟଣ ସ୍ବାଇଁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

ନୂଆବର୍ଷ ଭେଟି ଦେଲା କଂଗ୍ରେସ

ପୁରୁଷୋତ୍ତମପୁର,୧୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁରବାସୀଙ୍କୁ ଓଡ଼ିଆ ନବବର୍ଷରେ କଂଗ୍ରେସ ଭେଟି ଦେଇଛି ବିଧାୟକ ପ୍ରାର୍ଥୀ। ଚିତ୍ରସେନ ବେହେରାଙ୍କ ନାମ ଘୋଷଣା...

ମନ୍ତ୍ରୀ ପାଲିଲେ ଓଡ଼ିଆ ନବ ବର୍ଷ

ଭଞ୍ଜନଗର,୧୪ା୪(ବାବୁଲା ପ୍ରଧାନ): ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରବିବାର ଭଞ୍ଜନଗର ନିକଟସ୍ଥ ଅଗଝୋଳ ସ୍ଥିତ ବାସଭବନରେ ଓଡ଼ିଆ ନବ ବର୍ଷ ପାଳନ କରିଛନ୍ତି। ଏହି ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri