ଅହିଂସା – ବୀରର ଭାଷା

ଅରୁଣ କୁମାର ପଣ୍ଡା
ଦୁଇ ବିରୋଧୀ ବିଷୟକୁ ଆମେ ଦ୍ୱନ୍ଦ୍ୱ କହିଥାଉ। ଯେପରି ଥଣ୍ଡା ଓ ଗରମ, ଦିନ ଓ ରାତି। ସେହିପରି ଭୀରୁ ଓ ବୀର। ଭୀରୁ କିଛି କରିବା ପାଇଁ ସମର୍ଥ ନ ଥାଏ, ସବୁବେଳେ ଡରୁଥାଏ। ବୀର ଓ ପରାକ୍ରମୀ ବ୍ୟକ୍ତି କେବେ ବି ଡରେ ନାହିଁ। ତାକୁ ଯାହା କରିବାର ଥାଏ ନିର୍ଭୟରେ କରେ। ସେ କାହାକୁ ପରବାୟ କରେ ନାହିଁ।
ଅହିଂସା ହେଉଛି ପ୍ରଶସ୍ତ ରାସ୍ତା- ରାଜପଥ। ବଡ଼ ନଗରୀରେ ପାଦଚଲାଳିଙ୍କ ପାଇଁ ଫୁଟପାଥ୍‌, ସାଇକେଲ୍‌ ଏବଂ ବାଇକ୍‌ ଚାଳକଙ୍କ ପାଇଁ ଅଲଗା ମାର୍ଗ ଏବଂ ଭାରିଯାନ ପାଇଁ ସ୍ବତନ୍ତ୍ର ସଡ଼କ ରାଜପଥ ଥାଏ। ସେହିଭଳି ଅହିଂସାକୁ ପ୍ରଶସ୍ତ ରାଜପଥ କୁହାଯାଇପାରେ। ଏହି ମାର୍ଗରେ ଭୀରୁ ବ୍ୟକ୍ତି ଚାଲିପାରେ ନାହିଁ। ଯାହା ପାଖରେ ପ୍ରେରଣା, ଗତି ଓ ଶକ୍ତି ଥାଏ, ସେ ହିଁ ବୀର ଏବଂ ବୀର ହିଁ ଅହିଂସା ମାର୍ଗରେ ଚାଲି ସଭିଙ୍କୁ ଶାନ୍ତି ଓ ଶକ୍ତି ପ୍ରଦାନ କରିଥାଏ।
ଗାନ୍ଧୀଙ୍କ ସ୍ବାଧୀନତା ଆନ୍ଦୋଳନ ବେଳେ ଅନେକଙ୍କୁ ଗୋଟିଏ କଥା ଆନ୍ଦୋଳିତ କରୁଥିଲା ଯେ ଅହିଂସା ହେଉଛି ଭୀରୁଙ୍କ ଶବ୍ଦ। ଭାରତ ପରାଧୀନ ହେଲା କେବଳ ଅହିଂସା ଆଚରଣ ପାଇଁ। ବାସ୍ତବରେ ଏହା ଏକ ଅସତ୍ୟ ଧାରଣା। ବିନା ବିଚାରରେ, ତଥ୍ୟର ଯାଞ୍ଚ ନ କରି ଯାହା ମୁହଁରୁ ବାହାରିଲା ଆମେ କହିଦେଇଥାଉ। କୁହାଯାଏ କାୈଣସି ମିଛ କଥାକୁ ଶହେଥର କହିଲେ ତାହା ସତ୍ୟରେ ପରିଣତ ହୁଏ। ‘ତିନି ତୁଣ୍ଡରେ ଛେଳି କୁକୁର’। ଅହିଂସା ପାଇଁ ଆମେ ପରାଧୀନ ହେଲୁ ଏଭଳି ଏକ ମିଥ୍ୟାକୁ ବର୍ଷ ବର୍ଷ ଧରି ହଜାର ଥର କୁହାଯାଇଛି।
ମହାନ୍‌ ବିଦ୍ୱାନ ମାଘ ପ୍ରତିଦିନ ଗୋଟିଏ ଲୋଟା ଧରି ନଦୀକୁ ସ୍ନାନ କରିବା ପାଇଁ ଯାଉଥିଲେ। ଦିନେ ସେ ଭାବିଲେ- ପ୍ରତିଦିନ ସାଙ୍ଗରେ ଲୋଟା ଆଣିବାର କ’ଣ ଆବଶ୍ୟକତା ଅଛି? ଏହା ଭାବି ସେ ଲୋଟାଟିକୁ ନଦୀକୂଳ ବାଲିରେ ପୋତିଦେଲେ। ଲୋକମାନେ ଦେଖିଲେ ମାଘଙ୍କ ପରି ବିଦ୍ୱାନ ବ୍ୟକ୍ତି ଲୋଟାଟିକୁ ନଈବାଲିରେ ପୋତିଛନ୍ତି। ତେଣୁ ସେମାନେ ଏହାକୁ ଏକ ମହାନ୍‌ କାର୍ଯ୍ୟ ଭାବି ନିଜ ନିଜ ଲୋଟାକୁ ନଈ ବାଲିରେ ପୋତିଦେଲେ। ଜଣେ ଚତୁର ବ୍ୟକ୍ତି ଲୋକଙ୍କର ଏସବୁ କାର୍ଯ୍ୟ ଦେଖୁଥିଲା। ରାତି ହେଲା ପରେ ସେ ନଦୀକୂଳକୁ ଆସି ବାଲିରେ ପୋତା ଯାଇଥିବା ଲୋଟାଗୁଡିକୁ ଏକ ବସ୍ତାରେ ଭର୍ତ୍ତିକରି ନେଇଗଲା। ସକାଳୁ ଲୋକେ ଆସି ଦେଖିଲେ ସେମାନଙ୍କ ଲୋଟାଗୁଡିକ କିଏ ନେଇଯାଇଛି। ମହାନ୍‌ ବିଦ୍ୱାନ ମାଘଙ୍କ ଲୋଟାଟି ମଧ୍ୟ ଚୋରି ହୋଇଯାଇଥିଲା। ସ୍ବାଭାବିକ ଭାବରେ ମହାକବି ମାଘଙ୍କ ମୁହଁରୁ ଉଚ୍ଚାରିତ ହେଲା- ‘ଗତାନୁଗତିକୋ ଲୋକଃ, ଗତେ ମେ ତାମ୍ରଭାଜନମ୍‌।’ ଲୋକେ ଗତାନୁଗତିକ ହୋଇଥା’ନ୍ତି। ଏହିଭଳି ଲୋକଙ୍କ ସହିତ ମୋ ତାମ୍ରପାତ୍ର (ଲୋଟା) ମଧ୍ୟ ଚୋରି ହୋଇଗଲା।
ଦେଖାଯାଏ, ଯଦି ଗୋଟିଏ ମେଣ୍ଢା ଭୁଲ୍‌ରେ କୂଅରେ ପଡିଯାଏ ତେବେ ନିକଟରେ ଥିବା ଅନ୍ୟ ମେଣ୍ଢାମାନେ ଦଳବଦ୍ଧ ହୋଇ କୂଅକୁ ଲମ୍ଫ ପ୍ରଦାନ କରନ୍ତି। ଗୋଟିଏ ମେଣ୍ଢା ମେଁ ମେଁ ଚିତ୍କାର କରିବା ପରେ ଅନ୍ୟମାନେ ତା’ ସହିତ ତାଳ ମିଳାଇ ମେଁ ମେଁ ଚିତ୍କାର କରନ୍ତି। ମନୁଷ୍ୟମାନଙ୍କ ଭିତରେ ମଧ୍ୟ ମେଣ୍ଢା ପ୍ରବୃତ୍ତି ରହିଛି। ସମାଜରେ ଅନେକ ପ୍ରକାରର ଋଢ଼ିବାଦ, ଅନ୍ଧବିଶ୍ୱାସ ପରମ୍ପରା ନାଁରେ ପ୍ରଚଳିତ ରହିଛି। ଏହା ପଛରେ ସେଭଳି କାୈଣସି ଠିକ୍‌ ଆଧାର ନାହିଁ। ଏସବୁ ଗତାନୁଗତିକ ଭାବେ ଚାଲିଆସିଛି।
ବାସ୍ତବରେ ଅହିଂସା ସହିତ ଭୀରୁତାର କାୈଣସି ସମ୍ପର୍କ ନାହିଁ। ଅହିଂସା ହେଉଛି ବୀରର ଭାଷା। ଯେଉଁଠାରେ ଭୀରୁତା ସେଠାରେ ଅହିଂସାର ପ୍ରଶ୍ନ ନାହିଁ। ଆମର ସ୍ବାଧୀନତା ଆନ୍ଦୋଳନ ବେଳେ ଅନେକ କ୍ରାନ୍ତିକାରୀ ହସି ହସି ନିର୍ଭୟରେ ଫାଶୀଖୁଣ୍ଟକୁ ଚଢ଼ିଯାଇଛନ୍ତି। ବିନା ଦ୍ୱେଷ, ପ୍ରତିଶୋଧ ଏବଂ ଆରୋପରେ ସେମାନେ ଦଣ୍ଡ ସ୍ବୀକାର କରିଛନ୍ତି, ହସି ହସି ମୃତ୍ୟୁକୁ ସାମନା କରିଛନ୍ତି। ଖୁଦିରାମ ବସୁ ପରି ବାରବର୍ଷର କ୍ରାନ୍ତିକାରୀ ବାଳକ ଫାଶୀଖୁଣ୍ଟକୁ ଯିବାବେଳେ ତାଙ୍କର ସହାସ୍ୟ ଓ ଗ୍ଲାନିମୁକ୍ତ ବଦନ ଦେଖି ମେଦିନୀପୁର ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ ପଚାରିଲେ- ‘ହେ ବାଳକ! ତୁମେ କ’ଣ ମରିବାକୁ ଡର ନାହିଁ?’ ଉତ୍ତର ଥିଲା ସ୍ପଷ୍ଟ, ‘ମୁଁ ଆମତ୍ା ଅଜର, ଅମର, ଅବିନାଶୀ। ଦେଶ ପାଇଁ ମୁଁ ଶରୀରକୁ ନଷ୍ଟ କରୁଛି। ମୃତ୍ୟୁପରେ ପୁଣି ଥରେ ଜନ୍ମ ହେବି ଏବଂ ଦେଶମାତୃକାର ସେବା ପାଇଁ ମୋତେ ପ୍ରାଣବଳି ଦେବାର ସୁଯୋଗ ମିଳିଲେ ମୁଁ ଗାୈରବାନ୍ବିତ ହେବି।’ ଜଣେ ବାଳକର ଏହି ନିର୍ଭୟତାର କାରଣ ତା’ର ଆମତ୍ିକ ଜ୍ଞାନ ବୋଲି କୁହାଯାଇପାରେ। ମୁଁ ଦେହ ନୁହେଁ, ଦେହୀ (ଆମତ୍ା), ପରମପିତା ପରମାମତ୍ାଙ୍କ ସନ୍ତାନ; ମୁଁ ନିରାକାର, ନିର୍ବିକାର ଓ ନିରହଂକାର- ଏହି ପାଠ ଯିଏ ଠିକ୍‌ଭାବେ ପଢ଼ିଛି ତାକୁ ମୃତ୍ୟୁଭୟ କେବେ ପ୍ରଭାବିତ କରିପାରିବ ନାହିଁ। ବାସ୍ତବରେ ଦେଶ ପାଇଁ ଲଢ଼ିଥିବା କିମ୍ବା ଲଢୁଥିବା ବ୍ୟକ୍ତି ଅନ୍ୟର ଅନିଷ୍ଟ ଚିନ୍ତା ନ କରି ନିଜର କର୍ତ୍ତବ୍ୟ ପାଳନ ପାଇଁ ଦେହାତୀତ ଅବସ୍ଥାକୁ ଯାଇ ସଂଗ୍ରାମ କରେ।
ଅହିଂସାର ମହାନ ପୂଜାରୀ ଜୈନଧର୍ମର ପ୍ରସିଦ୍ଧ ତୀର୍ଥଙ୍କର ବର୍ଦ୍ଧମାନଙ୍କୁ ମହାବୀର କୁହାଯାଏ। ‘ମହାବୀର’ ତାଙ୍କ ପରିବାରର ଉପାଧି ନୁହେଁ। ଅପ୍ରତିମ ସାହସ ଓ ସଂକଳ୍ପ ବଳରେ କଠିନରୁ କଠିନ ସ୍ଥିତିର ସମ୍ମୁଖୀନ ହୋଇ ଏବଂ ପରିସ୍ଥିତି ଓ ମାୟା ଉପରେ ବିଜୟ ପ୍ରାପ୍ତ କରି ସେ ‘ମହାବୀର’ରେ ପରିଣତ ହେଲେ। ରାମ, କୃଷ୍ଣ, ବୁଦ୍ଧ, ମହମ୍ମଦ, ଯିଶୁଖ୍ରୀଷ୍ଟ ଆଦି ସବୁ ମହାମତ୍ାଙ୍କ ଜୀବନରେ ଅନେକ ସଂଘର୍ଷ ଓ ସଂଘାତର ପରିସ୍ଥିତି ଆସିଛି। ସେମାନେ ଅନେକ ଯାତନା ସହିଛନ୍ତି। ଏସବୁକୁ ସାହସର ସହ ମୁକାବିଲା କରି ସେମାନେ ପ୍ରାଣୀଙ୍କ କଲ୍ୟାଣ ପାଇଁ ରଖିଥିବା ଲକ୍ଷ୍ୟପଥରେ ଅବିଚଳିତ ଭାବରେ ଅଗ୍ରଗତି କରିଛନ୍ତି। ତେଣୁ ସେମାନେ ଆଜି ସ୍ମରଣୀୟ ଏବଂ ଆମର ପ୍ରେରଣାର ସ୍ରୋତ।
ଅହିଂସା ମାର୍ଗର ଅନ୍ତିମ ସ୍ଥଳ ହେଉଛି ‘ଶାନ୍ତି’। ଧୈର୍ଯ୍ୟ, ସହିଷ୍ଣୁତା, ନିଷ୍ଠା, ଦୃଢ଼ମନୋବଳ ଦ୍ୱାରା, ଅହିଂସାର କଠିନତମ ରାସ୍ତାରେ ଚାଲି ମାନବ ତା’ର ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରେ। ପରିଶେଷରେ ସେ ମଣିଷରୁ ଦେବତାରେ ପରିଣତ ହେବାରେ ସମର୍ଥ ହୁଏ। ଅହିଂସାର ଅର୍ଥ ଅନ୍ୟାୟକୁ ସହିବା ନୁହେଁ। ଅନୀତି, ଅନ୍ୟାୟ ଏବଂ ଆସୁରିକ ଶକ୍ତିର ସାମନା କରି ତାକୁ ମୁହଁତୋଡ ଜବାବ ଦେବା ହିଂସା ନୁହେଁ, ବରଂ ଅହିଂସାର ପରାକାଷ୍ଠା। ଅହିଂସକ ଭୀରୁ, କାପୁରୁଷ ନୁହେଁ, ବରଂ ନିର୍ଭୀକ, ସାହସୀ ଏବଂ ଚରିତ୍ରବାନ ହୋଇଥାଏ। ସେ ହିଁ ବାସ୍ତବରେ ମହାବୀର।
ବିଶ୍ୱବିଜେତା ଆଲେକ୍‌ଜାଣ୍ଡର (ସିକନ୍ଦର) ନିଜର ଦେଶ ୟୁନାନ୍‌ ଫେରିବା ପୂର୍ବରୁ ସାଙ୍ଗରେ ଜଣେ ବିଶିଷ୍ଟ ସନ୍ଥଙ୍କୁ ନେଇଯିବାକୁ ଚାହିଁଲେ। ତାଙ୍କୁ ଖବର ମିଳିଲା ଯେ ଏଭଳି ଜଣେ ସାଧୁ ଏକାନ୍ତରେ ବସି ତପସ୍ୟା କରୁଛନ୍ତି ଯିଏ ସମ୍ପୂର୍ଣ୍ଣ ଭାବରେ ନିଃସ୍ପୃହ, ନିର୍ବିକାରୀ। ସେ କେବେ କାହାକୁ କିଛି ମାଗନ୍ତି ନାହିଁ। ସବୁବେଳେ ଏକାନ୍ତରେ ପରମାମତ୍ାଙ୍କ ଧ୍ୟାନରେ ଲୀନ ରହିଥାନ୍ତି। ଆମତ୍ା ସହ ପରମାମତ୍ାଙ୍କ ସଂଯୋଗ ହିଁ ତାଙ୍କ ଯୋଗ ସାଧନାର ବିଶେଷତା।
ବିଶ୍ୱବିଜୟୀ ଆଲେକ୍‌ଜାଣ୍ଡର ଏହି ସନ୍ଥଙ୍କ ନିକଟରେ ପହଞ୍ଚତ୍ ତାଙ୍କୁ ୟୁନାନ୍‌ ଯିବା ପାଇଁ କହିଲେ। ପରନ୍ତୁ ସାଧୁ ଜଣକ ତାଙ୍କ ସାଙ୍ଗରେ ଯିବେ ନାହିଁ ବୋଲି ସିଧା ମନା କରିଦେଲେ। ଆଲେକ୍‌ଜାଣ୍ଡାର କହିଲେ- ‘ହେ ସାଧୁ! ତୁମେ ଜାଣ ମୁଁ ବିଶ୍ୱବିଜେତା ସମ୍ରାଟ୍‌। ତେଣୁ ତୁମକୁ ମୋ ଆଦେଶ ମାନିବାକୁ ପଡିବ।’ ସାଧୁଜଣକ ବିନମ୍ରତାର ସହ କହିଲେ- ‘ତୁମେ ବିଶ୍ୱଜୟ କରିଥାଇପାର। ସେଥିରେ ମୋର କିଛି ମତଲବ ନାହିଁ, ସମ୍ରାଟ୍‌ ହୋଇପାର ନିଜ ମହଲରେ, ସେଥିରେ ମୋର କ’ଣ ଅଛି? ସିକନ୍ଦର କ୍ରୋଧରେ ଅନ୍ଧ ହୋଇ ତରବାରି ବାହାର କରି ସାଧୁଙ୍କ ମୁଣ୍ଡ କାଟିବା ପାଇଁ ଧମକ ଦେଲେ। ସାଧୁଜଣକ ନିର୍ବିକାର ଭାବରେ ହସି ହସି କହିଲେ- ‘ତୁମର ଯାହା ଇଚ୍ଛା ତାହା କର, କାରଣ ମୁଁ ଶରୀର ନୁହେଁ, ଆମତ୍ା। ତୁମେ ଆମତ୍ାର କିଛି ବି କରିପାରିବ ନାହିଁ। ମନେରଖ ଆମତ୍ଜ୍ଞାନର ଅଧିକାରୀ ହିଁ ହେଉଛି ସଚ୍ଚା ବିଶ୍ୱବିଜେତା।’
୧୩୪୮/୪- ସି, ସେକ୍ଟର-୬, ମର୍କତନଗର, କଟକ-୧୪


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?